Posts

Showing posts from October, 2024

ସ୍ବାମୀ ବିବେକାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁବ ରେଡକ୍ରସ୍ ୟୁନିଟ୍ ଉଦଘାଟିତ

Image
 ସ୍ବାମୀ  ବିବେକାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଯୁବ ରେଡକ୍ରସ୍  ୟୁନିଟ୍  ଉଦଘାଟିତ।                                                                         ବରଗଡ଼ ଜିଲ୍ଲା ଅନ୍ତର୍ଗତ ବରପାଲି ଠାରେ ଥିବା ସ୍ୱାମୀ ବିବେକାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ  ଗତ  ୩୦ ଅକ୍ଟୋବର ତାରିଖ ରେ  ଯୁବ ରେଡ କ୍ରସ ୟୁନିଟ୍ ର ଉଦଘାଟନ ହୋଇ ଯାଇଛି। ଅନୁଷ୍ଠାନର ଅଧକ୍ଷ ଅଧ୍ୟାପକ ଶରତ ଚନ୍ଦ୍ର ପ୍ରଧାନ  ଙ୍କ  ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ  ବରଗଡ଼ ଜିଲ୍ଳା  ଯୁବ ରେଡ୍  କ୍ରସ୍  ସଂଯୋଜକ  ତଥା ଅତାବିରା କଲେଜ ର ଅଧ୍ୟାପକ  ଶ୍ରୀଯୁକ୍ତ  ପରମାନନ୍ଦ ରଥ ମୁଖ୍ୟ ଅତିଥି, ବରପାଲି  କଲେଜ ର ଅଧ୍ୟାପକ ତଥା ଯୁବ ରେଡ୍ କ୍ରସ କାଉନସିଲର ଶ୍ରୀଯୁକ୍ତ ଅଲେଖ ମହାନନ୍ଦ ଓ ଜଗବନ୍ଧୁ  ଦାଶ ଡିଗ୍ରୀ ମହାବିଦ୍ୟାଳୟର କଦଳୀପାଲି , ବରପାଲି ର  ଅଧ୍ୟାପକ ତଥା ଯୁବ ରେଡ୍ କ୍ରସ୍ କାଉନସିଲର ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ସାହୁ    ସମ୍ମାନିତ ଅତିଥି  ...

ବରପାଲି ରେ ପଞ୍ଚାୟତ ସମିତି ବୈଠକ

Image
 ବରପାଲି ରେ ପଞ୍ଚାୟତ ସମିତି ବୈଠକ । ବରପାଲି ତା:୩୦-୧୦(ଚିତ୍ତରଞ୍ଜନ ସାହୁ) କୃଷି ବିଭାଗ ପକ୍ଷରୁ ଚାଷୀ ଙ୍କ ପାଇଁ ଆସୁ ଥିବା ସାମଗ୍ରୀ ର ସୁଚାରୁ ବଣ୍ଟନ ହେଉ ନ ଥିବା ଅଭିଯୋଗ ଉପରେ ସଂପୃକ୍ତ ବିଭାଗ କୁ କୈଫିୟତ ତଲବ ସହ ବୈଠକ କୁ ଆସି ନ ଥିବା ୱେସ୍କୋ ବିଭାଗ ସମେତ ଅନ୍ୟ ବିଭାଗ କୁ ବି କୈଫିୟତ ନିର୍ଦ୍ଦେଶ ଦେଇଥିବା ବିଷୟ ବରପାଲି ପଞ୍ଚାୟତ ସମିତି ବୈଠକ ପରେ ସାମ୍ବାଦିକ ମାନଙ୍କୁ  ବରଗଡ଼ ସାଂସଦ ପ୍ରଦୀପ ସୂଚନା ଦେଇଥିଲେ । ବୁଧବାର ବରପାଲି ବ୍ଲକ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ବରଗଡ଼ ଲୋକ ସଭା ସାଂସଦ ପ୍ରଦୀପ ପୁରୋହିତ, ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ, ବିଜେପୁର ବିଧାୟକ ସନତ କୁମାର ଗଡତିୟା , ବରପାଲି ବ୍ଲକ ଅଧକ୍ଷା ରୀନା ଥଇତ,ବ୍ଲକ ଉପାଧ୍ୟକ୍ଷ  ବରପାଲି ବିଡ଼ିଓ ସୁମନ୍ତ କୁମ୍ଭାର,ସିଡିପିଓ ସଂଯୁକ୍ତା ଲେଙ୍କା ଙ୍କ ସମେତ ବିଭାଗୀୟ ଅଧିକାରୀ, ସମିତି ସଭ୍ୟ, ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ ଉପସ୍ଥିତ ଥିଲେ । ଯିଏ ଯେଉଁ ରାଜନୈତିକ ଦଳର ହେଉନା କାହିଁକି ଅଞ୍ଚଳ ର ବିକାଶ କାର୍ଯ୍ୟ ରେ ସମସ୍ତ ଙ୍କ ସହଯୋଗ ଆବଶ୍ୟକ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ ମତ ପ୍ରକାଶ କରିଥିଲେ।

କ୍ଲଷ୍ଟର ସ୍ତରୀୟ ପଞ୍ଚମ ମାସିକ ବୈଠକ ଅନୁଷ୍ଠିତ

Image
 କ୍ଲଷ୍ଟର ସ୍ତରୀୟ ପଞ୍ଚମ ମାସିକ ବୈଠକ ଅନୁଷ୍ଠିତ। ବରପାଲି:-୩୦.୧୦-( ଚିତ୍ତରଞ୍ଜନ ସାହୁ)-ବରପାଲି ବ୍ଲକ ଅନ୍ତର୍ଗତ ବାନ୍ଦୁମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ଠାରେ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ସ୍ଥାନୀୟ ତେଜଙ୍ଗ କ୍ଲଷ୍ଟର ର ସିଆର ସି ସି ଶିଯୁକ୍ତ ସଞ୍ଜୟ କୁମାର ସାହୁ ଙ୍କ ତତ୍ତ୍ୱବଧାନ ରେ  ରେ ପଞ୍ଚମ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା ଏହି ବୈଠକ ରେ ବିଦ୍ୟାଳୟ ର ପୂର୍ବତନ ପ୍ରଧାନଶିକ୍ଷକ ଶିଯୁକ୍ତ ରେଜେନ୍ଦ୍ର ପୂଝରୀ ଯୋଗାଦାନ କରି କହିଥିଲି ଯେ ଏ ଫେ ଏଲ ନ ଏକ ଗୁରୁତ୍ୱ ପୂର୍ଣ୍ଣ ବିଷୟ ବସ୍ତୁ ଅଟେ.ଏହା ଶିକ୍ଷକ ମାନଙ୍କୁ ଉଚିତ ମାର୍ଗ ରେ ଶିକ୍ଷାଦାନ କରି ଶିକ୍ଷା ର ମାନବୃଦ୍ଧି କରବା ପାଇଁ ଅନୁରୋଧ କରିଥିଲେ lଉକ୍ତ ମସିକ ବୈଠକ ରେ ବରପାଲି ଓ ବିଜେପୁର ଦାୟିତ୍ୱ ରେ ଥିବା ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ର ପ୍ରଶିକ୍ଷକ ଶ୍ରୀଯୁକ୍ତ ଗଗନ ବେହେରା ପରିଦର୍ଶନ କରି ଶିକ୍ଷକ ମାନଙ୍କୁ କହିଥିଲି ଯେ ଚାରି ପନ୍ଥା ଭାଷା ଓ ଗଣିତ ବିଷୟ ପାଇଁ ସି ଆର ଏ ପଦ୍ଧତି ରେ ଶିକ୍ଷାଦାନ କରିବା ପାଇଁ କହିଥିଲି l ଶ୍ରୀଯୁକ୍ତ ଲିଙ୍ଗରାଜ ପାଣ୍ଡେ ଓ ଶ୍ରୀଯୁକ୍ତ ରାଜୀବ ଲୋଚନ ସାହୁ ସି ଆର ସି ସି ଙ୍କୁ ଶିକ୍ଷାଦନ ରେ ସାହାଯ୍ୟ କରିଥିଲେ l ଶେଷ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲଳିତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ l

