Posts

କୋର୍ଟରୁ କଏଦୀ ଫେରାର, ଛାନଭିନ ପରେ କାବୁ କଲା ପୋଲିସ୍

Image
 - କୋର୍ଟରୁ କଏଦୀ ଫେରାର, ଛାନଭିନ ପରେ କାବୁ କଲା ପୋଲିସ୍ l :-ବରଗଡ଼ କୋର୍ଟରୁ ବିଚାରାଧୀନ କଏଦୀ ଫେରାର l  ନାବାଳିକା ଦୁଷ୍କର୍ମ ମାମଲାରେସଜା କରୁଥିଲେ କଏଦୀ lକଏଦୀର ବାବାଜୀ ଛୁରିଆ ହୋଇଥିବା ସୂଚନା l୫ ବର୍ଷ ଧରି ବରଗଡ଼ ଜେଲରେ ସଜା କରୁଥିଲା କଏଦୀ l କଏଦି ଜଣକ ସଦର ଥାନା ଅଞ୍ଚଳ ସଂୟା ଗାଁ ର ବାବାଜୀ ଛୁରିଆ l ନାବାଳିକା ଦୁଷ୍କର୍ମ ମାମଲାରେ  ପୋସ୍କୋ କୋର୍ଟରେ ହାଜର କରି ପୋଲିସ ଜେଲକୁ ନେବାପାଇଁ କୋର୍ଟରୁ ବାହାରକୁ ଆଣୁଥିବା ବେଳେ ପୋଲିସକୁ ଧକାଦେଇ କଏଦୀ ଜଣକ ଫେରାମାରିଥିଲା  । କଏଦୀକୁ  ଛାନ ଭିନ ପରେ ସହରକୁ କାବୁ କରିଛି ପୋଲିସ  ।

ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

Image
  ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ* ବରଗଡ଼ ଜିଲ୍ଲା ୭୮ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଆଜି  ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ଶ୍ରୀ ଗୋୟଲ ଅଧ୍ୟକ୍ଷତା କରିବା ସହ ଆଗାମୀ ସ୍ୱାଧିନତା ଦିବସକୁ ଜାତୀୟ ଭାବନା ସହକାରେ ବିପୁଳ ଆନନ୍ଦ ଉଲ୍ଲାସ ଓ ଉତ୍ସାହ ଉଦୀପନା ସହିତ ପାଳନ କରିବା ପାଇଁ ସମସ୍ତଙ୍କର ସକ୍ରିୟ ସହଯୋଗ କାମନା କରିଛନ୍ତି ।  ପ୍ରସ୍ତୁତି ବୈଠକର ନିଷ୍ପତିି ଅନୁୟାୟୀ ସ୍ୱାଧୀନତା ଦିବସ ଅବସରରେ ପ୍ରତ୍ୟୁଷରେ ରାମଧୂନ୍ ପ୍ରଚାର, ସକାଳେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତଫେରୀ, ସକାଳ ୭ ଘଟିକାରୁ ଘ୭.୩୦ମି. ମଧ୍ୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତଥା ଶିକ୍ଷାନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତୋଳନ, ସକାଳ ଘ୮.୩୦ମି. ସମୟରେ ମହାପୁରୁଷମାନଙ୍କର ପ୍ରତିମୁର୍ତିରେ ମାଲ୍ୟାର୍ପଣ, ସକାଳ ଘ୯.୧୫ମି. ସମୟରେ ଜିଲ୍ଲାସ୍ତରୀୟ ସମାରୋହରେ ଜାତୀୟ ପତାକା ଉତୋଳନ, ସମ୍ମିଳିତ ଆନୁଷ୍ଠାନିକ ପ୍ୟାରେଡ୍ ଏବଂ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଂଟନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସମ୍ମିଳିତ ପ୍ୟାରେଡ୍‌କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆଗାମୀ ଅଗଷ୍ଟ ମାସ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ...

