Posts

୨୯ ତମ ସର୍ବ ଭାରତୀୟ ବୋରାସମ୍ବର କ୍ରିକେଟ କଫ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

Image
୨୯ ତମ ସର୍ବ ଭାରତୀୟ ବୋରାସମ୍ବର କ୍ରିକେଟ କଫ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ — ବରଗଡ଼/ପଦ୍ମପୁର (11.01.2025) - ବରଗଡ଼ ଜିଲ୍ଲା ପଦ୍ମପୁର ରାଜବୋଡାସମ୍ବର ଖେଳପଡିଆ ଠାରେ 29 ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କଫ ଆଜିଠାରୁ ଅନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି। ଆଜିର ଉଦଘାଟନୀ ଦିବସରେ ମୁଖ୍ୟଅତିଥି ଭାବରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା   ସମ୍ମାନିତ ଅତିଥି ରାଜବୋଡାସମ୍ବର ବ୍ଲକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ପାଇକମାଳ ବ୍ଲକ ଅଧ୍ୟକ୍ଷା  ଭାବନା ସିଂ, ଝାରବନ୍ଧ ବ୍ଲକ ଅଧ୍ୟକ୍ଷା ଲିପ୍ସା ପ୍ରଧାନ ଶୁଭ ଉଦ୍ଘାଟନ କରିଥିଲେ।ଟୁର୍ଣ୍ଣାମେଣ୍ଟ  ଉଦଘାଟନୀ ର ପ୍ରଥମ ମ୍ୟାଚ ରେ ଆଜି ବୋରାସମ୍ବର ସ୍ପେଟିଙ୍ଗ ଓ ବିରାଟ କ୍ରିକେଟ ଏକାଡେମୀ କୋଲକାତା  ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। କୋଲକାତା ଦଳ ପ୍ରଥମେ ଟସ ଜିଣି ନିର୍ଦ୍ଧାରିତ 30 ଓଭରରେ ଅଳଆଉଟ ହୋଇ  136 ରନ ସଂଗ୍ରହ କରିଥିଲେ ଓ ଦଳ ପକ୍ଷରୁ ବିକାଶ ଶର୍ମା ଏବଂ ରିସଭ ରାଜ ଉଭୟେ 31 ରନ କରିଥିଲେ ତାର ଜବାବରେ ବୋରା ସମ୍ବର ସ୍ପେଟିଙ୍ଗ ଦଳ 23 ଓଭରରେ 4 ବଲ ରେ ମାତ୍ର 112 ରନ ସଂଗ୍ରହ କରିଥିଲେ ଫଳରେ 24 ରନରେ କୋଲକାତା ଦଳ ବିଜୟୀ ହୋଇଥିଲେ। ପ୍ରଥମ  ମ୍ୟାଚର ଉଦଯାପିତ ଦିବସରେ ଅତିଥି ଭାବରେ ପଦ୍ମପୁର ସାମ୍ବାଦିକ ସଙ୍ଘ ର ଲାଲ ବିହାରୀ ମିଶ୍ର, ପ୍ରଦୀପ୍ତ ଦାଶ, ରତ୍ନ ମଣି ଶତପଥି, ଗୋପବନ୍ଧୁ ସିକା  ନୀଳକଣ୍ଠ...

ଘରୋଇ ଗଣ୍ଡଗୋଳକୁ ନେଇ ହେଲା ହତ୍ୟାକାଣ୍ଡ l ଭିଣୋଇ କୁ ହତ୍ୟା କଲା ଶଳା

Image
 ଘରୋଇ ଗଣ୍ଡଗୋଳକୁ ନେଇ ହେଲା ହତ୍ୟାକାଣ୍ଡ l  ଭିଣୋଇ କୁ ହତ୍ୟା କଲା ଶଳା । - ଛାତିରେ ଛୁରୀ ମାରି ଶଳା ହତ୍ୟା କଲା ଭିଣୋଇ କୁ l ଗତକାଲି ରାତ୍ରୀ  ସମୟରେ ବରଗଡ଼ ସହର 11 ନମ୍ବର ୱାର୍ଡ଼, ମଙ୍ଗଳା ଝୁପୁଡ଼ି ଠାରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା l ସୂଚନା ଅନୁଯାୟୀ ମଙ୍ଗଳା ଝୁପୁଡ଼ି ରେ  ନିଜ ପରିବାର ସହିତ ରହୁଥିବା ଶଙ୍କର ଦାସ କୌଣସି କାରଣକୁ ନେଇ ତାଙ୍କ ସ୍ତ୍ରୀ ଙ୍କ ସହିତ ଗଣ୍ଡଗୋଳ ହୋଇଥିଲା l ଉଭୟ ସ୍ୱାମୀ ସ୍ତ୍ରୀ ଙ୍କ ଗଣ୍ଡଗୋଳରେ ଶଳା ନିପୁନ ଉତ୍ୟକ୍ତ ହୋଇ ଭିଣୋଇ କୁ  ମାଡ଼ମାରିବା ସହିତ ଏକ ଛୁରା ରେ ଭିଣୋଇର ଛାତିରେ ଆକ୍ରମଣ କରିଥିଲା l ତେବେ ଭିଣୋଇ ଶଙ୍କର ଦାସ ଚିତ୍କାର କରିବା ସହ ଛାତିରୁ ପ୍ରବଳ ରକ୍ତସ୍ରାବ ହୋଇଥିବା ଦେଖି ଶଙ୍କର ଙ୍କର ସ୍ତ୍ରୀ ପାଖ ପଡ଼ୋଶୀଙ୍କ ସହାୟତାରେ ହସ୍ପିଟାଲକୁ ନିଆଯାଇଥିଲା ।ମାତ୍ର ସେଠାରେ ଡାକ୍ତର ଶଙ୍କର ଙ୍କୁ ମୃତ ଘୋଷଣା କରିଥିଲେ l ହତ୍ୟା ଅଭିଯୁକ୍ତ ଶଳା ନିପୁନ ଫେରାର ହୋଇଯାଇଥିଲା l ତେବେ ଟାଉନ ପୋଲିସ ଏକ ହତ୍ୟାକାଣ୍ଡ ମାମଲା ଋଜୁକରି ତଦନ୍ତ ଆରମ୍ଭ କରିଦେଇଥିବା ବେଳେ ଅଭିଯୁକ୍ତ ନିପୁନ  କୁ ଖୋଜିବା ଆରମ୍ଭ କରିଦେଇଛି ।

ବରପାଲି ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ

Image
 ବରପାଲି ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ । ବରଗଡ ତା ୨୮/୧୨(ଚିତ୍ତରଞ୍ଜନ ସାହୁ)  ବରଗଡ ଜିଲ୍ଲା ବରପାଲି ମହାବିଦ୍ୟାଳୟର ତ୍ରିଦିବସୀୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ମହାଆଡ଼ମ୍ବରରେ ଉଦଘାଟିତ ହୋଇଯାଇଛି । ସକାଳ ଆଠଟାରେ ଏକ ଶୋଭାଯାତ୍ରା ବାହାରି ପ୍ରଥମେ ସମଲେଶ୍ଵରୀ ମନ୍ଦିର ଦେଇ ଗଙ୍ଗାଧରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି, ଗାନ୍ଧୀଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ମହାବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲା । ଏହାର ପ୍ରଥମ ଅଧିବେଶନରେ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ, ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟୀର ସଭାପତି ଡ. ରବୀନ୍ଦ୍ର ଗଡତିଆ ଏବଂ ସମ୍ପାଦକ ଅଧ୍ୟାପକ ସୁବଳ ମେହେର ମଞ୍ଚ ମଣ୍ଡନ କରିଥିଲେ । ଏଥିରେ ଆଇ. ଆଇ. ଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ଡ. ମହାଦେବ ଜୟସ୍ଵାଲ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ଉପଯୋଗିତା ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ  ରୀନା ଥଇତ, ଅଧ୍ୟକ୍ଷା, ପଞ୍ଚାୟତ ସମିତି, ବରପାଲି ଯୋଗଦେଇଥିବାବେଳେ ଅନ୍ୟତମ ଅତିଥି ଭାବରେ  ଦିନେଶ ଗହୀର, ଅଧ୍ୟକ୍ଷ, ବିଜ୍ଞାପିତ ଅଞ୍ଚଳ ପରିଷଦ, ବରପାଲି ଯୋଗଦେଇ ପଚାଶ ବର୍ଷରେ ପାଦ ଥାପିଥିବା ବରପାଲି ମହାବିଦ୍ୟାଳୟର ସୁଦୀର୍ଘ ଇତିହାସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏ ଅବସରରେ ବରପାଲି...

ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

Image
 ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ବରପାଲି, ତା ୧୫/୧୨/୨୦୨୪- ସ୍ଥାନୀୟ ସରସ୍ଵତୀ ସଂଘ ପକ୍ଷରୁ ରାବଣ ଗୁଡାଠାରେ  ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ ୧୨୦ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. କାଳୀଚରଣ ଦାଶ ଡା. ସୁସ୍ମିତା ପଣ୍ଡା, ଡ଼ା. କଲ୍ୟାଣୀ କାଲ୍ସାଇ ଯୋଗ ଦେଇ ରୋଗୀଙ୍କୁ ପରୀକ୍ଷା କରିଥିଲେ l ଏହି  କାର୍ଯ୍ୟକ୍ରମରେ ଫାର୍ମାସିଷ୍ଟ ସୁଧାଂଶୁ ପାତ୍ର, ନୀଳାଞ୍ଚଳ ବାଗ, ଭୌତିକ ଚିକିତ୍ସକ ଡ଼ା. ସସୀମ ପଧାନ ସହଯୋଗ କରିଥିଲେ । ରୋଗୀମାନଙ୍କର ପଞ୍ଜୀକରଣ ଦାୟିତ୍ବରେ ପ୍ରଶାନ୍ତ ସାମଲ ଓ ପ୍ରତାପ ବିଶ୍ୱାଳ ଥିବା ବେଳେ ସୁନିତା କୁମ୍ଭାର ଓ ସେବତୀ ପଧାନ ସେମାନଙ୍କୁ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ସରସ୍ଵତୀ ସଂଘର ସଭାପତି ଲୀଳାବତୀ ତ୍ରିପାଠୀ, ସଂପାଦିକା ସୁନିତା ମୁଣ୍ଡ, ଘରଜୁଗୀ ଗଡତିଆ,ବେଦମତୀ ପରିଡାଙ୍କ ସହ ଅନ୍ୟାନ୍ୟ ସଦସ୍ୟାଗଣ ଉପସ୍ଥିତ ରହି କମ୍ବଳ ବାଣ୍ଟିଥିଲେ । ରାବଣଗୁଡା ଗ୍ରାମବାସୀଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

ବରପାଲି ଯାଦବ ମହିଳା ସଂଗଠନ ଓ ଯୁବ ଯାଦବ କମିଟିର ବୈଠକ

Image
 ବରପାଲି ଯାଦବ ମହିଳା ସଂଗଠନ ଓ ଯୁବ ଯାଦବ କମିଟିର  ବୈଠକ ବରପାଲି :- ୧୬.୧୨- (ଚିତ୍ତରଞ୍ଜନ ସାହୁ) -ବରଗଡ ଜିଲ୍ଲା ବରପାଲି ଭାଗିରଥି ପଟ୍ଟନାୟକ ଶିକ୍ଷା ନିକେତନ ପରିସରରେ ଆଜି ବରପାଲି ଯାଦବ ମହିଳା ସଂଗଠନ ଓ ଯୁବ ଯାଦବ କମିଟି ର ମିଳିତ ଭାବରେ ଏକ ବୈଠକ ଅନୁଷ୍ଠିତ ହୋଇ ମହିଳା ସଂଗଠନ କୁ ଯେ ପରି ଏନ୍ ଏ ସି ଓ ବ୍ଲକ ଅଞ୍ଚଳରେ ସୁଦୃଢ଼ କରିବା ସାଙ୍ଗକୁ ସମାଜ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ ,ସମାଜ ସେବା କରିବା ସାଙ୍ଗକୁ  ଶିକ୍ଷା କୁ ସମାଜ ପକ୍ଷରୁ ପ୍ରାଧାନ୍ୟ ଦିଆଯାଇଥିଲା। ଏ ସବୁ ସାମାଜିକ କାମ କରିବାକୁ ହେଲେ କିଛି ଅର୍ଥ ର ଆବଶ୍ୟକତା ପଡୁଥିବାରୁ ସେଥି ପାଇଁ ସମାଜ ର ସଭ୍ୟ ମାନଙ୍କ ଭିତରେ କିଛି ରାଶି ସଂଗ୍ରହ କରିବା ନିମନ୍ତେ ନିଷ୍ପତି ନେବା ସାଙ୍ଗକୁ ସମାଜ ର ବୈବାହିକ କାର୍ଯ୍ୟ ବେଳେ ବର ଓ କନ୍ୟା ପକ୍ଷରୁ ୫୦୦ ଟଙ୍କା  ସମାଜ କୁ ବରପାଲି N A C ର ଯାଦବ ପରିବାର ର  ବିବାହ ସମୟ ରେ ପୁଅ ଓ ଝିଅ ଘର ପକ୍ଷ ସମାଜକୁ ଦେବାପାଇଁ ନିଷ୍ପତି ନିଆଯାଇଥିଲା।ଉକ୍ତ ବୈଠକ ରେ ଯାଦବ ମହିଳା ସମାଜ ଓ ଯୁବ ଯାଦବ ସମାଜର ସହସ୍ରାଧିକ ମହିଳା ଓ ଯୁବକ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

ଟାଟା ପାୱାର ପକ୍ଷରୁ ଖୁଲଜା ସୀମ୍ ସୀମ୍ ରେ ତିନି ଜଣ ପୁରସ୍କୃତ

Image
 *ଟାଟା ପାୱାର ପକ୍ଷରୁ ଖୁଲଜା ସୀମ୍ ସୀମ୍ ରେ ତିନି ଜଣ ପୁରସ୍କୃତ* ବରପାଲି - ୫.୧୧(ଚିତ୍ତରଞ୍ଜନ ସାହୁ) ବରଗଡ ଜିଲ୍ଲା ବରପାଲି ସ୍ଥାନୀୟ ଗ୍ରିତ୍ ଅଫିସ ପରିସରରେ ଆଜି ଟାଟା ପାୱାର ୱେଷ୍ଟନ ଓଡ଼ିଶା ଦିଷ୍ଟିବ୍ୟୁସନ୍ ଲିମିଟେଡ(ଡିସ୍କମ୍)ପକ୍ଷରୁ ପ୍ରତ୍ୟେକ ଜିଲ୍ଲା,ବ୍ଲକ୍ ଓ ସହରାଞ୍ଚଳିୟ ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ  ଉତ୍ସାହିତ କରିବା ପାଇଁ ବକେୟା ବିଲ୍ ନଥିବା ଏବଂ ପ୍ରତ୍ୟେକ ମାସ ବିଦ୍ୟୁତ୍ ବିଲ ପଇଠ କରିଥିବା ଗ୍ରାହକ ମାନଙ୍କୁ ନେଇ ଏକ ଲଟେରୀ ଉଠାଣ ହୋଇ ତିନି ଜଣ ବିଦ୍ୟୁତ୍ ଉପଭକ୍ତା ବିବେଚିତ ହୋଇଥିଲେ । ବରପାଲି ସହରରୁ ଶିକ୍ଷକ ଉମେଶ ଚନ୍ଦ୍ର ପ୍ରଧାନ ପ୍ରଥମ ହୋଇ ଏକ ମୋବାଇଲ ଫୋନ, ବ୍ଲକ ଅଞ୍ଚଳ କୁସନପୁରି ଗ୍ରାମର ବ୍ଲକ କାର୍ଯ୍ୟନିର୍ବାହୀ ଅଧିକାରୀ ନିଲାଞ୍ଚଲ୍ ପ୍ରଧାନ ଦ୍ୱିତୀୟ,ଓ କେବାଡ ଗ୍ରାମର ବିଶ୍ଵନାଥ ରଣା ତୃତୀୟ ହୋଇ ପୁରସ୍କାର ପାଇଥିଲେ। ଟାଟା ପାୱାର ୱେଷ୍ଟନ ଓଡ଼ିଶା ଦିଷ୍ଟିବ୍ୟୁସନ୍ ଲିମିଟେଡ ପକ୍ଷରୁ ହୋଇଥିବା ଏହି କାର୍ଯ୍ୟକ୍ରମ ଉପଭୋକ୍ତା ମାନେ ଠିକ୍।     ସମୟରେ  ତାଙ୍କର ବିଲ ପଇଠ  କରି ବିଦ୍ୟୁତ ବିଭାଗର ଉନ୍ନତି କରିବା ସାଙ୍ଗକୁ ନିଜେ ଦେୟ୍ ମୁକ୍ତ ହେବା ପାଇଁ ଗୋଟିଏ ଅଭିନବ ପ୍ରୟାସ ସାଙ୍ଗକୁ ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ଗୋଟିଏ ସଚେତନ ବାର୍ତ୍ତା ସୃଷ୍ଠି କରିଛି । ଏହି କାର୍ଯ୍ୟକ୍ରମରେ ବରପାଲି ବିଦ୍ୟୁତ୍ ବିଭାଗ ଏସ ଡି ଓ ଶୁଭେନ୍ଦୁ ସାମନ୍ତ...

ବରପାଲିରୁ ଏହ୍ଲାବାଦ ଅଭିମୁଖେ ବସସେବା

Image
 ବରପାଲିରୁ ଏହ୍ଲାବାଦ ଅଭିମୁଖେ ବସସେବା    ବରପାଲି,୫।୧୨ (ଚିତ୍ତରଞ୍ଜନ ସାହୁ):ବରପାଲିରୁ ପ୍ରୟାଗରାଜ ଅଭିମୁଖେ ଏକ  ଯାତ୍ରିବାହୀ ବସର ଗୁରୁବାର ସୂଭାରମ୍ଭ ହୋଇଯାଇଛି। ସ୍ଥାନିୟ ବସଷ୍ଟାଣ୍ତରୁ ମୂଖ୍ଯଅତିଥି ଭାବରେ ବରିଷ୍ଠ ଧର୍ମପ୍ରାଣ ସମାଜସେବୀ ମୋତିଲାଲ ଅଗ୍ରୱାଲ ପୁଜାର୍ଚ୍ଚନା ସହ ବସକୁ ତାର ଗନ୍ତବ୍ୟସ୍ଥଳକୁ ମେଲାଣି ଦେଇଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଚନ୍ଦନ ଅଗ୍ରୱାଲ,ଗଦାଧର ସିଂ,ଡ.ଶଙ୍କରଷଣ ମେହେର,ଯଦୁମଣି ବିଶି,ବିନୋଦ ଅଗ୍ରୱାଲା,ଅବନି ମେହେର,ରବି ବିଶି, ଗୋକୁଳ ପଧାନ,ପଦ୍ମ ଲୋଚନ ସାହୁ,ଧିରୋଜ ପଧାନ,ଲୁବୁରୁ ପଧାନ, ଅନିଲ ଅଗ୍ରୱାଲ,ମନିଶ ଅଗ୍ରୱାଲା,ସୁନିଲ ଅଗ୍ରୱାଲ,ଗୋବିନ୍ଦ ସାହୁ,ରାଘବ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଅଞ୍ଚଳବାସୀଙ୍କ ବହୁ ଦିନର ଆଶା ଓ ଭରସା ବିଜେପୁର ବିଧାୟକଙ୍କ ସାଧୁ ଉଦ୍ୟମ ଯୋଗୁ ସଫଳ ରୂପ ନେବା ସହିତ ଜନସାଧାରଣଙ୍କୁ ବେଶ ପ୍ରଭାବିତ କରିଥିବା ଦେଖାଯାଇଥିଲା। ଲୋକଙ୍କ ନିତ୍ଯାନ୍ତ ପ୍ରୟୋଜନ ହେଉଥିବା ଶୁଦ୍ଧିକ୍ରିୟା କାର୍ଯ୍ଯ,ଅସ୍ଥିପ୍ରବାହ ଅବା ପରିଭ୍ରମଣ ପାଇଁ ଲୋକଙ୍କ ବହୁଦିନରୁ ଦାବି ହୋଇଆସୁଥିଲା ଯାହାବି ହେଉ ବିଧାୟକଙ୍କ ଉଦ୍ୟମରୁ ସିଧାସଳଖ ଏହ୍ଲାବାଦକୁ ପ୍ରତିଦିନ ବସସେବା ଯାତାୟାତ ହୋଇପାରିଥିଲା। ପୁର୍ବରୁ ବରପାଲି ଅଞ୍ଚଳରୁ କୌଣସି ସଠିକ ବ୍ଯବସ୍ଥା ନଥିବାରୁ ଲୋକେ ଅସୁବିଧା ଭୋଗ କରିବା ସହ ଖର୍ଚ୍ଚାନ୍ତରେ ପଡୁଥିଲେ। । ଏହ୍ଲାବାଦର ସିଂ...