କଟାପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା


 କଟାପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା 

ବରଗଡ ଜିଲ୍ଲା ବରଗଡ ନିର୍ବାଚନ ମଣ୍ଡଳୀ ବରପାଲି ବ୍ଲକ କଁଟାପାଲି ପ୍ରାଥମିକ କୃଷି ସମବାୟ ସମିତିର  ବାର୍ଷିକ ସାଧାରଣ ସଭା ସମିତିର ସଭାପତି ଧ୍ରୁବରାଜ ସାହୁଙ୍କ ଅଧକ୍ଷତାରେ ମହୁଲ ପାଳି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମିତିର ସମ୍ପାଦକ ବାସୁକି ସ୍ୱାଇଁ ସମିତିର ବାର୍ଷିକ ବିବରଣି ପାଠ କରିଥିବାବେଳେ ବରଗଡ ଡି ସାର୍ ସି ଏସ ଯୁଗଳ ଦାସ, ଏ ଆର୍ ସି ଏସ ପ୍ରବୀଣ ଘୋଷ,ଜିଲ୍ଲା ବ୍ୟାଙ୍କ୍ ସମ୍ପାଦକ ଯୋଗଦାନ କରି ଚାଷୀ ମାନଙ୍କ ପାଇଁ ସରକାରଙ୍କ ଦ୍ୱାର ଅନୁମୋଦିତ ହୋଇଥିବା ଯନ୍ତ୍ରପାତି ବିନା ସୁଧାରେ ଋଣ ସାର ଇତ୍ୟାଦି ଜିନିଷ ଠିକ ସମୟରେ କେମିତି ପାଇ ପାରିବେ  ସେ ଉପରେ ଆଲୋଚନା ହୋଇଥିବା ବେଳେ ୟୁରିଆ ସାରର ବ୍ୟବହାର ଉପରର ଏବଂ  ଇୟୁରିଆ ସାର ସମିତିକୁ କମ୍ ଆସୁଥିବାରୁ ସଭା ରେ ଅସନ୍ତୋଷ ଦେଖାଯାଇଥିଲା। ଏହି ବାର୍ଷିକ ସମିତି ସଭାରେ କଁଟାପାଳି ସମବାୟ ସମିତି ସମସ୍ତ ସଭ୍ୟ ଶ୍ରୀମତୀ ଗୋପୀକା ସ୍ୱାଇଁ,ଶ୍ରୀମତୀ ସ୍ନେହଲତା ବାରିକ,ଗଙ୍ଗାଧର ଦାସ,ଅଶ୍ଵିନୀ କୁମାର ପଧାନ,ବେଣୁଧର ବାରିକ,ଯାଦବ ପଧାନ, ରଘୁମଣି ପଧାନ,ଦୂତୀଆ ଭୁଏ,ଶ୍ରୀକାନ୍ତ ସ୍ୱାଇଁ,ନୀଳମଣି ନାଗ,ବିକ୍ରମ ସାହୁ,ସଞ୍ଜୀବ ନାଏକ ସମେତ ରାଜ୍ୟ ସମବାୟ ସମିତି ଉପ ସଭାପତି ତଥା ଆଗଲପୁର ପେକ୍ସ ସଭାପତି ବିରୋସନ ସାହୁ,ବରପାଲି ପେକ୍ସ ସଭାପତି ଗୁରୁ ମେହେର,କୁମ୍ଭାରୀ ପେକ୍ସ ସଭାପତି ପ୍ରଫୁଲ୍ଲ ପଧାନ, ମହୁଲପାଲି ସରପଞ୍ଚ ରବୀନ୍ଦ୍ର ଭୋଇ,କଁଟାପାଳି ସରପଞ୍ଚ ଗଙ୍ଗାଧର ଦାସ,ସମିତି ସଭ୍ୟ ଅରୁଣ ସାହୁ ଯୋଗ ଦେଇ ଚାଷୀ ମାନଙ୍କ ଉନ୍ନତି ତଥା ଚାଷୀ ମାନେ ଅଧିକ ଲାଭବାନ ହୋଇ ସାବଲମ୍ବୀ ହୋଇପାରିବେ ସେ ଉପରେ ଉପସ୍ଥିତ ଥିବା ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ।ଶେଷରେ  ବୋର୍ଡ ସଭ୍ୟ ତଥା କନ୍ତାପାଲି ପଞ୍ଚାୟତ ସରପଞ୍ଚ ଗଙ୍ଗାଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Comments

Popular posts from this blog

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା