Posts

ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା

Image
  ନିଟ୍ (ୟୁଜି-ମେଡିକାଲ) ପରୀକ୍ଷା ୨୦୨୫ରେ ବରଗଡ଼ କ୍ରୀଷ୍ଣା ବିକାଶ, ସଫଳତା। (ୟୁଜି-ମେଡିକାଲ) ୨୦୨୫ ପରୀକ୍ଷାରେ ବରଗଡ଼ର କ୍ରୀଷ୍ଣା ବିକାଶ,  ମୋଟ୍ ୧୫୦ ଜଣ ଛାତ୍ରଛାତ୍ରୀ ସଫଳ ହୋଇ ନୂତନ ରେକର୍ଡ୍ ସୃଷ୍ଟି କରିଛନ୍ତି । ମୋଟ୍ ୨୩ଜଣ ଛାତ୍ର ୫୦୦ରୁ ଉର୍ଦ୍ଧ ମାର୍କ, ୪୩ଜଣ ଛାତ୍ରଛାତ୍ରୀଙ୍କ ଦେଶର ଓ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜରେ ସିଟ୍ ପାଇବା ଆଶାୟୀ ବୋଲି କ୍ରୀଷ୍ଣା ବିକାଶ ଗ୍ରୁପ୍‌ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ବିବେକ ଦାଶରୀ ପ୍ରକାଶ କରିଛନ୍ତି । ବିକାଶ ଆବାସିକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀ ଛାତ୍ର ପ୍ରତ୍ୟୁଷ କୁମାର ସାହୁ ( ସରଣ୍ଡାପାଲି, ବରପାଲି,) ୫୮୨ ମାର୍ଚ୍ଚ ସହ ସର୍ବଭାରତୀୟ ଓବିସି ବର୍ଗରେ (୧୧୭୮ଗ୍ୟାଙ୍କ୍), ବିକାଶ ସୁପର-୪୦ ବ୍ୟାଚ୍‌ର ରୀତିକା ଅଗ୍ରୱାଲ ୫୭୮ ମାର୍କ ସହିତ (୧୯୭୨ ଗ୍ୟାଙ୍କ୍) ଏବଂ କାନ୍ତିପୁଡି ରୁପାରଞ୍ଜିତା ୫୭୫ ମାର୍କ (୨୨୪୨ ଗ୍ୟାଙ୍କ୍) ସହ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ବୋଲି ବିକାଶ ଆବାସିକ ବିଦ୍ୟାଳୟ ସିନିୟର୍ ସେକେଣ୍ଡାରୀ ଅଧ୍ୟକ୍ଷ ଶ୍ରୀ ଚିତରଞ୍ଜନ ପତି ପ୍ରକାଶ କରିଛନ୍ତି । ଅନ୍ୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପିୟୁଷ ସାହୁ ୫୭୩ ମାର୍କ, ପିୟୁଷ ମିଶ୍ର ୫୬୭ ମାର୍କ, ରୋନକ୍ ସାହୁ ୫୬୫ ମାର୍କ, ମୁକେଶ ପୁରୋହିତ ୫୬୨ ମାର୍କ, ରାକେଶ ଚନ୍ଦ୍ର ପ୍ରଧାନ ୫୬୧ମାର୍କ, ଶୁଭମ ପଣ୍ଡା ୫୫୨ମାର୍କ, ହର୍ଷିତ ୫୪୬ ମାର୍କ, ଦିପଲ ୫୩୫ ମାର୍କ, ଅମରନାଥ ୫୩୪ ମାର୍କ, ...

ବରପାଲି ରେ ସେବା ସପ୍ତାହ ଆଜି ଉଦଯାପିତ

Image
 ବରପାଲି ରେ ସେବା ସପ୍ତାହ ଆଜି ଉଦଯାପିତ। ବରପାଲି ତା:୧୫-୦୬(ଚିତ୍ତରଞ୍ଜନ ସାହୁ) ବରପାଲି ମାରୱାଡ଼ି ଯୁବା ମଞ୍ଚ ଓ ପ୍ରେରଣା  ଅନୁଷ୍ଠାନ ର ମିଳିତ ଆନୁକୁଲ୍ୟରେ ବରପାଲି ରେ ସେବା ସପ୍ତାହ ଆଜି ରବିବାର  ଉଦଯାପିତ ହୋଇଛି । ଆଜି ଅଗ୍ରସେନ୍ ଭବନ ଠାରେ ଏହି ସେବା ସପ୍ତାହ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ବିଜେପୁର ବିଧାୟକ ସନତ ଗଡତିଆ ଯୋଗଦେଇ ଥିଲେ । ଏହି ଅବସରରେ ବିଶ୍ଵ ରକ୍ତ ଦାନ ଦିବସ ରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହେବା ସହ ଏକ ମୁଠି ଅନ୍ନ ଦାନ କାର୍ଯକ୍ରମ ରେ ପ୍ରତ୍ୟେକ ଙ୍କ ଘରୁ ମୁଠାଏ ଚାଉଳ ସଂଗ୍ରହ କରି ଗରିବ ଖଟିଖିଆ ମାନଂକ ମଧ୍ୟ ରେ ବଣ୍ଟନ କରାଯିବ। ସହ କାର୍ଯ୍ୟକ୍ରମ କୁ ମଧ୍ୟ ଅତିଥି ମାନେ ପରିଦର୍ଶନ କରିଥିଲେ। ଏହି ଉଦଯାପନୀ ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ସୁନିତା ମୁଣ୍ଡ, ଅଶୋକ ପଣ୍ଡା,ଚିତ୍ତରଞ୍ଜନ ସାହୁ,ପ୍ରଦ୍ୟୁମ୍ନ ତ୍ରିପାଠୀ,ଘରଯୁଗି  ଗଡତିଆ ଯୋଗ ଦେଇ ଆଜି ର ଏ ସମୟରେ ରକ୍ତର ସବୁ ବେଳେ ଲୋକଙ୍କୁ ଦରକାର ପଡ଼ିଥାଏ ଯାହାକି ରୋଗାକ୍ରାନ୍ତ ଲୋକଙ୍କ ପାଇଁ ସବୁ ବେଳେ ମୂଲ୍ୟବାନ ବୋଲି ଅତିଥି ମାନେ ବାକ୍ତର୍ବ୍ୟ ପ୍ରଦାନ କରିଥିଲେ। ର୍ଏହି କାର୍ଯ୍ୟକ୍ରମ କୁ ବରପାଲି ଶାଖା ର ଅଧକ୍ଷ ପ୍ରଦୀପ ଅଗ୍ରୱାଲ, ଉପାଧ୍ୟକ୍ଷ ଉମେଶ ଅଗ୍ରୱାଲ, ସମ୍ପାଦକ ଅଖିଳ ଅଗ୍ରୱାଲ, କୋଷାଧ୍ୟକ୍ଷ ଦୀପକ ଜୈନ, ରମେଶ ଜଲାନ ରକ୍ତ ଦାନ ସଂଯୋଜକ, ଅନ୍ୟପକ୍ଷରେ ପ୍ରେରଣା ବରପାଲି ଶାଖ...

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ

Image
 *ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ*  ବରପାଲି ୦୫/୦୬/୨୫ (ଗୁରୁବାର) ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ  ମହାବିଦ୍ୟାଳୟର ସହକାରୀ ଅଧ୍ୟକ୍ଷ ଯତୀନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି।ଜାତୀୟ ସେବା ସଂସ୍ଥା ଦାୟିତ୍ୱରେ ଥିବା ଅଧ୍ୟାପିକା ପିଙ୍କି ବାରିକଙ୍କ ପରିଚାଳନା ସଭାରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ସମେତ ଜାତୀୟ ସେବା ସଂସ୍ଥାର ଛାତ୍ରୀମାନେ ଯୋଗ ଦେଇଥିଲେ ।ଛାତ୍ରୀ ମାନେ ପରିବେଶ ଦିବସର ଆଭିମୁଖ୍ୟ ଉପରେ  ବକ୍ତବ୍ୟ ରଖିଥିଲେ। ପରିବେଶ ସୁରକ୍ଷା ଆମର ପ୍ରଧାନ କର୍ତ୍ତବ୍ୟ ରହିବା ଉଚିତ୍ ବୋଲି ଅତିଥି ବୃନ୍ଦ ବକ୍ତବ୍ୟରେ ଅଭିମତ ରଖିଥିଲେ।ପରେ ପରେ ସହକର୍ମୀ ଶଶାଙ୍କ ଶେଖର ପ୍ରଧାନ ଧନ୍ୟବାଦ ଅର୍ପଣ କରିବା ସହ ଶପଥ ପାଠ କରିଥିଲେ।

