ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ


 ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ।


ବରପାଲି ତା:୨୨-୦୨(ଚିତ୍ତରଞ୍ଜନ ସାହୁ) ବରପାଲି ର ହରି ହର ଭେଟ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଛି।

ଶୀତଳ ଷଷ୍ଠୀ ଯାତ୍ରା କମିଟି ର ସଭାପତି ଆନନ୍ଦ ବାବୁ ଙ୍କ ଅଧ୍ୟକ୍ଷତା ରେ  ଭଣ୍ଡାର ଗୃହ ରେ(ନୃପରାଜ କ୍ଲବ)ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକ ରେ ଆସନ୍ତା ୧୪ ତାରିଖ ଶୁକ୍ରବାର ହରିହର ଭେଟ ଯାତ୍ରା କୁ ବିଗତ ବର୍ଷ ଠାରୁ ଅଧିକ ଚଳିତ ୫୫ତମ ହରିହର ଭେଟ କୁ ଆକର୍ଷଣୀୟ କରାଯିବ । ଯାତ୍ରା ରେ ଭକ୍ତ ଙ୍କ ପ୍ରବଳ ଜନସମାଗମ କୁ ଲକ୍ଷ କରି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରି ଅଧିକ ପୋଲିସ ମୁତୟନ, ଯାତ୍ରା ସମୟରେ ବିଦ୍ୟୁତ୍ ସରବରାହ ବ୍ୟାହତ ନ ହେବା ପାଇଁ ବିଦ୍ୟୁତ୍ ବିଭାଗ କୁ ଲିଖିତ ଅନୁରୋଧ କରାଯିବ ବୋଲି ବୈଠକ ରେ ପ୍ରସ୍ତାବ ଗୃହୀତ ହୋଇଛି । ଏହି ବୈଠକ ରେ ଯାତ୍ରା କମିଟି ର ସମ୍ପାଦକ ଜୟନ୍ତ କୁମାର ତ୍ରିପାଠୀ, ପଣ୍ଡିତ ହେମନ୍ତ ମିଶ୍ର, ପୀନାକି ଦାଶ ଙ୍କ ସମେତ ବହୁ ସଭ୍ୟ ଉପସ୍ଥିତ ଥିଲେ।

Comments

Popular posts from this blog

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା