Posts

ଗଙ୍ଗାଧର ଙ୍କ ଗୀତ ବଜାଇ ରେମ୍ପ୍ ଶୋ - ଜନ୍ମ ପୀଠ ରେ ବିରୋଧ

Image
  ଗଙ୍ଗାଧର ଙ୍କ ଗୀତ ବଜାଇ ରେମ୍ପ୍ ଶୋ - ଜନ୍ମ ପୀଠ ରେ ବିରୋଧ । ବରପାଲି :- ସ୍ଵଭାବ କବି ଗଙ୍ଗାଧର ଙ୍କ ମଧୁମୟ କବିତା ସାରା ବିଶ୍ଵ ରେ ଆଦରିତ ହେବା ବେଳକୁ ଗଙ୍ଗାଧର ଙ୍କ ଗୀତ ବଜାଇ ରେମ୍ପ ଶୋ ଘଟଣା କୁ ଜନ୍ମ ପୀଠ ବରପାଲି ରେ ଘୋର ବିରୋଧ କରାଯାଇଛି । ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଚଳିତ ବର୍ଷ ୧୬୨ ତମ ଜନ୍ମ ଜୟନ୍ତୀ ସାରା ଓଡ଼ିଶା ରେ ପାଳନ ହେଉ ଥିବା ବେଳେ ବରଗଡ଼ ସହର ର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ରାଜ୍ୟ ସ୍ତରୀୟ କାବ୍ୟାନଂଜଳି - ୨୦୨୪ ନାମରେ ଏକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ଯାହାକି ସ୍ବାଗତ ଯୋଗ୍ୟ । ହେଲେ ଏହି କାର୍ଯକ୍ରମ ରେ ଗଙ୍ଗାଧର ମେହେରଙ୍କ ବେଶ୍ ଆଦୃତ ଲୋକ ପ୍ରିୟ ମଙ୍ଗଲେ ଅଇଲା ଉଷା ଗୀତ ବଜାଇ ଯୁବକ ଯୁବତୀ ଗଣ ଷ୍ଟେଜ ଉପରେ ରେମ୍ପ ଶୋ କରିଥିଲେ । ଏହି ଭିଡିଓ ଅଞ୍ଚଳ ରେ ଏବେ ଭାଇରାଲ ହେବାରେ ଲାଗିଛି।ଅନ୍ୟ ପକ୍ଷରେ ଜନ୍ମପୀଠ ବରପାଲି ଏହାକୁ ଘୋର ବିରୋଧ କରାଯାଇଛି। କବି ଙ୍କ ନାମ ରେ ରାଜ୍ୟ ସ୍ତରୀୟ କାର୍ଯକ୍ରମ କରି ଏପରି କରିବା ଦ୍ୱାରା ଗଙ୍ଗାଧର ଙ୍କ ପ୍ରତି ଅପମାନ ବୋଲି ଗଙ୍ଗାଧର ମେହେର କ୍ଲବ ର ସଭାପତି ଡକ୍ଟର ଘନଶ୍ୟାମ ପାଣିଗ୍ରାହୀ ପ୍ରକାଶ କରିବା ସହ ଭବିଷ୍ୟତ ରେ ଏପରି କାର୍ଯ୍ୟ ରୁ ନିବୃତ ରହିବା ପାଇଁ ଆୟୋଜକ ଙ୍କୁ ଅନୁରୋଧ କରିଛନ୍ତି ।

