ସରକାରୀ କାର୍ଯ୍ୟ କୁ ଦଳୀୟ ପ୍ରଚାର ହିସାବରେ ଉଦ୍ଘାଟନ କରୁଛନ୍ତି ବିଧାୟିକା ବର୍ଷା ସିଂ ବରିହା
ସରକାରୀ କାର୍ଯ୍ୟ କୁ ଦଳୀୟ ପ୍ରଚାର ହିସାବରେ ଉଦ୍ଘାଟନ କରୁଛନ୍ତି ବିଧାୟିକା ବର୍ଷା ସିଂ ବରିହା
ପଦ୍ମପୁର ତା. 29.05.2025 ପଦ୍ମପୁର ସ୍ଥାନୀୟ ରାଜପଡା ଠାରେ ସରକାରୀ ଅର୍ଥ ବ୍ୟୟରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ନବ ନିର୍ମିତ ଏକ ଅତ୍ୟାଧୁନିକ ଶବ ଦାହ ସ୍ମଶାନ ଓ ପଦ୍ମପୁର ବରଗଡ଼ ରାସ୍ତା ରେ ଥିବା ବାବା ସାହେବ ଭୀମ ରାଓ ଆମ୍ବେଦକର ଙ୍କର ପ୍ରତିମୂର୍ତ୍ତି ଚାରି ପାର୍ଶ୍ୱରେ ହୋଇଥିବା ସୌନ୍ଦର୍ଜି କରଣ କାର୍ଯ୍ୟ କୁ ବିନା କୌଣସି ସରକାରୀ ଅବଗତୀ ବା ଅଧିକାରୀ ଙ୍କୁ ଜଣାଇ ନିଜ ମନମୁତାବକ ଦଳୀୟ ଏଜେଣ୍ଡା ପାଇଁ ବିଧାୟିକା ବର୍ଷା ସିଂ ବରିହା ଉଦ୍ଘାଟନ କରିଥିବା ଅଭିଯୋଗ କରିଛନ୍ତି ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ର ୱାର୍ଡ ନଂ. ୦୨ ର କାଉନସିଲ ଇଂ କୁନାଲ ପାଣିଗ୍ରାହୀ,୦୮ ର ପ୍ରମିଳା ମେହେର,ଓ ୦୯ ର ଚିନ୍ମୟ କୁମାର ପଣ୍ଡା । ତେବେ ଅଭିଯୋଗ ଅନୁଯାୟୀ ସରକାରୀ ଟଙ୍କା ରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସହର ର ସୌନ୍ଦର୍ଯ୍ୟକରଣ ଓ ଜନ ହିତ ପାଇଁ ଉଭୟ ପ୍ରକଳ୍ପ ମାନ କରାଯାଇଥିବା ବେଳେ ଏହାର ବିଧି ବଦ୍ଧ ଉଦ୍ଘାଟନ ସରକାରୀ ସ୍ତର ରେ ପ୍ରଶାସନ ଦ୍ୱାରା କରାଯିବା ସହ ଉଦ୍ଘାଟନୀ ଫଳକ ରେ ପ୍ରକଳ୍ପ ର ଆୟ ବ୍ୟୟ ସହ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ନିମନ୍ତ୍ରିତ ଅତିଥି ଙ୍କ ନାମ ରହିବା କଥା ଏବଂ ନିରପେକ୍ଷ ଭାବରେ ସମସ୍ତ ଙ୍କ ଉପସ୍ଥିତ ରେ ଉଦ୍ଘାଟନ କରିବାର ନିୟମ ଅଛି। ହେଲେ ଏହି ସମସ୍ତ ନିୟମ କୁ ଖୁଲମ ଖୁଲା ପ୍ରତ୍ୟାଖାନ କରିବା ସହ ସରକାରୀ ପ୍ରକଳ୍ପ ର ଉଦ୍ଘାଟନ ନିଜର ଦଳୀୟ ରାଜନୈତିକ ଉଦ୍ଦେଶ୍ୟରେ କିଛି ଦଳୀୟ କର୍ମୀ ଓ ଦଳୀୟ ସାମର୍ଥିତ କାଉନସିଲର ମାନଙ୍କ ଉପସ୍ଥିତିରେ ନିଜ ନାମ ଫଳକ ସହ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଉଦ୍ଘାଟନ କରିଥିବା ପଦ୍ମପୁର ଉପଜିଲ୍ଲାପାଳ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି ତିନି କାଉନସିଲର। ତେବେ ଏହି ଘଟଣା ର ଉଚ୍ଚିତ ତଦନ୍ତ ସହ ବିହିତ ପଦକ୍ଷେପ ନିଆଯାଉ ଏବଂ ଆଗାମି ଦିନରେ ଯେପରି ଏପରି ଘଟଣା ର ପୁନରାବୃତ୍ତି ନଘଟୁ ଏହାପ୍ରତି ପ୍ରଶାସନ ଦୃଷ୍ଟି ଦେଉ ବୋଲି ଦାବି ପାରିଛନ୍ତି ତିନି ବିଜେପି କାଉନସିଲ ପ୍ରମିଳା ମେହେର, ଚିନ୍ମୟ କୁମାର ପଣ୍ଡା ଓ ଇଂ. କୁନାଲ ପାଣିଗ୍ରାହୀ।
Comments
Post a Comment