ଅନ୍ତର୍ଜାତୀୟ ଫିଲ୍ମ୍ ଫେଷ୍ଟିଭାଲ ରେ ସମ୍ବଲପୁରୀ ଚଳଚିତ୍ର ଭକୁଆ ଲୋକ୍ ପୁରସ୍କୃତ

Image
 ଅନ୍ତର୍ଜାତୀୟ ଫିଲ୍ମ୍ ଫେଷ୍ଟିଭାଲ ରେ ସମ୍ବଲପୁରୀ ଚଳଚିତ୍ର ଭକୁଆ ଲୋକ୍ ପୁରସ୍କୃତ ବରପାଲି:-୨୯.୧୦ (ଚିତ୍ତରଞ୍ଜନ ସାହୁ)-ବରପାଲି ବରଗଡ଼ ଜିଲ୍ଲା ବରପାଲି ଜି, ମ ପ୍ରଡକସନ ପ୍ରାୟୋଜିତ କ୍ଷୁଦ୍ର ସମ୍ବଲପୁରୀ ଫିଲ୍ମ୍ ଚଳଚିତ୍ର ଭକୁଆ ଲୋକ ବେଷ୍ଟ୍ କମେଡି ସିନେମା ଭାବେ କଟକ ରେ ଆଯୋଜିତ ସିଲ୍ଭର୍ ସିଟି ଅନ୍ତର୍ଜାତୀୟ ଫିଲ୍ମ୍ ଫେଷ୍ଟିଭାଲ ରେ ପୁରସ୍କୃତ ହୋଇଛି? ଚଳଚିତ୍ର ର ଲେଖକ ନିର୍ଦ୍ଦେଶକ ଓ ପ୍ରଯୋଜକ ସରୋଜ କୁମାର ମେହେର ଙ୍କ ସମେତ କଳାକାର ଅଭିନେତା ଙ୍କୁ ପୁରସ୍କାର କରାଯାଇଥିଲା। ସମାରୋହ ରେ ଅତିଥି ଭାବରେ ସିନେ ସଙ୍ଗୀତଜ୍ଞ ଓ ନିର୍ଦ୍ଦେଶକ ଅରୁଣ ମହାନ୍ତି, ଅଭିନେତା ଶ୍ରୀତମ ଦାସ, ନିର୍ଦ୍ଦେଶକ ସୁରଜ୍ ମିଶ୍ର ଓ ନବକିଶୋର ଦାସ ବରିଷ୍ଠ କଳାକାର ମାନେ ମଞ୍ଚାସିନ ଥିଲେ ୮ଟି ବିଦେଶୀ ସିନେମା ସହ ୩୦ଟି ଭାରତ ର ଭିନ୍ନ ଭିନ୍ନ ଭାଷା ର ସିନେମା ପ୍ରଦର୍ଶିତ ହେଇ ଥିଲା।ସମ୍ବଲପୁରୀ ସିନେମା ଭକୁଆ ଲୋକ ଦ୍ୱିତୀୟ ଶ୍ରେଷ୍ଠ କମେଡି ସିନେମା ଭାବରେ ପୁରସ୍କୃତ ହେବାର ଖବର ପ୍ରସାରିତ ହେବାପରେ ଅଞ୍ଚଳର କଳାକାର ଓ କଳପ୍ରେମି ବୃଦ୍ଧି ଯିବି ମହଲରେ ଆନନ୍ଦ ର ଲହରୀ ଖେଳି ଯାଇଛି।ସିନେମା ରଚନା ନିର୍ଦ୍ଦେଶନା ଓ ପ୍ରଯୋଜକ ସରୋଜ କୁମାର ମେହେର କରି ଥିବା ବେଳେ ଅଭିନୟ କରିଛନ୍ତି ବିର ବଜରଙ୍ଗ ମେହେର,ବୁଲୁ ରଣା,ଟଙ୍କଧର ଭୋଇ,ଦିଲୀପ ଲହରୀୟା,ପ୍ରକାଶ ବେହେରା,ବନ୍ଦିତା ମିଶ୍ର, ଆଲୋକ ନାଗ,ସରୋଜ କୁମ୍ଭାର, ମୂଜିକ୍ ଅଭିମନ୍ୟୁ ମେହେ...

ପଦ୍ମପୁର ପଥ ଉତ୍ସବ ରେ ବାଜିଲା ବିଜେପି ର ପ୍ରାର୍ଥୀ ପ୍ରଚାର ଗୀତ

Image
 ପଦ୍ମପୁର ପଥ ଉତ୍ସବ ରେ ବାଜିଲା ବିଜେପି ର ପ୍ରାର୍ଥୀ ପ୍ରଚାର ଗୀତ  ଆଜି ପଦ୍ମପୁର ଉପ-ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଭୋଟର ସଚେତନତା ନେଇ ବିଭିର୍ଣ୍ଣ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ଙ୍କୁ ନେଇ ପଥ ଉତ୍ସବ ଏବଂ ବିଭିର୍ଣ୍ଣ ପ୍ରତିଯୋଗିତା ମାନ ଆୟୋଜିତ ହୋଇଥିଲା। ତେବେ ଏହି ଉତ୍ସବ ରେ ନୃତ୍ୟ ପରିବେଶଣ କରିବାକୁ ଯାଇ ପଦ୍ମପୁର ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପକ୍ଷରୁ ପ୍ରଦର୍ଶିତ ନୃତ୍ୟ ରେ ବିଜେପି ବିଧାୟକ ତଥା ମନ୍ତ୍ରୀ ମୁକେଶ ମହାଳିଙ୍ଗ ଙ୍କର ନିର୍ବାଚନୀ ପ୍ରଚାର ଗୀତ ର ବ୍ୟବହାର କରାଯାଇଥିବା ବେଳେ ଅଧା ରୁ ନୃତ୍ୟ କୁ ଦଳୀୟ ଗୀତ ବ୍ୟବହାର ଯୋଗୁଁ ବନ୍ଦ କରାଗଲା। ତେବେ କିନ୍ତୁ ପ୍ରଶାସନ ଆୟୋଜକ ଭାବରେ ଦାୟିତ୍ୱ ନେଇ ସୁଦ୍ଧା ଏପରି ଭୁଲ କେମିତି ହେଲା ଏବଂ ଉତ୍ସବରେ ହେବା କୁ ଥିବା ନୃତ୍ୟ ରେ ବ୍ୟବହୃତ ଗୀତ ପୂର୍ବରୁ କେମିତି ଆୟୋଜକ ଏବଂ ଦାୟିତ୍ୱ ରେ ଥିବା ଅଧିକାରୀ ଜାଣି ନଥିଲେ ଅବା ଜାଣି ଶୁଣି ମଧ୍ୟ ଏହା ହେବାକୁ ଦିଆଗଲା ତାକୁ ନେଇ ବର୍ତ୍ତମାନ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଭୋଟର ସଚେତନତା ପାଇଁ ଆୟୋଜିତ ଏହି ଉତ୍ସବରେ କେବଳ ସ୍କୁଲ ପିଲା ଙ୍କ ଭିଡ଼ ଥିବା ବେଳେ ଭୋଟର କେଉଁଠି ବୋଲି ମଧ୍ୟ ପ୍ରଶ୍ନ ଉଠୁଛି। ତେବେ ପ୍ରକୃତରେ ଏହି ପଥ ଉତ୍ସବ କେଉଁ ଉଦେଶ୍ୟରେ ଏବଂ କାହା ପାଇଁ ତାହା ଏକ ଚର୍ଚ୍ଚା ର ବିଷୟ ହୋଇଥିବା ବେଳେ ପ୍ରଶାସନ ର ଆୟୋଜନ ଏବଂ କାର୍ଯ୍ୟଶୈଳୀ ବର୍ତ୍ତମାନ ପ୍ରଶ୍ନ ଘେର...

ବରପାଲି ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ର ପାଠଚକ୍ର କାର୍ଯ୍ୟକ୍ରମ

Image
 ବରପାଲି ମହାବିଦ୍ୟାଳୟରେ ଶିକ୍ଷା ବିଭାଗ ର ପାଠଚକ୍ର କାର୍ଯ୍ୟକ୍ରମ ବରପାଲି:-୨୬.୧୦-(ଚିତ୍ତରଞ୍ଜନ ସାହୁ) ବରଗଡ ଜିଲ୍ଲା ବରପାଲି ମହାବିଦ୍ୟାଳୟରେ ଶିକ୍ଷା ବିଭାଗ  ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ  ବିଭାଗୀୟ  ମୁଖ୍ୟ ଶ୍ରୀମତୀ ମମତା ସାହୁ ସଭାପତିତ୍ବ କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷା ଜୟନ୍ତୀ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ । ଯୁକ୍ତ ତିନି ପ୍ରଥମ,ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ର ଛାତ୍ରୀ ମାନେ ମାନସ ଖମାରୀ,ଝରଣା ପଟେଲ,ଅପର୍ଣ୍ଣାଦାଶ, ରସ୍ମିତାନାଗ  ପ୍ରଭୃତି ଭାରତୀୟ ଦର୍ଶନ, RUSA, RMSA,SSA ଇତ୍ୟାଦି ବିଷୟରେ ପାଠଚକ୍ର କାର୍ଯ୍ୟକ୍ରମରେ ଉପସ୍ଥାପନ କରି ଥିଲେ।ବିଭାଗୀୟ ଅଧ୍ୟାପିକା ଶ୍ରୀମତୀ ଅନିତା ଦାଶ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପାଠଚକ୍ର କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ବହୁ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଯୁବତୀ ମୃତ

Image
 ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଯୁବତୀ ମୃତ  ବରପାଲି,୨୪।୧୦(ଚିତ୍ତରଞ୍ଜନ ସାହୁ): ବରପାଲି ଜଗନ୍ନାଥ ନଗର ରୋଡ଼  ସ୍ଥାନୀୟ ଗଙ୍ଗାଧର ସ୍କୁଲ ସାମ୍ନାରେ ଜଗନ୍ନାଥ ନଗର ପଟୁ ଆସୁଥିବା ଏକ ଓଡ଼ି ୧୫ କେ ୭୧୮୭ ଇଚର ଟ୍ରକ ର ସାମ୍ନା ପଟରୁ ଆସୁଥିବା ଏକ ସୁଜୁକି ଏଭେଣ୍ଟ ସ୍କୁଟି ଓଡ଼ି ୦୩ ଏକ୍ସ ୦୭୯୫ ଗାଡ଼ିରେ ଜଗନ୍ନାଥ ନଗର ପଟକୁ ୨ଜଣ ମହିଳା ଓ ପୁରୁଷ ଯାଉଥିବା ବେଳେ ଧକ୍କା ହୋଇଥିଲା । ଫଳରେ  ସ୍କୁଟିରେ ଥିବା ୨ଜଣ ମହିଳା ଓ ପୁରୁଷ ପଡିଯାଇଥିଲେ । ସେଠାରୁ ମହିଳା ଯୁବତୀ ଜଣକ ଘଟଣା ସ୍ଥଳରେ ମୃତ ହୋଇଥିବା ବେଳେ ଅନ୍ୟ ଜଣ ପୁରୁଷ  ମୁଣ୍ଡରେ ଆଘାତ ଲାଗି ଗୁରୁତର ହୋଇଥିଲେ । ପ୍ରକାଶ ଥାଉକି ବାଇକରେ ଥିବା ଦୁହେଁ ଯୁବକ ଯୁବତୀ ଆସନ୍ତା ନଭେମ୍ବର ୨୬ ତାରିଖରେ ତାଙ୍କ ବିବାହ ପାଇଁ ବରପାଲି କୁ ବିବାହ ସାମଗ୍ରୀ କିଣିବା ପାଇଁ ଆସି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା । ଏପରିକି ତାଙ୍କ ମଧ୍ୟରେ ବିବାହ ନିମନ୍ତ୍ର ଗତ ୨୦ତାରିଖରେ ରିଙ୍ଗ ସେରୋମନୀ ମଧ୍ୟ ସାରିଥିଲା । ନିଜ ବିବାହ ପାଇଁ ଉଭୟେ ଖୁସିରେ ସାମଗ୍ରୀ କିଣିବାକୁ ଆସି ଦୁର୍ଘଟଣାରେ ପଡି ବିବାହ ପୂର୍ବରୁ ଜୀବନ ହାରିଛନ୍ତି ଯୁବତୀ ଜଣକ । ମୃତ ଯୁବତୀ ହେଲେ ସୋନପୁର ଜିଲ୍ଲା ଲଛିପୁର ଲକଟା ମୁଣ୍ଡା ଗ୍ରାମର ସନ୍ତୋଷ ମେହେରଙ୍କ ଝିଅ ରିମଝିମ ମେହେର (୧୯) ଏବଂ ଯୁବକ ଟି ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଘା ବ୍ଲକ ଅନ୍ତର୍ଗତ ଟାଲଜୁରୀ ଗ୍ରାମର ଲିଙ୍ଗର...

ଠିକାଦାର ସଂଘ ର ନୂତନ କର୍ମକର୍ତ୍ତା ଚୟନ

Image
 ଠିକାଦାର ସଂଘ ର  ନୂତନ କର୍ମକର୍ତ୍ତା ଚୟନ ବରପାଲି:-୨୩.୧୦(ଚିତ୍ତରଞ୍ଜନ ସାହୁ)ସ୍ଥାନୀୟ ହୋତା ମଣ୍ଡପ ଠାରେ ଜୟ ମା ସମଲେଶ୍ବରୀ ଠିକାଦାର ସଂଘ ର ବରିଷ୍ଟ ସଭ୍ୟ ଶ୍ରୀ ଅଚ୍ୟୁତାନନ୍ଦ ପଣ୍ଡା ଙ୍କ ସଭାପତିତ୍ବ ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ଠିକାଦାର ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହିତ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l ସର୍ବସମ୍ମତି କ୍ରମେ ସଭାପତି ସଲିମ ଖାଁ କାର୍ଯକାରୀ ସଭାପତି ଶ୍ରୀ ସନ୍ତୋଷ ସାହୁ, ସମ୍ପାଦକ ଶ୍ରୀ ବନ୍ତରାମ ସେଠ୍, ସହ ସମ୍ପାଦକ ଶ୍ରୀ ମନୋଜ ମେହେର, କୋଷାଧ୍ୟକ୍ଷ ଶ୍ରୀ ଜ୍ଞାନ ଦାଶ, ସହ କୋଷାଧ୍ୟକ୍ଷ ଶ୍ରୀ ଜଟାଶଙ୍କର ଗୁପ୍ତା  କାର୍ଯକାରୀ କମିଟି ସଭ୍ୟ  ଶ୍ରୀ ଟିକେଟ ମହତ୍ତମ୍ , ଅଚ୍ୟୁତାନନ୍ଦ ପଣ୍ଡା, ବଣ୍ଟି ତ୍ରିପାଠୀ, ମନମୋହନ ସ୍ବାଇଁ, ଗୁରୁ ମେହେର, ଅଜିତ୍ ଦାଶ, ବିଜନ ଦାଶ, ବିଭୂତି ଭୂଷଣ ମିଶ୍ର, ଅରବିନ୍ଦ ବାବୁ, ଶରତ ଶା ଗୋକୁଳ ଗହିର ଙ୍କୁ ନିଆଯାଇଥିଲା ଶେଷରେ ବନ୍ତରାମ୍ ସେଠ୍ ଧନ୍ୟବାଦ୍ ଦେଇଥିଲେ

ଆସନ୍ତା ଡ଼ିସେମ୍ବର ରେ ବରପାଲି କଲେଜ୍ ସୁବର୍ଣ୍ଣ ଜୟନ୍ତୀ ପାଳନ

Image
 ଆସନ୍ତା ଡ଼ିସେମ୍ବର ରେ ବରପାଲି କଲେଜ୍ ପାଳନ ସୁବର୍ଣ୍ଣ ଜୟନ୍ତୀ। ବରପାଲି ତା୨୩-୧୦(ଚିତ୍ତରଞ୍ଜନ ସାହୁ) ଆସନ୍ତା ଡ଼ିସେମ୍ବର ମାସ ରେ ବରପାଲି କଲେଜ ର ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଆବାହକ କମିଟି ପ୍ରକାଶ କରିଛନ୍ତି। ବୁଧବାର ଅପରାହ୍ନ ରେ ସୁବର୍ଣ୍ଣ ଜୟନ୍ତୀ ଆବାହକ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଆବାହକ କମିଟି ପକ୍ଷ ରୁ ଡକ୍ଟର ରବୀନ୍ଦ୍ର ଗଡତିୟା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗଡତିୟା ଆସନ୍ତା ଡ଼ିସେମ୍ବର ୨୮ ରୁ ୩୦ ତାରିଖ ତିନି ଦିନ ବ୍ୟାପୀ ଏହି ଉତ୍ସବ ରେ ବିଭିନ୍ନ ପ୍ରତିଯୋଗୀତା, ମନୋରଞ୍ଜନ କାର୍ଯ୍ୟକ୍ରମ, ନାଟକ, ଆଲୋଚନା ଚକ୍ର ଆଦି କାର୍ଯକ୍ରମ ଅନୁଷ୍ଠିତ ହେବ। ଏହାର ବ୍ୟୟ ଅଟକଳ ଆନୁମାନିକ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ଆସନ୍ତା ୨୭ ତାରିଖ ଅପରାହ୍ନ ୪ ଘଣ୍ଟା ସମୟରେ ବରପାଲି କଲେଜ୍ ପରିସର ରେ କଲେଜ୍ ର ସମସ୍ତ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇ ତିନି ଦିନିଆ ଉତ୍ସବ ର ପୂର୍ଣ୍ଣ ରୂପ ରେଖ କରାଯିବା ସହ ସୁବର୍ଣ୍ଣ ଜୟନ୍ତୀ ନିମନ୍ତେ କମିଟି ଗଠନ କରାଯିବ । ଏହି ବୈଠକ ରେ ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଆବାହକ କମିଟି ର ମୁଖ୍ୟ ଡକ୍ଟର ରବୀନ୍ଦ୍ର ଗଡତିୟା (୯୪୩୭୩୪୬୭୦୨)ଙ୍କୁ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀ ...

ଚାକିରି ରୁ ନିଳମ୍ବିତ ହୃଷିକେଶ ଭୋଇ

Image
 ଚାକିରି ରୁ ନିଳମ୍ବିତ ହୃଷିକେଶ ଭୋଇ । ବରଗଡ଼ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ର ମହାପ୍ରୟାଣ ଗାଡି ଡ୍ରାଇଭର ହୃଷିକେଶ ଭୋଇ । ବରଗଡ -ଚାକିରି ରୁ ନିଳମ୍ବିତ ହୃଷିକେଶ ଭୋଇ । ବରଗଡ଼ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ର ମହାପ୍ରୟାଣ ଗାଡି ଡ୍ରାଇଭର ହୃଷିକେଶ ଭୋଇ । ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସମୟରେ କଂସ ଭୂମିକାରେ ଅଭିନୟ କରନ୍ତି ହୃଷିକେଶ ଭୋଇ । ଗାଇସିଲେଟ ବ୍ଲକ ବଡ ସାହାଜବାହାଲ ଗ୍ରାମର ମୃତ ପ୍ରହଲ୍ଲାଦ ସାହୁ ଙ୍କ ପରିବାର ଙ୍କ ଠାରୁ ୩ ହଜାର ଟଙ୍କା ହୃଷିକେଶ ଭୋଇ ଆଦାୟ କରିଥିବା ଅଭିଯୋଗ ହୋଇଥିଲା । ବରଗଡ଼ ସିଡିଏମଓ ନିରୁପମା ଷଡ଼ଙ୍ଗୀ ଙ୍କ ଅଭିଯୋଗ କ୍ରମେ ଭଟଲି ଥାନାରେ ହୃଷିକେଶ ଭୋଇ ଙ୍କ ନାମରେ ମାମଲା ରୁଜୁ ।

ବ୍ଲକ ସ୍ତରୀୟ ସୁରଭି ଅନୁଷ୍ଠିତ

Image
  ବ୍ଲକ ସ୍ତରୀୟ ସୁରଭି ଅନୁଷ୍ଠିତ। ବରପାଲି:-୨୧.୧୦.-( ଚିତ୍ତରଞ୍ଜନ ସାହୁ)-, ବରଗଡ ଜିଲ୍ଲା ବରପାଲି ସୋମବାର ଦିନ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ  ବରପାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ୍ତ କୁମ୍ଭାର, ସ୍ଵତନ୍ତ୍ର ସମ୍ମାନିତ ଅତିଥି ରୂପେ ସାମ୍ପ୍ରତିକ ବରପାଲି ତହସିଲଦାର ରୁକ୍ମଣ ମେହେର ,ସମ୍ମାନିତ ଅତିଥି ରୂପେ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜେପୁର ନାରାୟଣ ଭୁଏ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବରପାଲି ଦୁର୍ଯ୍ଯୋଧନ ସିଂହ ଯୋଗଦାନ କରିଥିଲେ। ଉକ୍ତ ସଭାରେ ସଭାପତି ଦାୟିତ୍ଵ ନିର୍ବାହ କରିଥିଲେ ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକୁନ୍ଦ ମହରା । ବରେଣ୍ୟ ଅତିଥି ବୃନ୍ଦ ପ୍ରଥମେ ମା ସରସ୍ଵତୀଙ୍କ ପାଦପଦ୍ମରେ ପ୍ରଦୀପ ପ୍ରଜ୍ଜ୍ଵଳନ ଓ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ସୁରଭି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ପରେ ପରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ  ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, ବକ୍ତୃତା, ସୃଜନଶୀଳ ଲିଖନ, କୁଇଜ୍, ହସ୍ତାକ୍ଷର ଲିଖନ ଆଦି ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।         ଅପରାହ୍ନ ୪ ଘଟିକା ସମୟରେ ଉଦଯାପନୀ ଉତ୍ସବ ଆୟୋଜିତ ହୋଇଥିଲା।  ଉକ୍...

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଙ୍କୁ ବିପୁଳ ଭାବରେ କର୍ମୀଙ୍କ ସ୍ବାଗତ

Image
 ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଙ୍କୁ ବିପୁଳ ଭାବରେ କର୍ମୀଙ୍କ ସ୍ବାଗତ।  ବରପାଲି- ବରଗଡ ଜିଲ୍ଲା ବରପାଲି ଠାରେ ବିଜେପି ଦଳ ପକ୍ଷରୁ ଜିଲ୍ଲାସ୍ତରୀୟ ସଦସ୍ୟତା ଅଭିଯାନ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜନ୍ତ ପଣ୍ଡା ଙ୍କୁ ବିପୁଳ ଭାବରେ  କର୍ମୀ ମାନଙ୍କ ସ୍ବାଗତ ଗତ ୧୮ ତାରିଖ ଦିନ ଅପରାହ୍ନ ୫ ଘଣ୍ଟା ସମୟର ବରପାଲି ହାଇସ୍କୁଲ ଖେଳ ପଡିଆ ଠାରେ ବିଜେପୁର ବିଧାୟକ ସନତ ଗଡତିଆ,ବିଧାୟକ ପ୍ରତିନିଧି ଶାସ୍ତ୍ରୀ ପଣ୍ଡା,,ଜିଲ୍ଲା ସଭାପତି ଅରୁପା ସାହୁ,,ନଗର ମଣ୍ଡଳ ସଭାପତି ପଦ୍ମଲୋଚନ ସାହୁ ସମେତ ସମେତ ଆଗଲପୁର ମଣ୍ଡଳ ସଭାପତି ସୁକଦେଵ ପଧାନ,ସତଲମା ମଣ୍ଡଳ ସଭାପତି ଧିରୋଜ ପଧାନ,ବାଗବାଡି ମଣ୍ଡଳ ସଭାପତି ସଂଗ୍ରାମ କେଶରୀ ବାରିକ,ଜିଲ୍ଲାପାରିଷଦ ସଂଯୁକ୍ତା ସାହୁ,ସୁରେନ୍ଦ୍ର ପାତ୍ର,ଆଜିତ ଦାଶ,ମହିଳା ମୋର୍ଚ୍ଚା ସଭାପତି ବନ୍ଦନା ବେହେରା, ଚୁମକୀ ମେହେର,ନଗର ମଣ୍ଡଳ ସମ୍ପାଦକ ଗୁଣନିଧି ମେହେର,,ଦୟାଳୁ ସାହୁ,ବିକି ସୋନି,ବିକି ଥଇତ,ଶ୍ୟାମ ଶ୍ରୀବସ୍ତାଵ,କୃଷ୍ଣଚନ୍ଦ୍ର ଥଇତ,କୈଳାଶ ବାରିକ,ଗୁରୁମେହେର ପ୍ରମୁଖ ଙ୍କ ସମେତ ସମସ୍ତ ପ୍ରଶାସନ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

