Posts

Showing posts from March, 2025

ହିନ୍ଦୁ ନବବର୍ଷ ପାଳିତ

Image
  ହିନ୍ଦୁ ନବବର୍ଷ ପାଳିତ । ବରପାଲି ତା:୩୦-୦୩(ନି ପ୍ର) ରବିବାର ଚୈତ୍ର ଶୁକ୍ଳ ପ୍ରତିପଦା ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ ହୋଇଛି। ଶ୍ରୀ ରାଧାରାଣୀ ସେବାଶ୍ରମ ବରପାଲି ଆନୁକୁଲ୍ୟରେ ଏହି ନବ ବର୍ଷ କୁ ଉତ୍ସାହ ର ସହ ପାଳନ କରା ଯାଇଛି। ଏହି ଅବସରରେ ଆଶ୍ରମ ରେ ସକାଳେ ପୂଜାଚର୍ନା କରାଯିବା ସହ ଅପରାହ୍ନ ରେ ଏକ ଭବ୍ୟ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରା ରେ ବହୁ ସଂଖ୍ୟକ ମହିଳା ଓ ପୁରୁଷ ଭକ୍ତ ଯୋଗ ଦେଇଥିଲେ ।

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

Image
 ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ । ବରପାଲି ତା:୩୦-୦୩(ନି ପ୍ର) ବରପାଲି ବ୍ଲକ ରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନା ର ଶୁଭାରମ୍ଭ ହୋଇଛି ।ପ୍ରଥମ ଦିନ ରେ ୨୫୪ ଟି କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ରୀନା ଥଇତ ,ସରପଞ୍ଚ ସଂଘ୍ ସଭାପତି ଅଧିକାରୀ ବାରିକ,ସାଂସଦ ପ୍ରତିନିଧି ଅଚ୍ୟୁତ ବାରିକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭବାନୀ ମେହେର ଙ୍କ ସମେତ ସମସ୍ତ ଜିଲ୍ଲାପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ହେମନ୍ତ କୁମାର ପ୍ରଧାନ ଓ ଅଜିତ ପାଣିଗ୍ରାହୀ ।ଏହି କାର୍ଯକ୍ରମ ରେ ବହୁ ହିତାଧିକାରୀ ଯୋଗ ଦେଇଥିଲେ।

ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ଶିବିର ଅନୁଷ୍ଠିତ

Image
 ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ଶିବିର ଅନୁଷ୍ଠିତ।  ବରପାଲି:-୧୮/୩(ଚିତ୍ତରଞ୍ଜନ ସାହୁ)-  ବରଗଡ ଜିଲ୍ଲା ବରପାଲି ବ୍ଲକ୍ ଅନ୍ତର୍ଗତ ବିଜୟପଲ୍ଲୀ ସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଶାସ୍ତ୍ରୀ ପ୍ରଥମ ବର୍ଷର ଛାତ୍ରୀମାନଙ୍କୁ ନେଇ ଆତ୍ମସୁରକ୍ଷା ତାଲିମ ଶିବିର ଆଜି ଅନୁଷ୍ଠିତ ହୋଇଅଛି।ମହାବିଦ୍ୟାଳୟର ଅଧ୍ଯକ୍ଷ ଡଃ ବଦ୍ରିନାରାୟଣ ପୂଜାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସଂଯୋଜିକା ଅଧ୍ଯାପିକା ସୁଶ୍ରୀ ମୌସୁମୀ ପୋଢ,ଅଧ୍ଯାପିକା ରୁବିତା ହୋତା, ଅଧ୍ଯାପିକା ଦୀପାଳି ସାହୁ, ଅଧ୍ଯାପକ କାମପାଳ ପଣ୍ଡା, ଅଧ୍ଯାପକ ଡୋଳାମଣି ମାଝୀ,ଅଧ୍ଯାପକ ଡଃ ରମେଶ ଚନ୍ଦ୍ର କର, ଅଧ୍ଯାପକ ରମାକାନ୍ତ ତ୍ରିପାଠୀ ପ୍ରମୁଖ ଯୋଗଦେଇ ପୁରୁଷ ପ୍ରଧାନ ସମାଜରେ ମହିଳାମାନେ କିପରି ନିଜକୁ ସୁରକ୍ଷିତ ରଖିପାରିବେ,ସେ ବିଷୟରେ ଆଲୋକପାତ କରିଥିଲେ। ପ୍ରଶିକ୍ଷିକା ସୁଶ୍ରୀ ରୁପାଲି ମେହେର ସାଂପ୍ରତିକ ପରିସ୍ଥିତିରେ ନିଜେ କିପରି ନିଜର ଆତ୍ମରକ୍ଷା କରିପାରିବେ ସେଥିପାଇଁ ଉପାଦେୟ ମନ୍ତବ୍ଯ ପ୍ରଦାନ କରିଥିଲେ। ଶ୍ରୀ ଅକ୍ଷୟ କୁମାର ଭୋଇ ଧନ୍ଯବାଦ ଦେଇଥିବା ବେଳେ  ଶ୍ରୀନେପାଳ ବାରିକ, ଶ୍ରୀଶୁଭମ୍ ପଧାନ,ଶ୍ରୀକାର୍ତ୍ତିକ ଭୋଇ ପ୍ରମୁଖ ସହଯୋଗ କରିଥିଲେ।