ସରକାରୀ କାର୍ଯ୍ୟ କୁ ଦଳୀୟ ପ୍ରଚାର ହିସାବରେ ଉଦ୍ଘାଟନ କରୁଛନ୍ତି ବିଧାୟିକା ବର୍ଷା ସିଂ ବରିହା

Image
 ସରକାରୀ କାର୍ଯ୍ୟ କୁ ଦଳୀୟ ପ୍ରଚାର ହିସାବରେ ଉଦ୍ଘାଟନ କରୁଛନ୍ତି ବିଧାୟିକା ବର୍ଷା ସିଂ ବରିହା  ପଦ୍ମପୁର ତା. 29.05.2025 ପଦ୍ମପୁର ସ୍ଥାନୀୟ ରାଜପଡା ଠାରେ ସରକାରୀ ଅର୍ଥ ବ୍ୟୟରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ନବ ନିର୍ମିତ ଏକ ଅତ୍ୟାଧୁନିକ ଶବ ଦାହ ସ୍ମଶାନ ଓ ପଦ୍ମପୁର ବରଗଡ଼ ରାସ୍ତା ରେ ଥିବା ବାବା ସାହେବ ଭୀମ ରାଓ ଆମ୍ବେଦକର ଙ୍କର ପ୍ରତିମୂର୍ତ୍ତି ଚାରି ପାର୍ଶ୍ୱରେ ହୋଇଥିବା ସୌନ୍ଦର୍ଜି କରଣ କାର୍ଯ୍ୟ କୁ ବିନା କୌଣସି ସରକାରୀ ଅବଗତୀ ବା ଅଧିକାରୀ ଙ୍କୁ ଜଣାଇ ନିଜ ମନମୁତାବକ ଦଳୀୟ ଏଜେଣ୍ଡା ପାଇଁ ବିଧାୟିକା ବର୍ଷା ସିଂ ବରିହା ଉଦ୍ଘାଟନ କରିଥିବା ଅଭିଯୋଗ କରିଛନ୍ତି ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ର ୱାର୍ଡ ନଂ. ୦୨ ର କାଉନସିଲ ଇଂ କୁନାଲ ପାଣିଗ୍ରାହୀ,୦୮ ର ପ୍ରମିଳା ମେହେର,ଓ ୦୯ ର ଚିନ୍ମୟ କୁମାର ପଣ୍ଡା । ତେବେ ଅଭିଯୋଗ ଅନୁଯାୟୀ ସରକାରୀ ଟଙ୍କା ରେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସହର ର ସୌନ୍ଦର୍ଯ୍ୟକରଣ ଓ ଜନ ହିତ ପାଇଁ ଉଭୟ ପ୍ରକଳ୍ପ ମାନ କରାଯାଇଥିବା ବେଳେ ଏହାର ବିଧି ବଦ୍ଧ ଉଦ୍ଘାଟନ ସରକାରୀ ସ୍ତର ରେ ପ୍ରଶାସନ ଦ୍ୱାରା କରାଯିବା ସହ ଉଦ୍ଘାଟନୀ ଫଳକ ରେ ପ୍ରକଳ୍ପ ର ଆୟ ବ୍ୟୟ ସହ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ, ନିମନ୍ତ୍ରିତ ଅତିଥି ଙ୍କ ନାମ ରହିବା କଥା ଏବଂ ନିରପେକ୍ଷ ଭାବରେ ସମସ୍ତ ଙ୍କ ଉପସ୍ଥିତ ରେ ଉଦ୍ଘାଟନ କରିବାର ନିୟମ ଅ...

ହିନ୍ଦୁ ନବବର୍ଷ ପାଳିତ

Image
  ହିନ୍ଦୁ ନବବର୍ଷ ପାଳିତ । ବରପାଲି ତା:୩୦-୦୩(ନି ପ୍ର) ରବିବାର ଚୈତ୍ର ଶୁକ୍ଳ ପ୍ରତିପଦା ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ପାଳିତ ହୋଇଛି। ଶ୍ରୀ ରାଧାରାଣୀ ସେବାଶ୍ରମ ବରପାଲି ଆନୁକୁଲ୍ୟରେ ଏହି ନବ ବର୍ଷ କୁ ଉତ୍ସାହ ର ସହ ପାଳନ କରା ଯାଇଛି। ଏହି ଅବସରରେ ଆଶ୍ରମ ରେ ସକାଳେ ପୂଜାଚର୍ନା କରାଯିବା ସହ ଅପରାହ୍ନ ରେ ଏକ ଭବ୍ୟ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରା ରେ ବହୁ ସଂଖ୍ୟକ ମହିଳା ଓ ପୁରୁଷ ଭକ୍ତ ଯୋଗ ଦେଇଥିଲେ ।

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ

Image
 ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ । ବରପାଲି ତା:୩୦-୦୩(ନି ପ୍ର) ବରପାଲି ବ୍ଲକ ରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନା ର ଶୁଭାରମ୍ଭ ହୋଇଛି ।ପ୍ରଥମ ଦିନ ରେ ୨୫୪ ଟି କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ରୀନା ଥଇତ ,ସରପଞ୍ଚ ସଂଘ୍ ସଭାପତି ଅଧିକାରୀ ବାରିକ,ସାଂସଦ ପ୍ରତିନିଧି ଅଚ୍ୟୁତ ବାରିକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭବାନୀ ମେହେର ଙ୍କ ସମେତ ସମସ୍ତ ଜିଲ୍ଲାପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ହେମନ୍ତ କୁମାର ପ୍ରଧାନ ଓ ଅଜିତ ପାଣିଗ୍ରାହୀ ।ଏହି କାର୍ଯକ୍ରମ ରେ ବହୁ ହିତାଧିକାରୀ ଯୋଗ ଦେଇଥିଲେ।

ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ଶିବିର ଅନୁଷ୍ଠିତ

Image
 ଶ୍ରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ଶିବିର ଅନୁଷ୍ଠିତ।  ବରପାଲି:-୧୮/୩(ଚିତ୍ତରଞ୍ଜନ ସାହୁ)-  ବରଗଡ ଜିଲ୍ଲା ବରପାଲି ବ୍ଲକ୍ ଅନ୍ତର୍ଗତ ବିଜୟପଲ୍ଲୀ ସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଶାସ୍ତ୍ରୀ ପ୍ରଥମ ବର୍ଷର ଛାତ୍ରୀମାନଙ୍କୁ ନେଇ ଆତ୍ମସୁରକ୍ଷା ତାଲିମ ଶିବିର ଆଜି ଅନୁଷ୍ଠିତ ହୋଇଅଛି।ମହାବିଦ୍ୟାଳୟର ଅଧ୍ଯକ୍ଷ ଡଃ ବଦ୍ରିନାରାୟଣ ପୂଜାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସଂଯୋଜିକା ଅଧ୍ଯାପିକା ସୁଶ୍ରୀ ମୌସୁମୀ ପୋଢ,ଅଧ୍ଯାପିକା ରୁବିତା ହୋତା, ଅଧ୍ଯାପିକା ଦୀପାଳି ସାହୁ, ଅଧ୍ଯାପକ କାମପାଳ ପଣ୍ଡା, ଅଧ୍ଯାପକ ଡୋଳାମଣି ମାଝୀ,ଅଧ୍ଯାପକ ଡଃ ରମେଶ ଚନ୍ଦ୍ର କର, ଅଧ୍ଯାପକ ରମାକାନ୍ତ ତ୍ରିପାଠୀ ପ୍ରମୁଖ ଯୋଗଦେଇ ପୁରୁଷ ପ୍ରଧାନ ସମାଜରେ ମହିଳାମାନେ କିପରି ନିଜକୁ ସୁରକ୍ଷିତ ରଖିପାରିବେ,ସେ ବିଷୟରେ ଆଲୋକପାତ କରିଥିଲେ। ପ୍ରଶିକ୍ଷିକା ସୁଶ୍ରୀ ରୁପାଲି ମେହେର ସାଂପ୍ରତିକ ପରିସ୍ଥିତିରେ ନିଜେ କିପରି ନିଜର ଆତ୍ମରକ୍ଷା କରିପାରିବେ ସେଥିପାଇଁ ଉପାଦେୟ ମନ୍ତବ୍ଯ ପ୍ରଦାନ କରିଥିଲେ। ଶ୍ରୀ ଅକ୍ଷୟ କୁମାର ଭୋଇ ଧନ୍ଯବାଦ ଦେଇଥିବା ବେଳେ  ଶ୍ରୀନେପାଳ ବାରିକ, ଶ୍ରୀଶୁଭମ୍ ପଧାନ,ଶ୍ରୀକାର୍ତ୍ତିକ ଭୋଇ ପ୍ରମୁଖ ସହଯୋଗ କରିଥିଲେ।