ସମ୍ବାଦ ସାହିତ୍ୟ ଘର ପଦ୍ମପୁର ଶାଖାର ନୂତନ କାର୍ଯ୍ୟକର୍ତ୍ତା ଚୟନ

Image
 ସମ୍ବାଦ ସାହିତ୍ୟ ଘର ପଦ୍ମପୁର ଶାଖାର ନୂତନ କାର୍ଯ୍ୟକର୍ତ୍ତା ଚୟନ  ପଦ୍ମପୁର ତା ୧୯/୧୦- ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ସମ୍ବାଦ ସାହିତ୍ୟ ଘର ପଦ୍ମପୁର ଶାଖାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡ  ଶ୍ରୀ ପ୍ରମୋଦ ପାଢ଼ୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ବୈଠକରେ ପଦ୍ମପୁର ଶାଖାର ନୂତନ କାର୍ଯ୍ୟକର୍ତ୍ତା ଚୟନ କରାଯାଇଛି। ସଭାପତି ଭାବରେ ଶ୍ରୀ ପ୍ରୀତିରଞ୍ଜନ ପ୍ରଧାନ, ଉପ ସଭାପତି ଭାବରେ ଡ ଶ୍ରୀ ଜୟକେତନ୍ ତ୍ରିପାଠୀ, ସମ୍ପାଦକ ଶ୍ରୀ ଶେଷଦେବ ମେହେର, ସାଙ୍ଗଠନିକ ସମ୍ପାଦକ ଭାବରେ ସମାଜସେବୀ ଶ୍ରୀ ନିରୋଜ୍ ଦୋରା, କୋଷାଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ମେହେର ,ଉପଦେଷ୍ଟା ଭାବରେ ଡ ଶ୍ରୀ ପ୍ରମୋଦ ପାଢ଼ୀ, ଶ୍ରୀ ଜିତେନ୍ଦ୍ରନାଥ ଗୁରୁ, ଶ୍ରୀ ପୀତବାସ ସାହୁ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ,ଶ୍ରୀ ଅଶୋକ ବହିଦାର ଓ ଶ୍ରୀ ସନ୍ତୋଷ ମହାନ୍ତି  ମନୋନୀତ ହୋଇଥିଲେ। ଏହି ସଭାରେ  ଶ୍ରୀ ରାଜେନ୍ଦ୍ର ମହାନ୍ତି, ଶ୍ରୀ ପ୍ରମୋଦ ନାଥ, ଶ୍ରୀ ସଞ୍ଜୀବ ବହିଦାର , ଶ୍ରୀ କ୍ଷୀରୋଦ୍ରନାଥ ସାହୁ, ଶ୍ରୀ ଚୂଳସୁନ୍ଦର ମେହେର, ଶ୍ରୀ ଦୈତାରି ସ୍ବାଇଁ,  ଶ୍ରୀ କରୁଣାକର ମେହେର ,ଶ୍ରୀ ଟିକନୁ ସାହୁ , ଓ ଶ୍ରୀ ସନ୍ତୋଷ ସିଂ ଠାକୁର ଓ  ଉପସ୍ଥିତ ଥିଲେ। ପରିଶେଷରେ ଶ୍ରୀ ମୋହନ ବନଛୋର୍ ଧନ୍ୟବାଦ ଅର୍ପଣ କରିଥିଲେ।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଙ୍କ ସଦସ୍ୟତା ଅଭିଯାନ

Image
 ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଙ୍କ ସଦସ୍ୟତା ଅଭିଯାନ ବରଗଡ ଜିଲ୍ଲା ବରପାଲି ଠାରେ ଆଜି ବିଜେପି ଦଳ ପକ୍ଷରୁ ଜିଲ୍ଲାସ୍ତରୀୟ ସଦସ୍ୟତା ଅଭିଯାନ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜନ୍ତ ପଣ୍ଡା ଯୋଗଦେଇ  ସଦସ୍ୟତା ଆରମ୍ଭ କରିଛନ୍ତି। ଗତକାଲି ଅପରାହ୍ନ ୫ ଘଣ୍ଟା ସମୟର ହେଲିକେପ୍ଟର ଯୋଗେ ସ୍ଥାନୀୟ ହାଇସ୍କୁଲ୍ ଖେଳ ପଡିଆ ଠାରେ ଅବତରଣ କରିଥିଲେ ଶ୍ରୀ ପଣ୍ଡା ଙ୍କୁ ନଗର ମଣ୍ଡଳ ସଭାପତି ପଦ୍ମଲୋଚନ ସାହୁଙ୍କ ନେତୃତ୍ୱରେ ସହସ୍ରାଧିକ କର୍ମୀ ଙ୍କ ସହ ତାଙ୍କୁ ସ୍ବାଗତ କରିଥିଲେ। ସ୍ବାଗତ ସମାରୋହରେ ବିଜେପୁର ବିଧାୟକ ସନତ ଗଡତିଆ ଙ୍କ ସମେତ ସମସ୍ତ ପ୍ରଶାସନ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।ସେହିପରି ଆଜି ସକାଳ ୯ ଘଣ୍ଟା ସମୟରେ ସ୍ଥାନୀୟ ଗାନ୍ଧିଛକ ଠାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜନ୍ତ ପଣ୍ଡା, ବରଗଡ ସାଂସଦ ପ୍ରଦୀପ ପୁରୋହିତ,ବିଜେପୁର ବିଧାୟକ ସନତ ଗଡତିଆ,ଜିଲ୍ଲା ସଭାପତି,ନଗର ସଭାପତି ସମେତ ବହୁ ବିଜେପି କର୍ମୀ ମାନଙ୍କ ଉପସ୍ଥିତିରେ ନୂତନ ସଦସ୍ୟତା ଗ୍ରହଣ କରାଯାଇଥିଲା। ଏବଂ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ଗାନ୍ଧୀ ଛକ ଠାରୁ ଶ୍ୟାମା ଛକ ଯାଏ ପଦ ଯାତ୍ରା ରେ ଯାଇଥିଲେ।ଏହି ସଦସ୍ୟତା ଅଭିଯାନ କୁ ବରପାଲି ସହର ଓ ବ୍ଲକ ଅଞ୍ଚଳର ଲୋକ ମାନେ ବହୁ ଆଦର୍ଶ ସହ ଗ୍ରହଣ କରୁଥିବା ଦେଖିବାକୁ ମିଳିଥିବା ବେଳେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରୀ ପଣ୍ଡା ହେଲିକେପ୍ଟର ଯୋ...

ମାଗଣା ଖାଉଟି ଜିନିଷ ବାହାରେ ବିକ୍ରି

Image
 ମାଗଣା ଖାଉଟି ଜିନିଷ ବାହାରେ ବିକ୍ରି ବରପାଲି:-୧୮.୧୦-( ଚିତ୍ତରଞ୍ଜନ ସାହୁ)- ବରଗଡ ଜିଲ୍ଲା ବରପାଲି ସହର ଓ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି ମାଗଣା ସରକାରୀ ଖାଦ୍ୟ ବିକ୍ରି ହେବା। ସୂଚନା ଯୋଗ୍ୟ ଯେ ବରପାଲି ସହରରେ ଓ ଗ୍ରାମାଞ୍ଚଳରେ ଥିବା ସରକାରୀ ଖାଉଟି ଦୋକାନ ଯୋଉଟାକୁ ଏବେ ସରକାର ଙ୍କ ପକ୍ଷରୁ ରେସନ୍ କାର୍ଡ ଧାରୀଙ୍କୁ ସରକାର କାର୍ଡ ପିଛା ୭ କେଜି ଲେଖାଏଁ ମାଣ୍ଡିଆ ଖାଇବା ପାଇଁ ମାଗଣାରେ ଦେଉଛନ୍ତି ହେଲେ ଖାଉଟି ଦୋକାନ ରୁ ପ୍ରାୟ ୧୦୦ ମିଟର ଦୂରରେ କିଛି ଦଲାଲ ମାଣ୍ଡିଆ କେଜି ୧୫ ରୁ ୨୦ ଟଙ୍କା ରେ କୁଇଣ୍ଟାଲ୍ କୁଇଣ୍ଟାଲ୍ କିଣୁଥିବା ଓ ରାସ୍ତା ପାଶ୍ୱର୍ରେ ବସ୍ତା ପେକେଟ ରେ ରଖିଥିବା ଦେଖିବାକୁ ମିଳିଛି । ସେହି ପରି ବରପାଲି ବ୍ଲକ ୨୩ ଗୋଟି ପଞ୍ଚାୟତ ଥିବା ବେଳେ  ସବୁ ପଞ୍ଚାୟତ ଗୁଡିକରେ ଏ ଘଟଣା ଚାଲିଥିବା ବେଳେ ଦାୟୀତ୍ୱରେ ପ୍ରଶାସନ ଅଧିକାରୀ ମାନଙ୍କ ଦୃଷ୍ଟି ରେ ନ ଆସିବା କ୍ଷୋଭ ର ବିଷୟ ।ଏ ସଂକ୍ରାନ୍ତ ରେ ବରପାଲି ଯୋଗାଣ ଅଧିକାରୀ ଙ୍କୁ ମୋ-୭୭୩୫୪୨୯୩୧୪ ରେ ଯୋଗାଯୋଗ କରିବାରୁ କହିଥିଲେ ଏ ସଂକ୍ରାନ୍ତରେ ମୋ ପାଖକୁ କୌଣସି ଅଭିଯୋଗ ଆସି ନାହିଁ ଏବଂ ଏବେ ମୁଁ କାମରେ ଅଛି ଏବଂ ଯଦି ଏମିତି ବାହାରେ ଲୋକେ କିଣିଲେ ମୁଁ କଣ କରିବି ବୋଲି କହିଥିଲେ। ଲୋକଙ୍କ ପାଇଁ ସରକାର ମାଗଣାରେ ଖାଦ୍ୟ ଯୋଗାଉଥିବା ବେଳେ ଦଲାଲ ହସ୍ତରେ ପଡ଼ୁଥିବା ଏବଂ ଏ ଘଟଣା କୁ କଣ କରିପାରିବି ବୋଲି ଦାୟୀତ୍ୱରେ ଥିବା ଅଧିକ...

ଶୀଶ୍ରୀ ନିତ୍ୟାନନ୍ଦ ସଂକୀର୍ତ୍ତନ ମଣ୍ଡଳ ବରଗଡ଼ ଜିଲ୍ଲାସ୍ତରୀୟ ଚତୁର୍ଥ ଅଧିବେଶନ

Image
 ଶୀଶ୍ରୀ ନିତ୍ୟାନନ୍ଦ ସଂକୀର୍ତ୍ତନ ମଣ୍ଡଳ ବରଗଡ଼ ଜିଲ୍ଲାସ୍ତରୀୟ  ଚତୁର୍ଥ ଅଧିବେଶନ। ବରପାଲି - ତା ୧୮-୧୦-(ଚିତ୍ତରଞ୍ଜନ ସାହୁ) ବରଗଡ ଜିଲ୍ଲା ବରପାଲି ଯୋଗେଶ୍ଵର ମନ୍ଦିର ପରିସରରେ ଶ୍ରୀଶ୍ରୀ ନିତ୍ୟାନନ୍ଦ ଉଦଣ୍ଡ ସଂକୀର୍ତ୍ତନ ମଣ୍ଡଳ ବରଗଡ଼ର ସଭାପତି ଶ୍ରୀଯୁକ୍ତ ଅଭୟଚରଣ ହୋତାଙ୍କ ଅଧ୍ୟକ୍ଷତାରେ ଅଧିବେଶନ ଆରମ୍ଭ ହୋଇଥିଲା । ଏଥିରେ ଅତିଥି ରୂପେ ମହନ୍ତ ସନ୍ଥ ଚରଣ ଦାସ ଏବଂ ବାବାଜୀ ରାମନାରାୟଣ ଦାସ ବଡ଼ ଆଖଡ଼ା ମଠ ପୁରୀ, ଯୋଗଦାନ କରି ସଂକୀର୍ତ୍ତନର ବିଭିନ୍ନ ଉପକାରିତା ସଂପର୍କରେ ବକ୍ତବ୍ୟ ଦେବା ସଙ୍ଗେ ସଙ୍ଗେ ସଂକୀର୍ତ୍ତନ ରେ ଅଶ୍ଳୀଳ ସ୍ଵର ଏବଂ ଅଶ୍ଳୀଳ ନୃତ୍ୟ କୁ ବାଦ ଦେବା ତଥା ବିରୋଧ କରିବା ପାଇଁ ପରାମର୍ଶ ଦେଇଥିଲେ । ଅଧିବେଶନରେ ସର୍ବସମ୍ମତ୍ତି କ୍ରମେ ୧୯୨୦ ରୁ ହରିନାମ ପ୍ରଚାର ପ୍ରସାର ଆରମ୍ଭ କରିଥିବା ବାବାଜୀ ସ୍ବର୍ଗତ ପ୍ରାଣବନ୍ଧୁ ଦାସଙ୍କ ଜୀବନୀ ଗ୍ରନ୍ଥକୁ ଲୋକଲୋଚନକୁ ଆଣିବା ସଙ୍ଗେସଙ୍ଗେ ତାଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ପ୍ରସ୍ଥାବ ଗୃହିତ କରାଗଲା ଏବଂ କମିଟିରେ ଖାଲିଥିବା ଉପସଭାପତି ପଦକୁ ଅବସର ପ୍ରାପ୍ତ ଶିକ୍ଷକ ତଥା ଏସ.ଡୁମ୍ବେରପାଲିର ସଂକୀର୍ତ୍ତନ ଗାୟକ ମକରଧ୍ଵଜ ସାହୁଙ୍କୁ ମନୋନିତ କରାଗଲା । ଏହି ଅଧିବେଶନକୁ ୪ଟି ଜିଲ୍ଲା ବଲାଙ୍ଗିର, ସୋନପୁର, ବରଗଡ଼, ସମ୍ବଲପୁର ର କୀର୍ତ୍ତନ୍ୟ ଭକ୍ତ ଯୋଗ ଦେଇଥିଲେ । ପରିଶେଷରେ ସଂପାଦକ ସଞ୍ଜୀବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ

ଇନୋଭା ଓ ବୋଲେରୋ ମୁହାଁ ମୁହିଁ ଧକ୍କା ୧ ଗୁରୁତର

Image
 ଇନୋଭା ଓ ବୋଲେରୋ ମୁହାଁ ମୁହିଁ ଧକ୍କା ୧ ଗୁରୁତର । ବରପାଲି ;-ବରପାଲି ବରଗଡ଼ ଜାତୀୟ ରାଜପଥ ଉପରେ କଦଳୀପାଲି ମନ୍ଦିର ନିକଟ ରେ ବରପାଲି ପଟୁ ଯାଉଥିବା ସି ଜି ୦୪ ପି ଜି ୦୦୫୧ ଇନୋଭା ସହ ବରଗଡ଼ ପଟୁ ଆସୁଥିବା ଓଡ଼ି ୦୩ଏ ଏ ୨୨୫୭ ମୁହଁ ମୁହିଁ ଧକ୍କା ଲାଗିବାରୁ ବୋଲେରୋ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି ।ଅନ୍ୟ ସମସ୍ତ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତ ଙ୍କୁ ବରପାଲି ସରକାରୀ ଡାକ୍ତରଖାନା ଅଣାଯାଇଥିଲା । ଗୁରୁତର ଆହତ ଙ୍କୁ ଅଧିକ ଚିକିତ୍ସା ପାଇଁ ବରଗଡ଼ ଡାକ୍ତରଖାନା କୁ ପଠେଇ ଦିଆଯାଇଛି ।

ଶ୍ୟାମା କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ

Image
ବର୍ପାଲି -ବରପାଲି ର ଶ୍ୟାମା ଛକ ଠାରେ ଅନୁଷ୍ଠିତ ହେଉଥିବା ଶ୍ୟାମା କାଳୀ ପୂଜା ର ଶୁଭ ସ୍ତମ୍ଭ ଆଜି ସ୍ଥାପନ କରାଯାଇଛି । ଶନିବାର ଦଶହରା ଅବସର ରେ ଏହା ସ୍ଥାପନ କରାଯାଇ ପୂଜା ର ଆନୁଷଙ୍ଗିକ କାର୍ଯ୍ୟ ଆରମ୍ଭ କରାଯାଏ । ମୁଖ୍ୟ ପୁରୋହିତ ପଣ୍ଡିତ ହେମନ୍ତ ମିଶ୍ର ଙ୍କ ଦ୍ଵାରା ଆଜି ର ଏହି ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଥିବା ବେଳେ କର୍ତ୍ତା ଅଶୋକ କୁମାର ପଣ୍ଡା ଉପସ୍ଥିତ ଥିଲେ । ଶୁଭ ସ୍ତମ୍ଭ ସ୍ଥାପନ ପରେ ସମସ୍ତ ସଭ୍ୟ ଏକ ଶୋଭାଯାତ୍ରା ରେ ଯାଇ ଅଶୋକ କ୍ଲବ ଦୁର୍ଗା ମଣ୍ଡପ, ମାତା ମନ୍ଦିର, ଦୁର୍ଗା ମନ୍ଦିର, ସମଲେଶ୍ଵରୀ ମନ୍ଦିର ଓ କାଳୀ ମନ୍ଦିର ରେ ପୂଜାର୍ଚ୍ଚନା କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ବହୁ ସଭ୍ୟ ଙ୍କ ସମେତ ସଭାପତି ଧିରେନ୍ ତ୍ରିପାଠୀ, ଉପ ସଭାପତି  ଯୁଗନନ୍ଦ ବିଶି, ମନୋଜ ମେହେର, ସମ୍ପାଦକ ନୃସିଂହ ପଣ୍ଡା, ତଥା ବରିଷ୍ଠ ସଭ୍ୟ ଅଶୋକ ଦାଶ ,ଅଚ୍ୟୁତାନନ୍ଦ ଦାଶ ,ଅଚ୍ୟୁତାନନ୍ଦ ପଣ୍ଡା, ପରମାନନ୍ଦ ସ୍ୱାଇଁ, ଅଥିନ୍ଦ୍ର ନାଥ ସେନ, ସରୋଜ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ଢୁଲିଆ ବୁଲୁ ସ୍ୱାଇଁ ସମ୍ମାନିତ