ନକଲି ବିହନ ବିକ୍ରି ଘଟଣାରେ କଡ଼ା କାର୍ୟ୍ୟାନୁଷ୍ଠାନ:୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ, ୨ ଜଣଙ୍କ ବାତିଲ

Image
 ନକଲି ବିହନ ବିକ୍ରି ଘଟଣାରେ କଡ଼ା କାର୍ୟ୍ୟାନୁଷ୍ଠାନ:୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ, ୨ ଜଣଙ୍କ ବାତିଲ   ବରଗଡ଼ରେ ନକଲି ବିହନ ବିକ୍ରି ଘଟଣାରେ କଡ଼ା କାର୍ୟ୍ୟାନୁଷ୍ଠାନ ନେଇଛି ଜିଲା କୃଷି ବିଭାଗ । ୬ ଜଣ ଲାଇସେନ୍ସ ପ୍ରାପ୍ତ ବ୍ୟବସାୟୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହୋଇଛି। ୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ହୋଥିବା ବେଳେ ୨ ଜଣଙ୍କ ଲାଇସେନ୍ସ ବାତିଲ ହୋଇଛି। କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରସନ୍ନ ମିଶ୍ରଙ୍କ ସୂଚନା ଦେଇଛନ୍ତି। ନକଲି ବିହନ ନେଇ ଅଭିଯୋଗ ହେବା ପରେ କୃଷି ବିଭାଗର ନୋଡାଲ ଅଧିକାରୀ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବ୍ୟବସାୟୀଙ୍କଠାରୁ ପ୍ରଚୁର ପରିମାଣର ନକଲି ବିହନ ଜବତ ହୋଇଥିଲା । ନୋଡାଲ ଅଧିକାରୀ କାର୍ୟ୍ୟାନୁଷ୍ଠାନ ପରେ ନିର୍ଦ୍ଦେଶ ଦେବା ପରେ ଏବେ ୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ହୋଥିବା ବେଳେ ୨ ଜଣଙ୍କ ଲାଇସେନ୍ସ ବାତିଲ ହୋଇଛି। ସେପଟେ କାର୍ୟ୍ୟାନୁଷ୍ଠାନ ପରେ ମଧ୍ୟ ବେପାରୀ ମାନେ ପଡ଼ୋଶୀ ରାଜ୍ୟରୁ ନକଲି ବିହନ ଆଣି ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଆଉ କୃଷି ବିଭାଗ ଏହି ବେପାରୀମାନଙ୍କୁ ସୁରକ୍ଷା ଦେଉଥିବା ଚାଷୀ କହିଛନ୍ତି । ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଜିଲାରେ ଚଢ଼ାଉ କରିବାକୁ କୃଷକ ସଂଗଠନର ନେତଦାବି କରିଛନ୍ତି ।

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସତଲମା ରେ ଜ୍ଞାନ ବିଜ୍ଞାନ ମେଳା

Image
  ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସତଲମା ରେ ଜ୍ଞାନ ବିଜ୍ଞାନ ମେଳା  ବରପାଲି ବ୍ଲକ ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସତଲମା ରେ ଜ୍ଞାନ ବିଜ୍ଞାନ ମେଳା   ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମକୁ ମୋହନଚାନ୍ଦ ପଧାନ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ପ୍ରଧାନଆଚାର୍ଯ୍ୟ ବିବେକାନନ୍ଦ ପଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ କୁ ସଭାପତି ବନବସ ସାହୁ ପରିଚାଳନା କରିଥିବା ବେଳେ ଗୁରୁମା ଅରୁଣା ପୋଢ଼ ଧନ୍ୟବାଦ ଅର୍ପଣ କରିଥିଲେ  l ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଦୁଷ୍ମନ୍ତ ସାହୁ, ସହସମ୍ପାଦକ କ୍ଷୀରଜ ସାହୁ, କୋଷାଧକ୍ଷ ପିଣ୍ଟୁ ବାରିକ ଗୁରୁଜୀ ସୁରେନ୍ଦ୍ର ମହାକୁର, ଅନିଲ ସ୍ୱାଇଁ, ରାଜେଶ ଗୌନ୍ତିଆ, ଗୁରୁମା ନଳିନୀ ସାହୁ, ଚନ୍ଦ୍ରିକା ସାହୁ, ସୁନିତା ସାହୁ, ଧରିତ୍ରୀ ସାହୁ ଏବଂ ଦୀପା ସାହୁ ଯୋଗଦାନ କରିଥିଲେ l  ବିଚାରକ ଭାବରେ ସୁବଳ ଭୋଇ, ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରି, ସୋନପୁର, ନରେନ୍ଦ୍ର କୁମାର ସାହୁ, ପୂର୍ବତନ ଶିକ୍ଷକ ଏବଂ ନବଘନ ତଣ୍ଡିଆ ଯୋଗଦାନ କରିଥିଲେ l ସର୍ବମୋଟ 39ଟୀ ପ୍ରକଳ୍ପ ପ୍ରଦର୍ସିତ ହୋଇଥିଲା l

ଜବାହର ନବୋଦୟ ବିଦ୍ୟାଳୟରେ ଶିକ୍ଷା ସପ୍ତାହର ଉଦଯାପନୀ ସମାରୋହ

Image
  ଜବାହର ନବୋଦୟ ବିଦ୍ୟାଳୟରେ ଶିକ୍ଷା ସପ୍ତାହର ଉଦଯାପନୀ ସମାରୋହ  ପାଇକମାଳ ତା ୨୭/୭ :- ଭାରତ ସରକାରଙ୍କ ଦ୍ୱାରା ଗତ ତା ୨୨/୭ରୁ ଆରମ୍ଭ ହୋଇଥିବା ଶିକ୍ଷା ସପ୍ତାହର ଉଦଯାପନୀ ଉତ୍ସବ ଆଜି ଜବାହର ନବୋଦୟ ବିଦ୍ୟାଳୟରେ ମହାଆଡମ୍ବର ସହିତ ପାଳିତ ହୋଇଯାଇଛି l ଶିକ୍ଷା ସପ୍ତାହର ବିଭିନ୍ନ ଦିନର କାର୍ଯ୍ୟକ୍ରମକୁ ବିଦ୍ୟାଳୟରେ ପୂର୍ବରୁ ସୁଚାରୁ ରୂପେ ପାଳନ କରାଯାଇଥିଲାବେଳେ ଆଜି ଏହାର ଉଦଯାପନୀ ଦିବସ ପାଳନ କରାଯାଇଛି l ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶିକ୍ଷା ସପ୍ତାହର ବିଭିନ୍ନ ଦିବସର କାର୍ଯ୍ୟକ୍ରମକୁ ଆଲୋଚନା କରାଯିବା ସହିତ ନବୋଦୟ ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ବର୍ତ୍ତମାନର ନବୋଦୟ ବିଦ୍ୟାଳୟର  କର୍ମଚାରୀ ଶ୍ରୀଯୁକ୍ତ ରାଜେଶ ସାହୁ, ଶ୍ରୀଯୁକ୍ତ ବିକ୍ରମ ସିଂ ତଥା ଗୋବିନ୍ଦ ପଣ୍ଡିତ ସେମାନଙ୍କର ନବୋଦୟ ଦିନକୁ ଛାତ୍ର ଛାତ୍ରୀଙ୍କ ସହିତ ସାମିଲ କରିବା ସହିତ ଭବିଷ୍ୟତରେ ଏକ ଉତ୍ତମ ନାଗରିକ ହେବାପାଇଁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ମଳୟ କୁମାର ବିଶ୍ୱାଳ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l

ଗଙ୍ଗାଧର ଜୟନ୍ତୀ ପ୍ରସ୍ତୁତି ବୈଠକ

Image
 ଗଙ୍ଗାଧର ଜୟନ୍ତୀ ପ୍ରସ୍ତୁତି ବୈଠକ                         ଗାଇସିଲେଟ (୨୮-୦୭-୨୦୨୪), ଆଜି ଗଙ୍ଗାଧର ସାହିତ୍ୟ ସଂସଦ ଗାଇସିଲେଟ ଆନୁକୁଲ୍ୟରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ସଭାପତି ଦିବାକର ଯୋଶୀଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉପସଭାପତି ରବିନ୍ଦ୍ର କୁମାର ପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ ପୂର୍ବକ ଚଳିତ ବର୍ଷର ଜୟନ୍ତୀ ପାଳନ ପାଇଁ ସଦସ୍ୟମାନଙ୍କ ମତାମତ ଆହ୍ବାନ କରିଥିଲେ। କୋଷାଧ୍ୟକ୍ଷ ମୋହନ ରଣା ପୂର୍ବ ବର୍ଷର ଆୟ ବ୍ୟୟର ସୂଚନା ଦେଇଥିବା ବେଳେ ସମ୍ପାଦକ ରୁକ୍ମିଣ ଦିଶ୍ରି ଜୟନ୍ତୀ ପାଳନର ରୂପ ରେଖ ଉପସ୍ଥାପନ କରିଥିଲେ। ଏହି ଜୟନ୍ତୀ ସମାବେଶରେ ଗଙ୍ଗାଧର ସାହିତ୍ୟ ସମ୍ମାନ ୨୦୨୪ ପାଇଁ କମିଟି ଗଠନ କରାଯାଇଛି ଓ ବ୍ଳକର ମାଟ୍ରିକ ଟପ୍ପରଙ୍କୁ ଯାଜ୍ଞସେନୀ ଦୁର୍ଗାପ୍ରସାଦ ପ୍ରତିଭା ସମ୍ମାନ ଦେବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଅଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଙ୍ଗାଧର ସାହିତ୍ୟ ପ୍ରତି ସ୍ପୃହା ସୃଷ୍ଟି ପାଇଁ ପୂର୍ବବର୍ଷମାନଙ୍କ ପରି ବକ୍ତୃତା, ଚିତ୍ରାଙ୍କନ ଓ ଗଙ୍ଗାଧର କବିତା ଆବୃତ୍ତି  ପ୍ରଭୃତି ପ୍ରତିଯୋଗିତାମାନ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଜୟନ୍ତୀ ସମାରୋହଟି ଆସନ୍ତା ୧୯-୦୮-୨୦୨୪ ଶ୍ରାବଣ ପୂର୍ଣ୍ଣିମା ପୂର୍ଣ୍ଣିମା ଦିନ ସ୍ଥାନୀ...

ବରପାଲି ଠାରେ ଏକ ଦିବସୀୟ ଫୋଟୋଗ୍ରାଫି କର୍ମଶାଳା ଅନୁଷ୍ଠିତ

Image
 ବରପାଲି ଠାରେ ଆଜି ଏକ ଦିବସୀୟ ଫୋଟୋଗ୍ରାଫି କର୍ମଶାଳା କେନନ୍(Cannon ) କମ୍ପାନୀ ଦ୍ଵାରା  ବରପାଲି ବଣିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି, ଏହି କାର୍ଯ୍ୟକ୍ରମ ରେ କେନନ୍ କମ୍ପାନୀ ର ମୋନିଟର ଙ୍କ ଦ୍ଵାରା ଫୋଟୋଗ୍ରାଫି ବିଷୟରେ ଶିକ୍ଷା ଦାନ କରାଯାଇଥିଲା, ଏହି ଫୋଟୋଗ୍ରାଫି କର୍ମଶାଳା ରେ ବରପାଲି ଫୋଟୋଗ୍ରାଫର୍ ସଂଘ ର ସଭାପତି ଶ୍ରୀ ସଚିନ ସାହୁ,ଉପ ସଭାପତି ମହେଶ ଦର୍ଜି, ସମ୍ପାଦକ ପ୍ରକାଶ କୁମାର୍ ସାହୁ,ଉପ ସମ୍ପାଦକ ବିଜନ ମେହେର, କୋଷାଧ୍ୟକ୍ଷ ରାହାସ ପାତ୍ର ତଥା ବରପାଲି ଫୋଟୋଗ୍ରାଫର୍ ସଂଘ ର ଫୋଟୋଗ୍ରାଫର୍ ଭାଇ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