Posts

ବରପାଲି ରେ ହରି ହର ଭେଟ

Image
 ବରପାଲି ରେ ହରି ହର ଭେଟ । ବରପାଲି ତା ୧୬-୦୩ (ଚିତ୍ତରଞ୍ଜନ ସାହୁ) ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ସନ୍ଧ୍ୟା ରେ ହରି ହର ଭେଟ ହର୍ଷ ଉଲ୍ଲାସ ର ସହ ପାଳିତ ହୋଇଛି। ବରପାଲି କପିଳେଶ୍ୱର ମନ୍ଦିର ରୁ କପିଳେଶ୍ୱର ବାବା ରେଳ ଷ୍ଟେସନ, କଲେଜ ରୋଡ  ଦେଇ ଏକ ଶୋଭାଯାତ୍ରା ରେ ଆସିଥିବା ବେଳେ ଜଗନ୍ନାଥ ମନ୍ଦିର ନିକଟ ରୁ ହରି ଏକ ଶୋଭାଯାତ୍ରା ରେ ବରପାଲି ବସ୍ତି ରାସ୍ତା ଦେଇ ଆସିଥିଲେ । ଉଭୟ ହରି ଓ ହର ଙ୍କ ଭେଟ ଡେଲି ମାର୍କେଟ ଛକ ଠାରେ ଜବାହାର ୟୁବ ପରିଷଦ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ହେବା ସାଙ୍ଗକୁ ଭଜନ କାର୍ଯ୍ୟ କ୍ରମ ହୋଇଛି। ସେଠାରେ ପୂଜା ଅର୍ଚ୍ଚନା ପରେ ମିଳିତ ଶୋଭାଯାତ୍ରା ଜଗନ୍ନାଥ ମନ୍ଦିର କୁ ଯାଇ ସେଠାରେ ଭକ୍ତ ଙ୍କ ଦର୍ଶନ ପାଇଁ ରହିବା ପରେ ମନ୍ଦିର ପ୍ରବେଶ ହୁଏ । ଏହି ଉଭୟ ଶୋଭାଯାତ୍ରା ରେ ଦୁଲ ଦୁଲି ବାଜା, ଘଣ୍ଟ ବାଦ୍ୟ, ଘୁମୁରା ନୃତ୍ୟ ଆଦି ସାମିଲ ହୋଇଥିଲେ। ସହର ର ପ୍ରତ୍ୟେକ ଛକ ରେ ଭକ୍ତ ଗଣ ପୂଜା ଅର୍ଚ୍ଚନା କରିଥିଲେ ।ଏହି ଅବସର ରେ ଜଗନ୍ନାଥ ମନ୍ଦିରରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ରେ ହଜାର ହଜାର ମହିଳା ଓ ପୁରୁଷ ଭକ୍ତ ମାନେ ଦର୍ଶନ କରିବା ପାଇଁ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।ଏହି ହରି ହର ଭେଟ କାର୍ଯ୍ୟକ୍ରମ କୁ ଶୀତଳ ଷଷ୍ଠୀ ଯାତ୍ରା କମିଟି ଆୟୋଜନ କରିଥାଏ । ସୁରୁଖୁରୁରେ ଏହା ସମାପନ ହୋଇଥିବାରୁ  ଯାତ୍ରା କମିଟି ସଭାପତି ଆନନ୍ଦ ବାବ...

କଟାପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା

Image
 କଟାପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା  ବରଗଡ ଜିଲ୍ଲା ବରଗଡ ନିର୍ବାଚନ ମଣ୍ଡଳୀ ବରପାଲି ବ୍ଲକ କଁଟାପାଲି ପ୍ରାଥମିକ କୃଷି ସମବାୟ ସମିତିର  ବାର୍ଷିକ ସାଧାରଣ ସଭା ସମିତିର ସଭାପତି ଧ୍ରୁବରାଜ ସାହୁଙ୍କ ଅଧକ୍ଷତାରେ ମହୁଲ ପାଳି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସମିତିର ସମ୍ପାଦକ ବାସୁକି ସ୍ୱାଇଁ ସମିତିର ବାର୍ଷିକ ବିବରଣି ପାଠ କରିଥିବାବେଳେ ବରଗଡ ଡି ସାର୍ ସି ଏସ ଯୁଗଳ ଦାସ, ଏ ଆର୍ ସି ଏସ ପ୍ରବୀଣ ଘୋଷ,ଜିଲ୍ଲା ବ୍ୟାଙ୍କ୍ ସମ୍ପାଦକ ଯୋଗଦାନ କରି ଚାଷୀ ମାନଙ୍କ ପାଇଁ ସରକାରଙ୍କ ଦ୍ୱାର ଅନୁମୋଦିତ ହୋଇଥିବା ଯନ୍ତ୍ରପାତି ବିନା ସୁଧାରେ ଋଣ ସାର ଇତ୍ୟାଦି ଜିନିଷ ଠିକ ସମୟରେ କେମିତି ପାଇ ପାରିବେ  ସେ ଉପରେ ଆଲୋଚନା ହୋଇଥିବା ବେଳେ ୟୁରିଆ ସାରର ବ୍ୟବହାର ଉପରର ଏବଂ  ଇୟୁରିଆ ସାର ସମିତିକୁ କମ୍ ଆସୁଥିବାରୁ ସଭା ରେ ଅସନ୍ତୋଷ ଦେଖାଯାଇଥିଲା। ଏହି ବାର୍ଷିକ ସମିତି ସଭାରେ କଁଟାପାଳି ସମବାୟ ସମିତି ସମସ୍ତ ସଭ୍ୟ ଶ୍ରୀମତୀ ଗୋପୀକା ସ୍ୱାଇଁ,ଶ୍ରୀମତୀ ସ୍ନେହଲତା ବାରିକ,ଗଙ୍ଗାଧର ଦାସ,ଅଶ୍ଵିନୀ କୁମାର ପଧାନ,ବେଣୁଧର ବାରିକ,ଯାଦବ ପଧାନ, ରଘୁମଣି ପଧାନ,ଦୂତୀଆ ଭୁଏ,ଶ୍ରୀକାନ୍ତ ସ୍ୱାଇଁ,ନୀଳମଣି ନାଗ,ବିକ୍ରମ ସାହୁ,ସଞ୍ଜୀବ ନାଏକ ସମେତ ରାଜ୍ୟ ସମବାୟ ସମିତି ଉପ ସଭାପତି ତଥା ଆଗଲପୁର ପେକ୍ସ ସଭାପତି ବିରୋସନ ସାହୁ,ବରପାଲି ପେକ୍ସ ସଭାପତି ଗୁରୁ ମେହ...

ଘେଁସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

Image
 ବରଗଡ଼ :  ଘେଁସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ରାସ୍ତା କଡରେ ଛିଡ଼ା ହୋଇଥିବା ଏକ ଟ୍ରକ କୁ ପଛପଟୁ ପିଟିଲା ସ୍କୋରର୍ପିଓ l ଜଣେ ମୃତ ୪ ଗୁରୁତର ।   ସ୍ଥାନୀୟ ଲୋକେ ଉଦ୍ଧାର କରି ବରଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଛନ୍ତି l ଯାତ୍ରୀ ମାନେ ଛତିଶଗଡ଼ ରାଜ୍ୟ ରାୟଗଡ ର ବୋଲି ପ୍ରାଥମିକ ସୂଚନା ମିଳିଛି l ଗାଡ଼ିରେ ଦୁଇଜଣ ମହିଳା ଓ ଦୁଇ ଶିଶୁଙ୍କ ସମେତ ସମୁଦାୟ 5 ଜଣ ଥିବା ସୂଚନା ମିଳିଛି l  ଘଟଣା ସ୍ଥାଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଗୁରୁତରଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଛନ୍ତି ସ୍ଥାନୀୟ ଲୋକେ l

