ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ଶିବିର ଅନୁଷ୍ଠିତ


 ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ଶିବିର ଅନୁଷ୍ଠିତ।


 ବରପାଲି:-୧୮/୩(ଚିତ୍ତରଞ୍ଜନ ସାହୁ)-  ବରଗଡ ଜିଲ୍ଲା ବରପାଲି ବ୍ଲକ୍ ଅନ୍ତର୍ଗତ ବିଜୟପଲ୍ଲୀ ସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଶାସ୍ତ୍ରୀ ପ୍ରଥମ ବର୍ଷର ଛାତ୍ରୀମାନଙ୍କୁ ନେଇ ଆତ୍ମସୁରକ୍ଷା ତାଲିମ ଶିବିର ଆଜି ଅନୁଷ୍ଠିତ ହୋଇଅଛି।ମହାବିଦ୍ୟାଳୟର ଅଧ୍ଯକ୍ଷ ଡଃ ବଦ୍ରିନାରାୟଣ ପୂଜାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସଂଯୋଜିକା ଅଧ୍ଯାପିକା ସୁଶ୍ରୀ ମୌସୁମୀ ପୋଢ,ଅଧ୍ଯାପିକା ରୁବିତା ହୋତା, ଅଧ୍ଯାପିକା ଦୀପାଳି ସାହୁ, ଅଧ୍ଯାପକ କାମପାଳ ପଣ୍ଡା, ଅଧ୍ଯାପକ ଡୋଳାମଣି ମାଝୀ,ଅଧ୍ଯାପକ ଡଃ ରମେଶ ଚନ୍ଦ୍ର କର, ଅଧ୍ଯାପକ ରମାକାନ୍ତ ତ୍ରିପାଠୀ ପ୍ରମୁଖ ଯୋଗଦେଇ ପୁରୁଷ ପ୍ରଧାନ ସମାଜରେ ମହିଳାମାନେ କିପରି ନିଜକୁ ସୁରକ୍ଷିତ ରଖିପାରିବେ,ସେ ବିଷୟରେ ଆଲୋକପାତ କରିଥିଲେ। ପ୍ରଶିକ୍ଷିକା ସୁଶ୍ରୀ ରୁପାଲି ମେହେର ସାଂପ୍ରତିକ ପରିସ୍ଥିତିରେ ନିଜେ କିପରି ନିଜର ଆତ୍ମରକ୍ଷା କରିପାରିବେ ସେଥିପାଇଁ ଉପାଦେୟ ମନ୍ତବ୍ଯ ପ୍ରଦାନ କରିଥିଲେ। ଶ୍ରୀ ଅକ୍ଷୟ କୁମାର ଭୋଇ ଧନ୍ଯବାଦ ଦେଇଥିବା ବେଳେ  ଶ୍ରୀନେପାଳ ବାରିକ, ଶ୍ରୀଶୁଭମ୍ ପଧାନ,ଶ୍ରୀକାର୍ତ୍ତିକ ଭୋଇ ପ୍ରମୁଖ ସହଯୋଗ କରିଥିଲେ।

Comments

Popular posts from this blog

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