Posts

Showing posts from December, 2024

ବରପାଲି ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ

Image
 ବରପାଲି ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ । ବରଗଡ ତା ୨୮/୧୨(ଚିତ୍ତରଞ୍ଜନ ସାହୁ)  ବରଗଡ ଜିଲ୍ଲା ବରପାଲି ମହାବିଦ୍ୟାଳୟର ତ୍ରିଦିବସୀୟ ସୁବର୍ଣ୍ଣ ଜୟନ୍ତୀ ସମାରୋହ ମହାଆଡ଼ମ୍ବରରେ ଉଦଘାଟିତ ହୋଇଯାଇଛି । ସକାଳ ଆଠଟାରେ ଏକ ଶୋଭାଯାତ୍ରା ବାହାରି ପ୍ରଥମେ ସମଲେଶ୍ଵରୀ ମନ୍ଦିର ଦେଇ ଗଙ୍ଗାଧରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି, ଗାନ୍ଧୀଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ମହାବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲା । ଏହାର ପ୍ରଥମ ଅଧିବେଶନରେ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ, ସୁବର୍ଣ୍ଣ ଜୟନ୍ତୀ ସମାରୋହ କମିଟୀର ସଭାପତି ଡ. ରବୀନ୍ଦ୍ର ଗଡତିଆ ଏବଂ ସମ୍ପାଦକ ଅଧ୍ୟାପକ ସୁବଳ ମେହେର ମଞ୍ଚ ମଣ୍ଡନ କରିଥିଲେ । ଏଥିରେ ଆଇ. ଆଇ. ଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ଡ. ମହାଦେବ ଜୟସ୍ଵାଲ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ଉପଯୋଗିତା ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ  ରୀନା ଥଇତ, ଅଧ୍ୟକ୍ଷା, ପଞ୍ଚାୟତ ସମିତି, ବରପାଲି ଯୋଗଦେଇଥିବାବେଳେ ଅନ୍ୟତମ ଅତିଥି ଭାବରେ  ଦିନେଶ ଗହୀର, ଅଧ୍ୟକ୍ଷ, ବିଜ୍ଞାପିତ ଅଞ୍ଚଳ ପରିଷଦ, ବରପାଲି ଯୋଗଦେଇ ପଚାଶ ବର୍ଷରେ ପାଦ ଥାପିଥିବା ବରପାଲି ମହାବିଦ୍ୟାଳୟର ସୁଦୀର୍ଘ ଇତିହାସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏ ଅବସରରେ ବରପାଲି...

ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

Image
 ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ବରପାଲି, ତା ୧୫/୧୨/୨୦୨୪- ସ୍ଥାନୀୟ ସରସ୍ଵତୀ ସଂଘ ପକ୍ଷରୁ ରାବଣ ଗୁଡାଠାରେ  ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ ୧୨୦ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. କାଳୀଚରଣ ଦାଶ ଡା. ସୁସ୍ମିତା ପଣ୍ଡା, ଡ଼ା. କଲ୍ୟାଣୀ କାଲ୍ସାଇ ଯୋଗ ଦେଇ ରୋଗୀଙ୍କୁ ପରୀକ୍ଷା କରିଥିଲେ l ଏହି  କାର୍ଯ୍ୟକ୍ରମରେ ଫାର୍ମାସିଷ୍ଟ ସୁଧାଂଶୁ ପାତ୍ର, ନୀଳାଞ୍ଚଳ ବାଗ, ଭୌତିକ ଚିକିତ୍ସକ ଡ଼ା. ସସୀମ ପଧାନ ସହଯୋଗ କରିଥିଲେ । ରୋଗୀମାନଙ୍କର ପଞ୍ଜୀକରଣ ଦାୟିତ୍ବରେ ପ୍ରଶାନ୍ତ ସାମଲ ଓ ପ୍ରତାପ ବିଶ୍ୱାଳ ଥିବା ବେଳେ ସୁନିତା କୁମ୍ଭାର ଓ ସେବତୀ ପଧାନ ସେମାନଙ୍କୁ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ସରସ୍ଵତୀ ସଂଘର ସଭାପତି ଲୀଳାବତୀ ତ୍ରିପାଠୀ, ସଂପାଦିକା ସୁନିତା ମୁଣ୍ଡ, ଘରଜୁଗୀ ଗଡତିଆ,ବେଦମତୀ ପରିଡାଙ୍କ ସହ ଅନ୍ୟାନ୍ୟ ସଦସ୍ୟାଗଣ ଉପସ୍ଥିତ ରହି କମ୍ବଳ ବାଣ୍ଟିଥିଲେ । ରାବଣଗୁଡା ଗ୍ରାମବାସୀଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

ବରପାଲି ଯାଦବ ମହିଳା ସଂଗଠନ ଓ ଯୁବ ଯାଦବ କମିଟିର ବୈଠକ

Image
 ବରପାଲି ଯାଦବ ମହିଳା ସଂଗଠନ ଓ ଯୁବ ଯାଦବ କମିଟିର  ବୈଠକ ବରପାଲି :- ୧୬.୧୨- (ଚିତ୍ତରଞ୍ଜନ ସାହୁ) -ବରଗଡ ଜିଲ୍ଲା ବରପାଲି ଭାଗିରଥି ପଟ୍ଟନାୟକ ଶିକ୍ଷା ନିକେତନ ପରିସରରେ ଆଜି ବରପାଲି ଯାଦବ ମହିଳା ସଂଗଠନ ଓ ଯୁବ ଯାଦବ କମିଟି ର ମିଳିତ ଭାବରେ ଏକ ବୈଠକ ଅନୁଷ୍ଠିତ ହୋଇ ମହିଳା ସଂଗଠନ କୁ ଯେ ପରି ଏନ୍ ଏ ସି ଓ ବ୍ଲକ ଅଞ୍ଚଳରେ ସୁଦୃଢ଼ କରିବା ସାଙ୍ଗକୁ ସମାଜ ପକ୍ଷରୁ ବିଭିନ୍ନ ଉନ୍ନୟନ ମୂଳକ ,ସମାଜ ସେବା କରିବା ସାଙ୍ଗକୁ  ଶିକ୍ଷା କୁ ସମାଜ ପକ୍ଷରୁ ପ୍ରାଧାନ୍ୟ ଦିଆଯାଇଥିଲା। ଏ ସବୁ ସାମାଜିକ କାମ କରିବାକୁ ହେଲେ କିଛି ଅର୍ଥ ର ଆବଶ୍ୟକତା ପଡୁଥିବାରୁ ସେଥି ପାଇଁ ସମାଜ ର ସଭ୍ୟ ମାନଙ୍କ ଭିତରେ କିଛି ରାଶି ସଂଗ୍ରହ କରିବା ନିମନ୍ତେ ନିଷ୍ପତି ନେବା ସାଙ୍ଗକୁ ସମାଜ ର ବୈବାହିକ କାର୍ଯ୍ୟ ବେଳେ ବର ଓ କନ୍ୟା ପକ୍ଷରୁ ୫୦୦ ଟଙ୍କା  ସମାଜ କୁ ବରପାଲି N A C ର ଯାଦବ ପରିବାର ର  ବିବାହ ସମୟ ରେ ପୁଅ ଓ ଝିଅ ଘର ପକ୍ଷ ସମାଜକୁ ଦେବାପାଇଁ ନିଷ୍ପତି ନିଆଯାଇଥିଲା।ଉକ୍ତ ବୈଠକ ରେ ଯାଦବ ମହିଳା ସମାଜ ଓ ଯୁବ ଯାଦବ ସମାଜର ସହସ୍ରାଧିକ ମହିଳା ଓ ଯୁବକ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

ଟାଟା ପାୱାର ପକ୍ଷରୁ ଖୁଲଜା ସୀମ୍ ସୀମ୍ ରେ ତିନି ଜଣ ପୁରସ୍କୃତ

Image
 *ଟାଟା ପାୱାର ପକ୍ଷରୁ ଖୁଲଜା ସୀମ୍ ସୀମ୍ ରେ ତିନି ଜଣ ପୁରସ୍କୃତ* ବରପାଲି - ୫.୧୧(ଚିତ୍ତରଞ୍ଜନ ସାହୁ) ବରଗଡ ଜିଲ୍ଲା ବରପାଲି ସ୍ଥାନୀୟ ଗ୍ରିତ୍ ଅଫିସ ପରିସରରେ ଆଜି ଟାଟା ପାୱାର ୱେଷ୍ଟନ ଓଡ଼ିଶା ଦିଷ୍ଟିବ୍ୟୁସନ୍ ଲିମିଟେଡ(ଡିସ୍କମ୍)ପକ୍ଷରୁ ପ୍ରତ୍ୟେକ ଜିଲ୍ଲା,ବ୍ଲକ୍ ଓ ସହରାଞ୍ଚଳିୟ ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ  ଉତ୍ସାହିତ କରିବା ପାଇଁ ବକେୟା ବିଲ୍ ନଥିବା ଏବଂ ପ୍ରତ୍ୟେକ ମାସ ବିଦ୍ୟୁତ୍ ବିଲ ପଇଠ କରିଥିବା ଗ୍ରାହକ ମାନଙ୍କୁ ନେଇ ଏକ ଲଟେରୀ ଉଠାଣ ହୋଇ ତିନି ଜଣ ବିଦ୍ୟୁତ୍ ଉପଭକ୍ତା ବିବେଚିତ ହୋଇଥିଲେ । ବରପାଲି ସହରରୁ ଶିକ୍ଷକ ଉମେଶ ଚନ୍ଦ୍ର ପ୍ରଧାନ ପ୍ରଥମ ହୋଇ ଏକ ମୋବାଇଲ ଫୋନ, ବ୍ଲକ ଅଞ୍ଚଳ କୁସନପୁରି ଗ୍ରାମର ବ୍ଲକ କାର୍ଯ୍ୟନିର୍ବାହୀ ଅଧିକାରୀ ନିଲାଞ୍ଚଲ୍ ପ୍ରଧାନ ଦ୍ୱିତୀୟ,ଓ କେବାଡ ଗ୍ରାମର ବିଶ୍ଵନାଥ ରଣା ତୃତୀୟ ହୋଇ ପୁରସ୍କାର ପାଇଥିଲେ। ଟାଟା ପାୱାର ୱେଷ୍ଟନ ଓଡ଼ିଶା ଦିଷ୍ଟିବ୍ୟୁସନ୍ ଲିମିଟେଡ ପକ୍ଷରୁ ହୋଇଥିବା ଏହି କାର୍ଯ୍ୟକ୍ରମ ଉପଭୋକ୍ତା ମାନେ ଠିକ୍।     ସମୟରେ  ତାଙ୍କର ବିଲ ପଇଠ  କରି ବିଦ୍ୟୁତ ବିଭାଗର ଉନ୍ନତି କରିବା ସାଙ୍ଗକୁ ନିଜେ ଦେୟ୍ ମୁକ୍ତ ହେବା ପାଇଁ ଗୋଟିଏ ଅଭିନବ ପ୍ରୟାସ ସାଙ୍ଗକୁ ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ଗୋଟିଏ ସଚେତନ ବାର୍ତ୍ତା ସୃଷ୍ଠି କରିଛି । ଏହି କାର୍ଯ୍ୟକ୍ରମରେ ବରପାଲି ବିଦ୍ୟୁତ୍ ବିଭାଗ ଏସ ଡି ଓ ଶୁଭେନ୍ଦୁ ସାମନ୍ତ...

ବରପାଲିରୁ ଏହ୍ଲାବାଦ ଅଭିମୁଖେ ବସସେବା

Image
 ବରପାଲିରୁ ଏହ୍ଲାବାଦ ଅଭିମୁଖେ ବସସେବା    ବରପାଲି,୫।୧୨ (ଚିତ୍ତରଞ୍ଜନ ସାହୁ):ବରପାଲିରୁ ପ୍ରୟାଗରାଜ ଅଭିମୁଖେ ଏକ  ଯାତ୍ରିବାହୀ ବସର ଗୁରୁବାର ସୂଭାରମ୍ଭ ହୋଇଯାଇଛି। ସ୍ଥାନିୟ ବସଷ୍ଟାଣ୍ତରୁ ମୂଖ୍ଯଅତିଥି ଭାବରେ ବରିଷ୍ଠ ଧର୍ମପ୍ରାଣ ସମାଜସେବୀ ମୋତିଲାଲ ଅଗ୍ରୱାଲ ପୁଜାର୍ଚ୍ଚନା ସହ ବସକୁ ତାର ଗନ୍ତବ୍ୟସ୍ଥଳକୁ ମେଲାଣି ଦେଇଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ଚନ୍ଦନ ଅଗ୍ରୱାଲ,ଗଦାଧର ସିଂ,ଡ.ଶଙ୍କରଷଣ ମେହେର,ଯଦୁମଣି ବିଶି,ବିନୋଦ ଅଗ୍ରୱାଲା,ଅବନି ମେହେର,ରବି ବିଶି, ଗୋକୁଳ ପଧାନ,ପଦ୍ମ ଲୋଚନ ସାହୁ,ଧିରୋଜ ପଧାନ,ଲୁବୁରୁ ପଧାନ, ଅନିଲ ଅଗ୍ରୱାଲ,ମନିଶ ଅଗ୍ରୱାଲା,ସୁନିଲ ଅଗ୍ରୱାଲ,ଗୋବିନ୍ଦ ସାହୁ,ରାଘବ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଅଞ୍ଚଳବାସୀଙ୍କ ବହୁ ଦିନର ଆଶା ଓ ଭରସା ବିଜେପୁର ବିଧାୟକଙ୍କ ସାଧୁ ଉଦ୍ୟମ ଯୋଗୁ ସଫଳ ରୂପ ନେବା ସହିତ ଜନସାଧାରଣଙ୍କୁ ବେଶ ପ୍ରଭାବିତ କରିଥିବା ଦେଖାଯାଇଥିଲା। ଲୋକଙ୍କ ନିତ୍ଯାନ୍ତ ପ୍ରୟୋଜନ ହେଉଥିବା ଶୁଦ୍ଧିକ୍ରିୟା କାର୍ଯ୍ଯ,ଅସ୍ଥିପ୍ରବାହ ଅବା ପରିଭ୍ରମଣ ପାଇଁ ଲୋକଙ୍କ ବହୁଦିନରୁ ଦାବି ହୋଇଆସୁଥିଲା ଯାହାବି ହେଉ ବିଧାୟକଙ୍କ ଉଦ୍ୟମରୁ ସିଧାସଳଖ ଏହ୍ଲାବାଦକୁ ପ୍ରତିଦିନ ବସସେବା ଯାତାୟାତ ହୋଇପାରିଥିଲା। ପୁର୍ବରୁ ବରପାଲି ଅଞ୍ଚଳରୁ କୌଣସି ସଠିକ ବ୍ଯବସ୍ଥା ନଥିବାରୁ ଲୋକେ ଅସୁବିଧା ଭୋଗ କରିବା ସହ ଖର୍ଚ୍ଚାନ୍ତରେ ପଡୁଥିଲେ। । ଏହ୍ଲାବାଦର ସିଂ...

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

Image
 ଅଦ୍ୟ ତା-୦୩/୧୨/୨୦୨୪ ରିଖ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ବରପାଲି ଆନୁକୂଲ୍ୟରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନ ହୋଇଯାଇଛି। ଉଦଘାଟନୀ ସଭାରେ ସଭପତିତ୍ବ କରିଥିଲେ ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମହରା । ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୁର୍ଯ୍ଯୋଧନ ସିଂହ, ବି ଆର୍ ଟି ମୁକୁନ୍ଦ ମେହେର ଓ ତୁଳାରାମ ସାହୁ, ଗଙ୍ଗାଧର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ରାଉତ ଯୋଗଦାନ କରିଥିଲେ।  ପ୍ରଥମେ ବାଗଦେବୀ ମା ସରସ୍ଵତୀଙ୍କ ଚରଣ ପଦ୍ମରେ ପ୍ରଦୀପ ପ୍ରଜ୍ଜ୍ଵଳନ ଓ ମା ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।  ଅତିଥି ମାନେ ଭିନ୍ନକ୍ଷମ ଶିକ୍ଷାର୍ଥୀ ମାନେ ଭବିଷ୍ୟତରେ କିଭଳି  ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିପାରିବେ ସେ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ।  ପରେ ପରେ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ନୃତ୍ୟ, ସଙ୍ଗୀତ ଓ ମ୍ୟୁଜିକ୍ ଚେୟାର ଅନୁଷ୍ଠିତ ହୋଇଥିଲା।  ହଲଦିପାଲି , କାଇଁଶୀର୍ ଓ ଜଗନ୍ନାଥ ନଗର୍ ବିଦ୍ୟାଳୟରୁ ଆସିଥିବା ଶିକ୍ଷାର୍ଥୀ ମାନେ ମନୋରଞ୍ଜନ ପାଇଁ ନୃତ୍ୟ ପରିବେଷଣ କରିଥିଲେ। ଉଦଘାଟନୀ ସଭା ଓ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରପାଲି ଚିକିତ୍ସାଳୟ ର ମୁଖ୍ୟ ମେଡିକାଲ ଅଫିସର ରାଜେଶ ବେହେରା ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ...

ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ

Image
 ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ କ୍ରୀଡ଼ା ଉତ୍ସବ ।  ବରପାଲି -୩.୧୨.(ଚିତ୍ତରଞ୍ଜନ ସାହୁ): - ଆଜି ଜଗବନ୍ଧୁ ଦାସ ମହିଳା ଉଚ୍ଚ ମାଧ୍ୟମିକ  ବିଦ୍ୟାଳୟ କଦଲିପାଲିଠାରେ ଅଧ୍ୟକ୍ଷ ପ୍ରଦୀପ କୁମାର ମେହେରଙ୍କ ଅଧକ୍ଷତାରେ ଏବଂ କ୍ରୀଡା ଶିକ୍ଷୟିତ୍ରୀ ବନ୍ଦିତା ପ୍ରଧାନଙ୍କ ପରିଚାଳନାରେ ଶ୍ରୀ ଶ୍ରୀ ଲୋକେଶ୍ଵର ମନ୍ଦିର କଦଲିପାଲିରୁ ଭବ୍ୟ ପୂଜାର୍ଚ୍ଚନା କରି ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗୀତାର ଶୁଭାରମ୍ଭ ହୋଇଯାଇଛି । ସମ୍ମାନିତ ମୁଖ୍ୟ ଅତିଥି ଭାବେ ବରପାଲି ବ୍ଳକ୍ ଚ଼େୟାରମ୍ୟାନ ଶ୍ରୀମତୀ ରୀନା ଥଇତ୍ ପଦାର୍ପଣ କରି ସ୍ଵହସ୍ତରେ ମଶାଲ ପ୍ରଜ୍ଜ୍ୱଳନ ପୂର୍ବକ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ଆଜି ପ୍ରଥମ ଦିନ ୧୦୦ମି. ଦୌଡ, ୨୦୦ମି. ବୌଡ଼, ସାଇକେଲ୍‌ ସ୍ଳୋ, ଲମ୍ବ ଡିଆଁ ଏବଂ ଉଚ୍ଚ ଡିଆଁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଙ୍କ ଦ୍ୱାରା ବିଦ୍ୟାଳୟରେ ଅନୁଷ୍ଠିତ ହୋଇ ସାରିଥିବା ଚେସ୍ ,କେରମ୍,ବେଟ୍‌ମିଣ୍ଟନ୍ ଓ କବଡ୍ଡି ପ୍ରତିଯୋଗୀତାର ଉପକୃତ ଛାତ୍ରୀମାନଙ୍କୁ ଟ୍ରଫି ଏବଂ ମାନପତ୍ର ପ୍ରଦାନ ମଧ୍ୟ କରା ଯାଇଥିଲା । ଶେଷରେ ଅଧ୍ୟାପକ ସୁଧାଂଶୁ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଭାବରେ ସୁରେଶ ବାରିକ, ସୁନିଲ କୁମାର ବେହେରା, ରବିନ୍ଦ୍ର ସାହୁ, ମିନତି ବାବୁ, ନିବେଦିତା ବେହେରା, ଅନ୍ତର୍ଯ୍ୟ...

ଲକ୍ଷେ ଘରିଆ ଦଳିତ ଉନ୍ନୟନ ସଂଘ ,ପ୍ରତିଷ୍ଠାତା ସଭାପତିଙ୍କ ପରଲୋକ।

Image
 ଲକ୍ଷେ ଘରିଆ ଦଳିତ ଉନ୍ନୟନ ସଂଘ ,ପ୍ରତିଷ୍ଠାତା ସଭାପତିଙ୍କ ପରଲୋକ। ବରପାଲି:- ୨.୧୨.( ଚିତ୍ତରଞ୍ଜନ ସାହୁ)- ବରଗଡ ଜିଲ୍ଲା ବରପାଲି ପୂର୍ବତନ ସଭାପତି ତଥା ଲକ୍ଷେ ଘରିଆ ଦଳିତ ଉନ୍ନୟନ ସଂଘ ,ବରପାଲି ରପ୍ରତିଷ୍ଠାତା ,ଦଳିତ ରତ୍ନ ଉପାଧି ଓ ଅନେକ ଦଳିତ ସମାଜ ସେବୀ ଅନୁଷ୍ଠାନ ରୁ ପୁରସ୍କୃତ ଶ୍ରୀମାନ ଶିବଲା ଲ ତାଣ୍ଡିଆ ଙ୍କ 77 ବୟସ ରେ ଅକସ୍ମାତ୍ ବିୟୋଗ ହୋଇଯାଇଛି । ସେ ଜଣେ ଅବସପ୍ରାପ୍ତ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ରହିଥିଲେ ଓ ସେ ୨୦୦୭ ମସିହାରେ ସୁବର୍ଣ୍ଣପୁର ଜିଲ୍ଲା ରୁ ଅବସର ପାଇଥିଲେ ତାଙ୍କର ଚାକିରି ଓ ଅବସର ପରେ ମଧ୍ୟ ସେ ଅନେକ ସମାଜ କଲ୍ୟାଣ କାର୍ଯ କରିବା ସହିତ ଅନେକ ଗରିବ ଅଭାବୀ ସ୍କୁଲ ପିଲାମାନଙ୍କ ନାମ ଲେଖା ବହି  ପତ୍ର କିଣିବା ପାଇଁ ସାହାଯ୍ୟ କରିବା ସହିତ  ଭଲ ପଢ଼ି ଭଲ ମଣିଷ ହେବା ପାଇଁ ପ୍ରୋତ୍ସାହିତ କରୁଥିଲେ। ଡକ୍ଟର ଭୀମ ରାଓ ଆମ୍ବେକରଙ୍କ ତିନୋଟି ସ୍ଲୋଗାନ ଯଥା , ଶିକ୍ଷିତ ହୁଅ, ସଂଗଠିତ ହୁଅ ,ସଂଘର୍ଷ କର ଏହି ତିନୋଟି ନୀତି କୁ ସେ ଆପଣେଇ ଅନ୍ୟ ମାନଙ୍କୁ କହି ପ୍ରୋତ୍ସାହିତ କରୁଥିଲେ ।ସମାଜ କୁ ଏକତ୍ରିତ କରିବା ସହିତ ସେବା,ତ୍ୟା ଗ,ସମାଜ ପାଇଁ ଦାୟିତ୍ବ ତୁଲାଇବା ତତ୍ପର ରହିବା , ଲକ୍ଷେ ଘରିଆ ଦଳିତ ସଂଘ ,ବରପାଲି ର ଉନ୍ନତି ପାଇଁ ବିଶେଷ ପ୍ରୟାସ କରି  ଅନେକ ଛୋଟ ବଡ଼ ସଂଘ ମାନଙ୍କୁ ସାହାଯ୍ୟ ସହଯୋଗ ମଧ୍ୟ କରିଛନ୍ତି !ତାଙ୍କର ଅକସ୍ମାତ୍ ବିୟୋଗ ରେ ଅଞ୍ଚଳରେ ଶୋ...

ବରଗଡ଼ ଧନୁଯାତ୍ରା: ଏଥର କଂସ ଭୂମିକାରେ ମଞ୍ଚ ଦୁଲୁକାଇବେ ଭୁବନେଶ୍ୱର ପ୍ରଧାନ

Image
 ବରଗଡ଼ ଧନୁଯାତ୍ରା: ଏଥର କଂସ ଭୂମିକାରେ ମଞ୍ଚ ଦୁଲୁକାଇବେ ଭୁବନେଶ୍ୱର ପ୍ରଧାନ  : ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଏହି ମହୋତ୍ସବ ଜାନୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ। ତେବେ ଆସନ୍ତା ଧନୁଯାତ୍ରା ମହୋତ୍ସବ ପାଇଁ ରବିବାର ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ୍‌ରେ କଂସ ଚୟନ ପ୍ରକ୍ରିୟା ହୋଇଥିଲା। ଏହି ଚୟନ ପ୍ରକ୍ରିୟାରେ ବରଗଡ଼ ବ୍ଲକ ସର୍ଲା ଗ୍ରାମର ଭୁବନେଶ୍ବର ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରି ଆସନ୍ତା ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। ସେ ବରଗଡ ଧନୁଯାତ୍ରା ମହୋତ୍ସବରେ ପୂର୍ବରୁ ଅନେକଥର କଂସ ଭୂମିକାରେ ଅଭିନୟ କରି ଦର୍ଶକଙ୍କୁ ମନ ଜିଣି ସାରିଛନ୍ତି। ବରଗଡ଼ ଧନୁଯାତ୍ରା ଦୃଶ୍ୟାଭିନୟରେ ତାଙ୍କର ଅନେକ ଅଭିଜ୍ଞତା ରହିଛି। ଫଳରେ ଅନ୍ୟବର୍ଷ ତୁଳନାରେ ଏଥର ତାଙ୍କ କଂସ ଦୃଶ୍ୟାଭିନୟ ଆହୁରି ଉଚ୍ଚକୋଟୀର ହେବ ବୋଲି ଦର୍ଶକ ମନରେ ଆଶା ବାନ୍ଧିଛନ୍ତି। ତେବେ ଆସନ୍ତା ଧନୁଯାତ୍ରା ମହୋତ୍ସବରେ ସେ କିଭଳି ଅଭିନୟ କରିବେ, ତାକୁ ଦର୍ଶକ ଚାହିଁ ବସିଛନ୍ତି। ପ୍ରକାଶ ଥାଉକି, ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗତବର୍ଷ କଂସ ଅଭିନୟ କରିଥିବା ହୃଷୀକେଶ ଭୋଇ ମହାପ୍ରୟାଣ ଗାଡ଼ିରେ ଶବ ପରିବହନ ବାବଦକୁ ମୃତକଙ୍କ ପରିବାରଠାରୁ ଲାଞ୍ଚ ନେବା ଅଭିଯୋଗରେ ବିବାଦୀୟ ହୋଇ ପଡ଼ିଥିଲେ। ଆସନ୍ତା ଧନୁଯାତ୍ରା ତା...

ବରଗଡ଼ ପୋଲିସ ବିଭାଗକୁ ମିଳିଲା ବଡ଼ ଧରଣର ସଫଳତା

Image
 ବରଗଡ଼ ପୋଲିସ ବିଭାଗକୁ ମିଳିଲା ବଡ଼ ଧରଣର ସଫଳତା l ବ୍ୟାଙ୍କ୍ ଡ଼କାୟତ ଗ୍ୟାଙ୍ଗ କୁ ଧରିବା ସହ ବନ୍ଧୁକ କାରବାର ର ମାଷ୍ଟର ମାଇଣ୍ଡ ବିହାର ରୁ ଗିରଫ କରାଗଲା।  -- ବରଗଡ଼ ପୋଲିସ ବିଭାଗକୁ ମିଳିଲା ବଡ଼ ଧରଣର ସଫଳତା l ବ୍ୟାଙ୍କ ଡକାୟତି କରିବାକୁ ଉଦ୍ୟମ କରିଥିବା 5 ଜଣ ଡକାୟତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିବା ବେଲେ ବରଗଡ଼ ରେ ବେଆଇନ ବନ୍ଧୁକ ବିକ୍ରୀ କରିଥିବା ଏକ ରେକେଟକୁ ମଧ୍ୟ ପୋଲିସ ବିହାର ରାଜ୍ୟରୁ ଗିରଫ କରି ବରଗଡ଼ ଆଣିବାରେ ସଫଳ ହୋଇଛି l ଏନେଇ ରବିବାର ଏସପି ଅଫିସ କନଫରେନ୍ସ ହଲ ଠାରେ ପୋଲିସ ବିଭାଗ ପକ୍ଷରୁ ଆଇଜି ହିମାଂଶୁଲାଲ ଏକ ସାମ୍ବାଦିକ ସମ୍ବିଳନୀରେ ଜଣାଇଛନ୍ତି l ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା 6 ଟା 45 ମିନିଟ ସମୟରେ ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ରେ  ୫ଜଣ ମୁଖା ଡକାୟତ ମୁହଁରେ କପଡ଼ା ବାନ୍ଧି ବ୍ୟାଙ୍କ ଭିତରକୁ ପ୍ରବେଶ କରି ପିସ୍ତଲ ଓ ଛୁରୀ ଦେଖାଇ ବ୍ୟାଙ୍କ ମ୍ୟାନେଜର ରାକେଶ କୁମାର ନାଏକଙ୍କ ସହିତ ଅନ୍ୟ କର୍ମଚାରୀ ମାନଙ୍କଠାରୁ ମୋବାଇଲ ଓ ଟଙ୍କା ଲୁଟିବା ପରେ ବ୍ୟାଙ୍କର ଟଙ୍କା ଲୁଟିବାକୁ ଉଦ୍ୟମ କରିବା ସମୟରେ ବ୍ୟାଙ୍କ ମ୍ୟାନେଜର କୌଶଳ କ୍ରମେ ବ୍ୟାଙ୍କର ସାଇରନ ଙ୍କୁ ବଜାଇଦେଇଥିଲେ ଯାହା ଫଳରେ  ସାଇରନ ଶୁଣି ପୋଲିସ ଗାଡି ସଙ୍ଗେ ସଙ୍ଗେ ବ୍ୟାଙ୍କକୁ ପହଂଚିଯାଇଥିଲା ଏବଂ ଗୋଟେ ଡକାୟତକୁ କାବୁ କରିବାରେ ସଫଳ ହୋଇଥିଲା l ତଦନ୍ତ ପରେ 3 ଘଣ୍ଟା ଭିତରେ ...