ବରପାଲି ରେ ହରି ହର ଭେଟ

Image
 ବରପାଲି ରେ ହରି ହର ଭେଟ । ବରପାଲି ତା ୧୬-୦୩ (ଚିତ୍ତରଞ୍ଜନ ସାହୁ) ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ସନ୍ଧ୍ୟା ରେ ହରି ହର ଭେଟ ହର୍ଷ ଉଲ୍ଲାସ ର ସହ ପାଳିତ ହୋଇଛି। ବରପାଲି କପିଳେଶ୍ୱର ମନ୍ଦିର ରୁ କପିଳେଶ୍ୱର ବାବା ରେଳ ଷ୍ଟେସନ, କଲେଜ ରୋଡ  ଦେଇ ଏକ ଶୋଭାଯାତ୍ରା ରେ ଆସିଥିବା ବେଳେ ଜଗନ୍ନାଥ ମନ୍ଦିର ନିକଟ ରୁ ହରି ଏକ ଶୋଭାଯାତ୍ରା ରେ ବରପାଲି ବସ୍ତି ରାସ୍ତା ଦେଇ ଆସିଥିଲେ । ଉଭୟ ହରି ଓ ହର ଙ୍କ ଭେଟ ଡେଲି ମାର୍କେଟ ଛକ ଠାରେ ଜବାହାର ୟୁବ ପରିଷଦ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ହେବା ସାଙ୍ଗକୁ ଭଜନ କାର୍ଯ୍ୟ କ୍ରମ ହୋଇଛି। ସେଠାରେ ପୂଜା ଅର୍ଚ୍ଚନା ପରେ ମିଳିତ ଶୋଭାଯାତ୍ରା ଜଗନ୍ନାଥ ମନ୍ଦିର କୁ ଯାଇ ସେଠାରେ ଭକ୍ତ ଙ୍କ ଦର୍ଶନ ପାଇଁ ରହିବା ପରେ ମନ୍ଦିର ପ୍ରବେଶ ହୁଏ । ଏହି ଉଭୟ ଶୋଭାଯାତ୍ରା ରେ ଦୁଲ ଦୁଲି ବାଜା, ଘଣ୍ଟ ବାଦ୍ୟ, ଘୁମୁରା ନୃତ୍ୟ ଆଦି ସାମିଲ ହୋଇଥିଲେ। ସହର ର ପ୍ରତ୍ୟେକ ଛକ ରେ ଭକ୍ତ ଗଣ ପୂଜା ଅର୍ଚ୍ଚନା କରିଥିଲେ ।ଏହି ଅବସର ରେ ଜଗନ୍ନାଥ ମନ୍ଦିରରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ରେ ହଜାର ହଜାର ମହିଳା ଓ ପୁରୁଷ ଭକ୍ତ ମାନେ ଦର୍ଶନ କରିବା ପାଇଁ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।ଏହି ହରି ହର ଭେଟ କାର୍ଯ୍ୟକ୍ରମ କୁ ଶୀତଳ ଷଷ୍ଠୀ ଯାତ୍ରା କମିଟି ଆୟୋଜନ କରିଥାଏ । ସୁରୁଖୁରୁରେ ଏହା ସମାପନ ହୋଇଥିବାରୁ  ଯାତ୍ରା କମିଟି ସଭାପତି ଆନନ୍ଦ ବାବ...

କଟାପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା

Image
 କଟାପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା  ବରଗଡ ଜିଲ୍ଲା ବରଗଡ ନିର୍ବାଚନ ମଣ୍ଡଳୀ ବରପାଲି ବ୍ଲକ କଁଟାପାଲି ପ୍ରାଥମିକ କୃଷି ସମବାୟ ସମିତିର  ବାର୍ଷିକ ସାଧାରଣ ସଭା ସମିତିର ସଭାପତି ଧ୍ରୁବରାଜ ସାହୁଙ୍କ ଅଧକ୍ଷତାରେ ମହୁଲ ପାଳି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମିତିର ସମ୍ପାଦକ ବାସୁକି ସ୍ୱାଇଁ ସମିତିର ବାର୍ଷିକ ବିବରଣି ପାଠ କରିଥିବାବେଳେ ବରଗଡ ଡି ସାର୍ ସି ଏସ ଯୁଗଳ ଦାସ, ଏ ଆର୍ ସି ଏସ ପ୍ରବୀଣ ଘୋଷ,ଜିଲ୍ଲା ବ୍ୟାଙ୍କ୍ ସମ୍ପାଦକ ଯୋଗଦାନ କରି ଚାଷୀ ମାନଙ୍କ ପାଇଁ ସରକାରଙ୍କ ଦ୍ୱାର ଅନୁମୋଦିତ ହୋଇଥିବା ଯନ୍ତ୍ରପାତି ବିନା ସୁଧାରେ ଋଣ ସାର ଇତ୍ୟାଦି ଜିନିଷ ଠିକ ସମୟରେ କେମିତି ପାଇ ପାରିବେ  ସେ ଉପରେ ଆଲୋଚନା ହୋଇଥିବା ବେଳେ ୟୁରିଆ ସାରର ବ୍ୟବହାର ଉପରର ଏବଂ  ଇୟୁରିଆ ସାର ସମିତିକୁ କମ୍ ଆସୁଥିବାରୁ ସଭା ରେ ଅସନ୍ତୋଷ ଦେଖାଯାଇଥିଲା। ଏହି ବାର୍ଷିକ ସମିତି ସଭାରେ କଁଟାପାଳି ସମବାୟ ସମିତି ସମସ୍ତ ସଭ୍ୟ ଶ୍ରୀମତୀ ଗୋପୀକା ସ୍ୱାଇଁ,ଶ୍ରୀମତୀ ସ୍ନେହଲତା ବାରିକ,ଗଙ୍ଗାଧର ଦାସ,ଅଶ୍ଵିନୀ କୁମାର ପଧାନ,ବେଣୁଧର ବାରିକ,ଯାଦବ ପଧାନ, ରଘୁମଣି ପଧାନ,ଦୂତୀଆ ଭୁଏ,ଶ୍ରୀକାନ୍ତ ସ୍ୱାଇଁ,ନୀଳମଣି ନାଗ,ବିକ୍ରମ ସାହୁ,ସଞ୍ଜୀବ ନାଏକ ସମେତ ରାଜ୍ୟ ସମବାୟ ସମିତି ଉପ ସଭାପତି ତଥା ଆଗଲପୁର ପେକ୍ସ ସଭାପତି ବିରୋସନ ସାହୁ,ବରପାଲି ପେକ୍ସ ସଭାପତି ଗୁରୁ ମେହ...