ଆତ୍ମ ସମର୍ପଣ କଲେ ଦୁଇ ଦୁର୍ଦ୍ଦାନ୍ତ କ୍ୟାଡ଼ର ମାଓବାଦି

Image
   :-ଆତ୍ମ ସମର୍ପଣ କଲେ ଦୁଇ ଦୁର୍ଦ୍ଦାନ୍ତ କ୍ୟାଡ଼ର ମାଓବାଦି ।ବିଜାପୁର କ୍ୟାଡର ମାଓବାଦୀ ପୂଜା ତାତିଙ୍କ ଆତ୍ମ ସମର୍ପଣ। ସୁକମାର କ୍ୟାଡର ମାଓବାଦି ସଇତୁ ପଡ଼ାମ୍ ଙ୍କ ଆତ୍ମ ସମର୍ପଣ।  ପୂଜା ତାତିଙ୍କ ନାଁ ରେ ଥିଲା ଚାରି ଲକ୍ଷ ପୁରସ୍କାର । ସଇତୁ ଙ୍କ ନାଁ ରେ ଥିଲା ତିନି ଲକ୍ଷ ପୁରସ୍କାର । ଉଭୟ ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରେ ସକ୍ରିୟ ଥିଲେ । ଉତ୍ତରାଞ୍ଚଳ ଆଈଜି ଓ ବରଗଡ଼ ଏସପି ଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ପୂଜା ସଇତୁ ବଖାଣିଲେ ଲାଲ ବାହାନିରେ ମହିଳା ଙ୍କ ନିର୍ଯାତନାର କାହାଣୀ । ମାଓବାଦୀଙ୍କ ପାଖରୁ ଅନେକ ମାରଣାସ୍ତ୍ର ମଧ୍ୟ ଜବତ କରିଛି ପୋଲିସ l  ଏନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ପ୍ରେସମିଟ କରି ସୂଚନା ଦେଇଛନ୍ତି l ସେ କହିଛନ୍ତି ଆମର ମାଓ ଦମନ ଅଭିଯାନ ସବୁବେଳେ ଚାଲିଛି l ଆଗକୁ ମଧ୍ୟ ଏହି ଅଭିଯାନ ଚାଲିବ l ସେହିପରି ଆଇଜି କହିଛନ୍ତି ମାଓବାଦୀ ମାନେ ସମର୍ପଣ କରନ୍ତୁ ନହେଲେ ନିସ୍ତାର ନାହିଁ l ଅନ୍ୟପଟେ ଆତ୍ମସମର୍ପଣ କରିଥିବା ମାଓବାଦୀ କହିଛନ୍ତି ସମସ୍ତେ ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ l

ସ୍ମାର୍ଟ ମିଟର ସମ୍ପୂର୍ଣ ରୂପେ ସୁରକ୍ଷିତ ଏବଂ ଭରସାଯୋଗ୍ୟ- ଟିପିଡବ୍ଲ୍ୟୁଓଡିଏଲ୍

Image
 -ସ୍ମାର୍ଟ ମିଟର ସମ୍ପୂର୍ଣ ରୂପେ ସୁରକ୍ଷିତ ଏବଂ ଭରସାଯୋଗ୍ୟ- ଟିପିଡବ୍ଲ୍ୟୁଓଡିଏଲ୍  :-ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲ୍ୟୁଓଡିଏଲ୍ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ସହ ଗ୍ରାହକ ସେବା ପାଇଁ ସଦାସର୍ବାଦା ପ୍ରତିଶୃତିବଦ୍ଧ ରହିଛି । ଏହି ପରୀପ୍ରେକ୍ଷରେ ବରଗଡ଼ ଜିଲ୍ଲାରେ ସ୍ମାର୍ଟମିଟରକୁ ନେଇ ଲାଗି ରହିଥ‌ିବା କଳ୍ପନାଜଳ୍ପନା ଓ ଆନ୍ଦୋଳନ ସ୍ମାର୍ଟ ମିଟର ଭଙ୍ଗା ଯିବା ଘଟଣାର ସମସ୍ତ ଉତ୍ତର ଦେବା ଉଦ୍ୟଶ୍ୟରେ କମ୍ପାନୀ ତରଫରୁ ସ୍ଥାନୀୟ ଗଣପତି ହୋଟେଲ ଠାରେ  ଏକ ସାମ୍ବାଦିକ ସମ୍ମିଳନୀ  କମ୍ପାନୀ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବଣୀ ବର୍ମା, କମ୍ପାନୀର ଅପରେସନ୍ ମୁଖ୍ୟ ଶ୍ରୀ ଆଶିସ୍ କୁମାର ପାଟ୍ଟଯୋଶୀ, କମ୍ପାନୀର ବାଣିଜିକ ମୁଖ୍ୟ ଶ୍ରୀ ପି. ପି. ତେନ୍ଦୁଲକର ଏବଂ ବରଗଡ଼ ବିଦ୍ୟୁତ୍ ମଣ୍ଡଳର ମୁଖ୍ୟ ଶ୍ରୀ ସୁରେନ୍ଦ୍ର ହୋତା ଉପସ୍ଥିତ ଥିଲେ। ଏହି ସମ୍ବାଦିକ ସମ୍ମଳନୀରେ ଟିପିଡବ୍ଲ୍ୟୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ କୁମାର ବର୍ମା କମ୍ପାନୀର ପକ୍ଷ ରଖିବାକୁ ଯାଇ ପ୍ରକାଶ କରିଛନ୍ତି ଯେ, କମ୍ପାନୀ ତରଫରୁ ଲଗାଯାଉଥିବା ସମସ୍ତ ସ୍ମାର୍ଟ ମିଟର ସମ୍ପୂର୍ଣ ରୂପେ ନିର୍ଭରଯୋଗ୍ୟ ଏବଂ ବିଶ୍ବସନୀୟ । ମାନ୍ୟବର ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ କମ୍ପ...

