Posts

Showing posts from August, 2024

ଗଙ୍ଗାଧର ଙ୍କ ଗୀତ ବଜାଇ ରେମ୍ପ୍ ଶୋ - ଜନ୍ମ ପୀଠ ରେ ବିରୋଧ

Image
  ଗଙ୍ଗାଧର ଙ୍କ ଗୀତ ବଜାଇ ରେମ୍ପ୍ ଶୋ - ଜନ୍ମ ପୀଠ ରେ ବିରୋଧ । ବରପାଲି :- ସ୍ଵଭାବ କବି ଗଙ୍ଗାଧର ଙ୍କ ମଧୁମୟ କବିତା ସାରା ବିଶ୍ଵ ରେ ଆଦରିତ ହେବା ବେଳକୁ ଗଙ୍ଗାଧର ଙ୍କ ଗୀତ ବଜାଇ ରେମ୍ପ ଶୋ ଘଟଣା କୁ ଜନ୍ମ ପୀଠ ବରପାଲି ରେ ଘୋର ବିରୋଧ କରାଯାଇଛି । ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଚଳିତ ବର୍ଷ ୧୬୨ ତମ ଜନ୍ମ ଜୟନ୍ତୀ ସାରା ଓଡ଼ିଶା ରେ ପାଳନ ହେଉ ଥିବା ବେଳେ ବରଗଡ଼ ସହର ର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ରାଜ୍ୟ ସ୍ତରୀୟ କାବ୍ୟାନଂଜଳି - ୨୦୨୪ ନାମରେ ଏକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ଯାହାକି ସ୍ବାଗତ ଯୋଗ୍ୟ । ହେଲେ ଏହି କାର୍ଯକ୍ରମ ରେ ଗଙ୍ଗାଧର ମେହେରଙ୍କ ବେଶ୍ ଆଦୃତ ଲୋକ ପ୍ରିୟ ମଙ୍ଗଲେ ଅଇଲା ଉଷା ଗୀତ ବଜାଇ ଯୁବକ ଯୁବତୀ ଗଣ ଷ୍ଟେଜ ଉପରେ ରେମ୍ପ ଶୋ କରିଥିଲେ । ଏହି ଭିଡିଓ ଅଞ୍ଚଳ ରେ ଏବେ ଭାଇରାଲ ହେବାରେ ଲାଗିଛି।ଅନ୍ୟ ପକ୍ଷରେ ଜନ୍ମପୀଠ ବରପାଲି ଏହାକୁ ଘୋର ବିରୋଧ କରାଯାଇଛି। କବି ଙ୍କ ନାମ ରେ ରାଜ୍ୟ ସ୍ତରୀୟ କାର୍ଯକ୍ରମ କରି ଏପରି କରିବା ଦ୍ୱାରା ଗଙ୍ଗାଧର ଙ୍କ ପ୍ରତି ଅପମାନ ବୋଲି ଗଙ୍ଗାଧର ମେହେର କ୍ଲବ ର ସଭାପତି ଡକ୍ଟର ଘନଶ୍ୟାମ ପାଣିଗ୍ରାହୀ ପ୍ରକାଶ କରିବା ସହ ଭବିଷ୍ୟତ ରେ ଏପରି କାର୍ଯ୍ୟ ରୁ ନିବୃତ ରହିବା ପାଇଁ ଆୟୋଜକ ଙ୍କୁ ଅନୁରୋଧ କରିଛନ୍ତି ।

ଆତ୍ମ ସମର୍ପଣ କଲେ ଦୁଇ ଦୁର୍ଦ୍ଦାନ୍ତ କ୍ୟାଡ଼ର ମାଓବାଦି

Image
   :-ଆତ୍ମ ସମର୍ପଣ କଲେ ଦୁଇ ଦୁର୍ଦ୍ଦାନ୍ତ କ୍ୟାଡ଼ର ମାଓବାଦି ।ବିଜାପୁର କ୍ୟାଡର ମାଓବାଦୀ ପୂଜା ତାତିଙ୍କ ଆତ୍ମ ସମର୍ପଣ। ସୁକମାର କ୍ୟାଡର ମାଓବାଦି ସଇତୁ ପଡ଼ାମ୍ ଙ୍କ ଆତ୍ମ ସମର୍ପଣ।  ପୂଜା ତାତିଙ୍କ ନାଁ ରେ ଥିଲା ଚାରି ଲକ୍ଷ ପୁରସ୍କାର । ସଇତୁ ଙ୍କ ନାଁ ରେ ଥିଲା ତିନି ଲକ୍ଷ ପୁରସ୍କାର । ଉଭୟ ଗନ୍ଧମାର୍ଦ୍ଦନ ସଂରକ୍ଷିତ ଜଙ୍ଗଲରେ ସକ୍ରିୟ ଥିଲେ । ଉତ୍ତରାଞ୍ଚଳ ଆଈଜି ଓ ବରଗଡ଼ ଏସପି ଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ପୂଜା ସଇତୁ ବଖାଣିଲେ ଲାଲ ବାହାନିରେ ମହିଳା ଙ୍କ ନିର୍ଯାତନାର କାହାଣୀ । ମାଓବାଦୀଙ୍କ ପାଖରୁ ଅନେକ ମାରଣାସ୍ତ୍ର ମଧ୍ୟ ଜବତ କରିଛି ପୋଲିସ l  ଏନେଇ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ପ୍ରେସମିଟ କରି ସୂଚନା ଦେଇଛନ୍ତି l ସେ କହିଛନ୍ତି ଆମର ମାଓ ଦମନ ଅଭିଯାନ ସବୁବେଳେ ଚାଲିଛି l ଆଗକୁ ମଧ୍ୟ ଏହି ଅଭିଯାନ ଚାଲିବ l ସେହିପରି ଆଇଜି କହିଛନ୍ତି ମାଓବାଦୀ ମାନେ ସମର୍ପଣ କରନ୍ତୁ ନହେଲେ ନିସ୍ତାର ନାହିଁ l ଅନ୍ୟପଟେ ଆତ୍ମସମର୍ପଣ କରିଥିବା ମାଓବାଦୀ କହିଛନ୍ତି ସମସ୍ତେ ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ l

ସ୍ମାର୍ଟ ମିଟର ସମ୍ପୂର୍ଣ ରୂପେ ସୁରକ୍ଷିତ ଏବଂ ଭରସାଯୋଗ୍ୟ- ଟିପିଡବ୍ଲ୍ୟୁଓଡିଏଲ୍

Image
 -ସ୍ମାର୍ଟ ମିଟର ସମ୍ପୂର୍ଣ ରୂପେ ସୁରକ୍ଷିତ ଏବଂ ଭରସାଯୋଗ୍ୟ- ଟିପିଡବ୍ଲ୍ୟୁଓଡିଏଲ୍  :-ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲ୍ୟୁଓଡିଏଲ୍ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ସହ ଗ୍ରାହକ ସେବା ପାଇଁ ସଦାସର୍ବାଦା ପ୍ରତିଶୃତିବଦ୍ଧ ରହିଛି । ଏହି ପରୀପ୍ରେକ୍ଷରେ ବରଗଡ଼ ଜିଲ୍ଲାରେ ସ୍ମାର୍ଟମିଟରକୁ ନେଇ ଲାଗି ରହିଥ‌ିବା କଳ୍ପନାଜଳ୍ପନା ଓ ଆନ୍ଦୋଳନ ସ୍ମାର୍ଟ ମିଟର ଭଙ୍ଗା ଯିବା ଘଟଣାର ସମସ୍ତ ଉତ୍ତର ଦେବା ଉଦ୍ୟଶ୍ୟରେ କମ୍ପାନୀ ତରଫରୁ ସ୍ଥାନୀୟ ଗଣପତି ହୋଟେଲ ଠାରେ  ଏକ ସାମ୍ବାଦିକ ସମ୍ମିଳନୀ  କମ୍ପାନୀ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବଣୀ ବର୍ମା, କମ୍ପାନୀର ଅପରେସନ୍ ମୁଖ୍ୟ ଶ୍ରୀ ଆଶିସ୍ କୁମାର ପାଟ୍ଟଯୋଶୀ, କମ୍ପାନୀର ବାଣିଜିକ ମୁଖ୍ୟ ଶ୍ରୀ ପି. ପି. ତେନ୍ଦୁଲକର ଏବଂ ବରଗଡ଼ ବିଦ୍ୟୁତ୍ ମଣ୍ଡଳର ମୁଖ୍ୟ ଶ୍ରୀ ସୁରେନ୍ଦ୍ର ହୋତା ଉପସ୍ଥିତ ଥିଲେ। ଏହି ସମ୍ବାଦିକ ସମ୍ମଳନୀରେ ଟିପିଡବ୍ଲ୍ୟୁଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ କୁମାର ବର୍ମା କମ୍ପାନୀର ପକ୍ଷ ରଖିବାକୁ ଯାଇ ପ୍ରକାଶ କରିଛନ୍ତି ଯେ, କମ୍ପାନୀ ତରଫରୁ ଲଗାଯାଉଥିବା ସମସ୍ତ ସ୍ମାର୍ଟ ମିଟର ସମ୍ପୂର୍ଣ ରୂପେ ନିର୍ଭରଯୋଗ୍ୟ ଏବଂ ବିଶ୍ବସନୀୟ । ମାନ୍ୟବର ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ କମ୍ପ...

5T ସ୍କୁଲରେ ସାପ ଆତଙ୍କ ପ୍ରଶାସନ ଅଧିକାରୀ ଜାଣି ଶୁଣି ଚୁପ୍

Image
 5T ସ୍କୁଲରେ ସାପ ଆତଙ୍କ ପ୍ରଶାସନ ଅଧିକାରୀ ଜାଣି ଶୁଣି ଚୁପ୍। ବରପାଲି -୩୦/୮ବରଗଡ ଜିଲ୍ଲା ବରପାଲି ବ୍ଲକ ଲେଣ୍ଡା ପଞ୍ଚାୟତ 5T ହାଇସ୍କୁଲ ଘରେ ସାପ ଙ୍କ ଆତଙ୍କ।ଅବିଭାବକ ମାନଙ୍କ କହିବା ନୁ ସାରେ ସ୍କୁଲକୁ 5T ରେ କୋଠାଗୃହ ମାନ ନିର୍ମାଣ ହୋଇଛି ଏବଂ ଏହି କୋଠାଗୃହର କାନ୍ଥ ମାନ୍ ଫାଟି ଆଁ କଲାଣି ଯୋଉଟା କି ଟିକିଏ ବର୍ଷା ହେଲେ କାନ୍ଥ ରୁ ପାଣି ବାହାରୁଛି ଏବଂ ସେ ବାଟ ଦେଇ ବିଷାକ୍ତ ସାପ ମାନ ବାହାରୁଥିବା ଓ ପାଖରେ ଥିବା ଆଉ ଏକ ଶ୍ରେଣୀ ଗୃହ ଠିକାଦାର ଅଧ କାମ କରି ଛାଡ଼ି ଚାଲି ଯାଇଥିବାରୁ ଉଇ ହୁଙ୍କା ହୋଇ ବିଷାକ୍ତ ନାଗ ସାପ ମାନ ଘର କରି ଶ୍ରେଣୀ ଗୃହରେ ରହୁଥିବା ରାତ୍ରି ଯୁଗୁଆଲି ପ୍ରକାଶ କରିଛନ୍ତି ଏବଂ ବିଷାକ୍ତ ସାପ ଗୁଡିକ ଦୈନନ୍ଦିନ ବାହାରୁ ଥିବା ଏବଂ ଆଜି ମଧ୍ୟ ବାହାରିଥିବା ଜଣାଯାଇଛି। ଏହି ହାଇସ୍କୁଲ ରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସହସ୍ରାଧିକ ଛାତ୍ର ଛାତ୍ରୀ ମାନେ ଅଧ୍ୟୟନ କରୁଛନ୍ତି।ଯଦି  କୌଣସି ଛାତ୍ର ଛାତ୍ରୀ ବିଷଧର ସାପ କାମୁଡି ଦିଏ କିଏ ତାର କାରଣ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ସ୍କୁଲ ର ଅଭିଭାବକ ,ଶିକ୍ଷକ ମାନେ ସ୍ଥାନୀୟ ପ୍ରାସାନ ଅଧିକାରୀ ମାନଙ୍କୁ ଜଣାଇ ଥିଲେ ମଧ୍ୟ ତାର କୌଣସି ସୁ ଫଳ ମିଳି ପାରୁନାହିଁ। କାରଣ ଏହି ସ୍କୁଲ ଟି ବ୍ଲକ ଗ୍ରାଣ୍ଡ ସ୍କୁଲ ହୋଇଥିବାରୁ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ପ୍ରଶାସନ ଅଧିକାରୀ ମାନେ ଜାଣି ମଧ...

ବରପାଲି ସମଲେଶ୍ଵରୀ ଠିକାଦାର ସଂଘ ଏବଂ ବିଶ୍ଵକର୍ମା ରାଜମିସ୍ତ୍ରୀ ସଂଘ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ

Image
 ବରପାଲି ୨୮/୮(ଆ ପ୍ର)- ବରପାଲି ସମଲେଶ୍ଵରୀ ଠିକାଦାର ସଂଘ ଏବଂ ବିଶ୍ଵକର୍ମା ରାଜମିସ୍ତ୍ରୀ ସଂଘ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସାଇ ମନ୍ଦିର ନିକଟସ୍ଥ ହୋତା ମଣ୍ଡପ ପରିସରରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ମୁଖ୍ୟତଃ ବଙ୍ଗୀୟ ରାଜମିସ୍ତ୍ରୀ ମାନେ  ଅଞ୍ଚଳରେ ବ୍ୟାପକ ମାତ୍ରାରେ ଆସି କାମ କରୁଥିବାରୁ ସ୍ଥାନୀୟ ରାଜମିସ୍ତ୍ରୀ ମାନଙ୍କ କୌଳିକ ବୃତ୍ତି ପ୍ରତି ବିପଦ ସୃଷ୍ଟି ହୋଇସାରିଛି ବୋଲି ରାଜମିସ୍ତ୍ରୀ ମାନେ ପ୍ରକାଶ କରିଥିଲେ । ଏହାସହ ସେମାନଙ୍କୁ କାମରୁ ହଟାଇ ସ୍ଥାନୀୟ ଲୋକଙ୍କୁ ଯୋଗାଇଦେବାକୁ ଦାବୀ କରିଥିଲେ । ଠିକାଦାର ସଂଘ ତରଫରୁ ସେମାନଙ୍କ ଦାବିକୁ  ଶୁଣାଯାଇଥିଲା । ହେଲେ ଏବେ କରୁଥିବା କାମ ସବୁରେ ବଙ୍ଗୀୟ ରାଜମିସ୍ତ୍ରୀ ମାନଙ୍କ ସହ ଅଦାଲତରେ ଚୁକ୍ତି ହୋଇ ସାରିଥିବାରୁ ସେମାନଙ୍କୁ ଚାଲିଥିବା କାର୍ଯ୍ୟରୁ ନିଲମ୍ବିତ କରିହେବ ନାହିଁ ବୋଲି ଠିକାଦାର ମାନେ ପ୍ରକାଶ କରିଥିଲେ । ନୂତନ କାମରେ ପ୍ରଥମେ ସ୍ଥାନୀୟ ରାଜମିସ୍ତ୍ରୀ ମାନଙ୍କୁ ପ୍ରଥମେ ସୁଯୋଗ ଦିଆଯିବ ବୋଲି କହିଥିଲେ । ଏହାସହ ସ୍ଥାନୀୟ ରାଜମିସ୍ତ୍ରୀ ମାନେ ସେମାନଙ୍କ ଦଳ ସହ ବଡ ବଡ କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଥିଲେ । ପ୍ରାୟତ ସ୍ଥାନୀୟ ରାଜମିସ୍ତ୍ରୀ ମାନଙ୍କର କାମରେ ବହୁ ସମସ୍ୟା ଦେଖାଦେଉଛି । ଘରୁ ଯାଇ କା...

ବରପାଲି ରେ ଘନ ଘନ ଚୋରୀ - ଧନ ଜୀବନ ଅସୁରକ୍ଷିତ

Image
 ବରପାଲି ରେ ଘନ ଘନ ଚୋରୀ - ଧନ ଜୀବନ ଅସୁରକ୍ଷିତ । ବରପାଲି ଥାନା ଅଞ୍ଚଳ ରେ ଘନ ଘନ ଚୋରୀ ହେବା ସହିତ ଚୋର କି ଚୋରୀ ସାମଗ୍ରୀ ଜବତ ନ ହେବାରୁ ଜନ ସାଧାରଣ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଗତ କାଲି ରାତି ରେ ବରପାଲି ଥାନା ରୁ ମାତ୍ର ପ୍ରାୟ୧୦୦ ମିଟର ଦୂର ରେ ହସ୍ପିଟାଲ ଛକ ରେ ଏକ ମୋବାଇଲ୍ ମରାମତି ଦୋକାନ ରୁ ତାଲା ଭାଙ୍ଗି ଚୋରୀ ହୋଇଛି । ଦୋକାନ ମାଲିକ ରାଜୁ ମେହେର ଏନେଇ ବରପାଲି ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଦୋକାନ ର ଚାରୋଟି ତାଲା ଭାଙ୍ଗି ମରାମତି ପାଇଁ ଆସି ଥିବା ୨୦ ଟି ମୋବାଇଲ ଫୋନ୍ ସହ ଦୋକନ ରେ ଥିବା ଏକ ହଜାର ଟଙ୍କା ଚୋରୀ ହେବା ନେଇ ସେ ଥାନା ରେ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ବହୁ ବଡ ବଡ ଚୋରୀ ମାନ ଘଟୁଛି। ଗତ ଜୁନ ୧୦ ତାରିଖ ଦିନ ବରପାଲି ୱାର୍ଡ ନମ୍ବର ୭ର ବାସିନ୍ଦା ପାର୍ବତୀ ଦାଶ ଙ୍କ ଘରୁ ଏକ ବଡ ଧରଣ ର ଚୋରୀ ହୋଇଛି ।ସେ ସମୟ ଶୀତଳ ଷଷ୍ଠୀ ଯାତ୍ରା ର ଏକ ଶୋଭାଯାତ୍ରା ଦେଖିବା ପାଇଁ ରାତ୍ର ରେ  ମୁଖ୍ୟ ଫାଟକ ରେ ତାଲା ଦେଇ କିଛି ସମୟ ପାଇଁ ଯାଇ ଫେରିବା ବେଳେ ଚୋର ଘରେ ପଶି ହାତ ସଫା କରି ଦେଲେ । ଚୋର ମାନେ ୨୦ ତୋଳା ସ୍ଵର୍ଣ୍ଣ ଅଳଙ୍କାର , ପାଟ ଶାଢ଼ୀ ସହ ନଗଦ ଟଙ୍କା ମଧ୍ୟ ନେଇ ଯାଇଥିଲେ । ଏନେଇ ସେମାନେ ବରପାଲି ଥାନା ରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । ବରପାଲି ପୋଲିସ ତାଙ୍କ ଅଭିଯୋଗ ଉପରେ (କେସ ନମ୍ବର ୧୯୨/୨୪) ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତ...

ଯାଦବ ସମାଜ ପକ୍ଷରୁ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଆରମ୍ଭ

Image
 ଯାଦବ ସମାଜ ପକ୍ଷରୁ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଆରମ୍ଭ । ବରପାଲି ତା ୨୫-୦୮ (ଚିତ୍ତରଞ୍ଜନ ସାହୁ) ବରଗଡ ଜିଲ୍ଲା ବରପାଲି ବ୍ଲକ ଯାଦବ ସମାଜ ଆନୁକୁଲ୍ୟରେ ତିନି ଦିନ ବ୍ୟାପୀ ହେବାକୁ ଥିବା ସାର୍ବ ଜନୀନ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଆଜି ରବିବାର ଉଦଘାଟିତ ହୋଇଛି। ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ଉତ୍ସବ ରେ ରବିବାର ଅଧିବାସ ପୂଜାର୍ଚ୍ଚନା ହୋଇଥିବା ବେଳେ  । କଲ୍ୟାଣ ମଣ୍ଡପ ରୁ ମହିଳା ମାନଙ୍କ ଏକ ବିରାଟ କଳସ ଶୋଭାଯାତ୍ରା ସହର ପରିକ୍ରମା କରି ସ୍ଥାନୀୟ ଗହିର ବନ୍ଦ ଠାରେ ପୂଜାର୍ଚ୍ଚନା କରିଥିଲେ ଏବଂ ଶୋଭାଯାତ୍ରା ରେ ଦୁଲ୍ ଦୁଲି ବାଜା, ବ୍ୟାଣ୍ଡ ବାଜା ଆଦି ସାମିଲ ଥିଲେ । ସନ୍ଧ୍ୟା ରେ ବିଭିନ୍ନ ସଂଗଠନ ପକ୍ଷରୁ ଭଜନ ପରିବେଷଣ କରାଯାଇଛି ।ଏଥିରେ ପଶ୍ଚିମ ଓଡ଼ିଶା ତଥା ବରପାଲି ର ବହୁ କଳାକାର ଭଜନ ପରିବେଷଣ କରିଥିଲେ।ଏହି ଅବସର ରେ ପ୍ରତ୍ୟହ ଭଜନ, ପ୍ରବଚନ ଆଦି ପରିବେଷଣ କରାଯିବ ବୋଲି କମିଟି  ସଦସ୍ୟ ଅକ୍ଷୟ ଭୋଇ ସୂଚନା ଦେଇଛନ୍ତି।

ସ୍ବେଚ୍ଛାକୃତ ରକ୍ତଦାନ ଶିବିର

Image
ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବରପାଲି: ୨୫/୮ (ଚିତ୍ତରଞ୍ଜନ ସାହୁ) ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ଅନୁଷ୍ଠାନ ର ଅଷ୍ଟମ ବାର୍ଷିକୋତ୍ସବ ଅବସରରେ ମହୋତ୍ସବ  ବରପାଲି ଜଗଦମ୍ବା କ୍ଲବ୍ ଓ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ପକ୍ଷରୁ ତହସିଲ ଛକ ଜଗଦମ୍ବା କ୍ଲବ୍ ପରିସରରେ  ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।  ଏହି ଶିବିରରେ  ମୁଖ୍ୟ ଅତିଥି ଭାବେ ବରପାଲି ବିଜ୍ଞାପିତ ଅଞ୍ଚଳର ପରିଷଦ ଅଧକ୍ଷ ଦିନେଶ ଗହିର, ବୁର୍ଲା ଭିମସା ରକ୍ତ ଭଣ୍ଡାର ର ମୁଖ୍ୟ ଡ଼ ରାଧାମୋହନ ଘଢେଇ,ଙ୍କ ସହ ଟେକିନିସିଆନ୍ ଦେବାଶିଷ ମିଶ୍ର ଯୋଗ ଦେବା ସହ ବିଭିନ୍ନ କର୍ମଚାରୀ ମାନେ ମଧ୍ୟ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବରପାଲି ଶାଖା ଯୁବା ମଞ୍ଚର ର ସଭ୍ୟ ମାନେ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ମୋଟ ୬୫ଜଣ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ । ଭୀମସା ରକ୍ତ ଭଣ୍ଡାର ଟିମ ରକ୍ତ ସଂଗ୍ରହ କରିଥିବା ବେଳେ ଯୁବ ମଞ୍ଚର କର୍ମ କର୍ତ୍ତା ମଧ୍ୟରେ ଅନୁରାଗ ସେଠ୍,  ଆଜାଦ ତ୍ରିପାଠୀ, ଆଲୋକ ଦାଶ, ସତ୍ୟମ ପୃଷ୍ଟି, ବିବୁଲୁ ତଂଡ଼କାର, ବିନୋଦ ବାଗ, ହିମାଂଶୁ ସାହୁ,ଆକାଶ,ରିତେଶ,ରବି,ଅଚ୍ୟୁତ ଏବଂ ଜଗଡମ୍ବା କ୍ଳବ୍ ର ଚିତ୍ତରଞ୍ଜନ ସାହୁ, ସୁଶିଲ ଶତପଥୀ,ବୁଲୁ ଦାସ,ରୋହିତ ରାଉତ,ପ୍ରମୋଦ ଗହିର,ପ୍ରମୁଖ ଉକ୍ତ ଶିବିରକୁ ସହଯୋଗ କରିଥିଲେ ।ଉକ୍ତ ଉତ୍ସବ ରେ ଅତିଥି ଭାବେ ପ୍ରଦ୍ୟୁମ୍ନ ତ୍ରିପାଠୀ,ଆନନ୍ଦ ବ...

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ଙ୍କ ଠାରେ ନୂଆଁଖାଇ ଲାଗି ଧାର୍ଯ୍ୟ ହେଲା ଲଗ୍ନ

Image
ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ଙ୍କ ଠାରେ ନୂଆଁଖାଇ ଲାଗି ଧାର୍ଯ୍ୟ ହେଲା ଲଗ୍ନ ।  ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଓ ପବିତ୍ର ତୀର୍ଥ କ୍ଷେତ୍ର ବରଗଡ ଜିଲ୍ଲା ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ବିରାଜମାନ ମହାପ୍ରଭୁ ମାର୍ଜ୍ୟରକେଶରୀ ଙ୍କ ନିକଟରେ ନବାନ୍ନ ଭୋଗ ଅର୍ପଣ କରିବା ପାଇଁ ହୋଇଛି ଧାର୍ଯ୍ୟ ଲଗ୍ନ। ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ସ୍ଥାନୀୟ ପଣ୍ଡିତ ମହାସଭା ଓ ନୃସିଂହନାଥ ପ୍ରଶାସନ ଦ୍ୱାରା କରାଯାଇଛି ଲଗ୍ନ ଧାର୍ଯ୍ୟ।  ସୂଚନା ମୁତାବକ ଆସନ୍ତା ସେପ୍ଟେମ୍ବର ମାସ ୮ ତାରିଖ ରବିବାର ଦିନ ସକାଳ ୯ ଘଣ୍ଟା ୯ ମିନିଟ ୩୩ ସେକେଣ୍ଡ ରୁ ୯ ଘଣ୍ଟା ୨୪ ମିନିଟ ୧୮ ସେକେଣ୍ଡ ମଧ୍ୟରେ ରୀତିନୀତି ଅନୁସାରେ ମହାପ୍ରଭୁ ଓ ପାର୍ଶ୍ୱ ଦେବାଦେବୀ ମାନଙ୍କ ନିକଟରେ ନବାନ୍ନ କରାଯିବ ଅର୍ପଣ । ଏହି ମହାପ୍ରଭୁ ମାର୍ଯାରକେଶରୀ ଙ୍କୁ ନବାନ୍ନ ଲାଗି ହେଲା ପରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଏକାଠି ନବାନ୍ନ ଭକ୍ଷଣ କରୁଥିବା ରହିଥାଏ ପରମ୍ପରା।

ସଂସ୍କୃତ କଲେଜରେ ସଂସ୍କୃତ ଦିବସ ଓ ଗଙ୍ଗାଧର ମେହେର ଜୟନ୍ତୀ

Image
  ସଂସ୍କୃତ କଲେଜରେ ସଂସ୍କୃତ ଦିବସ ଓ ଗଙ୍ଗାଧର ମେହେର ଜୟନ୍ତୀ --------------------------------------------- ବରପାଲି -୨୪/୮()ବରପାଲି ବ୍ଲକ୍ ଅନ୍ତର୍ଗତ ବିଜୟପଲ୍ଲୀ ଶ୍ରୀଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟଠାରେ ମହାବିଦ୍ୟାଳୟ ଓ ଲୋକଭାଷା ପ୍ରଚାରସମିତି ଓଡିଶାଶାଖା ଆନୁକୁଲ୍ଯରେ ସଂସ୍କୃତ ଦିବସ ଓ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଅଛି। ସର୍ବପ୍ରଥମେ ଦେବୀ ସରସ୍ଵତୀ ଓ ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ମହାବିଦ୍ୟାଳୟର ଅଧ୍ଯକ୍ଷ ତଥା ଲୋକଭାଷା ପ୍ରଚାର ସମିତିର ରାଜ୍ଯ ଉପାଧ୍ୟକ୍ଷ  ଡ ବଦ୍ରିନାରାୟଣ ପୂଜାରୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ଯବକ୍ତା ଭାବରେ ସତଲମା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସଂସ୍କୃତ ଅଧ୍ଯାପକ ଶ୍ରୀଯୁକ୍ତ ଦେବାଶୀଷ ଦାଶ ଯୋଗଦାନ କରି ସଂସ୍କୃତର ମହନୀୟତା ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ କବିଙ୍କ ସ୍ମୃତିଚାରଣ କରିଥିଲେ।ଅଧ୍ଯାପକ ଡ ରମେଶ ଚନ୍ଦ୍ର କର ସଭାର ଉଦ୍ଦେଶ୍ଯ ଜ୍ଞାପନ କରିଥିବା ବେଳେ ଅଧ୍ଯାପକ ରମାକାନ୍ତ ତ୍ରିପାଠୀ,ଡୋଳାମଣି ମାଝୀ, କାମପାଳ ପଣ୍ଡା,ଅଧ୍ଯାପିକା ମୌସୁମୀ ପୋଢ,ରୁବିତା ହୋତା ବକ୍ତବ୍ଯ ପ୍ରଦାନ କରିଥିଲେ। ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଶ୍ଳୋକାବୃତ୍ତି,ନୃତ୍ଯ,କବିତାପାଠ ସହିତ ସଂସ୍କୃତ ଗୀତିନାଟ୍ଯ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମକୁ ଅକ୍ଷୟ ଭୋଇ, ନେପାଳ ବାରିକ, ଶୁଭମ୍ ପଧାନ,କାର୍ତ୍ତିକ ଭୋଇ, ଛାତ୍ରୀ ସମୀକ୍ଷା ଓ ସୀମା ସହଯୋଗ କରି...

ଜାତୀୟ ମହାକାଶ ଦିବସ ପାଳିତ

Image
 ଜାତୀୟ ମହାକାଶ ଦିବସ ପାଳିତ ଗାଇସିଲେଟ (୨୩/୦୮୨୦୨୪) ଗାଇସିଲେଟ ବ୍ଳକର ପିପିପି ହାଇସ୍କୁଲ ବରିହାପୁଖାପାଣିରେ  ଆଜି ଚନ୍ଦ୍ରଯାନ-୩ ଉତକ୍ଷେପଣର ଗୋଟିଏ ବର୍ଷ ପୂରଣ ଉପଲକ୍ଷେ ଜାତୀୟ ମହାକାଶ ଦିବସ ୨୦୨୪ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ  ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ପ୍ରଧାନ ଶିକ୍ଷକ ମୋହନ ରଣାଙ୍କ ସଭାପତିତ୍ବ ଅନୁଷ୍ଠିତ ସଭାରେ ବିଜ୍ଞାନ ଶିକ୍ଷକ ଗଙ୍ଗାଧର କୁମ୍ଭାର ଦିବସର ବିଶେଷତ୍ଵ ଆଲୋଚନା କରି ଚନ୍ଦ୍ରଯାନ -୩ ଉତକ୍ଷେପଣର ବିଭିନ୍ନ ଚିତ୍ର ଓ ଭିଡ଼ିଓ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀମାନେ ଏହି ଚନ୍ଦ୍ରଯାନର ଏକ ମଡେଲ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଅରକ୍ଷିତ ବାରିକ,ସୁରଥ ଭୋଇ, ରବିନାରାୟଣ ବେହେରା ଆଦି ସହଯୋଗିତା କରିଥିବାବେଳେ ହିନ୍ଦୀ ଶିକ୍ଷକ ଅଶ୍ଵିନୀ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ଗୁରୁ ଭଗବାନ ସାହୁଙ୍କ ନାଟକ ଅନୁଷ୍ଠାନ ର ହୀରକ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

Image
 ଗୁରୁ ଭଗବାନ ସାହୁଙ୍କ ନାଟକ ଅନୁଷ୍ଠାନ ର ହୀରକ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ  ~~~~~~~~~~~~~~~~~~~~     ବରପାଲି (ଚିତ୍ତରଞ୍ଜନ ସାହୁ)    ବରଗଡ଼ ଜିଲ୍ଲା ବରପାଲି ନିକଟସ୍ଥ ବଡ଼ଗାଁ ଗ୍ରାମରେ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ପ୍ରସିଦ୍ଧ ନାଟକ ଅନୁଷ୍ଠାନ ବ୍ରଜେଶ୍ବରୀ ନୃତ୍ୟ କଳା ପରିଷଦ ଭଗବାନ ପାର୍ଟି କୁମ୍ଭାରୀ ର ନିରବଚ୍ଛିନ୍ନ ୭୫ ବର୍ଷ ହୀରକ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଶାସ୍ତ୍ରୀୟ ଶବ୍ଦ ନୃତ୍ୟ ଗୁରୁ ଭାଗବତ ପ୍ରଧାନ (ଭାଗବତିଆ) ଙ୍କ ସଭାପତିତ୍ବରେ ବିଶିଷ୍ଟ କବି ଚଳଚ୍ଚିତ୍ର ପ୍ରଯୋଜକ କଣ୍ଠଶିଳ୍ପୀ ନିସାର ଅହମ୍ମଦ ନିସାର ଙ୍କ ଗୁରୁ ବନ୍ଦନା ପରେ ଲୁଲୁ ରବିନ ଦାସ ଙ୍କ ଆବାହକତ୍ବରେ ଓ ପ୍ରାକ୍ତନ ଅଧ୍ୟକ୍ଷ ଟେକ ଚାନ୍ଦ ଦୁଆନ ଓ ମହେନ୍ଦ୍ର କୁମାର ମେହେରଙ୍କ ସଂଯୋଜନା ରେ  ଅନୁଷ୍ଠିତ ହୋଇଯାଇଅଛି ।     ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ସମ୍ମାନିତ ଅତିଥି ଡ. ତପସ୍ଵିନୀ ଗୁରୁ, ମୁଖ୍ୟ ବକ୍ତା ବରିଷ୍ଠ ନାଟ୍ୟକାର ନିର୍ଦ୍ଦେଶକ ନାଟ୍ୟଶ୍ରୀ  ଗଦାଧର ବାରିକ  ଯୋଗଦେଇ ପଶ୍ଚିମ ଓଡ଼ିଶାର ଭାଷା କଳା ସଂସ୍କୃତିର ପ୍ରଚାରକ ଗୋଟିଏ ଦିନରେ ନୂଆଖାଇ ପାଳନର ମହାନାୟକ ଲୋକ ମହୋତ୍ସବ ର ଜନକ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଉପରେ ଗୁରୁତ୍ବପୂର୍ଣ ମତାମତ ଦେବା ସହିତ ଗୁରୁ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ହୀ...

ବରପାଲି ରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ

Image
 ବରପାଲି ରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ବରପାଲି-୨୩/୮ (ଚିତ୍ତରଞ୍ଜନ ସାହୁ) ବରପାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବରପାଲି ଠାରେ ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅଧୀନରେ କୁଇଜ୍ ପ୍ରତିଯୋଗିତା ଗୋଷ୍ଠୀ ଶିକ୍ଷା ଅଧିକାରୀ ବରପାଲି ଶ୍ରୀଯୁକ୍ତ ମୁକୁନ୍ଦ ମାହାରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ବରଗଡ଼ ଶ୍ରୀଯୁକ୍ତ ଜ୍ୟୋତିକାନ୍ତ ସାହୁ ଓ ସମ୍ମାନିତ ଅତିଥି ଗୋଷ୍ଠୀ ଶିକ୍ଷା ଅଧିକାରୀ, ବରଗଡ଼ ଶ୍ରୀଯୁକ୍ତ ଡ. ସୁରେନ୍ଦ୍ର ସାହୁଙ୍କ, ଯୋଗଦାନ ଓ ଶୁଭେଚ୍ଛା ଉଦଘାଟନୀ ସଭାକୁ ଶୋଭାମଣ୍ଡିତ କରିଥିଲା। ଉକ୍ତ ସଭାକୁ ସୁଚାରୁରୂପେ ପରିଚାଳିତ କରିବା ପାଇଁ ବ୍ଲକର ବି. ଆର. ସି ଶ୍ରୀଯୁକ୍ତ ଦୁର୍ୟୋଧନ ସିଂ ଙ୍କ ତତ୍ୱାବଧାନରେ ସମସ୍ତ ସି. ଆର. ସି. ସି ଓ ବି. ଆର. ଟି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ.। ସଭା ସଂଯୋଜନା କରିଥିଲେ ସହକାରୀ ଶିକ୍ଷକ ସୋହନ ପଧାନ। ଏହି ସମାରୋହରେ ବ୍ଲକ ର ୪୦୦ ଜଣ ଛାତ୍ର ଛାତ୍ରୀ ଓ ୨୦୦ ଜଣ ଗାଇଡ଼ ଶିକ୍ଷକ ଯୋଗଦାନ କରିଥିଲେ।    ଉଦଘାଟନୀ ସଭାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷୟତ୍ରୀ ଶ୍ରୀଯୁକ୍ତ ନାରାୟଣ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। କୁଇଜ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ସବ୍ ଜୁନିୟର,ଜୁନିୟର ଓ ସିନିୟର ତିନୋଟିଯାକ ବିଭାଗରୁ ପ୍ରଥମ ଦ୍ଵିତୀୟ ଓ ତୃତୀ...

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ସ୍ଵଭାବ କବିଙ୍କ ୧୬୨ତମ ଜନ୍ମ ଜୟନ୍ତୀ

Image
  *ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ସ୍ଵଭାବ କବିଙ୍କ ଜନ୍ମ ଜୟନ୍ତୀ  ପାଳିତ*  ବରପାଲି ୨୩/୦୮/୨୪(ଚିତ୍ତରଞ୍ଜନ ସାହୁ) ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ସ୍ଵଭାବ କବିଙ୍କ ୧୬୨ତମ ଜନ୍ମ ଜୟନ୍ତୀ   ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।ଓଡ଼ିଆ ବିଭାଗର ମୁଖ୍ୟ ଯତୀନ୍ଦ୍ର କୁମାର ସାହୁଙ୍କ ପରିଚାଳନା ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ପଣ୍ଡା,ମୁଖ୍ୟ ବକ୍ତା ଭାବେ ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ଦେବତା ଯୋଗ ଦେଇଥିଲେ।ପ୍ରାଥମିକ ପର୍ଯ୍ୟାୟରେ କବିଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହ ଦ୍ଵୀପ ପ୍ରଜ୍ବଳନ ଓ ଛାତ୍ରୀ ମାନଙ୍କ ଦ୍ୱାରା ସ୍ଵାଗତ ଓ ସମାପ୍ତି ସଙ୍ଗୀତ ଗାନ କରାଯାଇଥିଲା। ଓଡ଼ିଆ ଅଧ୍ୟାପିକା ପିଙ୍କି ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଇତିହାସ ବିଭାଗର ଅଧ୍ୟାପିକା ନିଳୀମା ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ।ଏ ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ  ନେପାଲ ବିଶ୍ଵାଳ,ଶଶାଙ୍କ ଶେଖର  ପଧାନ,ସାର୍ଥକ ପାଣିଗ୍ରାହୀ ଅଧ୍ୟାପିକା ଜ୍ୟୋତି ସାହୁ,ସସ୍ମିତା ମେହେର,ଶୋଭାବତୀ ଥପା,ମନୀଷା ଭୋଇ,ପରିଣୀତା ପଧାନ, ସହକର୍ମୀ ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା,ତ୍ରିପୁରା ବେହେରା ସାମିଲ ହୋଇଥିଲେ।

ପୂର୍ବତନ ବିଧାୟକ ସ୍ବର୍ଗତ ସୁବଳ ସାହୁ ଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ ପାଳନ କଲେ ସୁବଳ ସାହୁ ମେମୋରିଆଲ ଟ୍ରଷ୍ଟ

Image
  ପୂର୍ବତନ ବିଧାୟକ ସ୍ବର୍ଗତ ସୁବଳ ସାହୁ ଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ ପାଳନ କଲେ ସୁବଳ ସାହୁ ମେମୋରିଆଲ ଟ୍ରଷ୍ଟ । ବରପାଲି -୨୨/୮( ଚିତ୍ତରଞ୍ଜନ ସାହୁ)ବରପାଲି ସ୍ଥାନୀୟ ସୁବଳ ସାହୁ ମେମୋରିଆଲ ଟ୍ରଷ୍ଟ କାର୍ଯ୍ୟାଳୟ ଠାରେ ସୁବଳ ସାହୁ ଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ ସୁବଳ ସାହୁ ମେମୋରିଆଲ ଟ୍ରଷ୍ଟ ତରଫରୁ ପାଳନ କରାଯାଇଥିଲା l ଉକ୍ତ କାର୍ଯକ୍ରମ ରେ ସର୍ବ ପ୍ରଥମେ ସୁବଳ ସାହୁ ଙ୍କ ପ୍ରତିଛବି ରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ସ୍ବର୍ଗତ ସୁବଳ ସାହୁଙ୍କ ଧର୍ମପତ୍ନୀ ରିତା ସାହୁ ଙ୍କ ସହିତ ଟ୍ରଷ୍ଟ ର ଉପଦେଷ୍ଟା ଅଚ୍ୟୁତାନନ୍ଦ ଦାସ, ଅଚ୍ୟୁତାନନ୍ଦ ପଣ୍ଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତି ରିନା ଥଇତ ଏନ ଏ ସି ଅଧ୍ୟକ୍ଷ ଦିନେଶ ଗହିର ଅନୁଷ୍ଠାନ ସମସ୍ତ ସଦସ୍ୟ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ପରେ ତାଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି, ଆହାର କେନ୍ଦ୍ର ଠାରେ ସୁବଳ ସାହୁ ଙ୍କ ସୃତିରେ ଆହାର ବଣ୍ଟନ କରିବାପରେ ବରପାଲି ଡାକ୍ତର ଖାନା ଠାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରି, ଅପରାହ୍ନ ୪ ଘଣ୍ଟା ସମୟ ରେ ପାର୍ବତୀ ଗିରି ବୃଦ୍ଧା ଆଶ୍ରମ ଠାରେ ଅନ୍ତେଃବାସୀ ଙ୍କୁ ବସ୍ତ୍ର ବଣ୍ଟନ କରଯାଇଥିଲା ଉକ୍ତ କାର୍ଯକ୍ରମ ରେ ଅନୁଷ୍ଠାନ ସମ୍ପାଦକ ବନ୍ତରlମ ସେଠ୍ ଙ୍କ ସହିତ ମନମୋହନ ସ୍ୱାଇଁ, ଫକିର ବେହେରା ଜିତେନ୍ ସୁନା, ବିକାଶ ସାହୁ , ଅଶ୍ଵିନୀ ପରିଡ଼ା, ପ୍ରମୋଦ ମେହେର, ଜନ୍ମ ବାଗ, କବି ନାଗ, କୁନ୍ତ ଭୋସାଗର, ଅନିଲ ସେଠ୍...

ବରପାଲି ରେ ୧୨ଘଣ୍ଟିଆ ଭାରତ ବନ୍ଦ ସଫଳ

Image
 ବରପାଲି ରେ ୧୨ଘଣ୍ଟିଆ ଭାରତ ବନ୍ଦ  ସଫଳ। ବରପାଲି -୨୧/୮(ଚିତ୍ତରଞ୍ଜନ ସାହୁ )ସୁପ୍ରିମ କୋର୍ଟ ଙ୍କ ରାୟ ବିରୁଦ୍ଧରେ ସମଗ୍ର ଭାରତ ରେ ବନ୍ଦ ଡାକରା ଦିୟା ଯାଇଥିବା ବେଳେ ଆଜି ବରଗଡ ଜିଲ୍ଲା ବରପାଲି, ଅଞ୍ଚଳରେ ସମ୍ପୂର୍ଣ୍ଣ ବନ୍ଦ ଥିବା ଦେଖିବାକୁ ମିଳିଛି ।ବରପାଲି ବ୍ଲକ SC /ST ମିଳିତ ମଞ୍ଚ ଦ୍ୱାରା ଏବଂ ସୁଦର୍ଶ ସୁନା, ବନ୍ତରାମ ସେଠ ଓ ଆବାହକ ମଣ୍ଡଳୀ ଙ୍କ ନେତୃତ୍ୱରେ ବନ୍ଦ ଡାକରା ଦିୟା ଯାଇଥିବା ବେଳେ ଏହାର ସମ୍ପୂର୍ଣ ପ୍ରଭାବ ଦେଖିବା କୁ ମିଳିଛି ସକାଳ ୬ଟା ରୁ ସନ୍ଧ୍ୟା ୬ଘଣ୍ଟା ଯାଏଁ ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ, ତଥା ସ୍କୁଲ, କଲେଜ, ଜାନବାହନ, ଦୋକାନ ବଜାର ଆଦି ବନ୍ଦ ହୋଇଛି ଏହି ବନ୍ଦ ଡାକରା କୁ ବିଜେପି ଦଳକୁ ଛାଡି ଆଦିବାସୀ ସଂଘ , କଂଗ୍ରେସ, ବିଜେଡିଦଳ ସାମିଲ ଥିବାର ଦେଖିବାକୁ ମିଳିଛି । ବିଭିନ୍ନ ଦଳ ଓ ଅନୁଷ୍ଠାନ ମାନଙ୍କ ଦ୍ଵାରା  ଛକ,ଓ ରାଜ ରାସ୍ତା ଉପରେ ଟେଣ୍ଡ ମାରି ବିକ୍ଷୋବକାରୀମାନେ ବିକ୍ଷୋବ ପ୍ରଦର୍ଶନ କରିଥିଲେ। ଏବଂ ଯଦି  ସୁପ୍ରିମକୋର୍ଟ ତାଙ୍କର ଆଦେଶ ନାମା ପ୍ରତ୍ୟାବର୍ତ୍ତନ ନ କରନ୍ତି ଆଉ ବଡ ଧାରଣ ର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନରେ ବିଜେଡି ଦଳର ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଜେପୁର ବିଧାୟକ ଶ୍ରୀମତୀ ରିତା ସାହୁ,କଂଗ୍ରେସ ଦଳରୁ ଅଭିଷେକ ସେଠ, ଆଦିବାସୀ ସଂଘ ପକ୍ଷରୁ ଧର୍ମରାଜ ସିଂ ବରିହା, ଏସସି,ଏସଟି ସଂଘ ପକ୍ଷରୁ...

ଓଡ଼ିଆ ଅସ୍ମିତା ର ଅନନ୍ୟ ଶ୍ରାବଣ

Image
  ଓଡ଼ିଆ ଅସ୍ମିତା ର ଅନନ୍ୟ ଶ୍ରାବଣ  ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ  ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ  ସମ୍ବାଦ ଗ୍ରୁପ ର ଅଧକ୍ଷ ସୌମରଞ୍ଜନ ପଟ୍ଟନାୟକ ଙ୍କ ସଭାପତିତ୍ବରେ  ଓଡ଼ିଆ ଅସ୍ମିତା ର ଅନନ୍ୟ ଶ୍ରାବଣ ସ୍ଵଭାଵକବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ ସାରସ୍ଵତ ସମାରୋହ ରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ସମ୍ମାନିତ ଅତିଥି ଭାବେ ସତ୍ୟବ୍ରତ ମିଶ୍ର ,ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଡ଼ଃ ଗୌରହରି ଦାସ ଯୋଗ ଦେଇଥିଲେ। ଅତିଥି ମାନଙ୍କ ଦ୍ଵାରା ଦ୍ଵୀପ ପ୍ରଜ୍ବଳନ ପରେ ଅରବିନ୍ଦ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପଦ୍ମଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।  ଏହି ସମାରୋହ ରେ ଲିଟିଲ ଏଞ୍ଜେଲ ପବ୍ଲିକ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ ଓ ରେଡିଏନ୍ସ ସ୍କୁଲ ବିଜେପୁର ତରଫରୁ ଏକ ନୃତ୍ୟ ନଟିକା ପ୍ରଦର୍ଶିତ ହୋଇଥିଲା l

ଜନ୍ମ ପୀଠ ରେ ଗଙ୍ଗାଧର ଜୟନ୍ତୀ

Image
 ଜନ୍ମ ପୀଠ ରେ ଗଙ୍ଗାଧର ଜୟନ୍ତୀ । କବି ଗଙ୍ଗାଧର ଙ୍କ ଦୃଷ୍ଟି ରେ ପ୍ରତ୍ୟେକ ଦୃଶ୍ୟ ମନୋଜ୍ଞ ଓ ମଧୁମୟ ବୋଲି ତାଙ୍କ କାବ୍ୟ କବିତା କାଳଜୟୀ ହୋଇ ରହିଛି ବୋଲି ଜନ୍ମ ପୀଠ ବରପାଲି ରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ରେ ବହୁ ବିଶିଷ୍ଟ ବକ୍ତା ମତ ପ୍ରକାଶ କରିଥିଲେ । ସୋମବାର ସନ୍ଧ୍ୟା ରେ ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ଓଡିଶା ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ମେହେର କ୍ଲବ ବରପାଲି ର ମିଳିତ ଆନୁକୁଲ୍ୟରେ କ୍ଲବ ର ସଭାପତି ଡକ୍ଟର ଘନଶ୍ୟାମ ପାଣିଗ୍ରାହୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସାରସ୍ଵତ ସମାରୋହ ରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ସମ୍ମାନିତ ଅତିଥି ବରଗଡ଼ ଓଡ଼ିଶା ସାହିତ୍ୟ ଏକାଡେମୀ ଯୁଗ୍ମ ସମ୍ପାଦକ ସଞ୍ଜୟ ଛଗୁଆଲ,ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ ଯୋଗ ଦେଇଥିଲେ। ଅତିଥି ମାନଙ୍କ ଦ୍ଵାରା ଦ୍ଵୀପ ପ୍ରଜ୍ବଳନ ପରେ କ୍ଲବ୍ ସଦସ୍ୟ ଚିତ୍ତରଞ୍ଜନ ସାହୁଅତିଥି ମାନଙ୍କୁ ମଞ୍ଚ କୁ ଆମନ୍ତ୍ରଣ କରିଥିଲେ । ସହ ସମ୍ପାଦକ ବାଲକିଶୋର୍ ଖାଡଙ୍ଗା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପଦ୍ମଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସର ରେ ବିଶିଷ୍ଟ ସାହିତ୍ୟିକ ଅଶୋକ ବହିଦାର ଙ୍କୁ ହରପ୍ରିୟା ମୁଣ୍ଡ ସ୍ମାରକୀ ଗଙ୍ଗାଧର ସମ୍ମାନ ଓ ସଢେଇ କଳା ଖର୍ ସୁଆଁ ଅଞ୍ଚଳ ର ବିଶିଷ୍ଟ ସାହିତ୍ୟିକ ବିଷ୍ଣୁ ପଦ ସିଂହ ଦେଓ ଙ୍କୁ ଗଙ୍ଗାଧର ସ୍ମୃତି ...

ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ ତମ ଜନ୍ମଜୟନ୍ତୀ ପାଳିତ

Image
 ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ ତମ ଜନ୍ମଜୟନ୍ତୀ ପାଳିତ  ବିଶ୍ଵ ଦେଖ ମଧୁମୟରେ ଜୀବନ ..ବିଶ୍ଵ ଦେଖ ମଧୁମୟ.... ଦିନେ ଯିଏ ନିଜ ସମଗ୍ର ବିଶ୍ୱକୁ ମଧୁମୟର ସନ୍ଦେଶ ଦେଉଥିଲେ , ଯାହାଙ୍କ କଲମ ମୁନିରୁ ଝରି ପଡୁଥିଲା ଅମୃତର ସନ୍ଦେଶ ।ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଯାହାଙ୍କ ର ରହିଛି ଅନେକ ଅବଦାନ । କାଳଜୟୀ କାବ୍ୟ କବିତା ଲେଖି ଯିଏ ସମସ୍ତଙ୍କ ହୃଦୟରେ ଅମର ହୋଇ ରହି ଯାଇଛନ୍ତି ଆଜି ହେଉଛି ସେ ମହାନ୍ କବି ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ । ୧୮୬୨ ମସିହା ଅଗଷ୍ଟ ମାସର ଠିକ୍ ଆଜିର ଦିନରେ ବରଗଡ଼ ଜିଲ୍ଲାର ବରପାଲି ମାଟିରେ ଭୁଲିଆ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ସ୍ଵଭାବ କବି ଗଙ୍ଗାଧର ମେହେର । ଆଜି ହେଉଛି ତାଙ୍କ ଜନ୍ମ ଜୟନ୍ତୀ । ସାରା ଓଡ଼ିଶାରେ ବିଭିନ୍ନ ଅନୁଷ୍ଠାନ ,ସଂଗଠନ ପକ୍ଷରୁ ତାଙ୍କ ଜନ୍ମ ଜୟନ୍ତୀଙ୍କୁ ପାଳନ କରାଯିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି  । ତପସ୍ଵିନୀ ,ପ୍ରଣୟ ବଲ୍ଲରୀ, କିଚକ ବଧ,ଇନ୍ଦୁମତି ,ରସ ରତ୍ନାକର ଭଳି ଅନେକ କାବ୍ୟ କବିତା ଲେଖି ଓଡ଼ିଆ  ଭାଷା ସାହିତ୍ୟକୁ କରିଛନ୍ତି ସେ ରୁଦ୍ଧିମନ୍ତ ।ନିଜ ଜନ୍ମ ମାଟି ବରଗଡ ଜିଲ୍ଲା ବରପାଲି ରେ ବିଭିନ୍ନ ଅନୁଷ୍ଠାନ ସହ ଗଙ୍ଗାଧର କ୍ଲବ୍,ଭୁଲିଆ ସମାଜ,ରାଜ୍ୟ ଗଙ୍ଗାଧର ସାହିତ୍ୟ ଏକାଡେମୀ ,ସରସ୍ଵତୀ ମହିଳା ସଂଘ ,ତାଙ୍କ ଜନ୍ମ ପୀଠ,ସମାଧି ପୀଠରେ ପୂଜାର୍ଚ୍ଚନା କରି ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍...

ଦୁଇଦିନିଆ ରାଜ୍ୟସ୍ତରୀୟ ବୋଚି ଚୟନ ଶିବିର ଉଦଯାପିତ

Image
 ଦୁଇଦିନିଆ ରାଜ୍ୟସ୍ତରୀୟ ବୋଚି ଚୟନ ଶିବିର ଉଦଯାପିତ  ବରପାଲି ତା ୧୮/୦୮/୨୦୨୪ ସ୍ଥାନୀୟ ଲିଟିଲ୍ ଏଞ୍ଜେଲସ୍ ପବ୍ଲିକ୍ ସ୍କୁଲ ପରିସରରେ ସ୍ପେସିଆଲ୍ ଅଲମ୍ପିକ ଭାରତ ଓଡ଼ିଶା ପକ୍ଷରୁ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ ବୋଚି ଚୟନ ଶିବିର ଉଦଯାପିତ ହୋଇଯାଇଛି।ଗତ ୧୭ ଓ ୧୮ ତାରିଖ ଦୁଇଦିନ ଧରି ରାଜ୍ୟର ଖୋର୍ଦ୍ଧା,କଟକ, ନୟାଗଡ଼, ବଲାଙ୍ଗୀର, ବରଗଡ଼, ସୋନପୁର, ସୁନ୍ଦରଗଡ଼ ଆଦି ଜିଲ୍ଲାରୁ ୬୨ଜଣ କ୍ରୀଡାବିତ୍ ଓ ୨୧ଜଣ କୋଚ୍ ଓ ୧୨ଜଣ ଅଫିସିଆଲ୍ ଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରଥମ ଦିନ ମୁଖ୍ୟ ଅତିଥି ସ୍ପେସିଆଲ୍ ଅଲମ୍ପିକସ୍ ଭାରତ ଓଡ଼ିଶାର ରାଜ୍ୟ ସଭାପତି ଶ୍ରୀମତୀ ସୁନିତା ମୁଣ୍ଡ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।୧୪ ରୁ ୨୧ ବର୍ଷ ବୟସର ଭିନ୍ନକ୍ଷମ ପିଲାମାନଙ୍କୁ ଚୟନ କରାଯାଇଥିଲା । ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ବରଗଡ଼ ଜିଲ୍ଲା ଶିଶୁ ସଂରକ୍ଷଣ ଅଧିକାରୀ ମଞ୍ଜୁ ଏକ୍କା ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।ଏହି ସଭାରେ ଅନ୍ୟତମ ଅତିଥି ସ୍ପେସିଆଲ୍ ଅଲମ୍ପିକ୍ ଭାରତର ସଭାପତି ସୁନିତା ମୁଣ୍ଡ, ଉପସଭାପତି ଉମାକାନ୍ତ ଷଡ଼ଙ୍ଗୀ,କ୍ରୀଡା ନିର୍ଦ୍ଦେଶକ ସସ୍ମିତା ମହାପାତ୍ର, ସରସ୍ଵତୀ ସଂଘର ସଭାପତି , ଲୀଳାବତୀ ତ୍ରିପାଠୀ ଓ ଓପନ ଲର୍ଣ୍ଣିଙ୍ଗ ସିଷ୍ଟମ୍ ସ୍କୁଲର ଅଧ୍ୟକ୍ଷ ମନତୋଷ ବେହେରା ମଞ୍ଚାସୀନ ଥିଲେ। ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ଲକ୍ଷ୍ୟ ରଖି କ୍...

ଶୀତଳ ଷଷ୍ଠୀ ଯାତ୍ରା ପାଇଁ କନ୍ୟା ପିତା ଘୋଷଣା

Image
 ଶୀତଳ ଷଷ୍ଠୀ ଯାତ୍ରା ପାଇଁ କନ୍ୟା ପିତା ଘୋଷଣା  ବରପାଲି ତା୧୮-୦୮(ଚିତ୍ତରଞ୍ଜନ ସାହୁ) ରବିବାର ଶ୍ରାବଣ ଶୁକ୍ଳ ଚତୁର୍ଦ୍ଦଶୀ ଦିନ କପିଳେଶ୍ୱର ମନ୍ଦିର ଠାରେ ଶୀତଳ ଷଷ୍ଠୀ ଯାତ୍ରା କମିଟି ତରଫ ରୁ କପିଳେଶ୍ୱର ବାବା ଓ ଜଗତ ଜନନୀ ମାତା ପାର୍ବତୀ ଙ୍କର ପୂଜାର୍ଚ୍ଚନା  କରି ଆଗାମୀ ୧୪୮ତମ ଶୀତଳ ଷଷ୍ଠୀ ଯାତ୍ରା ର ହିମାଦ୍ରି ନଗର ଭାବେ ଭୁଲିଆ ସମାଜ କୁ ଆଦେଶ ପତ୍ର ପ୍ରଦାନ କରାଗଲା । ଜମିଦାର ଲାଲ ବିକ୍ରମ ସିଂ ଦେଓ , ପିନାକୀ ଦାସ, ବିଭୂତି ଭୂଷଣ ମିଶ୍ର, ସୁବାଷ ମିଶ୍ର, ପଣ୍ଡିତ ହେମନ୍ତ ମିଶ୍ର, ସଦାନନ୍ଦ ଦାସ, କୃଷ୍ଣ ଚନ୍ଦ୍ର ଦେବତା, ପ୍ରଦୀପ ଦାସ, ନରେନ୍ଦ୍ର ହୋତା, ଅଇଁଠୁ ସାହୁ, ରାଜେଶ୍ୱର ସିଂ, ନିରଞ୍ଜନ ମିଶ୍ର , ବାଳକୃଷ୍ଣ ପୁଝାରୀ, ରାଧେଶ୍ୟାମ ସାହୁ, ଧିର ପତି,ଆଶିଷ ପଟ୍ଟନାୟକ, ଦାମୋଦର ପଣ୍ଡା, ବୃଷଭାନୁ ସାହୁ,ପ୍ରତାପ ସାହୁ ଆଦି ଯୋଗଦାନ କରିଥିଲେ। ଅନ୍ୟ ପକ୍ଷରେ ଆସନ୍ତା ବର୍ଷ  ସଞ୍ଜୟ ମେହେର ଓ ସସ୍ମିତା ମେହେର କନ୍ୟା ପିତା ମାତା ଦାୟିତ୍ଵ ନିର୍ବାହ କରିବେ । ଭୁଲିଆ ସମାଜ ପକ୍ଷ ରୁ ପ୍ରସନ୍ନ ମେହେର, ଗୁଣ ନିଧି ମେହେର, ଜିତେନ୍ଦ୍ର ମେହେର, ମହେନ୍ଦ୍ର ମେହେର, ସୁଦାମ ମେହେର, ଆଶୋକ ମେହେର ଙ୍କ ସମେତ ବହୁ ଶୈବ ଭକ୍ତ ଉପସ୍ଥିତ ରହି ଯାତ୍ରା କମିଟି ପକ୍ଷରୁ ଆଦେଶ ପତ୍ର କୁ ସାଦରେ ଗ୍ରହଣ କରିଥିଲେ।

ବଜ୍ରାଘାତ ରେ ୧୨ ଗୁରୁତର

Image
 ବଜ୍ରାଘାତ ରେ ୧୨ ଗୁରୁତର । ବରପାଲି ତା:୧୭-୦୮() ବରପାଲି ବ୍ଲକ ମୁନୁପାଲି ଗ୍ରାମ ରେ ଆଜି ବଜ୍ରାଘାତ ରେ ୧୨ ଜଣ ଗୁରୁତର ଆହତ ହୋଇ ବରପାଲି ସରକାରୀ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି। ବରପାଲି ବ୍ଲକ ଭଟିଗାଁ ପଞ୍ଚାୟତ ଅନ୍ତର୍ଗତ ମୁନୁପାଲି ଗ୍ରାମର କେତେ ଗ୍ରାମବାସୀ ଗ୍ରାମ ପୋଖରୀ ନିକଟ ରେ ଥିବା ପୋଖରୀ ନିକଟ ରେ ଗ୍ରାମପତି ପୂଜା ପାଇଁ ମଧ୍ୟାହ୍ନ ରେ ଯାଇଥିଲେ । ପୂଜା ଚାଲି ଥିବା ବେଳେ ବର୍ଷା ସହ ବ୍ରଜପାତ ହେବାରୁ ଉପସ୍ଥିତ ଭକ୍ତ ଙ୍କ ମଧ୍ୟ ରୁ ୧୨ ଜଣ ଗୁରୁତର ଆହତ ହୋଇ ଛିଟିକି ପଡ଼ି ଥିଲେ । ଗ୍ରାମବାସୀ ମାନେ ଆହତ ଙ୍କୁ ଉଦ୍ଧାର କରି ବରପାଲି ସରକାରୀ ଡାକ୍ତରଖାନା କୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଆହତ ଙ୍କ ମଧ୍ୟ ରୁ ଚାରି ଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି। ଏହି ଘଟଣାର ଖବର ପାଇ ବରପାଲି ତହସିଲଦାର ରୁକ୍ମଣ ମେହେର ରାଜସ୍ବ ନୀରିକ୍ଷକ ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବରଗଡ଼ - ଉତ୍କଳ ପ୍ରାଦେଶିକ ମାରୱାଡ଼ୀ ସମ୍ବିଳନୀ , ବରଗଡ଼ ଶାଖା ଆୟୋଜିତ

Image
 ବରଗଡ଼ - ଉତ୍କଳ ପ୍ରାଦେଶିକ ମାରୱାଡ଼ୀ ସମ୍ବିଳନୀ , ବରଗଡ଼ ଶାଖା ଆୟୋଜିତ - ଆଜି ବିଜୁ ପଟ୍ଟନାୟକ ଟାଉନ ହଲ ବରଗଡ଼ ଠାରେ ଉତ୍କଳ ପ୍ରାଦେଶିକ ମାରୱାଡ଼ୀ ସମ୍ବିଳନୀ , ବରଗଡ଼ ଶାଖା ଆୟୋଜିତ ହୋଇ ଯାଇଛି l ଏହି ଅନୁଷ୍ଠାନ ତରଫରୁ ଶ୍ରୀ ଦିଲୀପ ସାୱାଡ଼ିଆଙ୍କ ଆହ୍ଵାନ କ୍ରମେ ମଞ୍ଚ ପରିଚାଳନା କରାଯାଇ ଥିଲା l  ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଆକର୍ଷକ ବରଗଡ଼ର ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଏବଂ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ହୋଇ ସମ୍ମିଳନୀ ର ସମସ୍ତ ଉପସ୍ଥିତ ସଭ୍ୟ ସଭ୍ୟା ନେତୃମଣ୍ଡଳୀ ତଥା ଭଦ୍ରବ୍ୟକ୍ତି ମାନଙ୍କୁ ଓ  କାର୍ଯ୍ୟପ୍ରଣାଳୀକୁ ଉତ୍ସାହିତ କରିଥିଲେ।  ଏହି ସମ୍ମିଳନୀ ରେ 2024-26 ର ନୂତନ କର୍ମକର୍ତା  ଶପଥ ଗ୍ରହଣ ଓ ସମ୍ମାନ ଅନୁଷ୍ଠାନ ବିଶାଳ ଧୁମଧାମ ସହ ଆୟୋଜିତ ହୋଇଛି। ଏହି ଅବସରରେ ନବନିର୍ବାଚିତ ଅଧ୍ୟକ୍ଷ ଜଗଦୀଶ ଗୋଲପୁରିଆ ଏବଂ ସମ୍ପାଦକ ମହେଶ ଅଗ୍ରୱାଲ ସମ୍ମିଳିତ ଭାବେ ଶପଥ ଗ୍ରହଣ କରିଥିଲେ। ମାରୱାଡ଼ୀ ସମ୍ମିଳନୀ ର  ପ୍ରାନ୍ତିୟ ଅଧ୍ୟକ୍ଷ ଦିନେଶ ଅଗ୍ରୱାଲ ଶପଥ ପଠ କରାଇଥିଲେ। ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ସାୱାଡ଼ିଆ ଜଗଦୀଶ ଗୋଲପୁରିଆଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ନୂତନ କର୍ମକର୍ତ୍ତା ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ନବନିର୍ବାଚିତ ଅଧ୍ୟକ୍ଷ ଜଗଦୀଶ ଗୋଲପୁରିଆ ମଧ୍ୟ ନୂଆ ପଦର ଗରିମାକୁ ବୁଝି ସମାଜ ସେବ...

ଆଉ ନାହାନ୍ତି ବରଗଡ଼ ଧନୁଯାତ୍ରାର କଂସ ଅଭିନେତା ଏଲି

Image
 ଆଉ ନାହାନ୍ତି ବରଗଡ଼ ଧନୁଯାତ୍ରାର କଂସ ଅଭିନେତା ଏଲି   :  ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସର୍ବାଧିକ ୨୩ଥର କଂସ ମହାରାଜ ଅଭିନୟ କରିଥିବା ଗୋପାଳ ସାହୁ ଓରଫ୍ ଏଲି ଆଉ ନାହାନ୍ତି। ସୋମବାର ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଛି। ବରଗଡ଼ ଜିଲା ବରପାଲି ବ୍ଲକ ଅନ୍ତର୍ଗତ କାଇଁଶିର ଗ୍ରାମର ସେ ବାସିନ୍ଦା। ଝାରସୁଗୁଡ଼ାରେ ରହୁଥିବା ସାନପୁଅଙ୍କ ଘରେ ସେ ଥିଲେ ଏବଂ ଅସୁସ୍ଥତା ଅନୁଭବ କରିଥିଲେ। ସେଠାରେ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ବର୍ଗତ ସାହୁ ପୋଲିସ ବିଭାଗରେ ରହି ବିଭିନ୍ନ ଥାନାରେ କାର୍ଯ୍ୟରତ ଥିଲେ। ଅବସର ଗ୍ରହଣ ପରେ ସେ ପୁଅ ମାନଙ୍କ ସାଥିରେ ରହୁଥିଲେ।

ଅଭିଭାବକ ଶିକ୍ଷକ/ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ

Image
 ଅଦ୍ୟ ବରପାଲିର ସମସ୍ତ ବିଦ୍ୟାଳୟରେ ଏହି ବର୍ଷର ଦ୍ବିତୀୟ ଅଭିଭାବକ ଶିକ୍ଷକ/ ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି।ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମୁକୁନ୍ଦ ମାହାରା,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ସିଂ ଓ ରତ୍ନମଣୀ ଭୋଇ ବିଦ୍ୟାଳୟଗୁଡିକର ବୈଠକ ପର୍ଯ୍ଯବେକ୍ଷଣ କରିଥିଲେ  ଏବଂ ପିତାମାତା ତଥା ଅଭିଭାବକ ମାନଙ୍କ ସହିତ ବିଦ୍ୟାଳୟର ଉନ୍ନତୀକରଣ, ଛାତ୍ର ଛାତ୍ରୀଙ୍କ ଶୈକ୍ଷିକ ଉନ୍ନତି ବିଷୟରେ ଆଲୋକପାତ କରିଥିଲେ।ଶିକ୍ଷାର୍ଥୀମାନଙ୍କ  ସାମଗ୍ରିକ ବିକାଶ ପାଇଁ ପିତାମାତା ତଥା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅବଗତ କରାଇ ଥିଲେ। ବୈଠକ ମାନଙ୍କରେ ଏଫ୍ଏଲ୍ଏନ୍ କାର୍ଯ୍ୟକ୍ରମ, ବେଟି ବଚାଓ ବେଟି ପଢାଓ,ସୁରଭି,ମଧ୍ୟାହ୍ନ ଭୋଜନ, ୟୁନିଫର୍ମ ବଣ୍ଟନ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା।

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଫାଇଲେରିଆ ସଚେତନତା କାର୍ଯକ୍ରମ

Image
 *ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଫାଇଲେରିଆ ସଚେତନତା କାର୍ଯକ୍ରମ*  ବରପାଲି ୧୦/୦୮/୨୪(ଚିତ୍ତରଞ୍ଜନ ସାହୁ) ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଫାଇଲେରିଆ ନିରାକରଣ ନିମନ୍ତେ ସଚେତନତା କାର୍ଯକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଓଡ଼ିଆ ବିଭାଗର ମୁଖ୍ୟ ତଥା ଯୁବ ରେଡକ୍ରସ କାଉନସିଲର ଯତୀନ୍ଦ୍ର କୁମାର ସାହୁଙ୍କ ପରିଚାଳନା ସଭାରେ ମୁଖ୍ୟ ଅତିଥି ଭାବେ  ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇଥିଲେ।ବରପାଲି ସ୍ବାସ୍ଥ୍ୟ କେନ୍ଦ୍ରର ପର୍ଯ୍ୟବେକକ୍ଷକଙ୍କ ସମେତ ତାଙ୍କର ସହକର୍ମୀ ମାନେ ଯୋଗ ଦେଇ ଫାଇଲେରିଆର ଲକ୍ଷଣ ତତ୍ ସମ୍ପର୍କିତ ଅନେକ କିଛି  ତଥ୍ୟ ସ୍ବେଚ୍ଛାସେବୀ ମାନଙ୍କୁ ପ୍ରଦାନ କରିଥିଲେ । ପରେ ପରେ ଛାତ୍ରୀ ମାନେ  ନିଜ ଗାଁ ମାନଙ୍କରେ ଲୋକ ମନକୁ କେମିତି ସଚେତନ କରାଇବେ ସେଥିପାଇଁ ସଂକଳ୍ପ ନେଇଥିଲେ।ଓଡ଼ିଆ ଅଧ୍ୟାପିକା ପିଙ୍କି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଏ ଅବସରରେ ମହାବିଦ୍ୟାଳୟର ସମସ୍ତ  ଅଧ୍ୟାପକ  ନେପାଲ ବିଶ୍ଵାଳ, ଅଧ୍ୟାପିକା ନିଳୀମା ନାୟକ,ଜ୍ୟୋତି ସାହୁ, ପୁନମ୍ ସାହୁ,ମନୀଷା ଭୋଇ,ଶୋଭାବତୀ ଥପା,ସସ୍ମିତା ମେହେର,ସହକର୍ମୀ ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ,ବିରେନ୍ଦ୍ର ଖଟୁଆ,ତ୍ରିପୁରା ବେହେରାଙ୍କ ସମେତ ଛାତ୍ରୀ ମାନେ ଉପସ୍ଥିତ ଥିଲେ।

ବିଶିଷ୍ଟ ନାଟ୍ୟକାର ନିର୍ଦେଶକ ଅଭିନେତା ପଂଞ୍ଚାନନ ମେହେର ଙ୍କ ୮୧ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ

Image
  ବିଶିଷ୍ଟ ନାଟ୍ୟକାର ନିର୍ଦେଶକ ଅଭିନେତା ପଂଞ୍ଚାନନ ମେହେର ଙ୍କ ୮୧ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ।                                                 ବରପାଲି -୧୦/୮(ଚିତ୍ତରଞ୍ଜନ ସାହୁ )  ବରପାଲି କଳାକାର କ୍ଲବ ପ୍ରାଙ୍ଗଣ ରେ ବିଶିଷ୍ଟ ନାଟ୍ୟକାର,ନିର୍ଦେଶକ, ଅଭିନେତା, ଗୀତିକାର ପଞ୍ଚାନନ ମେହେର ଙ୍କ ୮୧ ତ ଜନ୍ମ ଜୟନ୍ତୀ ଉତ୍ସବ ସରୋଜ କୁମାର ମେହେର ଙ୍କ ସଭାପତି ତ୍ଵ ରେ ଅନୁଷ୍ଠିତ ହୋଇ ଯାଇ ଅଛି।ସଭାରେ ମୁଖ୍ୟ ଅତିଥୀ ଭାବରେ ଶ୍ରୀ ଶ୍ରୀ ବ୍ରଜେଶ୍ୱରି ନୃତ୍ୟ କଳା ପରିଷଦର ସଂପାଦକ ମହେନ୍ଦ୍ର କୁମାର ମେହେର ,ମୁଖ୍ୟ ବକ୍ତା ଅଭିନେତା ସୁରେନ୍ଦ୍ର ବୀର ଭୁବନ ଭୋଇ ଯୋଗଦାନ କରିଥିଲେ ଏବଂ ତାଙ୍କ ଜୀବନର ଅନୁଭୂତି ଓ ପଞ୍ଚାନନ ମେହେର ଙ୍କ ନାଟ୍ୟ ଜୀବନ ର ଜଗୋଜନ୍ମା ରାବଣ,ହିରନ୍ୟ କସିପୁ, ଉତ୍ତରା,କନ୍ୟାକୁମାରୀ,ବିଶ୍ଵ ଆହୁତି, କର୍ଣାଜୁନ,କଳାଡାକୁ, ଇତ୍ୟାଦି ତଥା ବରପାଲି ଶୀତଳ ଷଷ୍ଠୀ ରେ ଦୀର୍ଘ ୩୦ ବର୍ଷ ଧରି ନିଷ୍ଠାପର ଭାବରେ ତରକାସୁର ଭୂମିକାରେ ଅଭିନୟ କଳାର ଗାରୀମାକୁ ଦର୍ଶକ ସମ୍ମୁଖ କୁ ଅଣି ଥିଲେ ଏବଂ ଅଭଳି କଳାକାର ଙ୍କ ଜନ୍ମ ଜୟନ୍ତି କୁ ସରକାରୀ ସ୍ତରରେ ସାଂସ୍କୃତିକ ବିଭାଗ ପାଳନ କରିବାର ପ୍ରସ୍ତାବ ଦେଇଥିଲେ ଓ ତାଙ୍କ ରଚିତ ସମସ୍ତ ପୁସ...

ଯାତ୍ରୀବାହୀ ବସ୍ ଓଲଟି ୧୯ ଜଣ ଆହତ,ଜଣେ ଗୁରୁତର

Image
 BREKING NEWS  ବରଗଡ଼ -  ଯାତ୍ରୀବାହୀ ବସ୍ ଓଲଟି ୧୯ ଜଣ ଆହତ,ଜଣେ ଗୁରୁତର। ବରଗଡ଼ ରୁ ଦାମନଯୋଡ଼ି ଅଭିମୁଖେ ଯାଉଥିବା ବୁଲବୁଲ ବସ୍ ଦୁର୍ଘଟନା ଗ୍ରସ୍ତ। ବରଗଡ଼ ରୁ ବରପାଲି  NH ରାସ୍ତା କୁସନପୁରୀ ନିକଟରେ ଭାରସାମ୍ୟ ହରାଇ ଓଲଟିଗଲା ବସ୍ । ବସ୍ ରେ ଥିବା ୧୯ ଜଣ ଯାତ୍ରୀ ଆହତ ,ସମସ୍ତଙ୍କୁ ଉଦ୍ଧାର କରି ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା । ଘଟଣା ସ୍ଥଳରେ ଉଭୟ ବରଗଡ଼ ସଦର ପୋଲିସ୍ ଓ ବରପାଲି ପୋଲିସ ପହଞ୍ଚି ଘଟଣାର  ତଦନ୍ତ କରୁଥିବା ଜଣାପଡିଛି ।

୭୮ ତମ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା

Image
 ୭୮ ତମ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା। ବରପାଲି ତା ୦୭-୦୮ (ଚିତ୍ତରଞ୍ଜନ ସାହୁ) ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ଵାଧୀନତା ଦିବସ ଅବସର ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ପୂର୍ବାହ୍ନ ୧୧ ଟା ସମୟ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିବା ବେଳେ ଅପରାହ୍ନ ୨ ଟା ରେ ବକୃତା ପ୍ରତିଯୋଗିତା ହୋଇଯାଇଛି ।ଆଜିର ଏହି ପ୍ରତିଯୋଗିତା ରେ ଚିତ୍ରଶିଳ୍ପୀ ପଦ୍ମଲୋଚନ ସାହୁ,ସଂସ୍କୃତ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟାପକ ରମାକାନ୍ତ ତ୍ରିପାଠୀ,ଗୋପାଇ ପାଲି ୟୁପି ସ୍କୁଲର ଶିକ୍ଷକ ଚନ୍ଦ୍ରଶେଖର ରାଉତ,ଭଟଲି ଦାଧିବାବନ୍ ମହାବିଦ୍ୟାଳୟ ଅଧ୍ୟାପକ ଶମ୍ଭୁନାଥ ଠାକୁର, ଜଗବନ୍ଧୁ ଦାସ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ପରିନିତା ପ୍ରଧାନ , ବିଶିଷ୍ଟ ସାହିତ୍ୟଜ୍ଞ ବାଲକିଶୋର ଖାଡ଼ାଙ୍ଗା ବିଚାରକ ଭାବରେ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ  ତହସିଲଦାର ରୁକ୍ମଣ ମେହେର, ବି ଇ ଓ ମକୁନ୍ଦ ମାହାର, ଅତିରିକ୍ତ ବି ଇ ଓ ରତ୍ନକୁମାର ଭୋଇ, ଯୋଗଦାନ କରିଥିବା ବେଳେ ,  ଆୟୋଜନ କମିଟି ର ମୁଖ୍ୟ ଚିତ୍ତ ରଞ୍ଜନ ସାହୁ ଓ ଶିକ୍ଷୟତ୍ରୀ ନିବେଦିତା ସାହୁ  ଏହାକୁ ପରିଚାଳନା କରିଥିଲେ।  ଏହି ପ୍ରତିଯୋଗିତା ରେ ବରପାଲି ବ୍ଲକ ଓ ଏନ୍ ଏ ସି ରୁ ଶତା...