Image
 ଢୁଲିଆ ବୁଲୁ ସ୍ୱାଇଁ ସମ୍ମାନିତ । ବରପାଲି :- ପଶ୍ଚିମ ଓଡ଼ିଶାର ପ୍ରଖ୍ୟାତ ଢୋଲ ବାଦକ ପରମାନନ୍ଦ ସ୍ୱାଇଁ ଙ୍କୁ ନୂଆଖାଇ ଭେଟ ଅବସର ରେ ସମ୍ମାନିତ କରାଯାଇଛି । ଜୁଏହୁଲା ସମ୍ବାଦପତ୍ର ପକ୍ଷ ରୁ ଆୟୋଜିତ ନୂଆଖାଇ ଭେଟ ସ୍ଥାନୀୟ ଆମ୍ବେଦକର ଭବନ ଠାରେ ଅନୁଷ୍ଠିତ ଉତ୍ସବରେ ପଶ୍ଚିମ ଓଡ଼ିଶା ର ଖ୍ୟାତନାମା ଢୋଲ ବାଦକ ପରମାନନ୍ଦ ସ୍ୱାଇଁ (ବୁଲୁ) ଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ମୁଖ୍ୟ ଅତିଥି ସମ୍ମାନୀତ କରିଥିଲେ । ଶ୍ରୀ ସ୍ୱାଇଁ ଆଲ୍ ଇଣ୍ଡିଆ ରେଡିଓ ର ଜଣେ ସ୍ଵୀକୃତ ପ୍ରାପ୍ତ କଳାକାର ହେବା ସହିତ ବହୁ ଆଲବମ୍ ତଥା ଚଳଚ୍ଚିତ୍ର ରେ ତାଙ୍କ ଢୋଲ ର ଯାଦୁ ପ୍ରଦର୍ଶନ କରିଛନ୍ତି । ସେଥିପାଇଁ ସେ ସମ୍ବଲପୁର ନୂଆଖାଇ ଭେଟ, ବରପାଲି ସାମ୍ବାଦିକ ସଂଘ, ଆଦି ବହୁ ଅନୁଷ୍ଠାନ ପକ୍ଷ ରୁ ସମ୍ମାନିତ ହୋଇଥିଲେ । ଏହା ସହ ତାଙ୍କ ଦ୍ଵାରା ପ୍ରତିଷ୍ଠିତ ନୁପୁର ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା ଓ ଓଡ଼ିଶା ବାହାରେ କାର୍ଯକ୍ରମ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ନୁପୁର ଏକମାତ୍ର ଅନୁଷ୍ଠାନ ଯେ କି ଏବେ ମଧ୍ୟ ସମ୍ବଲପୁରୀ ସଙ୍ଗୀତ ସମ୍ରାଟ ସ୍ବର୍ଗତ ଫକୀର ମୋହନଙ୍କ ପଟ୍ଟନାୟକ ଙ୍କ ସ୍ମୃତି ରେ ପ୍ରତିବର୍ଷ କାର୍ଯକ୍ରମ କରେ । ବରପାଲି ର ଅନ୍ୟତମ ମୁଖ୍ୟ ସାଂସ୍କୃତିକ ଅନୁଷ୍ଠାନ ଶ୍ୟାମା ମ୍ୟୁଜିକାଲ୍ସ ର ଅନ୍ୟତମ ମୁଖ୍ୟ ପୁରୋଧା ରହିଛନ୍ତି ।

ସାର୍ବଜନୀନ ଦୁର୍ଗାପୂଜା ସ୍ବର୍ଣ୍ଣଜୟନ୍ତୀ ମହୋତ୍ସଵ

Image
 ବରପାଲି ସ୍ଥାନୀୟ ଅଶୋକ କ୍ଲବର ୫୦ବର୍ଷ ପୁର୍ତ୍ତି ଅବସରରେ ଅନୁଷ୍ଠିତ ହେଉଥିବା ସାର୍ବଜନୀନ ଦୁର୍ଗାପୂଜା ସ୍ବର୍ଣ୍ଣଜୟନ୍ତୀ ମହୋତ୍ସଵ ଅବସରରେ ଖଣ୍ଡା ଧୁଆ ଓ କଳଶ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ମୁଖ୍ୟ କେନାଲ ଠାରେ ଶୋଭାଯାତ୍ରା ପହଞ୍ଚି ପୂଜା ଅର୍ଚନା ସହ ଖଣ୍ଡା ଧୁଆଯାଇ କଳଶ ରେ ଜଳ ଅଣାଯାଇ ପୁଣି ଶୋଭାଯାତ୍ରା ସହ ପୂଜା ମଣ୍ଡପ କୁ ପହଞ୍ଚି କଳଶ ଓ ଖଣ୍ଡା ସ୍ଥାପନ କରାଯାଇଥିଲା । ଏଥିରେ ଅବନୀ ମେହେର  ସହ ପତ୍ନୀକ କର୍ତ୍ତା ଭାର ତୁଲାଇ ଥିବା ବେଳେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ କିଶୋର ଦଫାଦାର,ଅସ୍ବିନୀ ରାଉତ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ । ସେହିପରି ବରପାଲି ତହସିଲ ଛକ ଜୟଜଗଦମ୍ବା କ୍ଲବ ଦୁର୍ଗପୂଜା ମଣ୍ଡପରୁ ସଭାପତି ଶୁଶୁଶୀଲ ଶତପଥୀ ଙ୍କ ତତ୍ତ୍ଵାବଧାନରେ ଖଣ୍ଡାଧୁଆ କଳସ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଗହୀର ବନ୍ଦ ଠାରେ ପହଞ୍ଚି ପୂଜା ଅର୍ଚ୍ଚନା କରାଯାଇ ଖଣ୍ଡା ଧୁଆଯାଇ କଳସ ଅଣା ଯାଇ ଅଧିବାସ କରାଯାଇଥିଲା । ଏଥିରେ ବିନୋଦ ଅଗ୍ରୱାଲ କାର୍ତ୍ତା ଭାର ତୁଲାଇଛନ୍ତି । ଜଗନ୍ନାଥ ନଗର ୟେଦୁର୍ଗା କ୍ଲବ ମଣ୍ଡପରେ ମଧ୍ୟ ଖଣ୍ଡାଧୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାତ୍ରିରେ ଅଶୋକ କ୍ଲବ ଠାରେ ରାଜ୍ୟ ତଥା ରାଜ ବାହାରୁ ଆସିଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

ଦୁର୍ଗା ପୂଜା ପାଇଁ ପ୍ରଶାସନିକ ବୈଠକ

Image
 ଦୁର୍ଗା ପୂଜା ପାଇଁ  ପ୍ରଶାସନିକ ବୈଠକ । ବରପାଲି ତା:୦୨-୧୦(ଚିତ୍ତରଞ୍ଜନ ସାହୁ) ଆସନ୍ତା ଦୂର୍ଗା ପୂଜା  କିପରି ଶାନ୍ତି ଶୃଙ୍ଖଳା ର ପାଳିତ ହେବ ଏନେଇ ବୁଧବାର ଏକ ପ୍ରଶାସନିକ ବୈଠକ ଅନୁଷ୍ଠିତ ହୋଇଛି। ବରପାଲି ବ୍ଲକ କାର୍ଯ୍ୟାଳୟ ଠାରେ ତହସିଲଦାର ରୁକ୍ମଣ  ମେହେର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଦୁର୍ଗା ପୂଜା ସମୟ ରେ କିପରି ଶାନ୍ତି ଶୃଙ୍ଖଳା ର ସହ ପାଳିତ ହେବ ସେନେଇ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ବିଶେଶତଃ ଭକ୍ତ ମାନେ କିପରି ସବୁ ମେଢ଼ ଦର୍ଶନ କରି ପାରିବେ। ନୀରଵଞ୍ଛିନ୍ନ ବିଦ୍ୟୁତ ସରୋବରାହ , ସହରେ ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥା, ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ପାଇଁ ଆଲୋଚନା ହେବା ସହ ସହରରେ ଟ୍ରାଫିକ ବ୍ୟବସ୍ଥା କଡ଼ା କଡ଼ି କରିବା ସହ ରାହାଜାନୀ ରୋକିବା ପାଇଁ ପୋଲିସ ର ଅଧିକ ତତ୍ପରତା ପାଇଁ ଦାବୀ ହୋଇଥିଲା । ଆଜିର ଏହି ବୈଠକ ରେ ବ୍ଲକ ଅଧ୍ୟକ୍ଷା ରୀନା ଥଇତ, ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଭୁବନ କୁମାର ଶତପଥୀ, ଡାକ୍ତରଖାନା ମୁଖ୍ୟ ଡାକ୍ତର ରାଜେଶ ବେହେରା ଙ୍କ ସମେତ ପୋଲିସ, ଅଗ୍ନିଶମ ବିଭାଗ , ବିଦ୍ୟୁତ ବିଭାଗ, ସମେତ ତହସିଲ ଛକ , ଅଶୋକ କ୍ଲବ,ଜଗନ୍ନାଥ ନଗର, ଦୁର୍ଗା ମନ୍ଦିର ଦୁର୍ଗାପୂଜା ର କର୍ମ କର୍ତ୍ତା ଉପସ୍ଥିତ ଥିଲେ।

ଲିଟିଲ ଏ6ଞ୍ଜଲସ ପବ୍ଲିକ ସ୍କୁଲରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Image
 ଲିଟିଲ ଏ6ଞ୍ଜଲସ ପବ୍ଲିକ ସ୍କୁଲରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ବରପାଲି - ୦୨.୧୦.୨୦୨୪ ସ୍ଥାନୀୟ ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲ ଓ ସରସ୍ଵତୀ ସଙ୍ଘ ପକ୍ଷରୁ. ମିଳିତଭାବେ ମହାତ୍ମା ଗାନ୍ଧି ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରାଯାଇଛି । ପ୍ରାତଃ ଅଧିବେଶନରେ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ତୈଳଚିତ୍ରରେ ବିଦ୍ଯାଳୟର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ସୁନିତା ମୁଣ୍ଡ ଶ୍ରଦ୍ଧାସୁମନ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରି ସଭାର  ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷା ମଧୁସ୍ମିତା ମୁଣ୍ଡ, ଉପାଧ୍ଯକ୍ଷ ସୁଶୀଳ କୁମାର ରଥ ,ପ୍ରଶାସନିକ ଅଧିକାରୀ ମିନତି ପ୍ରଧାନ ଓ ସରସ୍ଵତୀ ସଂଘର ସଦସ୍ୟାଗଣ ଉପସ୍ଥିତ ଥିଲେ । ପ୍ରିଫେକ୍ଟ ପ୍ରିୟାଂଶୁ ରାଜ ମିଶ୍ର ଓ ଶୁଭ୍ରାଂଶୁ ସେଠଙ୍କ ସଂଯୋଜନାରେ ଶିକ୍ଷକ ପ୍ରକାଶ ମହାନନ୍ଦ, ଛାତ୍ର ଆଶୁ ମେହେର ଓ ଲୋକେଶ୍ୱର ନାୟକଙ୍କ ବକ୍ତବ୍ୟ ପରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଏକ ପଥପ୍ରାନ୍ତ ନାଟିକା ପ୍ରଦର୍ଶିତ ହୋଇଥିଲା । ଅଧିବେଶନ ପରେ ପରିଚାଳନା ନିର୍ଦ୍ଦେଶିକା ସବୁଜ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରାରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ସରସ୍ଵତୀ ଧନ୍ଦାମୂଳକ ଭିନ୍ନକ୍ଷମ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ସହ ବିଦ୍ୟାଳୟ ପ୍ରମୁଖଗଣ ଓ ସରସ୍ଵତୀ ସଂଘର ସଦସ୍ୟାଗଣ ସାମିଲ ହୋଇଥିଲେ ଏବଂ ଗାନ୍ଧି ଛକଠାରେ ଥିବା ମହାତ୍ମା ଗାନ୍ଧ...

ସ୍ନାତକ ମହିଳା ମହାବିଦ୍ୟାଳୟରେ ସ୍ବଚ୍ଛତା ହି ସେବା କାର୍ଯକ୍ରମ

Image
 *ସ୍ନାତକ ମହିଳା ମହାବିଦ୍ୟାଳୟରେ ସ୍ବଚ୍ଛତା ହି ସେବା  କାର୍ଯକ୍ରମ*   ବରପାଲି ତା.୦୨/୦୧୦/୨୦୨୪ (ବୁଧବାର)- ଜଗବନ୍ଧୁ ଦାଶ ସ୍ନାତକ ମହିଳା  ମହାବିଦ୍ୟାଳୟରେ ଅଧ୍ୟକ୍ଷା ଶ୍ରୀମତୀ ପଦ୍ମିନୀ ଦାଶଙ୍କ ସଭାପତିତ୍ୱରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି l NSS ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ପିଙ୍କି ବାରିକଙ୍କ ପରିଚାଳନା ସଭାରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇ ମହାମାନବ ମହାତ୍ମା ଗାନ୍ଧୀଙ୍କ ଫଟୋରେ ପୁଷ୍ପ ମାଲ୍ୟାର୍ପଣ କରି ଗାନ୍ଧୀଙ୍କ ଆଦର୍ଶ ବାଦିତା ଉପରେ ଛାତ୍ରୀମାନଙ୍କୁ ଅନେକ ତଥ୍ଯ ପ୍ରଦାନ କରିଥିଲେ। ତତ୍ ସଙ୍ଗେ ସଙ୍ଗେ ସାମାଜିକ ନ୍ୟାୟ ଓ ଶାନ୍ତି ଉପରେ ଅବିଚଳିତ ପ୍ରତିବଦ୍ଧତାକୁହିଁ ସ୍ଵୀକୃତି ଦେବାର ଆବଶ୍ୟକତା ସାଂପ୍ରତିକ ସମାଜରେ ଗୋଟିଏ ନାଗରିକର ପ୍ରଧାନ କର୍ତ୍ତବ୍ୟ ରହିଛି ବୋଲି କହିଥିଲେ। ହିନ୍ଦୀ ବିଭଗର ମୁଖ୍ୟ  ଅଧ୍ୟାପିକା ଜ୍ୟୋତି ସାହୁ ଶପଥ ପାଠ କରାଇଥିଲେ। ଯୁବ ରେଡକ୍ରସ ସହକର୍ମୀ ନିଳୀମା ନାୟକଙ୍କ ଧନ୍ୟବାଦ ଅର୍ପଣ ପରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହକର୍ମୀ ବୃନ୍ଦ ଓ ଛାତ୍ରୀ  ମିଶି ମହାବିଦ୍ୟାଳୟ ପରିସର ପରିଷ୍କାର କରିଥିଲେ।ଆଗାମୀ ଦିନରେ କଲେଜ ପରିସର କିପରି ସ୍ୱଚ୍ଛ ଓ ସୁନ୍ଦର ରହିବ ସେଥିପାଇଁ ସଂକଳ୍ପ ନେଇଥିଲେ।

ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ

Image
 ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ବରପାଲି ୧/୧୦()- ଆଜି ବରପାଲି ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ବରିଷ୍ଠ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା । ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅଲେଖ କୁମାର ମହାନନ୍ଦ ଉକ୍ତ ସଭାରେ ସଭାପତିତ୍ବ କରିଥିଲାବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ୍ ଏବଂ ପ୍ରଶାସନିକ ପ୍ରଭାରୀ ତଥା ଇଂରାଜୀ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ସୁଶିଲ କୁମାର ଶତପଥୀ ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ । ଅଧ୍ୟାପିକା ଦେବାଙ୍ଗିନି ସାହୁ, ଅଞ୍ଜନା ଭୋଇ, ସୀମା ଭୋଇ, ମଣିଷ ଜୀବନର ଶିକ୍ଷାର ଗୁରୁତ୍ଵ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ବିଭାଗର ଛାତ୍ରଛାତ୍ରୀ ଐଶ୍ୱର୍ୟା ନନ୍ଦିନୀ, କମଳା, ଅଞ୍ଜଳି, ଆଦିତ୍ୟ, ଗୌତମ, ଦିଲୀପ ଓ ବିକାଶ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ପରିଶେଶରେ ଗୌରବ ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ ।