Posts

ବରପାଲି ରେ ଟେକ୍ସର୍ ଅଫ୍ ଡ୍ରିମ୍ସ୍ ଜାତୀୟ ଜଳରଙ୍ଗ ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ

Image
 ବରପାଲି ରେ ଟେକ୍ସର୍ ଅଫ୍ ଡ୍ରିମ୍ସ୍ ଜାତୀୟ ଜଳରଙ୍ଗ ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ । ବରପାଲି:- ୩୦/୯-(ଚିତ୍ତରଞ୍ଜନ ସାହୁ) ବରଗଡ ଜିଲ୍ଲାବରପାଲି ରାଉତ ଆର୍ଟ ଫାଉଣ୍ଡେସନ ତରଫରୁ ଜାତୀୟ ଜଳରଙ୍ଗ ପ୍ରଦର୍ଶନୀ ରାଉତ ଆର୍ଟ ଗ୍ୟାଲେରୀ ରେ ଉଦଯାପନୀ ସମାରୋହ ପାଳିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଡ଼ ରବୀନ୍ଦ୍ର ଗଡତିଆ ଓ ସମ୍ମାନିତ ଅତିଥି ଭାବେ ଶ୍ରୀ ଯଦୁମଣି ବିଶି ଓ ବିଶିଷ୍ଟ କଳାକାର କେଦାର ନାୟକ ଯୋଗ ଦେଇ ଗ୍ୟାଲେରୀ ବୁଲି ଚିତ୍ର ଗୁଡିକ ଦେଖିଥିଲେ l  ଉଦଯାପନୀ ସଭାରେ ସମସ୍ତ ଏଥିରେ ୩୫ ଜଣ କଳାକାରଙ୍କୁ ପ୍ରମାଣପତ୍ର ଦିଆଯାଇ ଥିଲା l ଏଥିରେ ଓଡ଼ିଶା ର ବରଗଡ଼, ଭଟଲି,ସମ୍ବଲପୁର,ସୋନପୁର, ବୌଦ୍ଧ, ପୁରୀ, ଖୋର୍ଦ୍ଧା, ମୟୁରଭଞ୍ଜ, ଗଞ୍ଜାମ ଜିଲ୍ଲା ଆଦି ସହ ପଶ୍ଚିମ ବଙ୍ଗ ର କଳାକାର ମାନଙ୍କ ପେଣ୍ଟିଙ୍ଗ ପ୍ରଦର୍ଶିତ ହୋଇଛି l ଆର୍ଟିଷ୍ଟ ବିଭାଗ ରେ ରମାକାନ୍ତ ତ୍ରିପାଠୀ, ବିଜେନ୍ଦ୍ର ବେହେରା ପ୍ରତ୍ୟୁଷ ପଣ୍ଡା, ଭାଗବତ ପ୍ରସାଦ ମିଶ୍ର, ଓ଼ମଂ ପ୍ରକାଶ ବେହେରା, ଆଶୁତୋଷ ବିଶ୍ୱାଳ, ପୂର୍ଣଚନ୍ଦ୍ର ମେହେର ତ୍ରିସୁକ ମହାରଣା, ଦୁର୍ଯ୍ୟୋଧନ ମେହେର, ଆନନ୍ଦିତା ମହାନ୍ତି, ସଂଯୁକ୍ତା ପଧାନ ସ୍ୱପ୍ନାରାଣୀ ଭୁଏ, ସଂସ୍କୃତିକା ପୁରୋହିତ, ଅମୃତାଂଶୁ ଏସ କୁମ୍ଭାର, ଈଶ୍ୱର କୁମାର ମହନ୍ତ , ପ୍ରିତିଶ କୁମାର ସାହୁ, ଚିତ୍ରସେନ ବିଶୋଇ ରାଜେନ୍ଦ୍ର ସାହୁ, ବିଶ୍ୱଜିତ ବିଶ୍ୱାସ ଓ ଛାତ୍ର ଛାତ୍ରୀ ବିଭାଗ ରେ ଜୟଶ୍ରୀ ବେହ...

ବିଦ୍ୟୁତ୍ କଟିଲେ ପୋଷ୍ଟ ଅଫିସରେ କାମ ବନ୍ଦ।

Image
 ବିଦ୍ୟୁତ୍ କଟିଲେ ପୋଷ୍ଟ ଅଫିସରେ କାମ ବନ୍ଦ। ବରପାଲି ତା:୩୦-୦୯(ଚିତ୍ତରଞ୍ଜନ ସାହୁ)ଆଜିକାର ଦିନ ରେ ମଧ୍ୟ ଲୋକେ ପୋଷ୍ଟ ଅଫିସ ଉପରେ ନିର୍ଭର କରି ଥାନ୍ତି । ଗତ କିଛି ଦିନ ହେଲା ଏହି ପୋଷ୍ଟ ଅଫିସରେ ସୁଭଦ୍ରା ଯୋଜନା ରେ ଆଧାର କାର୍ଡ ରେ ଫୋନ  ଲିଙ୍କ ଆଦି କାମ ନେଇ ମହିଳା ମାନଙ୍କ ଲମ୍ବା ଲାଇନ୍ ଲାଗିଛନ୍ତି । ଏପରିକି ଭୋର୍ ୫ଟା ରୁ ଲମ୍ବା ଧାଡ଼ି ଲାଗିଯାଏ ।କିନ୍ତୁ ଏହି ପୋଷ୍ଟ ଅଫିସରେ ବିଦ୍ୟୁତ ନ ଥିଲେ କାମ ବନ୍ଦ।ଆଜି ବିଜୁଳି କାଟ ହେବ ବୋଲି ଗତ କାଲି ଠୁ ଟାଟା ପାୱାର ପକ୍ଷ ରୁ ଘୋଷଣା କରିଥିଲା ଆଜି ଏନେଇ କେତେକ ଗଣ ମାଧ୍ୟମ ପ୍ରତିନିଧି ଏହି ଡାକ ଘର ର ମୁଖ୍ୟ ପରିଚାଳକ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ  ସେ ପ୍ରତିନିଧି ମାନଙ୍କ ଉପରେ ବିରକ୍ତି ପ୍ରକାଶ କରି କହି ଥିଲେ ଯେ, ଜେନେରେଟର ଏକ ବର୍ଷ ହେଲା ଖରାପ ହୋଇ ପଡ଼ିଛି ଓ ବ୍ୟାଟେରୀ ମଧ୍ୟ କିଛି ଦିନ ହେଲା ଖରାପ ହୋଇଯାଇଛି । ବିଜୁଳି ଗଲେ କାମ ବନ୍ଦ ।ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବରପାଲି ବ୍ଲକ ର ୨୩ ଟି ପଞ୍ଚାୟତ ଏହି ଡାକ ଘର ଉପରେ ନିର୍ଭର କରିଥାନ୍ତି । ଆଉ ଏମିତି କେତେକ କାର୍ଯ୍ୟ ଅଛି ଯାହା କି କେବଳ ଡାକ ଘରେ ହିଁ ହେବ। ଅନ୍ୟ ପକ୍ଷରେ ଏଠାରେ ପ୍ରତ୍ୟହ ବିଜୁଳି ବିଭ୍ରାଟ ହେଉ ଥିବାରୁ ଉପଭୋକ୍ତା ମାନେ ନାହିଁ ନ ଥିବା ହଇରାଣ ର ସମ୍ମୁଖିନ ହେଉଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏନେଇ ତୁରନ୍ତ ବିହୀତ ପଦକ୍ଷେପ ନେବା ସହ ଏଠାରେ ଅବସ୍ଥାପିତ...

ବରପାଲି-1 କ୍ଳଷ୍ଟରର ସୁରଭି କାର୍ଯ୍ୟକ୍ରମ

Image
  ବରପାଲି ଗଙ୍ଗାଧର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ  ବରପାଲି-1 କ୍ଳଷ୍ଟରର ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |କାର୍ଯ୍ୟକ୍ରମରେ କ୍ଳଷ୍ଟରର 10 ଟି ବିଦ୍ୟାଳୟର 120 ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ସିଂ  ମୁଖ୍ଯ ଅତିଥି ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରତ୍ନ କୁମାର ଭୋଇ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ।ଚିତ୍ରାଙ୍କନ,ବକ୍ତୁତା,ଗୀତ,ଚିତ୍ର କଳା,ଶିଳ୍ପ କଳା,ଶ୍ରୁତଲିଖନ,ରଚନା ଲିଖନ,କ୍ବିଜ ଓ ସାଂସ୍କୃତିକ କାର୍ଯ୍ୟକ୍ରମ    ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ବିଜେତା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଶିକ୍ଷକ ଅଶୋକ କୁମାର ଦାସ,ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ହୀରାବତୀ ମହାପାତ୍ର,ସୁବାସିନୀ ଦାସ,ଶୈଳବାଳା କୁଅଁର  ଓ ସୁମିତ୍ରା ପତିଙ୍କୁ ସମ୍ମାନିତ କରାଯାଇଥିଲା।କ୍ଳଷ୍ଟରର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହଯୋଗରେ ସି ଆର ସି ସି ଶ୍ରୀନିବାସ ପଧାନ ସୁରଭି 2024 କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କ୍ଲଷ୍ଟର ସ୍ତରୀୟ ଶିଶୁ ମୋହତ୍ସବ -'ସୁରଭି'

Image
 କ୍ଲଷ୍ଟର ସ୍ତରୀୟ ଶିଶୁ ମୋହତ୍ସବ -'ସୁରଭି' ବରପାଲି, ତା 28/9/2024 ବରପାଲି ବ୍ଲକ ଅନ୍ତର୍ଗତ ତେଜଙ୍ଗ ର ସି. ଆର. ସି. ସି ସଞ୍ଜୟ କୁମାର ସାହୁଙ୍କ ତତ୍ୱବଧାନରେ, ସରକାରୀ ଉଚ୍ଚ ବିଦ୍ୟାଳୟ ତେଜଙ୍ଗ ଠାରେ 'ସୁରଭି' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ସକାଳର ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ବରପାଲି ବ୍ଲକ ଶିକ୍ଷାଧିକାରୀ ମୁକୁନ୍ଦ ମହରା, ରକ୍ସା ଗ୍ରାମପଞ୍ଚାୟତର ସରପଞ୍ଚ ମିଳି ରାଉତ, ମୋ ସ୍କୁଲ ଅଭିଯାନର ସଭାପତି କେଶବ ରାଉତ ଏବଂ ବରପାଲି ଗଙ୍ଗାଧର ଏନ. ଏ.ସି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ମନୋଜ କୁମାର ବାରିକ ଯୋଗଦାନ କରି ଶୁଭ ଉଦଘାଟନ କରିଥିଲେ l କାର୍ଯ୍ୟକ୍ରମ ରେ କ୍ଲଷ୍ଟରରୁ ଆସିଥିବା ଦଶଟି ବିଦ୍ୟାଳୟ ରୁ ମୋଟ 127 ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ବିଭାଗରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l ଅପରାହ୍ନରେ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ବରଗଡ ଜିଲ୍ଲାର ଜିଲ୍ଲା ଶିକ୍ଷଧିକାରୀ ରାଧାକାନ୍ତ ଛତ୍ରୀ, ସମ୍ମାନିତ ଅତିଥି ବରପାଲି ତହସିଲଦାର ରୁକ୍ମଣ ମେହେର, ବ୍ଲକ ଚେୟାରମ୍ୟାନ ରିନା ଥଇତ ଓ କବି ରଣଜିତ ପଧାନ ଯୋଗଦାନ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ l ତେଜଙ୍ଗ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିଭା ମିଶ୍ର ସଭାପତିତ୍ୱ କରିଥିବା ବେଳେ ତିଳେଇମାଲ ଗ୍ରାମପଞ୍ଚାୟତ ହାଇସ୍କୁଲ ର ଖେଳଶିକ୍ଷକ ସତ୍ୟପ୍...

ମହିଳାଙ୍କୁ ସଶକ୍ତ କରୁ ‘ସୁଭଦ୍ରା’, ମହିଳାଙ୍କ ବିକାଶ ଓଡିଶାର ବିକାଶର ମୂଳମନ୍ତ୍ର

Image
 ମହିଳାଙ୍କୁ ସଶକ୍ତ କରୁ ‘ସୁଭଦ୍ରା’, ମହିଳାଙ୍କ ବିକାଶ ଓଡିଶାର ବିକାଶର ମୂଳମନ୍ତ୍ର”  - ମହିଳାଙ୍କ ବିକାଶ ଓ ବଢୁଥିବା ସାମର୍ଥ୍ୟ ହିଁ ଓଡିଶା ବିକାଶର ମୂଳମନ୍ତ୍ର । ପ୍ରଭୁ ଜଗନ୍ନାଥଙ୍କ ସାଙ୍ଗରେ ଭଉଣୀ ସୁଭଦ୍ରାଙ୍କ ଉପସ୍ଥିତି ମଧ୍ୟ ଆମକୁ ଏହି ବାର୍ତ୍ତା ଦେଉଛି । ଆଜି ସାରା ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ଚାଲି ଥିବା ବେଲେ ବରଗଡ ଜିଲ୍ଲା ବରଗଡ, ବରପାଲି, ପଦ୍ମପୁର,ଅତାବିରା, ଭେଡେନ, ବିଜେପୁର,ସୋହେଲା,ଭଟଲି,ପାଇକମାଳ,ଝାରବନ୍ଦ,ଆମ୍ବାଭନା ବ୍ଲକ ମହକୁମା ମାନଙ୍କରେ ଭର୍ଚୁଆଲ ମାଧ୍ୟମରେ ସୁଭଦ୍ରା ସହ ବିଭିନ୍ନ ଯୋଜନା ମାନ ଉଦ୍ଘାଟନ କରିଥିଲେ  ପ୍ରଧାନମନ୍ତ୍ରୀ ମୋଦି । ଏନେଇ ମୋଦି କହିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବାର ସୌଭାଗ୍ୟ ମିଳିଲା । ଓଡ଼ିଶାର ମା’ ମାନଙ୍କ ପାଇଁ ସୁଭଦ୍ରା ଶୁଭାରମ୍ଭ କରିବାର ସୁଯୋଗ ମିଳିଲା । ଆଜି ଏନ୍‌ଡିଏ ସରକାରର ତୃତୀୟ ପାଳିର ଶହେ ଦିନ ମଧ୍ୟ । ସରକାରର ଶହେ ଦିନ ଭିତରେ ୩୦ ଲକ୍ଷରୁ ଅଧିକ ପରିବାରକୁ ଆଜି ପକ୍କା ଘର ଦିଆଗଲା । ୨୬ ଲକ୍ଷ ଘର ଗାଁ ଓ ୪ ଲକ୍ଷ ଘର ସହରରେ ଦିଆଯାଇଛି ବୋଲି କହିଲେ ପ୍ରଧାନମନ୍ତ୍ରୀ ।ଚାଷୀ, ମହିଳା, ଗରିବଙ୍କ ବିକାଶ ପାଇଁ ବଡ଼ ବଡ଼ ନିଷ୍ପତ୍ତି ନେଇଛି ବିଜେପି ସରକାର । ଗରିବଙ୍କୁ ପକ୍କା ଘର, ଯୁବକଙ୍କ ପାଇଁ ପ୍ୟାକେଜ ଘୋଷଣା ହୋଇଛି । ଓଡ଼ିଶା ସହ ଅନ୍ୟ ରାଜ୍ୟରେ ୭୫ ହଜାର ମେଡିକାଲ ସିଟ୍‌ ଯୋଡ଼ାଯିବ ବୋ...

ଅପ୍ରକୃତିକ ଯୌନକ୍ରିୟା ଅଭିଯୋଗରେ ଜଣେ କୋର୍ଟ ଚାଲାଣ

Image
 ଅପ୍ରକୃତିକ ଯୌନକ୍ରିୟା ଅଭିଯୋଗରେ ଜଣେ କୋର୍ଟ ଚାଲାଣ ବରପାଲି ୧୫/୯(ଚିତ୍ତରଞ୍ଜନ ସାହୁ)- ଆଜିର ଏଦୁନିଆ ଓ ସମାଜରେ ଅଣ ମଣିଷ ଭଳିଆ କାମ କରିବା  ଏବଂ ଏଭଳି ଘୃଣ୍ୟ ମାନ କରି ଆଜି ଅଭିଯୁକ୍ତ ହରଡ  ଘନାରେ । ବରଗଡ଼ ଜିଲ୍ଲା ବରପାଲି ଥାନା ସରଣ୍ଡାପାଲି ଗ୍ରାମରେ ଜଣେ ନାବାଳକ ସହ ଅପ୍ରକୃତିକ ଯୌନକ୍ରିୟା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ  କୋର୍ଟ ଚାଲାଣ କରାଯାଇଛି । ନାବାଳକ ର ବାପା ପବିତ୍ର ବରିହାଙ୍କ ଅଭିଯୋଗ ଅନୁଯାୟୀ ଗତ ଗୁରୁବାର ଦିନ ଅପରାହ୍ନ ଦୁଇଟା ସମୟରେ ଉକ୍ତ ଗ୍ରାମର ରୋହିତ ଛତ୍ରିଆ(୪୦) ଖେଳପଡିଆ ପାଖରେ ଥିବା ପାଣି ଟାଙ୍କି ଘରକୁ ଏକ ନାବାଳିକା ଡ଼ାକିନେଇ ବଳପୂର୍ବକ ଅ ପ୍ରାକୃତିକ ଉପାୟରେ ଯୌନକ୍ରିୟା କରୁଥିବା ବେଳେ  ଶିଶୁ ଟି ଚିତ୍କାର କରିବା ବେଳେ ଚିତ୍କାର ଶୁଣି ତାର ଜଣେ ସାଙ୍ଗ ଆସିଥିବାରୁ ଅଭିଯୁକ୍ତ ଉକ୍ତ ଶିଶୁକୁ ଛାଡ଼ିଦେଇ ଅଭିଯୁକ୍ତ ପଳେଇ ଯାଇଥିଲା । ଏ ବିଷୟରେ ବରପାଲି ଥାନାରେ ଅଭିଯୋଗ ହେଲାପରେ ବରପାଲି ପୋଲିସ କେସ ନଂ ୨୮୧/୨୪ ଅଣ୍ଡର ସେକ୍ସନ ୪ ପେସ୍କୋ ଏକ୍ଟ ୯ କେସ ରୁଜୁ କରି ଅଭିଯୁକ୍ତ ରୋହିତ ଛତ୍ରିଆ କୁ ଗୀରପ କରିବା ପରେ କୋର୍ଟ ଚାଲାଣ କରିଛି ବରପାଲି ପୋଲିସ ।

ନୂତନ ଯୁବ ଯାଦବ ସଂଗଠନ ଗଠିତ

Image
 ନୂତନ ଯୁବ ଯାଦବ ସଂଗଠନ ଗଠିତ ବରପାଲି ୧୫/୦୯(ଚିତ୍ତରଞ୍ଜନ ସାହୁ )  ଆଜି ରବିବାର ଦିନ ବରପାଲି ସାପ୍ତାହିକ ବଜାର ରେ ବିଶ୍ଵାମିତ୍ର ପୋଢ଼ ଙ୍କ ସଭାପତିତ୍ବ ରେ ଓ ପୂର୍ବତନ ବ୍ଲକ୍ ସଭାପତି ପବିତ୍ର ବାଗ ଓ ପୂର୍ବତନ ବ୍ଲକ୍ ସମ୍ପାଦକ ଜୟକାନ୍ତ ମହାକୁର ଙ୍କ ଉପସ୍ଥିତି ରେ ବରପାଲି ବିଜ୍ଞାପିତ ପରିଷଦର ଯୁବ ଯାଦବ ସଂଗଠନ କରାଗଲା। ସେଥିରେ ସଭାପତି ହଜାରୁ ମହାକୁର ,ଉପ ସଭପତି ନିଲାଞ୍ଚଲ୍ ହାତୀ ଓ ସଚିନ୍ ଭୁଏ ସମ୍ପାଦକ ମନ ବଗର୍ତ୍ତି, ସହ ସମ୍ପାଦକ ସମୀର ବଞ୍ଚୋର୍ ଓ ଶମ୍ଭୁ ବାଗ ଏବଂ କୋଷାଧ୍ୟକ୍ଷ ବୁଡୁ ଷାଣ୍ଢ ,ସହ କୋଷାଧ୍ୟକ୍ଷ ରାକେଶ ଥପା ଓ ଅନ୍ଵସ୍ ଦୀପ ଏବଂ କାର୍ଯ୍ୟକାରୀ କମିଟି ଦିବାକର ବାଗ , ସୁରଜ୍ ମହାକୁର, ଗଙ୍ଗାଧର ବଗାର, ବିଶ୍ଵ ବିଶି, ରିଙ୍କୁ ପୋଢ଼ ,ବିନୋତ ବଗର୍ତ୍ତି, କିଶୋର ଗଡତୀଆ, ଏବଂ ଉପଦେଷ୍ଟା କମିଟିରେ ପୂର୍ଣ୍ଣଚନ୍ଦ୍ର ଠେଲା,ଅଲେଖ ଷାଣ୍ଢ, ବିପିନ ରାଉତ୍, ହାଡୁ କାଲସେ ,ଓ ବିଶ୍ଵାମିତ୍ର ପୋଢ଼। ଶେଷରେ ନୂତନ ସଭାପତି ହଜାରୁ ମହାକୁର ଧନ୍ୟବାଦ୍ ଦେଇ ସଭା ଭଙ୍ଗ କଲେ ।