୭୮ ତମ ସ୍ୱାଧୀନତା ଦିବସ ଅବସର ରେ ରଚନା ଓ ସଙ୍ଗୀତ ପ୍ରତିଯୋଗିତା

Image
 ୭୮ ତମ ସ୍ୱାଧୀନତା ଦିବସ ଅବସର ରେ ରଚନା ଓ ସଙ୍ଗୀତ ପ୍ରତିଯୋଗିତା। ବରପାଲି ତା ୦୬-୦୮ (ଚିତ୍ତରଞ୍ଜନ ସାହୁ) ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ଵାଧୀନତା ଦିବସ ଅବସର ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରଚନା ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ପୂର୍ବାହ୍ନ ୧୧ ଟା ସମୟ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିବା ବେଳେ ଅପରାହ୍ନ ୨ ଟା ରେ ସଙ୍ଗୀତ ପ୍ରତିଯୋଗିତା ହୋଇଥିଲା ।ଆଜିର ଏହି ପ୍ରତିଯୋଗିତା ରେ ଲରମ୍ଭା କଲେଜ ଅଧ୍ୟାପକ ପବିତ୍ର କୁମାର ମହାନା,ପାହାଡ ଶ୍ରିଗିଡା ଆଞ୍ଚଳିକ ଡିଗ୍ରୀ କଲେଜ ଅଧ୍ୟାପକ ଜଗନ୍ନାଥ ପ୍ରଧାନ, କଣ୍ଠ ଶିଳ୍ପୀ ଲକ୍ଷ୍ମୀପ୍ରିୟା ସାହୁ ବିଚାରକ ଭାବରେ ଉପସ୍ଥିତ ଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ  ତହସିଲଦାର ରୁକ୍ମଣ ମେହେର, ବି ଇ ଓ ମକୁନ୍ଦ ମାହାର, ଅତିରିକ୍ତ ବି ଇ ଓ ରତ୍ନକୁମାର ଭୋଇ, ଯୋଗଦାନ କରିଥିବା ବେଳେ ,  ଆୟୋଜନ କମିଟି ର ମୁଖ୍ୟ ଚିତ୍ତ ରଞ୍ଜନ ସାହୁ ଓ ଶିକ୍ଷୟତ୍ରୀ ନିବେଦିତା ସାହୁ  ଏହାକୁ ପରିଚାଳନା କରିଥିଲେ।  ଏହି ପ୍ରତିଯୋଗିତା ରେ ଶତାଧିକ ପ୍ରତିଯୋଗୀ ଭାଗ ନେଇ ଥିଲେ।

ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ

Image
 ନଗର ଯାଦବ ସମାଜ ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନ । ବରପାଲି ତା ୫-୦୭ (ଚିତ୍ତରଞ୍ଜନ ସାହୁ) ବରପାଲି ସ୍ଥିତ ଜୟ ଗୋପାଳ କଲ୍ୟାଣ ମଣ୍ଡପ ଠାରେ ନଗର ଯାଦବ ସମାଜ ପକ୍ଷରୁ  ବରିଷ୍ଠ ସଭ୍ୟ ଖାଡ଼ିଆ ବାଗର୍ତିଙ୍କ ର ସଭାପତି  ରେ ଏକ ସଭା ଅନୁଷ୍ଠିତ ହୋଇ ନୂତନ କର୍ମ କର୍ତ୍ତା ଚୟନ ହୋଇଯାଇଛି। ପ୍ରାରମ୍ଭ ରେ ଶ୍ରୀକୃଷ୍ଣ ଓ ସମଲେଶ୍ଵରୀ ଙ୍କ ଫଟୋ ଚିତ୍ର ରେ ଦ୍ବୀପ ପ୍ରଜ୍ବଳନ ପରେ ସଭା ଆରମ୍ଭ ହୋଇ  ଆନୁଷ୍ଠାନିକ ଭାବରେ ନୂତନ କମିଟି ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଖାଡିଆ ବଗର୍ତ୍ତି ,ଉପ ସଭାପତି କୁନୁ ଜାଲ,ସମ୍ପାଦକ ଧୀରେନ୍ଦ୍ର କୁମାର ଭୋଇ ,ସହ ସଂପାଦକ ଭୀମ ଗଡତୀ ଆ ,କୋଷାଧ୍ୟକ୍ଷ ନିକୁଞ୍ଜ ଷଣ୍ଢ,ମନୋନୀତ ହୋଇଥିବା ବେଳେ ସଭ୍ୟ ଭାବରେ ପୂର୍ଣ୍ଣ ଚନ୍ଦ୍ର ଠେଲା, ଜୟକୃଷ୍ଣ ଭୋଇ,ପୀତବାସ ଥପା ,ବାବୁଲାଲ କାଣ୍ଡ,ଅଲେଖ ଷଣ୍ଢ,ଚନ୍ଦ୍ରମଣି ଜାଲ ମନୋନୀତ ହୋଇଛନ୍ତି। ଏବଂ ଆସନ୍ତା ଜନ୍ମାଷ୍ଟମୀ  ଉତ୍ସବ ପାଳନ ପାଇଁ ବିଭିନ୍ନ ଆଲୋଚନା ହେବା ସାଙ୍ଗକୁ ଚଳିତ ବର୍ଷ ଉତ୍ସବ କୁ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତାପ ଗୃହୀତ ହୋଇଥିଲା। ଶେଷରେ  ବାଲୁଙ୍କେଶ୍ୱର ବେମାଲ ଧନ୍ୟବାଦ ଅର୍ପଣ କରିଥିଲେ।

ଜିଲ୍ଲା ସ୍ତରୀୟ ହାକାଥନ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

Image
   ଟୁକୁର୍ଲା ତା ୫/୮- ଜିଲ୍ଲା ବିଜ୍ଞାନ କେନ୍ଦ୍ର   ଟୁକୁର୍ଲା, ବରଗଡ଼ ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ପ୍ରକଳ୍ପ ଭିତ୍ତିକ ହାକାଥନ୍ କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀଙ୍କ ଦ୍ଵାରା ଉଦ୍ଘାଟିତ ହୋଇ ଯାଇଛି। ଉଦ୍ଘାଟନୀ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରୀ ସଭାପତିତ୍ବ କରିଥିବା ବେଳେ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ସୁରେନ୍ଦ୍ର ସାହୁ, ଶ୍ରୀ ସରୋଜ ଭୁଏ, ଶ୍ରୀ ଲୋକନାଥ ଭୋଇ, ଶ୍ରୀ ଶୁଭମ୍ ପତି ଓ ଶ୍ରୀ ଚୂଡ଼ାମଣି ବାରିକ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ହାକାଥନ୍ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମଟିକୁ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଧୀରୋଜ କୁମାର ପଟ୍ଟନାୟକ ସଂଯୋଜନା କରିଥିଲେ। ଜିଲ୍ଲା ର ବିଭିନ୍ନ ଉଚ୍ଚ ମାଧ୍ୟମିକବିଦ୍ୟାଳୟ ରୁ ୩୫ ଟି ପ୍ରକଳ୍ପ ଛାତ୍ରଛାତ୍ରୀ ମାନେ ପ୍ରଦର୍ଶିତ କରିଥିଲେ। ବିଚାରକ ଭାବରେ ଭୁକ୍ତା ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଜୟନ୍ତ କୁମାର ସାହୁ,ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଅନିରୁଦ୍ଧ ରୋହିଦାସ, ଓ ୟୁ ଏ ଟି ଛାତ୍ର ଶ୍ରୀ ଅଭିଷେକ ଦାଶ ଓ ବୈଭବ କୁମାର ମିଶ୍ର ବିଚାରକ ଦାୟିତ୍ଵ ତୁଲାଇଥିଲେ।ପରିଶେଷରେ ପାଇକମାଲ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ସମ୍ବଲପୁରୀ ଦିନ ପାଳିତ

Image
 *ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ସମ୍ବଲପୁରୀ ଦିନ ପାଳିତ*  ================== ବରପାଲି,୦୧/୦୮/୨୦୨୪ (ଗୁରୁବାର) ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ସଭାପତିତ୍ବରେ  ସମ୍ବଲପୁରୀ ଦିନ୍ ପାଳନ (ସମ୍ବଲପୁରୀ ଭାଷା ସାହିତ୍ୟ ସମ୍ମିଳନୀ) ଭିତ୍ତିକ ଏକ ସଭା ଅନୁଷ୍ଠିତ ହୋଇଯାଇଅଛି।ଓଡ଼ିଆ ବିଭାଗର ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁଙ୍କ ସଂଯୋଜନା ସଭାରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଘରଯୁଗୀ ଗଡତିଆ  ଯୋଗ ଦେଇ ଆମ ପଶ୍ଚିମାଞ୍ଚଳର ଭାଷା ସମ୍ବଲପୁରୀ ସାହିତ୍ୟର ମାର୍ମିକ ଉପସ୍ଥାପନା କରିବା ସହ ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାର,ନୀଳ ମାଧବ ପାଣିଗ୍ରାହୀ, ପଦ୍ମଶ୍ରୀ ଲୋକ କବି ହଲଧର୍ ନାଗ,ପ୍ରୟାଗ ଦତ୍ତ ଯୋଶୀ ପ୍ରଭୃତି ମହାରଥି ମାନଙ୍କର ସ୍ମୃତି ଚାରଣ କରିଥିଲେ।ସଂସ୍କୃତିର ଅନ୍ତନିହିତ ବାସ୍ତବତା ଯାହା ଧୀରେ ଧୀରେ ଲୁକ୍କାଇତ ହୋଇଯାଉଛି ସେ ସବୁ ପ୍ରସଙ୍ଗକୁ କେନ୍ଦ୍ରକରି ଛାତ୍ରୀ ମାନଙ୍କସହ  ଆଲୋଚନା  କରିଥିଲେ। ପ୍ରାରମ୍ଭିକ ପର୍ୟାୟରେ ଅଧ୍ୟାପିକା ପିଙ୍କି ବାରିକ ଅତିଥି ମାନଙ୍କୁ ସ୍ଵାଗତ ସମ୍ଭାଷଣ କରିଥିଲେ। ଦ୍ଵୀପ ପ୍ରଜ୍ବଳନ ହେବା ସହ ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା।ସମ୍ବଲପୁରୀ ଗୀତ ବାଦ୍ୟ ସହ ଆରିସା,କାକରା, ମଣ୍ଡା,ଚାଉଳ ବରା,ପକୁଡ଼ି,ପ୍ରଭୃତି ଖାଦ୍ୟ ଗ୍ରହଣ ସହ, ପରିଶେ...