5T ସ୍କୁଲରେ ସାପ ଆତଙ୍କ ପ୍ରଶାସନ ଅଧିକାରୀ ଜାଣି ଶୁଣି ଚୁପ୍

Image
 5T ସ୍କୁଲରେ ସାପ ଆତଙ୍କ ପ୍ରଶାସନ ଅଧିକାରୀ ଜାଣି ଶୁଣି ଚୁପ୍। ବରପାଲି -୩୦/୮ବରଗଡ ଜିଲ୍ଲା ବରପାଲି ବ୍ଲକ ଲେଣ୍ଡା ପଞ୍ଚାୟତ 5T ହାଇସ୍କୁଲ ଘରେ ସାପ ଙ୍କ ଆତଙ୍କ।ଅବିଭାବକ ମାନଙ୍କ କହିବା ନୁ ସାରେ ସ୍କୁଲକୁ 5T ରେ କୋଠାଗୃହ ମାନ ନିର୍ମାଣ ହୋଇଛି ଏବଂ ଏହି କୋଠାଗୃହର କାନ୍ଥ ମାନ୍ ଫାଟି ଆଁ କଲାଣି ଯୋଉଟା କି ଟିକିଏ ବର୍ଷା ହେଲେ କାନ୍ଥ ରୁ ପାଣି ବାହାରୁଛି ଏବଂ ସେ ବାଟ ଦେଇ ବିଷାକ୍ତ ସାପ ମାନ ବାହାରୁଥିବା ଓ ପାଖରେ ଥିବା ଆଉ ଏକ ଶ୍ରେଣୀ ଗୃହ ଠିକାଦାର ଅଧ କାମ କରି ଛାଡ଼ି ଚାଲି ଯାଇଥିବାରୁ ଉଇ ହୁଙ୍କା ହୋଇ ବିଷାକ୍ତ ନାଗ ସାପ ମାନ ଘର କରି ଶ୍ରେଣୀ ଗୃହରେ ରହୁଥିବା ରାତ୍ରି ଯୁଗୁଆଲି ପ୍ରକାଶ କରିଛନ୍ତି ଏବଂ ବିଷାକ୍ତ ସାପ ଗୁଡିକ ଦୈନନ୍ଦିନ ବାହାରୁ ଥିବା ଏବଂ ଆଜି ମଧ୍ୟ ବାହାରିଥିବା ଜଣାଯାଇଛି। ଏହି ହାଇସ୍କୁଲ ରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସହସ୍ରାଧିକ ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ କରୁଛନ୍ତି।ଯଦି  କୌଣସି ଛାତ୍ର ଛାତ୍ରୀ ବିଷଧର ସାପ କାମୁଡି ଦିଏ କିଏ ତାର କାରଣ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ସ୍କୁଲ ର ଅଭିଭାବକ ,ଶିକ୍ଷକ ମାନେ ସ୍ଥାନୀୟ ପ୍ରାସାନ ଅଧିକାରୀ ମାନଙ୍କୁ ଜଣାଇ ଥିଲେ ମଧ୍ୟ ତାର କୌଣସି ସୁ ଫଳ ମିଳି ପାରୁନାହିଁ। କାରଣ ଏହି ସ୍କୁଲ ଟି ବ୍ଲକ ଗ୍ରାଣ୍ଡ ସ୍କୁଲ ହୋଇଥିବାରୁ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ପ୍ରଶାସନ ଅଧିକାରୀ ମାନେ ଜାଣି ମଧ...

ବରପାଲି ସମଲେଶ୍ଵରୀ ଠିକାଦାର ସଂଘ ଏବଂ ବିଶ୍ଵକର୍ମା ରାଜମିସ୍ତ୍ରୀ ସଂଘ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ

Image
 ବରପାଲି ୨୮/୮(ଆ ପ୍ର)- ବରପାଲି ସମଲେଶ୍ଵରୀ ଠିକାଦାର ସଂଘ ଏବଂ ବିଶ୍ଵକର୍ମା ରାଜମିସ୍ତ୍ରୀ ସଂଘ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସାଇ ମନ୍ଦିର ନିକଟସ୍ଥ ହୋତା ମଣ୍ଡପ ପରିସରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ମୁଖ୍ୟତଃ ବଙ୍ଗୀୟ ରାଜମିସ୍ତ୍ରୀ ମାନେ  ଅଞ୍ଚଳରେ ବ୍ୟାପକ ମାତ୍ରାରେ ଆସି କାମ କରୁଥିବାରୁ ସ୍ଥାନୀୟ ରାଜମିସ୍ତ୍ରୀ ମାନଙ୍କ କୌଳିକ ବୃତ୍ତି ପ୍ରତି ବିପଦ ସୃଷ୍ଟି ହୋଇସାରିଛି ବୋଲି ରାଜମିସ୍ତ୍ରୀ ମାନେ ପ୍ରକାଶ କରିଥିଲେ । ଏହାସହ ସେମାନଙ୍କୁ କାମରୁ ହଟାଇ ସ୍ଥାନୀୟ ଲୋକଙ୍କୁ ଯୋଗାଇଦେବାକୁ ଦାବୀ କରିଥିଲେ । ଠିକାଦାର ସଂଘ ତରଫରୁ ସେମାନଙ୍କ ଦାବିକୁ  ଶୁଣାଯାଇଥିଲା । ହେଲେ ଏବେ କରୁଥିବା କାମ ସବୁରେ ବଙ୍ଗୀୟ ରାଜମିସ୍ତ୍ରୀ ମାନଙ୍କ ସହ ଅଦାଲତରେ ଚୁକ୍ତି ହୋଇ ସାରିଥିବାରୁ ସେମାନଙ୍କୁ ଚାଲିଥିବା କାର୍ଯ୍ୟରୁ ନିଲମ୍ବିତ କରିହେବ ନାହିଁ ବୋଲି ଠିକାଦାର ମାନେ ପ୍ରକାଶ କରିଥିଲେ । ନୂତନ କାମରେ ପ୍ରଥମେ ସ୍ଥାନୀୟ ରାଜମିସ୍ତ୍ରୀ ମାନଙ୍କୁ ପ୍ରଥମେ ସୁଯୋଗ ଦିଆଯିବ ବୋଲି କହିଥିଲେ । ଏହାସହ ସ୍ଥାନୀୟ ରାଜମିସ୍ତ୍ରୀ ମାନେ ସେମାନଙ୍କ ଦଳ ସହ ବଡ ବଡ କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ । ପ୍ରାୟତ ସ୍ଥାନୀୟ ରାଜମିସ୍ତ୍ରୀ ମାନଙ୍କର କାମରେ ବହୁ ସମସ୍ୟା ଦେଖାଦେଉଛି । ଘରୁ ଯାଇ କା...

ବରପାଲି ରେ ଘନ ଘନ ଚୋରୀ - ଧନ ଜୀବନ ଅସୁରକ୍ଷିତ

Image
 ବରପାଲି ରେ ଘନ ଘନ ଚୋରୀ - ଧନ ଜୀବନ ଅସୁରକ୍ଷିତ । ବରପାଲି ଥାନା ଅଞ୍ଚଳ ରେ ଘନ ଘନ ଚୋରୀ ହେବା ସହିତ ଚୋର କି ଚୋରୀ ସାମଗ୍ରୀ ଜବତ ନ ହେବାରୁ ଜନ ସାଧାରଣ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଗତ କାଲି ରାତି ରେ ବରପାଲି ଥାନା ରୁ ମାତ୍ର ପ୍ରାୟ୧୦୦ ମିଟର ଦୂର ରେ ହସ୍ପିଟାଲ ଛକ ରେ ଏକ ମୋବାଇଲ୍ ମରାମତି ଦୋକାନ ରୁ ତାଲା ଭାଙ୍ଗି ଚୋରୀ ହୋଇଛି । ଦୋକାନ ମାଲିକ ରାଜୁ ମେହେର ଏନେଇ ବରପାଲି ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଦୋକାନ ର ଚାରୋଟି ତାଲା ଭାଙ୍ଗି ମରାମତି ପାଇଁ ଆସି ଥିବା ୨୦ ଟି ମୋବାଇଲ ଫୋନ୍ ସହ ଦୋକନ ରେ ଥିବା ଏକ ହଜାର ଟଙ୍କା ଚୋରୀ ହେବା ନେଇ ସେ ଥାନା ରେ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ବହୁ ବଡ ବଡ ଚୋରୀ ମାନ ଘଟୁଛି। ଗତ ଜୁନ ୧୦ ତାରିଖ ଦିନ ବରପାଲି ୱାର୍ଡ ନମ୍ବର ୭ର ବାସିନ୍ଦା ପାର୍ବତୀ ଦାଶ ଙ୍କ ଘରୁ ଏକ ବଡ ଧରଣ ର ଚୋରୀ ହୋଇଛି ।ସେ ସମୟ ଶୀତଳ ଷଷ୍ଠୀ ଯାତ୍ରା ର ଏକ ଶୋଭାଯାତ୍ରା ଦେଖିବା ପାଇଁ ରାତ୍ର ରେ  ମୁଖ୍ୟ ଫାଟକ ରେ ତାଲା ଦେଇ କିଛି ସମୟ ପାଇଁ ଯାଇ ଫେରିବା ବେଳେ ଚୋର ଘରେ ପଶି ହାତ ସଫା କରି ଦେଲେ । ଚୋର ମାନେ ୨୦ ତୋଳା ସ୍ଵର୍ଣ୍ଣ ଅଳଙ୍କାର , ପାଟ ଶାଢ଼ୀ ସହ ନଗଦ ଟଙ୍କା ମଧ୍ୟ ନେଇ ଯାଇଥିଲେ । ଏନେଇ ସେମାନେ ବରପାଲି ଥାନା ରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ବରପାଲି ପୋଲିସ ତାଙ୍କ ଅଭିଯୋଗ ଉପରେ (କେସ ନମ୍ବର ୧୯୨/୨୪) ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତ...

ଯାଦବ ସମାଜ ପକ୍ଷରୁ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଆରମ୍ଭ

Image
 ଯାଦବ ସମାଜ ପକ୍ଷରୁ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଆରମ୍ଭ । ବରପାଲି ତା ୨୫-୦୮ (ଚିତ୍ତରଞ୍ଜନ ସାହୁ) ବରଗଡ ଜିଲ୍ଲା ବରପାଲି ବ୍ଲକ ଯାଦବ ସମାଜ ଆନୁକୁଲ୍ୟରେ ତିନି ଦିନ ବ୍ୟାପୀ ହେବାକୁ ଥିବା ସାର୍ବ ଜନୀନ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଆଜି ରବିବାର ଉଦଘାଟିତ ହୋଇଛି। ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ଉତ୍ସବ ରେ ରବିବାର ଅଧିବାସ ପୂଜାର୍ଚ୍ଚନା ହୋଇଥିବା ବେଳେ  । କଲ୍ୟାଣ ମଣ୍ଡପ ରୁ ମହିଳା ମାନଙ୍କ ଏକ ବିରାଟ କଳସ ଶୋଭାଯାତ୍ରା ସହର ପରିକ୍ରମା କରି ସ୍ଥାନୀୟ ଗହିର ବନ୍ଦ ଠାରେ ପୂଜାର୍ଚ୍ଚନା କରିଥିଲେ ଏବଂ ଶୋଭାଯାତ୍ରା ରେ ଦୁଲ୍ ଦୁଲି ବାଜା, ବ୍ୟାଣ୍ଡ ବାଜା ଆଦି ସାମିଲ ଥିଲେ । ସନ୍ଧ୍ୟା ରେ ବିଭିନ୍ନ ସଂଗଠନ ପକ୍ଷରୁ ଭଜନ ପରିବେଷଣ କରାଯାଇଛି ।ଏଥିରେ ପଶ୍ଚିମ ଓଡ଼ିଶା ତଥା ବରପାଲି ର ବହୁ କଳାକାର ଭଜନ ପରିବେଷଣ କରିଥିଲେ।ଏହି ଅବସର ରେ ପ୍ରତ୍ୟହ ଭଜନ, ପ୍ରବଚନ ଆଦି ପରିବେଷଣ କରାଯିବ ବୋଲି କମିଟି  ସଦସ୍ୟ ଅକ୍ଷୟ ଭୋଇ ସୂଚନା ଦେଇଛନ୍ତି।