ବରପାଲି ରେ ହରି ହର ଭେଟ


 ବରପାଲି ରେ ହରି ହର ଭେଟ ।


ବରପାଲି ତା ୧୬-୦୩ (ଚିତ୍ତରଞ୍ଜନ ସାହୁ)

ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ସନ୍ଧ୍ୟା ରେ ହରି ହର ଭେଟ ହର୍ଷ ଉଲ୍ଲାସ ର ସହ ପାଳିତ ହୋଇଛି।

ବରପାଲି କପିଳେଶ୍ୱର ମନ୍ଦିର ରୁ କପିଳେଶ୍ୱର ବାବା ରେଳ ଷ୍ଟେସନ, କଲେଜ ରୋଡ  ଦେଇ ଏକ ଶୋଭାଯାତ୍ରା ରେ ଆସିଥିବା ବେଳେ ଜଗନ୍ନାଥ ମନ୍ଦିର ନିକଟ ରୁ ହରି ଏକ ଶୋଭାଯାତ୍ରା ରେ ବରପାଲି ବସ୍ତି ରାସ୍ତା ଦେଇ ଆସିଥିଲେ । ଉଭୟ ହରି ଓ ହର ଙ୍କ ଭେଟ ଡେଲି ମାର୍କେଟ ଛକ ଠାରେ ଜବାହାର ୟୁବ ପରିଷଦ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ହେବା ସାଙ୍ଗକୁ ଭଜନ କାର୍ଯ୍ୟ କ୍ରମ ହୋଇଛି। ସେଠାରେ ପୂଜା ଅର୍ଚ୍ଚନା ପରେ ମିଳିତ ଶୋଭାଯାତ୍ରା ଜଗନ୍ନାଥ ମନ୍ଦିର କୁ ଯାଇ ସେଠାରେ ଭକ୍ତ ଙ୍କ ଦର୍ଶନ ପାଇଁ ରହିବା ପରେ ମନ୍ଦିର ପ୍ରବେଶ ହୁଏ । ଏହି ଉଭୟ ଶୋଭାଯାତ୍ରା ରେ ଦୁଲ ଦୁଲି ବାଜା, ଘଣ୍ଟ ବାଦ୍ୟ, ଘୁମୁରା ନୃତ୍ୟ ଆଦି ସାମିଲ ହୋଇଥିଲେ। ସହର ର ପ୍ରତ୍ୟେକ ଛକ ରେ ଭକ୍ତ ଗଣ ପୂଜା ଅର୍ଚ୍ଚନା କରିଥିଲେ ।ଏହି ଅବସର ରେ ଜଗନ୍ନାଥ ମନ୍ଦିରରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ରେ ହଜାର ହଜାର ମହିଳା ଓ ପୁରୁଷ ଭକ୍ତ ମାନେ ଦର୍ଶନ କରିବା ପାଇଁ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।ଏହି ହରି ହର ଭେଟ କାର୍ଯ୍ୟକ୍ରମ କୁ ଶୀତଳ ଷଷ୍ଠୀ ଯାତ୍ରା କମିଟି ଆୟୋଜନ କରିଥାଏ । ସୁରୁଖୁରୁରେ ଏହା ସମାପନ ହୋଇଥିବାରୁ  ଯାତ୍ରା କମିଟି ସଭାପତି ଆନନ୍ଦ ବାବୁ ଓ ସମ୍ପାଦକ ଜୟନ୍ତ ତ୍ରିପାଠୀ ବରପାଲିବାସୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ହରି ହର ଭେଟ ରେ ବହୁ ସଂଖ୍ୟା ରେ ଭକ୍ତ ସାମିଲ ହୋଇଥିଲେ।

Comments

Popular posts from this blog

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା

ବରପାଲି ରେ ସେବା ସପ୍ତାହ ଆଜି ଉଦଯାପିତ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