ପ୍ରେମ ପ୍ରତାରଣା କରି ଗିରଫ ହେଲେ ବରଗଡ଼ ଆକାଶ ମୋଟର୍ସ ମାଲିକ ଆକାଶ ଅଗ୍ରୱାଲ

Image
 ଚର୍ଚ୍ଚାରେ ବ୍ୟବସାୟୀଙ୍କ ପ୍ରେମ କାହାଣୀ,  ପ୍ରେମ ପ୍ରତାରଣା କରି ଗିରଫ ହେଲେ ବରଗଡ଼ ଆକାଶ ମୋଟର୍ସ ମାଲିକ ଆକାଶ ଅଗ୍ରୱାଲ  ବରଗଡର ଜଣେ ଜଣଶୁଣା ବ୍ୟବସାୟୀ  ଆକାଶ ଅଗ୍ରୱାଲଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଛି । ନିଜେ ବିବାହିତ ହୋଇଥିଲେ ବି ଜଣେ ମହିଳାଙ୍କ ସହ ଦୀର୍ଘ ବର୍ଷ ହେଲା ପ୍ରେମ ସଂପର୍କ ରଖିଥିଲେ । ଶେଷରେ ବିବାହର ପ୍ରତିଶ୍ରୁତି ଦେଇ ନିଜ ନିକଟରେ ଆଣି ରଖିଥିଲେ । ବର୍ଷ ବର୍ଷ ଧରି ଶାରୀରିକ ସଂପର୍କ ରଖିବା ପରେ ସେ ଧୋକା ଦେଇଥିବା ନେଇ ପିଡିତା ମହିଳା ବରଗଡ ଟାଉନଥାନାରେ ଏତଲା ଦେଇଛନ୍ତି । ପୁଲିସ ଏତଲାକୁ ଭିତ୍ତି କରି କେସ ନଂ ୯୨ରେ ମାମଲା ରୁଜୁ କରି ବ୍ୟବସାୟୀ ଆକାଶ ଅଗ୍ରୱାଲଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ମହିଳାଙ୍କ ଲିଖିତ ଅଭିଯୋଗରୁ ଯାହା ଜଣାପଡିଛି, ଗତ ୨୦୧୨ ମସିହାରେ ଆକାଶ ଓ ମହିଳାଙ୍କ ସହ ଦେଖା ହୋଇଥିଲା ।ତେବେ ଭୁବନେଶ୍ୱର  ର ମହିଳା ଜଣକ ହୋଇଥିବା ବେଳେ ତାଙ୍କ ସହ ଧିରେ ଧିରେ ପ୍ରେମ ସଂପର୍କ ଗଢିଉଠିଥିଲା ହେଲେ ତାହା ଥିଲା ପ୍ରତାରଣା ର ପ୍ରେମ । ଇତି ମଧ୍ୟରେ ଗତ ୨୦୨୨ ମସିହାରେ ସେ ବିବାହ କରିବେ କହି ବରଗଡକୁ ମହିଳା ଙ୍କୁ ଡାକିଥିଲେ ଆକାଶ । ଏବଂ ଏକ ଘରୋଇ ହୋଟେଲରେ ତାଙ୍କୁ ରଖି ବହୁ ଦିନ ଧରି ଶାରିରୀକ ସଂପର୍କ ରଖିଥିଲେ ।କିନ୍ତୁ ଏବେ ପ୍ରତାରଣା କରିଥିବା ଉଲ୍ଲେଖ କରିଛନ୍ତି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଲାଇଛି ।

ବରଗଡ଼ ଇସ୍କନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Image
 ବରଗଡ଼ ଇସ୍କନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ  ବରଗଡ଼ କାଳୀ ମନ୍ଦିର ନିକଟସ୍ଥ ଇସ୍କନ କେନ୍ଦ୍ର ରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି ।    ଏଥିରେ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ବରଗଡ଼ ଇସ୍କନ ର ପ୍ରଧାନ ସେବକ ରସରାଜ ରାଧିକେଶ ଦାଶ ପ୍ରଭୁ ବିଗତ ଦିନମାନଙ୍କରେ ଇସ୍କନ ପକ୍ଷରୁ କି କି କାର୍ଯ୍ୟକ୍ରମ ହୋଇଥିଲା ଏବଂ ଆଗାମୀ ଦିନରେ ଆଉ କ'ଣ କ'ଣ କାର୍ଯ୍ୟକ୍ରମ କରାଯିବ ସେ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ !    ଏହି ପରିପ୍ରେକ୍ଷୀରେ ବରଗଡ଼ ସବ୍ ଜେଲରେ ପ୍ରତି ଶନିବାର ଦିନ ଏବଂ ସୋହେଲା ସବ ଜେଲ ରେ ପ୍ରତି ପନ୍ଦର ଦିନରେ ଜେଲ ଅନ୍ତେବାସୀ ମାନଙ୍କୁ ସମାଜ ର ମୁଖ୍ୟ ଶ୍ରୋତ ରେ ସାମିଲ କରିବା ପ୍ରୟାସ ରେ ଆଧ୍ୟାତ୍ମିକ ପ୍ରବଚନ ଦେଇ ଅନ୍ତେବାସୀ ମାନଙ୍କ ମାନସିକ ପରିବର୍ତ୍ତନ ଆଣିବା ଇସ୍କନ ର ଲକ୍ଷ ଏବଂ ଏହା ସହିତ ବରଗଡ଼ ର ସମସ୍ତ ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କୁ ଆଧ୍ୟାତ୍ମିକ ପ୍ରବଚନ ମାଧ୍ୟମରେ ମନରେ ଏକାଗ୍ରତା ଓ ଭବିଷ୍ୟତ ରେ ଏକ ଉତ୍ତମ ନାଗରିକ ଗଠନ କରିବା ଇସ୍କନ ର ଲକ୍ଷ ବୋଲି ମଞ୍ଚାସିନ ଇସ୍କନ ପ୍ରଚାରକ ମାନେ ମତବ୍ୟକ୍ତ କରିଥିଲେ !   ଆଗାମୀ ଦିନରେ ପଦ୍ମପୁର ସବ୍ ଜେଲରେ ଏହିପରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କରାଯିବ ବୋଲିି ଅଭିଜିତ ପ୍ରଭୁ ସୂଚନା ପ୍ରଦାନ କରିଥିଲେ !    ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ...

ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ

Image
 ହରି ହର ଭେଟ ପାଇଁ ପ୍ରସ୍ତୁତି ବୈଠକ। ବରପାଲି ତା:୨୨-୦୨(ଚିତ୍ତରଞ୍ଜନ ସାହୁ) ବରପାଲି ର ହରି ହର ଭେଟ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଛି। ଶୀତଳ ଷଷ୍ଠୀ ଯାତ୍ରା କମିଟି ର ସଭାପତି ଆନନ୍ଦ ବାବୁ ଙ୍କ ଅଧ୍ୟକ୍ଷତା ରେ  ଭଣ୍ଡାର ଗୃହ ରେ(ନୃପରାଜ କ୍ଲବ)ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକ ରେ ଆସନ୍ତା ୧୪ ତାରିଖ ଶୁକ୍ରବାର ହରିହର ଭେଟ ଯାତ୍ରା କୁ ବିଗତ ବର୍ଷ ଠାରୁ ଅଧିକ ଚଳିତ ୫୫ତମ ହରିହର ଭେଟ କୁ ଆକର୍ଷଣୀୟ କରାଯିବ । ଯାତ୍ରା ରେ ଭକ୍ତ ଙ୍କ ପ୍ରବଳ ଜନସମାଗମ କୁ ଲକ୍ଷ କରି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରି ଅଧିକ ପୋଲିସ ମୁତୟନ, ଯାତ୍ରା ସମୟରେ ବିଦ୍ୟୁତ୍ ସରବରାହ ବ୍ୟାହତ ନ ହେବା ପାଇଁ ବିଦ୍ୟୁତ୍ ବିଭାଗ କୁ ଲିଖିତ ଅନୁରୋଧ କରାଯିବ ବୋଲି ବୈଠକ ରେ ପ୍ରସ୍ତାବ ଗୃହୀତ ହୋଇଛି । ଏହି ବୈଠକ ରେ ଯାତ୍ରା କମିଟି ର ସମ୍ପାଦକ ଜୟନ୍ତ କୁମାର ତ୍ରିପାଠୀ, ପଣ୍ଡିତ ହେମନ୍ତ ମିଶ୍ର, ପୀନାକି ଦାଶ ଙ୍କ ସମେତ ବହୁ ସଭ୍ୟ ଉପସ୍ଥିତ ଥିଲେ।

