ପ୍ରେମ ପ୍ରତାରଣା କରି ଗିରଫ ହେଲେ ବରଗଡ଼ ଆକାଶ ମୋଟର୍ସ ମାଲିକ ଆକାଶ ଅଗ୍ରୱାଲ
ଚର୍ଚ୍ଚାରେ ବ୍ୟବସାୟୀଙ୍କ ପ୍ରେମ କାହାଣୀ,
ପ୍ରେମ ପ୍ରତାରଣା କରି ଗିରଫ ହେଲେ ବରଗଡ଼ ଆକାଶ ମୋଟର୍ସ ମାଲିକ ଆକାଶ ଅଗ୍ରୱାଲ
ବରଗଡର ଜଣେ ଜଣଶୁଣା ବ୍ୟବସାୟୀ ଆକାଶ ଅଗ୍ରୱାଲଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି । ନିଜେ ବିବାହିତ ହୋଇଥିଲେ ବି ଜଣେ ମହିଳାଙ୍କ ସହ ଦୀର୍ଘ ବର୍ଷ ହେଲା ପ୍ରେମ ସଂପର୍କ ରଖିଥିଲେ । ଶେଷରେ ବିବାହର ପ୍ରତିଶ୍ରୁତି ଦେଇ ନିଜ ନିକଟରେ ଆଣି ରଖିଥିଲେ । ବର୍ଷ ବର୍ଷ ଧରି ଶାରୀରିକ ସଂପର୍କ ରଖିବା ପରେ ସେ ଧୋକା ଦେଇଥିବା ନେଇ ପିଡିତା ମହିଳା ବରଗଡ ଟାଉନଥାନାରେ ଏତଲା ଦେଇଛନ୍ତି । ପୁଲିସ ଏତଲାକୁ ଭିତ୍ତି କରି କେସ ନଂ ୯୨ରେ ମାମଲା ରୁଜୁ କରି ବ୍ୟବସାୟୀ ଆକାଶ ଅଗ୍ରୱାଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ମହିଳାଙ୍କ ଲିଖିତ ଅଭିଯୋଗରୁ ଯାହା ଜଣାପଡିଛି, ଗତ ୨୦୧୨ ମସିହାରେ ଆକାଶ ଓ ମହିଳାଙ୍କ ସହ ଦେଖା ହୋଇଥିଲା ।ତେବେ ଭୁବନେଶ୍ୱର ର ମହିଳା ଜଣକ ହୋଇଥିବା ବେଳେ ତାଙ୍କ ସହ ଧିରେ ଧିରେ ପ୍ରେମ ସଂପର୍କ ଗଢିଉଠିଥିଲା ହେଲେ ତାହା ଥିଲା ପ୍ରତାରଣା ର ପ୍ରେମ । ଇତି ମଧ୍ୟରେ ଗତ ୨୦୨୨ ମସିହାରେ ସେ ବିବାହ କରିବେ କହି ବରଗଡକୁ ମହିଳା ଙ୍କୁ ଡାକିଥିଲେ ଆକାଶ । ଏବଂ ଏକ ଘରୋଇ ହୋଟେଲରେ ତାଙ୍କୁ ରଖି ବହୁ ଦିନ ଧରି ଶାରିରୀକ ସଂପର୍କ ରଖିଥିଲେ ।କିନ୍ତୁ ଏବେ ପ୍ରତାରଣା କରିଥିବା ଉଲ୍ଲେଖ କରିଛନ୍ତି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛି ।
Comments
Post a Comment