ବରପାଲି ରେ ଟେକ୍ସର୍ ଅଫ୍ ଡ୍ରିମ୍ସ୍ ଜାତୀୟ ଜଳରଙ୍ଗ ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ

ବରପାଲି ରେ ଟେକ୍ସର୍ ଅଫ୍ ଡ୍ରିମ୍ସ୍ ଜାତୀୟ ଜଳରଙ୍ଗ ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ । ବରପାଲି:- ୩୦/୯-(ଚିତ୍ତରଞ୍ଜନ ସାହୁ) ବରଗଡ ଜିଲ୍ଲାବରପାଲି ରାଉତ ଆର୍ଟ ଫାଉଣ୍ଡେସନ ତରଫରୁ ଜାତୀୟ ଜଳରଙ୍ଗ ପ୍ରଦର୍ଶନୀ ରାଉତ ଆର୍ଟ ଗ୍ୟାଲେରୀ ରେ ଉଦଯାପନୀ ସମାରୋହ ପାଳିତ ହୋଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ଡ଼ ରବୀନ୍ଦ୍ର ଗଡତିଆ ଓ ସମ୍ମାନିତ ଅତିଥି ଭାବେ ଶ୍ରୀ ଯଦୁମଣି ବିଶି ଓ ବିଶିଷ୍ଟ କଳାକାର କେଦାର ନାୟକ ଯୋଗ ଦେଇ ଗ୍ୟାଲେରୀ ବୁଲି ଚିତ୍ର ଗୁଡିକ ଦେଖିଥିଲେ l ଉଦଯାପନୀ ସଭାରେ ସମସ୍ତ ଏଥିରେ ୩୫ ଜଣ କଳାକାରଙ୍କୁ ପ୍ରମାଣପତ୍ର ଦିଆଯାଇ ଥିଲା l ଏଥିରେ ଓଡ଼ିଶା ର ବରଗଡ଼, ଭଟଲି,ସମ୍ବଲପୁର,ସୋନପୁର, ବୌଦ୍ଧ, ପୁରୀ, ଖୋର୍ଦ୍ଧା, ମୟୁରଭଞ୍ଜ, ଗଞ୍ଜାମ ଜିଲ୍ଲା ଆଦି ସହ ପଶ୍ଚିମ ବଙ୍ଗ ର କଳାକାର ମାନଙ୍କ ପେଣ୍ଟିଙ୍ଗ ପ୍ରଦର୍ଶିତ ହୋଇଛି l ଆର୍ଟିଷ୍ଟ ବିଭାଗ ରେ ରମାକାନ୍ତ ତ୍ରିପାଠୀ, ବିଜେନ୍ଦ୍ର ବେହେରା ପ୍ରତ୍ୟୁଷ ପଣ୍ଡା, ଭାଗବତ ପ୍ରସାଦ ମିଶ୍ର, ଓ଼ମଂ ପ୍ରକାଶ ବେହେରା, ଆଶୁତୋଷ ବିଶ୍ୱାଳ, ପୂର୍ଣଚନ୍ଦ୍ର ମେହେର ତ୍ରିସୁକ ମହାରଣା, ଦୁର୍ଯ୍ୟୋଧନ ମେହେର, ଆନନ୍ଦିତା ମହାନ୍ତି, ସଂଯୁକ୍ତା ପଧାନ ସ୍ୱପ୍ନାରାଣୀ ଭୁଏ, ସଂସ୍କୃତିକା ପୁରୋହିତ, ଅମୃତାଂଶୁ ଏସ କୁମ୍ଭାର, ଈଶ୍ୱର କୁମାର ମହନ୍ତ , ପ୍ରିତିଶ କୁମାର ସାହୁ, ଚିତ୍ରସେନ ବିଶୋଇ ରାଜେନ୍ଦ୍ର ସାହୁ, ବିଶ୍ୱଜିତ ବିଶ୍ୱାସ ଓ ଛାତ୍ର ଛାତ୍ରୀ ବିଭାଗ ରେ ଜୟଶ୍ରୀ ବେହ...