ମହିମା କାବ୍ୟର ବାନ୍ଧ କଲା ପାଇଁ ବାନ୍ଧ ଶିଳ୍ପୀ ଡ ସୁରେନ୍ଦ୍ର ମେହେର ହେଲେ ସମ୍ମାନିତ

Image
 ମହିମା କାବ୍ୟାର  ବାନ୍ଧା  କଲା ପାଇଁ ବାନ୍ଧ ଶିଳ୍ପୀ ଡ ସୁରେନ୍ଦ୍ର ମେହେର ହେଲେ ସମ୍ମାନିତ. ବରଗଡ -ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ବାନ୍ଧ ଓ ବୟନ କଳାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ତାର ପ୍ରତିଷ୍ଠା ବଜାୟ ରଖିବା ପାଇଁ ଆନ୍ତର୍ଜାତିକ ସୁଖ୍ୟାତି ଲାଭ କରିଥିବା ବରଗଡ ଜିଲ୍ଲା ବରପାଲି ବାନ୍ଧ ଶିଳ୍ପୀ ଡ଼. ସୁରେନ୍ଦ୍ର ମେହେରଙ୍କ ଆଉ ଏକ ପ୍ରଚେଷ୍ଟା ସଫଳ ହୋଇ ପାରିଛି l ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଅମୂଲ୍ୟ କୃତି 'ମହିମା' କାବ୍ୟକୁ ଦୀର୍ଘ ୩୦ ଫୁଟ ଲମ୍ବର ବାନ୍ଧ କଳାରେ ବୁଣି ଗତବର୍ଷ କବିଙ୍କ ଶ୍ରାଦ୍ଧ ଶତବାର୍ଷିକୀ ପାଳନ ଅବସରରରେ, କୂଳପତି, ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ, ସମ୍ବଲପୁରଙ୍କ କରକମଳରେ ଉନ୍ମୋଚନ ହୋଇଥିଲା l ପରବର୍ତ୍ତୀ ସମୟରେ ଓଡିଶା ରାଜ୍ୟ ସଂଗ୍ରହାଳୟ, ଭୁବନେଶ୍ୱର ଠାରେ ତାହା ସଂଗୃହିତ ହୋଇ ରହିଛି l ସେହି 'ମହିମା' କାବ୍ୟର ବାନ୍ଧ କଳା ପାଇଁ ନୂଆଁଦିଲ୍ଲୀ ଠାରେ ଅବସ୍ଥିତ, "INDIA BOOK OF RECORD" ପ୍ରତିଷ୍ଠାନ ତରଫରୁ ଅନୁଷ୍ଠିତ ତାଙ୍କର ଆନ୍ତର୍ଜାତୀୟ ସମାବର୍ତନ ଉତ୍ସବରେ ତାଙ୍କୁ ଉକ୍ତ ସମ୍ମାନରେ ସମ୍ମାନୀତ କରିଛନ୍ତି l ଏହା ଆମ ଅଞ୍ଚଳ ପାଇଁ ତଥା ବାନ୍ଧ କଳା ଜଗତ ପାଇଁ ବହୁତ ଗୌରବର ବିଷୟ l ଏହି ସମ୍ମାନ ପାଇଁ, ଡ଼. ମେହେରଙ୍କୁ କଳା ଭାରତୀ ସଂଗ୍ରହାଲୟ, ବରପାଲି ତଥା ବହୁ ଅନୁଷ୍ଠାନ ଏବଂ ବୁଣାକାର ମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି l