Posts

ସ୍ବାମୀ ବିବେକାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁବ ରେଡକ୍ରସ୍ ୟୁନିଟ୍ ଉଦଘାଟିତ

Image
 ସ୍ବାମୀ  ବିବେକାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁବ ରେଡକ୍ରସ୍  ୟୁନିଟ୍  ଉଦଘାଟିତ।                                                                         ବରଗଡ଼ ଜିଲ୍ଲା ଅନ୍ତର୍ଗତ ବରପାଲି ଠାରେ ଥିବା ସ୍ୱାମୀ ବିବେକାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ  ଗତ  ୩୦ ଅକ୍ଟୋବର ତାରିଖ ରେ  ଯୁବ ରେଡ କ୍ରସ ୟୁନିଟ୍ ର ଉଦଘାଟନ ହୋଇ ଯାଇଛି। ଅନୁଷ୍ଠାନର ଅଧକ୍ଷ ଅଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ  ଙ୍କ  ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ  ବରଗଡ଼ ଜିଲ୍ଳା  ଯୁବ ରେଡ୍  କ୍ରସ୍  ସଂଯୋଜକ  ତଥା ଅତାବିରା କଲେଜ ର ଅଧ୍ୟାପକ  ଶ୍ରୀଯୁକ୍ତ  ପରମାନନ୍ଦ ରଥ ମୁଖ୍ୟ ଅତିଥି, ବରପାଲି  କଲେଜ ର ଅଧ୍ୟାପକ ତଥା ଯୁବ ରେଡ୍ କ୍ରସ କାଉନସିଲର ଶ୍ରୀଯୁକ୍ତ ଅଲେଖ ମହାନନ୍ଦ ଓ ଜଗବନ୍ଧୁ  ଦାଶ ଡିଗ୍ରୀ ମହାବିଦ୍ୟାଳୟର କଦଳୀପାଲି , ବରପାଲି ର  ଅଧ୍ୟାପକ ତଥା ଯୁବ ରେଡ୍ କ୍ରସ୍ କାଉନସିଲର ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ସାହୁ    ସମ୍ମାନିତ ଅତିଥି  ...

ବରପାଲି ରେ ପଞ୍ଚାୟତ ସମିତି ବୈଠକ

Image
 ବରପାଲି ରେ ପଞ୍ଚାୟତ ସମିତି ବୈଠକ । ବରପାଲି ତା:୩୦-୧୦(ଚିତ୍ତରଞ୍ଜନ ସାହୁ) କୃଷି ବିଭାଗ ପକ୍ଷରୁ ଚାଷୀ ଙ୍କ ପାଇଁ ଆସୁ ଥିବା ସାମଗ୍ରୀ ର ସୁଚାରୁ ବଣ୍ଟନ ହେଉ ନ ଥିବା ଅଭିଯୋଗ ଉପରେ ସଂପୃକ୍ତ ବିଭାଗ କୁ କୈଫିୟତ ତଲବ ସହ ବୈଠକ କୁ ଆସି ନ ଥିବା ୱେସ୍କୋ ବିଭାଗ ସମେତ ଅନ୍ୟ ବିଭାଗ କୁ ବି କୈଫିୟତ ନିର୍ଦ୍ଦେଶ ଦେଇଥିବା ବିଷୟ ବରପାଲି ପଞ୍ଚାୟତ ସମିତି ବୈଠକ ପରେ ସାମ୍ବାଦିକ ମାନଙ୍କୁ  ବରଗଡ଼ ସାଂସଦ ପ୍ରଦୀପ ସୂଚନା ଦେଇଥିଲେ । ବୁଧବାର ବରପାଲି ବ୍ଲକ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ବରଗଡ଼ ଲୋକ ସଭା ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ, ବିଜେପୁର ବିଧାୟକ ସନତ କୁମାର ଗଡତିୟା , ବରପାଲି ବ୍ଲକ ଅଧକ୍ଷା ରୀନା ଥଇତ,ବ୍ଲକ ଉପାଧ୍ୟକ୍ଷ  ବରପାଲି ବିଡ଼ିଓ ସୁମନ୍ତ କୁମ୍ଭାର,ସିଡିପିଓ ସଂଯୁକ୍ତା ଲେଙ୍କା ଙ୍କ ସମେତ ବିଭାଗୀୟ ଅଧିକାରୀ, ସମିତି ସଭ୍ୟ, ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ଥିଲେ । ଯିଏ ଯେଉଁ ରାଜନୈତିକ ଦଳର ହେଉନା କାହିଁକି ଅଞ୍ଚଳ ର ବିକାଶ କାର୍ଯ୍ୟ ରେ ସମସ୍ତ ଙ୍କ ସହଯୋଗ ଆବଶ୍ୟକ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ ମତ ପ୍ରକାଶ କରିଥିଲେ।

କ୍ଲଷ୍ଟର ସ୍ତରୀୟ ପଞ୍ଚମ ମାସିକ ବୈଠକ ଅନୁଷ୍ଠିତ

Image
 କ୍ଲଷ୍ଟର ସ୍ତରୀୟ ପଞ୍ଚମ ମାସିକ ବୈଠକ ଅନୁଷ୍ଠିତ। ବରପାଲି:-୩୦.୧୦-( ଚିତ୍ତରଞ୍ଜନ ସାହୁ)-ବରପାଲି ବ୍ଲକ ଅନ୍ତର୍ଗତ ବାନ୍ଦୁମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ଠାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ସ୍ଥାନୀୟ ତେଜଙ୍ଗ କ୍ଲଷ୍ଟର ର ସିଆର ସି ସି ଶିଯୁକ୍ତ ସଞ୍ଜୟ କୁମାର ସାହୁ ଙ୍କ ତତ୍ତ୍ୱବଧାନ ରେ  ରେ ପଞ୍ଚମ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକ ରେ ବିଦ୍ୟାଳୟ ର ପୂର୍ବତନ ପ୍ରଧାନଶିକ୍ଷକ ଶିଯୁକ୍ତ ରେଜେନ୍ଦ୍ର ପୂଝରୀ ଯୋଗାଦାନ କରି କହିଥିଲି ଯେ ଏ ଫେ ଏଲ ନ ଏକ ଗୁରୁତ୍ୱ ପୂର୍ଣ୍ଣ ବିଷୟ ବସ୍ତୁ ଅଟେ.ଏହା ଶିକ୍ଷକ ମାନଙ୍କୁ ଉଚିତ ମାର୍ଗ ରେ ଶିକ୍ଷାଦାନ କରି ଶିକ୍ଷା ର ମାନବୃଦ୍ଧି କରବା ପାଇଁ ଅନୁରୋଧ କରିଥିଲେ lଉକ୍ତ ମସିକ ବୈଠକ ରେ ବରପାଲି ଓ ବିଜେପୁର ଦାୟିତ୍ୱ ରେ ଥିବା ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ର ପ୍ରଶିକ୍ଷକ ଶ୍ରୀଯୁକ୍ତ ଗଗନ ବେହେରା ପରିଦର୍ଶନ କରି ଶିକ୍ଷକ ମାନଙ୍କୁ କହିଥିଲି ଯେ ଚାରି ପନ୍ଥା ଭାଷା ଓ ଗଣିତ ବିଷୟ ପାଇଁ ସି ଆର ଏ ପଦ୍ଧତି ରେ ଶିକ୍ଷାଦାନ କରିବା ପାଇଁ କହିଥିଲି l ଶ୍ରୀଯୁକ୍ତ ଲିଙ୍ଗରାଜ ପାଣ୍ଡେ ଓ ଶ୍ରୀଯୁକ୍ତ ରାଜୀବ ଲୋଚନ ସାହୁ ସି ଆର ସି ସି ଙ୍କୁ ଶିକ୍ଷାଦନ ରେ ସାହାଯ୍ୟ କରିଥିଲେ l ଶେଷ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଳିତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l

ଅନ୍ତର୍ଜାତୀୟ ଫିଲ୍ମ୍ ଫେଷ୍ଟିଭାଲ ରେ ସମ୍ବଲପୁରୀ ଚଳଚିତ୍ର ଭକୁଆ ଲୋକ୍ ପୁରସ୍କୃତ

Image
 ଅନ୍ତର୍ଜାତୀୟ ଫିଲ୍ମ୍ ଫେଷ୍ଟିଭାଲ ରେ ସମ୍ବଲପୁରୀ ଚଳଚିତ୍ର ଭକୁଆ ଲୋକ୍ ପୁରସ୍କୃତ ବରପାଲି:-୨୯.୧୦ (ଚିତ୍ତରଞ୍ଜନ ସାହୁ)-ବରପାଲି ବରଗଡ଼ ଜିଲ୍ଲା ବରପାଲି ଜି, ମ ପ୍ରଡକସନ ପ୍ରାୟୋଜିତ କ୍ଷୁଦ୍ର ସମ୍ବଲପୁରୀ ଫିଲ୍ମ୍ ଚଳଚିତ୍ର ଭକୁଆ ଲୋକ ବେଷ୍ଟ୍ କମେଡି ସିନେମା ଭାବେ କଟକ ରେ ଆଯୋଜିତ ସିଲ୍ଭର୍ ସିଟି ଅନ୍ତର୍ଜାତୀୟ ଫିଲ୍ମ୍ ଫେଷ୍ଟିଭାଲ ରେ ପୁରସ୍କୃତ ହୋଇଛି? ଚଳଚିତ୍ର ର ଲେଖକ ନିର୍ଦ୍ଦେଶକ ଓ ପ୍ରଯୋଜକ ସରୋଜ କୁମାର ମେହେର ଙ୍କ ସମେତ କଳାକାର ଅଭିନେତା ଙ୍କୁ ପୁରସ୍କାର କରାଯାଇଥିଲା। ସମାରୋହ ରେ ଅତିଥି ଭାବରେ ସିନେ ସଙ୍ଗୀତଜ୍ଞ ଓ ନିର୍ଦ୍ଦେଶକ ଅରୁଣ ମହାନ୍ତି, ଅଭିନେତା ଶ୍ରୀତମ ଦାସ, ନିର୍ଦ୍ଦେଶକ ସୁରଜ୍ ମିଶ୍ର ଓ ନବକିଶୋର ଦାସ ବରିଷ୍ଠ କଳାକାର ମାନେ ମଞ୍ଚାସିନ ଥିଲେ ୮ଟି ବିଦେଶୀ ସିନେମା ସହ ୩୦ଟି ଭାରତ ର ଭିନ୍ନ ଭିନ୍ନ ଭାଷା ର ସିନେମା ପ୍ରଦର୍ଶିତ ହେଇ ଥିଲା।ସମ୍ବଲପୁରୀ ସିନେମା ଭକୁଆ ଲୋକ ଦ୍ୱିତୀୟ ଶ୍ରେଷ୍ଠ କମେଡି ସିନେମା ଭାବରେ ପୁରସ୍କୃତ ହେବାର ଖବର ପ୍ରସାରିତ ହେବାପରେ ଅଞ୍ଚଳର କଳାକାର ଓ କଳପ୍ରେମି ବୃଦ୍ଧି ଯିବି ମହଲରେ ଆନନ୍ଦ ର ଲହରୀ ଖେଳି ଯାଇଛି।ସିନେମା ରଚନା ନିର୍ଦ୍ଦେଶନା ଓ ପ୍ରଯୋଜକ ସରୋଜ କୁମାର ମେହେର କରି ଥିବା ବେଳେ ଅଭିନୟ କରିଛନ୍ତି ବିର ବଜରଙ୍ଗ ମେହେର,ବୁଲୁ ରଣା,ଟଙ୍କଧର ଭୋଇ,ଦିଲୀପ ଲହରୀୟା,ପ୍ରକାଶ ବେହେରା,ବନ୍ଦିତା ମିଶ୍ର, ଆଲୋକ ନାଗ,ସରୋଜ କୁମ୍ଭାର, ମୂଜିକ୍ ଅଭିମନ୍ୟୁ ମେହେ...

ପଦ୍ମପୁର ପଥ ଉତ୍ସବ ରେ ବାଜିଲା ବିଜେପି ର ପ୍ରାର୍ଥୀ ପ୍ରଚାର ଗୀତ

Image
 ପଦ୍ମପୁର ପଥ ଉତ୍ସବ ରେ ବାଜିଲା ବିଜେପି ର ପ୍ରାର୍ଥୀ ପ୍ରଚାର ଗୀତ  ଆଜି ପଦ୍ମପୁର ଉପ-ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଭୋଟର ସଚେତନତା ନେଇ ବିଭିର୍ଣ୍ଣ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ଙ୍କୁ ନେଇ ପଥ ଉତ୍ସବ ଏବଂ ବିଭିର୍ଣ୍ଣ ପ୍ରତିଯୋଗିତା ମାନ ଆୟୋଜିତ ହୋଇଥିଲା। ତେବେ ଏହି ଉତ୍ସବ ରେ ନୃତ୍ୟ ପରିବେଶଣ କରିବାକୁ ଯାଇ ପଦ୍ମପୁର ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପକ୍ଷରୁ ପ୍ରଦର୍ଶିତ ନୃତ୍ୟ ରେ ବିଜେପି ବିଧାୟକ ତଥା ମନ୍ତ୍ରୀ ମୁକେଶ ମହାଳିଙ୍ଗ ଙ୍କର ନିର୍ବାଚନୀ ପ୍ରଚାର ଗୀତ ର ବ୍ୟବହାର କରାଯାଇଥିବା ବେଳେ ଅଧା ରୁ ନୃତ୍ୟ କୁ ଦଳୀୟ ଗୀତ ବ୍ୟବହାର ଯୋଗୁଁ ବନ୍ଦ କରାଗଲା। ତେବେ କିନ୍ତୁ ପ୍ରଶାସନ ଆୟୋଜକ ଭାବରେ ଦାୟିତ୍ୱ ନେଇ ସୁଦ୍ଧା ଏପରି ଭୁଲ କେମିତି ହେଲା ଏବଂ ଉତ୍ସବରେ ହେବା କୁ ଥିବା ନୃତ୍ୟ ରେ ବ୍ୟବହୃତ ଗୀତ ପୂର୍ବରୁ କେମିତି ଆୟୋଜକ ଏବଂ ଦାୟିତ୍ୱ ରେ ଥିବା ଅଧିକାରୀ ଜାଣି ନଥିଲେ ଅବା ଜାଣି ଶୁଣି ମଧ୍ୟ ଏହା ହେବାକୁ ଦିଆଗଲା ତାକୁ ନେଇ ବର୍ତ୍ତମାନ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଭୋଟର ସଚେତନତା ପାଇଁ ଆୟୋଜିତ ଏହି ଉତ୍ସବରେ କେବଳ ସ୍କୁଲ ପିଲା ଙ୍କ ଭିଡ଼ ଥିବା ବେଳେ ଭୋଟର କେଉଁଠି ବୋଲି ମଧ୍ୟ ପ୍ରଶ୍ନ ଉଠୁଛି। ତେବେ ପ୍ରକୃତରେ ଏହି ପଥ ଉତ୍ସବ କେଉଁ ଉଦେଶ୍ୟରେ ଏବଂ କାହା ପାଇଁ ତାହା ଏକ ଚର୍ଚ୍ଚା ର ବିଷୟ ହୋଇଥିବା ବେଳେ ପ୍ରଶାସନ ର ଆୟୋଜନ ଏବଂ କାର୍ଯ୍ୟଶୈଳୀ ବର୍ତ୍ତମାନ ପ୍ରଶ୍ନ ଘେର...

ବରପାଲି ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ର ପାଠଚକ୍ର କାର୍ଯ୍ୟକ୍ରମ

Image
 ବରପାଲି ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ର ପାଠଚକ୍ର କାର୍ଯ୍ୟକ୍ରମ ବରପାଲି:-୨୬.୧୦-(ଚିତ୍ତରଞ୍ଜନ ସାହୁ) ବରଗଡ ଜିଲ୍ଲା ବରପାଲି ମହାବିଦ୍ୟାଳୟରେ ଶିକ୍ଷା ବିଭାଗ  ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ  ବିଭାଗୀୟ  ମୁଖ୍ୟ ଶ୍ରୀମତୀ ମମତା ସାହୁ ସଭାପତିତ୍ବ କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷା ଜୟନ୍ତୀ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ । ଯୁକ୍ତ ତିନି ପ୍ରଥମ,ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ର ଛାତ୍ରୀ ମାନେ ମାନସ ଖମାରୀ,ଝରଣା ପଟେଲ,ଅପର୍ଣ୍ଣାଦାଶ, ରସ୍ମିତାନାଗ  ପ୍ରଭୃତି ଭାରତୀୟ ଦର୍ଶନ, RUSA, RMSA,SSA ଇତ୍ୟାଦି ବିଷୟରେ ପାଠଚକ୍ର କାର୍ଯ୍ୟକ୍ରମରେ ଉପସ୍ଥାପନ କରି ଥିଲେ।ବିଭାଗୀୟ ଅଧ୍ୟାପିକା ଶ୍ରୀମତୀ ଅନିତା ଦାଶ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପାଠଚକ୍ର କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ବହୁ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଯୁବତୀ ମୃତ

Image
 ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଯୁବତୀ ମୃତ  ବରପାଲି,୨୪।୧୦(ଚିତ୍ତରଞ୍ଜନ ସାହୁ): ବରପାଲି ଜଗନ୍ନାଥ ନଗର ରୋଡ଼  ସ୍ଥାନୀୟ ଗଙ୍ଗାଧର ସ୍କୁଲ ସାମ୍ନାରେ ଜଗନ୍ନାଥ ନଗର ପଟୁ ଆସୁଥିବା ଏକ ଓଡ଼ି ୧୫ କେ ୭୧୮୭ ଇଚର ଟ୍ରକ ର ସାମ୍ନା ପଟରୁ ଆସୁଥିବା ଏକ ସୁଜୁକି ଏଭେଣ୍ଟ ସ୍କୁଟି ଓଡ଼ି ୦୩ ଏକ୍ସ ୦୭୯୫ ଗାଡ଼ିରେ ଜଗନ୍ନାଥ ନଗର ପଟକୁ ୨ଜଣ ମହିଳା ଓ ପୁରୁଷ ଯାଉଥିବା ବେଳେ ଧକ୍କା ହୋଇଥିଲା । ଫଳରେ  ସ୍କୁଟିରେ ଥିବା ୨ଜଣ ମହିଳା ଓ ପୁରୁଷ ପଡିଯାଇଥିଲେ । ସେଠାରୁ ମହିଳା ଯୁବତୀ ଜଣକ ଘଟଣା ସ୍ଥଳରେ ମୃତ ହୋଇଥିବା ବେଳେ ଅନ୍ୟ ଜଣ ପୁରୁଷ  ମୁଣ୍ଡରେ ଆଘାତ ଲାଗି ଗୁରୁତର ହୋଇଥିଲେ । ପ୍ରକାଶ ଥାଉକି ବାଇକରେ ଥିବା ଦୁହେଁ ଯୁବକ ଯୁବତୀ ଆସନ୍ତା ନଭେମ୍ବର ୨୬ ତାରିଖରେ ତାଙ୍କ ବିବାହ ପାଇଁ ବରପାଲି କୁ ବିବାହ ସାମଗ୍ରୀ କିଣିବା ପାଇଁ ଆସି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା । ଏପରିକି ତାଙ୍କ ମଧ୍ୟରେ ବିବାହ ନିମନ୍ତ୍ର ଗତ ୨୦ତାରିଖରେ ରିଙ୍ଗ ସେରୋମନୀ ମଧ୍ୟ ସାରିଥିଲା । ନିଜ ବିବାହ ପାଇଁ ଉଭୟେ ଖୁସିରେ ସାମଗ୍ରୀ କିଣିବାକୁ ଆସି ଦୁର୍ଘଟଣାରେ ପଡି ବିବାହ ପୂର୍ବରୁ ଜୀବନ ହାରିଛନ୍ତି ଯୁବତୀ ଜଣକ । ମୃତ ଯୁବତୀ ହେଲେ ସୋନପୁର ଜିଲ୍ଲା ଲଛିପୁର ଲକଟା ମୁଣ୍ଡା ଗ୍ରାମର ସନ୍ତୋଷ ମେହେରଙ୍କ ଝିଅ ରିମଝିମ ମେହେର (୧୯) ଏବଂ ଯୁବକ ଟି ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଘା ବ୍ଲକ ଅନ୍ତର୍ଗତ ଟାଲଜୁରୀ ଗ୍ରାମର ଲିଙ୍ଗର...