Posts

Showing posts from July, 2024

କୋର୍ଟରୁ କଏଦୀ ଫେରାର, ଛାନଭିନ ପରେ କାବୁ କଲା ପୋଲିସ୍

Image
 - କୋର୍ଟରୁ କଏଦୀ ଫେରାର, ଛାନଭିନ ପରେ କାବୁ କଲା ପୋଲିସ୍ l :-ବରଗଡ଼ କୋର୍ଟରୁ ବିଚାରାଧୀନ କଏଦୀ ଫେରାର l  ନାବାଳିକା ଦୁଷ୍କର୍ମ ମାମଲାରେସଜା କରୁଥିଲେ କଏଦୀ lକଏଦୀର ବାବାଜୀ ଛୁରିଆ ହୋଇଥିବା ସୂଚନା l୫ ବର୍ଷ ଧରି ବରଗଡ଼ ଜେଲରେ ସଜା କରୁଥିଲା କଏଦୀ l କଏଦି ଜଣକ ସଦର ଥାନା ଅଞ୍ଚଳ ସଂୟା ଗାଁ ର ବାବାଜୀ ଛୁରିଆ l ନାବାଳିକା ଦୁଷ୍କର୍ମ ମାମଲାରେ  ପୋସ୍କୋ କୋର୍ଟରେ ହାଜର କରି ପୋଲିସ ଜେଲକୁ ନେବାପାଇଁ କୋର୍ଟରୁ ବାହାରକୁ ଆଣୁଥିବା ବେଳେ ପୋଲିସକୁ ଧକାଦେଇ କଏଦୀ ଜଣକ ଫେରାମାରିଥିଲା  । କଏଦୀକୁ  ଛାନ ଭିନ ପରେ ସହରକୁ କାବୁ କରିଛି ପୋଲିସ  ।

ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

Image
  ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ* ବରଗଡ଼ ଜିଲ୍ଲା ୭୮ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଆଜି  ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ଶ୍ରୀ ଗୋୟଲ ଅଧ୍ୟକ୍ଷତା କରିବା ସହ ଆଗାମୀ ସ୍ୱାଧିନତା ଦିବସକୁ ଜାତୀୟ ଭାବନା ସହକାରେ ବିପୁଳ ଆନନ୍ଦ ଉଲ୍ଲାସ ଓ ଉତ୍ସାହ ଉଦୀପନା ସହିତ ପାଳନ କରିବା ପାଇଁ ସମସ୍ତଙ୍କର ସକ୍ରିୟ ସହଯୋଗ କାମନା କରିଛନ୍ତି ।  ପ୍ରସ୍ତୁତି ବୈଠକର ନିଷ୍ପତିି ଅନୁୟାୟୀ ସ୍ୱାଧୀନତା ଦିବସ ଅବସରରେ ପ୍ରତ୍ୟୁଷରେ ରାମଧୂନ୍ ପ୍ରଚାର, ସକାଳେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତଫେରୀ, ସକାଳ ୭ ଘଟିକାରୁ ଘ୭.୩୦ମି. ମଧ୍ୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତଥା ଶିକ୍ଷାନୁଷ୍ଠାନମାନଙ୍କରେ ଜାତୀୟ ପତାକା ଉତୋଳନ, ସକାଳ ଘ୮.୩୦ମି. ସମୟରେ ମହାପୁରୁଷମାନଙ୍କର ପ୍ରତିମୁର୍ତିରେ ମାଲ୍ୟାର୍ପଣ, ସକାଳ ଘ୯.୧୫ମି. ସମୟରେ ଜିଲ୍ଲାସ୍ତରୀୟ ସମାରୋହରେ ଜାତୀୟ ପତାକା ଉତୋଳନ, ସମ୍ମିଳିତ ଆନୁଷ୍ଠାନିକ ପ୍ୟାରେଡ୍ ଏବଂ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ୟାରେଡ୍‌ରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଂଟନ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସମ୍ମିଳିତ ପ୍ୟାରେଡ୍‌କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଆଗାମୀ ଅଗଷ୍ଟ ମାସ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସକାଳ...

ନକଲି ବିହନ ବିକ୍ରି ଘଟଣାରେ କଡ଼ା କାର୍ୟ୍ୟାନୁଷ୍ଠାନ:୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ, ୨ ଜଣଙ୍କ ବାତିଲ

Image
 ନକଲି ବିହନ ବିକ୍ରି ଘଟଣାରେ କଡ଼ା କାର୍ୟ୍ୟାନୁଷ୍ଠାନ:୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ, ୨ ଜଣଙ୍କ ବାତିଲ   ବରଗଡ଼ରେ ନକଲି ବିହନ ବିକ୍ରି ଘଟଣାରେ କଡ଼ା କାର୍ୟ୍ୟାନୁଷ୍ଠାନ ନେଇଛି ଜିଲା କୃଷି ବିଭାଗ । ୬ ଜଣ ଲାଇସେନ୍ସ ପ୍ରାପ୍ତ ବ୍ୟବସାୟୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହୋଇଛି। ୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ହୋଥିବା ବେଳେ ୨ ଜଣଙ୍କ ଲାଇସେନ୍ସ ବାତିଲ ହୋଇଛି। କାର୍ଯ୍ୟାନୁଷ୍ଠାନ ନେଇ ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରସନ୍ନ ମିଶ୍ରଙ୍କ ସୂଚନା ଦେଇଛନ୍ତି। ନକଲି ବିହନ ନେଇ ଅଭିଯୋଗ ହେବା ପରେ କୃଷି ବିଭାଗର ନୋଡାଲ ଅଧିକାରୀ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବ୍ୟବସାୟୀଙ୍କଠାରୁ ପ୍ରଚୁର ପରିମାଣର ନକଲି ବିହନ ଜବତ ହୋଇଥିଲା । ନୋଡାଲ ଅଧିକାରୀ କାର୍ୟ୍ୟାନୁଷ୍ଠାନ ପରେ ନିର୍ଦ୍ଦେଶ ଦେବା ପରେ ଏବେ ୪ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ ହୋଥିବା ବେଳେ ୨ ଜଣଙ୍କ ଲାଇସେନ୍ସ ବାତିଲ ହୋଇଛି। ସେପଟେ କାର୍ୟ୍ୟାନୁଷ୍ଠାନ ପରେ ମଧ୍ୟ ବେପାରୀ ମାନେ ପଡ଼ୋଶୀ ରାଜ୍ୟରୁ ନକଲି ବିହନ ଆଣି ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଆଉ କୃଷି ବିଭାଗ ଏହି ବେପାରୀମାନଙ୍କୁ ସୁରକ୍ଷା ଦେଉଥିବା ଚାଷୀ କହିଛନ୍ତି । ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇ ଜିଲାରେ ଚଢ଼ାଉ କରିବାକୁ କୃଷକ ସଂଗଠନର ନେତଦାବି କରିଛନ୍ତି ।

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସତଲମା ରେ ଜ୍ଞାନ ବିଜ୍ଞାନ ମେଳା

Image
  ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସତଲମା ରେ ଜ୍ଞାନ ବିଜ୍ଞାନ ମେଳା  ବରପାଲି ବ୍ଲକ ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସତଲମା ରେ ଜ୍ଞାନ ବିଜ୍ଞାନ ମେଳା   ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମକୁ ମୋହନଚାନ୍ଦ ପଧାନ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ପ୍ରଧାନଆଚାର୍ଯ୍ୟ ବିବେକାନନ୍ଦ ପଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ କୁ ସଭାପତି ବନବସ ସାହୁ ପରିଚାଳନା କରିଥିବା ବେଳେ ଗୁରୁମା ଅରୁଣା ପୋଢ଼ ଧନ୍ୟବାଦ ଅର୍ପଣ କରିଥିଲେ  l ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ଦୁଷ୍ମନ୍ତ ସାହୁ, ସହସମ୍ପାଦକ କ୍ଷୀରଜ ସାହୁ, କୋଷାଧକ୍ଷ ପିଣ୍ଟୁ ବାରିକ ଗୁରୁଜୀ ସୁରେନ୍ଦ୍ର ମହାକୁର, ଅନିଲ ସ୍ୱାଇଁ, ରାଜେଶ ଗୌନ୍ତିଆ, ଗୁରୁମା ନଳିନୀ ସାହୁ, ଚନ୍ଦ୍ରିକା ସାହୁ, ସୁନିତା ସାହୁ, ଧରିତ୍ରୀ ସାହୁ ଏବଂ ଦୀପା ସାହୁ ଯୋଗଦାନ କରିଥିଲେ l  ବିଚାରକ ଭାବରେ ସୁବଳ ଭୋଇ, ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରି, ସୋନପୁର, ନରେନ୍ଦ୍ର କୁମାର ସାହୁ, ପୂର୍ବତନ ଶିକ୍ଷକ ଏବଂ ନବଘନ ତଣ୍ଡିଆ ଯୋଗଦାନ କରିଥିଲେ l ସର୍ବମୋଟ 39ଟୀ ପ୍ରକଳ୍ପ ପ୍ରଦର୍ସିତ ହୋଇଥିଲା l

ଜବାହର ନବୋଦୟ ବିଦ୍ୟାଳୟରେ ଶିକ୍ଷା ସପ୍ତାହର ଉଦଯାପନୀ ସମାରୋହ

Image
  ଜବାହର ନବୋଦୟ ବିଦ୍ୟାଳୟରେ ଶିକ୍ଷା ସପ୍ତାହର ଉଦଯାପନୀ ସମାରୋହ  ପାଇକମାଳ ତା ୨୭/୭ :- ଭାରତ ସରକାରଙ୍କ ଦ୍ୱାରା ଗତ ତା ୨୨/୭ରୁ ଆରମ୍ଭ ହୋଇଥିବା ଶିକ୍ଷା ସପ୍ତାହର ଉଦଯାପନୀ ଉତ୍ସବ ଆଜି ଜବାହର ନବୋଦୟ ବିଦ୍ୟାଳୟରେ ମହାଆଡମ୍ବର ସହିତ ପାଳିତ ହୋଇଯାଇଛି l ଶିକ୍ଷା ସପ୍ତାହର ବିଭିନ୍ନ ଦିନର କାର୍ଯ୍ୟକ୍ରମକୁ ବିଦ୍ୟାଳୟରେ ପୂର୍ବରୁ ସୁଚାରୁ ରୂପେ ପାଳନ କରାଯାଇଥିଲାବେଳେ ଆଜି ଏହାର ଉଦଯାପନୀ ଦିବସ ପାଳନ କରାଯାଇଛି l ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶିକ୍ଷା ସପ୍ତାହର ବିଭିନ୍ନ ଦିବସର କାର୍ଯ୍ୟକ୍ରମକୁ ଆଲୋଚନା କରାଯିବା ସହିତ ନବୋଦୟ ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ବର୍ତ୍ତମାନର ନବୋଦୟ ବିଦ୍ୟାଳୟର  କର୍ମଚାରୀ ଶ୍ରୀଯୁକ୍ତ ରାଜେଶ ସାହୁ, ଶ୍ରୀଯୁକ୍ତ ବିକ୍ରମ ସିଂ ତଥା ଗୋବିନ୍ଦ ପଣ୍ଡିତ ସେମାନଙ୍କର ନବୋଦୟ ଦିନକୁ ଛାତ୍ର ଛାତ୍ରୀଙ୍କ ସହିତ ସାମିଲ କରିବା ସହିତ ଭବିଷ୍ୟତରେ ଏକ ଉତ୍ତମ ନାଗରିକ ହେବାପାଇଁ ପରାମର୍ଶ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ମଳୟ କୁମାର ବିଶ୍ୱାଳ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l

ଗଙ୍ଗାଧର ଜୟନ୍ତୀ ପ୍ରସ୍ତୁତି ବୈଠକ

Image
 ଗଙ୍ଗାଧର ଜୟନ୍ତୀ ପ୍ରସ୍ତୁତି ବୈଠକ                         ଗାଇସିଲେଟ (୨୮-୦୭-୨୦୨୪), ଆଜି ଗଙ୍ଗାଧର ସାହିତ୍ୟ ସଂସଦ ଗାଇସିଲେଟ ଆନୁକୁଲ୍ୟରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୩ ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ସଭାପତି ଦିବାକର ଯୋଶୀଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଉପସଭାପତି ରବିନ୍ଦ୍ର କୁମାର ପଣ୍ଡା ଉଦ୍ଦେଶ୍ୟ ଜ୍ଞାପନ ପୂର୍ବକ ଚଳିତ ବର୍ଷର ଜୟନ୍ତୀ ପାଳନ ପାଇଁ ସଦସ୍ୟମାନଙ୍କ ମତାମତ ଆହ୍ବାନ କରିଥିଲେ। କୋଷାଧ୍ୟକ୍ଷ ମୋହନ ରଣା ପୂର୍ବ ବର୍ଷର ଆୟ ବ୍ୟୟର ସୂଚନା ଦେଇଥିବା ବେଳେ ସମ୍ପାଦକ ରୁକ୍ମିଣ ଦିଶ୍ରି ଜୟନ୍ତୀ ପାଳନର ରୂପ ରେଖ ଉପସ୍ଥାପନ କରିଥିଲେ। ଏହି ଜୟନ୍ତୀ ସମାବେଶରେ ଗଙ୍ଗାଧର ସାହିତ୍ୟ ସମ୍ମାନ ୨୦୨୪ ପାଇଁ କମିଟି ଗଠନ କରାଯାଇଛି ଓ ବ୍ଳକର ମାଟ୍ରିକ ଟପ୍ପରଙ୍କୁ ଯାଜ୍ଞସେନୀ ଦୁର୍ଗାପ୍ରସାଦ ପ୍ରତିଭା ସମ୍ମାନ ଦେବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଅଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଙ୍ଗାଧର ସାହିତ୍ୟ ପ୍ରତି ସ୍ପୃହା ସୃଷ୍ଟି ପାଇଁ ପୂର୍ବବର୍ଷମାନଙ୍କ ପରି ବକ୍ତୃତା, ଚିତ୍ରାଙ୍କନ ଓ ଗଙ୍ଗାଧର କବିତା ଆବୃତ୍ତି  ପ୍ରଭୃତି ପ୍ରତିଯୋଗିତାମାନ କରାଯିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଜୟନ୍ତୀ ସମାରୋହଟି ଆସନ୍ତା ୧୯-୦୮-୨୦୨୪ ଶ୍ରାବଣ ପୂର୍ଣ୍ଣିମା ପୂର୍ଣ୍ଣିମା ଦିନ ସ୍ଥାନୀ...

ବରପାଲି ଠାରେ ଏକ ଦିବସୀୟ ଫୋଟୋଗ୍ରାଫି କର୍ମଶାଳା ଅନୁଷ୍ଠିତ

Image
 ବରପାଲି ଠାରେ ଆଜି ଏକ ଦିବସୀୟ ଫୋଟୋଗ୍ରାଫି କର୍ମଶାଳା କେନନ୍(Cannon ) କମ୍ପାନୀ ଦ୍ଵାରା  ବରପାଲି ବଣିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି, ଏହି କାର୍ଯ୍ୟକ୍ରମ ରେ କେନନ୍ କମ୍ପାନୀ ର ମୋନିଟର ଙ୍କ ଦ୍ଵାରା ଫୋଟୋଗ୍ରାଫି ବିଷୟରେ ଶିକ୍ଷା ଦାନ କରାଯାଇଥିଲା, ଏହି ଫୋଟୋଗ୍ରାଫି କର୍ମଶାଳା ରେ ବରପାଲି ଫୋଟୋଗ୍ରାଫର୍ ସଂଘ ର ସଭାପତି ଶ୍ରୀ ସଚିନ ସାହୁ,ଉପ ସଭାପତି ମହେଶ ଦର୍ଜି, ସମ୍ପାଦକ ପ୍ରକାଶ କୁମାର୍ ସାହୁ,ଉପ ସମ୍ପାଦକ ବିଜନ ମେହେର, କୋଷାଧ୍ୟକ୍ଷ ରାହାସ ପାତ୍ର ତଥା ବରପାଲି ଫୋଟୋଗ୍ରାଫର୍ ସଂଘ ର ଫୋଟୋଗ୍ରାଫର୍ ଭାଇ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ

ବରପାଲି ଜଗନ୍ନାଥ ନଗର ରାସ୍ତା ମରଣ ଯନ୍ତା ପାଲଟିଛି

Image
 ବରପାଲି ଜଗନ୍ନାଥ ନଗର ରାସ୍ତା ମରଣ ଯନ୍ତା ପାଲଟିଛି । ବରପାଲି ତା:୨୬-୦୭ ବରପାଲି ରାମପୁର ଜଗନ୍ନାଥ ସଡ଼କ ର ଜଗନ୍ନାଥ ନଗର ରାସ୍ତା ର ଅବସ୍ଥା ଏବେ ଅତି ଶୋଚ ନୀୟ ହୋଇ ପଡ଼ିଛି । ବରପାଲି ସହରର ରେଳ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ଅଧା ରୁ ବନ୍ଦ ପଡ଼ିଛି । ସେଇ ରାସ୍ତା ର ଅବସ୍ଥା ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ। ରାସ୍ତା ଉପରେ ଆଣ୍ଠୁ ଏ ଲେଖା ଗାତ ଏବେ ପୁଣି ବର୍ଷା ଯୋଗୁଁ ଗାତ ପାଣି ରେ ଭର୍ତ୍ତି ହେବା ଯୋଗୁଁ ବାଇକ୍ , ସାଇକେଲ ଆରୋହୀ ଦୁର୍ଘଟଣା ର ସମ୍ମୁଖୀନ ହେଉଛନ୍ତି ।ପ୍ରକାଶ ଥାଉ ଏହି ରାସ୍ତା ରେ ବରପାଲି ର ସମସ୍ତ ଘରୋଇ, ସରକାରୀ ସ୍କୁଲ, କଲେଜ ଥିବାରୁ ହଜାର ହଜାର ସଂଖ୍ୟା ରେ ଛାତ୍ର ଛାତ୍ରୀ ଯିବା ଆସିବା କରନ୍ତି । ରେଳ ଓଭର ବ୍ରିଜ କାମ ବହୁ ବର୍ଷ ହେଲା ଅଧା ରୁ ବନ୍ଦ ପଡିଛି। ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କ ଏହି ସମସ୍ୟା ପ୍ରତି ଦୃଷ୍ଟି ହିଁ ନାହିଁ। ଏହି ଜଗନ୍ନାଥ ସଡ଼କ ପୁରୀ - ରାୟପୁର କୁ ସଂଯୋଗ ଥିବାରୁ ଶହ ଶହ ସଂଖ୍ୟା ରେ ଭାରି ଯାନ ଯାତାୟାତ କରୁଛି । କିଛି ମାସ ପୂର୍ବ ରୁ ଏହି ରାସ୍ତା ରେ ଦିନ ବେଳା ଭାରୀ ଯାନ ଚଳାଚଳ ବନ୍ଦ ଥିଲା । ହେଲେ ଏବେ ପୁଣି ଅନାୟସ ରେ ଯାତାୟାତ କରୁଛି । ଜଗନ୍ନାଥ ନଗର ରେ ଡ୍ରେନ ବ୍ୟବସ୍ଥା ନ ଥିବାରୁ ବର୍ଷା ହେଲେ ପାଣି ରାସ୍ତା ଉପରେ ଜମି ରହୁଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରଶାସନ ପକ୍ଷରୁ ଏହାର ସମାଧାନ କରାନଗଲେ ରାସ୍ତା ଅବରୋଧ ...

ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରଶାସନିକ ବୈଠକ

Image
 ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରଶାସନିକ ବୈଠକ । ବରପାଲି ତା:୨୬-୦୭(ଚିତ୍ତରଞ୍ଜନ ସାହୁ) ଆସନ୍ତା ସ୍ଵାଧୀନତା ଦିବସ ପାଳନ ପାଇଁ ପ୍ରଶାସନିକ ସ୍ତରରେ  ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଅପରାହ୍ନ ରେ ବରପାଲି ବ୍ଲକ୍ ପ୍ରେକ୍ଷାଳୟ ରେ ତହସିଲଦାର ରୁକ୍ମଣ ମେହେର ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସର ରେ ପ୍ରତିବର୍ଷ ପରି  ଚଳିତ ବର୍ଷ ଅଗଷ୍ଟ ୬ ଓ ୭ ତାରିଖ ଦିନ ଛାତ୍ର ଛାତ୍ରୀ ମାନଙ୍କ ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ସ୍ଥାନୀୟ ଗଙ୍ଗାଧର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହେବ। ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ସାମୁହିକ ପତାକା ଉତ୍ତୋଳନ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ପ୍ୟାରେଡ ଅନୁଷ୍ଠିତ ହେବ। ଆଜିର ଏହି ବୈଠକ ରେ ବିଧାୟକ ଙ୍କ ପ୍ରତିନିଧି ଶାସ୍ତ୍ରୀ ପଣ୍ଡା, ବ୍ଲକ ଅଧ୍ୟକ୍ଷା ରୀନା ଥଇତ, ଏନ୍ ଏ ସି ଚେୟାରମେନ ଦିନେଶ ଗହୀର, କାର୍ଯ୍ୟନିର୍ବାହୀ ଅଧିକାରୀ ଭୁବନ କୁମାର ଶତପଥୀ ,ଅତିରିକ୍ତ ଶିକ୍ଷାଧିକାରୀ ରତ୍ନକୁମାର ଭୋଇ ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭବାନୀ ମେହେର ଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ, ବିଭିନ୍ନ ସ୍କୁଲ କଲେଜ ର ଶିକ୍ଷକ ଶିକ୍ଷୟତ୍ରୀ, ତଥା ସାମ୍ବାଦିକ ମାନେ ବୈଠକ ରେ ଉପସ୍ଥିତ ଥିଲେ ।

ସାଇକେଲ ଷ୍ଟୋର, ଗୋଦାମରେ ଜିଏସ୍‌ଟି ଚଢ଼ାଉ

Image
 ସାଇକେଲ ଷ୍ଟୋର, ଗୋଦାମରେ ଜିଏସ୍‌ଟି ଚଢ଼ାଉ : ବରଗଡ଼ ଥାନାଛକରେ ଥିବା ମହାଲକ୍ଷ୍ମୀ ସାଇକେଲ ଷ୍ଟୋରରେ  ଜିଏସ୍‌ଟି ଚଢ଼ାଉ ହୋଇଛି। ଟିକସ ଫାଙ୍କିଥିବା ଅଭିଯୋଗରେ ବରଗଡ଼ର ସିଟି ଜିଏସଟି ଡେପୁଟି କମିଶନର ନାଭିଦିତ୍ୟ ନାୟକଙ୍କ ନେତୃତ୍ବରେ ଏହି ଚଢ଼ାଉ ହୋଇଥିବା ବେଳେ ସମ୍ପୃକ୍ତ ସାଇକେଲ ଷ୍ଟୋର ମାଲିକଙ୍କ ରେଳ ଷ୍ଟେସନ ପାଖରେ ଥିବା ଗୋଦାମ ଓ ଘରେ ମଧ୍ୟ ଚଢ଼ାଉ ହୋଇଛି। ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ ହୋଇଥିବା ବେଳେ ସିଟି ଜି.ଏସ.ଟି ବିଭାଗର ବରଗଡ଼,ସମ୍ବଲପୁର ସର୍କଲ କର୍ମଚାରୀମାନେ ଏହି ଚଢାଉ ରେ ସାମିଲ ହୋଇଛନ୍ତି।

ବରଗଡ଼ ସାଇମନ୍ଦିର ବ୍ରିଜରେ ଦୁର୍ଘଟଣା

Image
 ବରଗଡ଼ ସାଇମନ୍ଦିର ବ୍ରିଜରେ ଜୋର ଦୁର୍ଘଟଣା | ଦୁର୍ଘଟଣାରେ କାର ଚାଳକ ମୃତ  | ଘଟଣା ସ୍ଥଳରେ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି | ସୂଚନା ଅନୁସାରେ ବୁଧବାର ମଧ୍ୟାହ୍ନ 1.30 ଘଣ୍ଟା ସମୟରେ ବରଗଡ଼ ସାଇ ମନ୍ଦିର ବ୍ରିଜରେ ବାଇକ, କାର ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଛି | ବାଇକକୁ ଧକ୍କା ଦେଲା କାର ଓ କାରକୁ ଧକ୍କା ଦେଲା ଟ୍ରକ ତେବେ କାର ଚାଲକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି | ବାଇକ ଚାଲକ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲ ନେଇଛନ୍ତି | ତେବେ ବର୍ତମାନ ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି | କାର ଚାଳକ ବରଗଡ଼ ଖୁଟପାଲି କଲେଜର ଅଧ୍ୟକ୍ଷ ମନୋଜ ଆଚାର୍ଯ୍ୟ ହୋଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି  | ତେବେ କାର ଆଗପଟ ସମ୍ପୂର୍ଣ ଚୁରମାର ହୋଇଥିବା ବେଳେ କାର ଚାଲକର ମୃତ୍ୟୁ ହୋଇଛି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ସବ ହସ୍ତାନ୍ତର କରାଯିବ | ଏନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି |

ସଂସ୍କୃତ କଲେଜରେ ୪ ଜଣଙ୍କୁ ବିଦାୟ ସମ୍ବର୍ଦ୍ଧନା

Image
 ସଂସ୍କୃତ କଲେଜରେ ୪ ଜଣଙ୍କୁ ବିଦାୟ ସମ୍ବର୍ଦ୍ଧନା ବରପାଲି ତା: ୨୫-୦୭ (ଚିତ୍ତରଞ୍ଜନ ସାହୁ)ବରପାଲି ବ୍ଲକ ଅନ୍ତର୍ଗତ ବିଜୟପଲ୍ଲୀ ସଂସ୍କୃତ କଲେଜରେ ୪ ଜଣଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ସେମାନେ ହେଲେ ଅଧ୍ୟାପକ ଡ଼ଃ ରମେଶ ଚନ୍ଦ୍ର କର,ପ୍ରାକ୍ତନ ଅଧ୍ୟକ୍ଷ ଅଶୋକ କୁମାର ହୋତା,ଅଧ୍ୟାକପକ ରମାକାନ୍ତ ତ୍ରିପାଠୀ,ଶିକ୍ଷକ ସନୁ ସାହୁ ଓ ଦୀଲିପ କୁମାର ଦାଶ ଓ ମକରଧ୍ୱଜ ସାହୁଙ୍କୁ ମାନପତ୍ର ଔପଢୌକନ ଦେଇ ସମ୍ମାନୀତ କରାଯାଇଥିଲା l ଅଧ୍ୟକ୍ଷ ଡଃ ବଦ୍ରୀ ନାରାୟଣ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଦୁର୍ଗପତି ଓଡ଼ିଶା ପୋଲିସ ତଥା ପରିଚାଳନା କମିଟିର ସଭାପତି ବିଜୟ ପ୍ରକାଶ ବାବୁ ଯୋଗଦାନ କରି ଶ୍ରୀକରଙ୍କ କର୍ମମୟ ଜୀବନ ଉପରେ ମତବ୍ୟକ୍ତ କରିଥିଲେ l ଅଧ୍ୟାପକ ଡୋଳାମଣି ମଝି,ଅଧ୍ୟାପିକା ମୌସୁମୀ ପୋଢ,କାର୍ତ୍ତିକ ଭୋଇ,ନେପାଳ ବାରିକ,ସୁଭମ ପଧାନ, ନେପାଳ ବାରିକ ଆଦି ଶ୍ରୀକରଙ୍କ ବିଷୟରେ ମତବ୍ୟକ୍ତ କରିଥିଲେ l ଶେଷରେ ବନ୍ଦିତା ନାୟକ ଗୁରୁ ବନ୍ଦନା ଗାନ କରିଥିଲେ ।

ଔଦ୍ୟୋଗିକ ଚିନ୍ତାଧାରା ବୃଦ୍ଧି ଜନିତ ପ୍ରଶିକ୍ଷଣ ଅନୁଷ୍ଠିତ

Image
 ଔଦ୍ୟୋଗିକ ଚିନ୍ତାଧାରା ବୃଦ୍ଧି ଜନିତ ପ୍ରଶିକ୍ଷଣ ଅନୁଷ୍ଠିତ ପଦମପୁର ତା ୨୪/୦୭- ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ (କଲ୍ୟାଣ ବିଭାଗ) ପରିସର ମଧ୍ୟରେ ପ୍ରଧାନ ଶିକ୍ଷକ ଶ୍ରୀ ପର୍ଶୁରାମ ଧରୁଆଙ୍କ ସଭାପତିତ୍ବରେ ଔଦ୍ୟୋଗିକ ଚିନ୍ତାଧାରାବୃଦ୍ଧି ଜନିତ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜବୋଡ଼ାସମ୍ବର, ଗାଇସିଲେଟ, ପାଇକମାଲ ଓ ଝାରବନ୍ଧ ବ୍ଲକର ୯୮ ଜଣ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗଦେଇ ଥିଲେ। ଆମେରିକା ଆଧାରିତ ମେକରଘାଟ୍ ଏକ ବେସରକାରୀ (ଏନ୍ ଜି ଓ) ଅନୁଷ୍ଠାନ ଯିଏକି ମାଧ୍ୟମିକ ବିଦ୍ୟାଳୟ ସ୍ତରୀୟ ଛାତ୍ର ଛାତ୍ରୀଙ୍କର ଔଦ୍ୟୋଗିକ ଚିନ୍ତାଧାରାକୁ ବିକଶିତ କରିବାକୁ ମେକର ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ସହାୟକ ହୋଇଥାଏ। ଗତ ୨୦୨୨ ମସିହାରୁ ବରଗଡ଼ ଶିକ୍ଷା ଜିଲ୍ଲାରେ ଆରମ୍ଭ ହୋଇଥିବା ଏହି ମେକରଘାଟ୍ କାର୍ଯ୍ୟକ୍ରମ ସମସ୍ତ ମାଧ୍ୟମିକ ସ୍କୁଲରେ ସଫଳତାର ସହିତ ଚାଲୁଅଛି ଏବଂ ଚଳିତବର୍ଷ ସେଥିରେ ଆଉକିଛି ନୂତନ ଚିନ୍ତାଧାରା ସମ୍ମିଳିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସାଧନକର୍ମୀ ଭାବରେ ଶ୍ରୀ ଆଦର୍ଶ ପଟ୍ଟନାୟକ,ଶ୍ରୀ ସତ୍ୟଜିତ ନାଏକ ଓ ଶ୍ରୀ କପିଳାସ ଅଦାବର୍ ସୁନ୍ଦର ଭାବରେ ଉପସ୍ଥାପନ କରିବା ସହ କ୍ରିୟାକଳାପରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଧୀରୋଜ ପଟ୍ଟନାୟକ ଓ ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀ ମାନସ ଶତପଥୀ ମଧ୍ୟାହ୍ନ ବିରତି ଆଗରୁ ଶିବିରରେ ଯୋଗଦେଇ ଶି...

ବରଗଡ଼: କଫ ଶିରଫ ଚୋରା ଚାଲାଣ

Image
  ବରଗଡ଼: କଫ  ଶିରଫ ଚୋରା ଚାଲାଣ ବେଳେ ବରଗଡ଼ ଟାଉନ ପୋଲିସ ଦ୍ବାରା ଜନୈକା ନାବାଳିକା(୧୯) ଧରା ପଡିଛି। ତାଠାରୁ ପୋଲିସ ନଗଦ ୧ ଲକ୍ଷ୍ ୪ହଜାର ୫ଶହ ଟଙ୍କା ସହ,ଦୁଇଟି ସ୍କୁଟି,୪୫୦ ବୋତଲ କଫ ସୀରଫ, ନିଶା ବାଟିକା ଜବତ କରିଛନ୍ତି।

ଜନ୍ମାଷ୍ଟମୀ ପାଇଁ ଯାଦବ ସମାଜ ର ପ୍ରସ୍ତୁତି ବୈଠକ

Image
 ଜନ୍ମାଷ୍ଟମୀ ପାଇଁ ଯାଦବ ସମାଜ ର ପ୍ରସ୍ତୁତି ବୈଠକ । ବରପାଲି ତା ୨୨-୦୭  ଚଳିତ ବର୍ଷ ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ପାଳନ ପାଇଁ ରବିବାର ଯାଦବ ସମାଜ ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବରପାଲି ସ୍ଥିତ ଜୟ ଗୋପାଳ କଲ୍ୟାଣ ମଣ୍ଡପ ଠାରେ ଯାଦବ ସମାଜ ର ବ୍ଲକ ସଭାପତି ମନଫୁଲ ଭୋଇ ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ପ୍ରାରମ୍ଭ ରେ ଶ୍ରୀକୃଷ୍ଣ ଓ ସମଲେଶ୍ଵରୀ ଙ୍କ ଫଟୋ ଚିତ୍ର ରେ ଦ୍ବୀପ ପ୍ରଜ୍ବଳନ ପରେ ସଭା ଆରମ୍ଭ ହୋଇ ଥିଲା । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଏହି ତିନି ଦିନିଆ କାର୍ଯକ୍ରମ କୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରସ୍ତାବ ନିଆ ଯାଇଥିଲା। ଆସନ୍ତା ଅଗଷ୍ଟ ମାସ ୨୫ ତାରିଖ ରୁ ୨୭ ତାରିଖ ପର୍ଯ୍ୟନ୍ତ ଏହି ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ପାଳନ କରାଯିବ । ଯାତ୍ରା ର ସୁପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ କରାଗଲା।ଯାତ୍ରା କମିଟି ର ମୁଖ୍ୟ ପରିଚାଳକ ଭାବରେ ସଭାପତି ଭାବେ ରସାନନ୍ଦ ଥପା ମନୋନିତ ହୋଇଥିବା ବେଳେ ଅକ୍ଷୟ ଭୋଇ,ଖାଡିଆ ବଗର୍ତ୍ତି,ପ୍ରତାପ ନାଗ,, ନନ୍ଦ କିଶୋର ବାଗ, , ହଜାରୁ ମହାକୁର, ସୁଦାମ ପୋଡ, କୁନୁ ଜାଲ ପ୍ରମୁଖ ଯାତ୍ରା ପରିଚାଳନା କମିଟି ରେ ରହିଛନ୍ତି ।ଚଳିତ ବର୍ଷ ନନ୍ଦ ରାଜା ଭାବରେ କୁଞ୍ଜ ବିହାରୀ ରାଉତ ଓ ବସୁଦେବ ଭାବରେ ଧୀରେନ୍ଦ୍ର ଭୋଇ ସପତ୍ନିକ କର୍ତ୍ତା ଦାୟିତ୍ଵ ନିର୍ବାହ କରିବେ । ଆଜିର ଏହି ପ୍ରସ୍ତୁତି ବୈଠକ ରେ ଖାଡିଆ ବଗର୍ତ୍ତି, ଗୋବିନ...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

Image
 ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ବରଗଡ଼ ଜିଲ୍ଲା ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଅରକ୍ଷୀ ଅଧିକ୍ଷକ ପ୍ରହଲ୍ଲା ସହାୟ ମୀନାଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋଏଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଭଟଲି ବ୍ଲକ ଚେୟାରମେନ ନିତ୍ୟାନନ୍ଦ ପ୍ରଧାନ, ବରଗଡ଼ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ, ଉପଜିଲ୍ଲପାଳ କୁମାର ନାଗ ଭୁଶଣ, ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟନାୟକ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ନିରୁପମା ଶଡଙ୍ଗୀ ଏବଂ ଭଟଲି ବିଡିଓ ସରୋଜା ବେହେରା ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ ।  ଉକ୍ତ ଶିବିରରେ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ ଆଦି ସମାସ୍ୟା ଅଧାରିତ ସମୁଦାୟ ୩୬ ଗୋଟି  ଅଭିଯୋଗ ମଧ୍ୟରୁ ୨୯ ଗୋଟି ବ୍ୟକ୍ତିଗତ ଏବଂ ୦୭ ଗୋଟି ଅଭିଯୋଗର ଶୁଣାଣି କରି ସମସ୍ତ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।

ଅମ୍ବା ଭୋନା ରେ ୧୧ କେଜି ଗଞ୍ଜେଇ ଜବତ

Image
 ବରଗଡ ଏସ ପି ଙ୍କ ନିର୍ଦ୍ଦେଶ କ୍ରମେ ତଥା ବରଗଡ ଏସ ଡି ପି ଓ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ଅମ୍ବାଭୋନା ଥାନା ସୌଜନ୍ୟରୁ ଅମ୍ବାଭୋନା ବ୍ଲକର ତେଲିପାଲୀ ଗ୍ରାମର ଗଣେଷ ବେହେରା ଠାରୁ 11 KG 100 ଗ୍ରାମ ଗଞ୍ଜେଇ ଜବତ କରାଯାଇଛି  ।ପ୍ରତ୍ୟକ୍ଷ ସୁତ୍ରରୁ ଖବର ପାଇ ଅମ୍ବାଭୋନା ଥାନା SI ତୁଲସୀରାମ ଶବର ଓ ଥାନାର ଅନ୍ଯାନ୍ଯ ଷ୍ଟାଫ 20 /7/2024 ଦିନ 2 :45 PM ରେ ଚଢାଉ କରି ଅଭିଯୁକ୍ତ ଗଣେଶ ବେହେରା ଙ୍କ ଘର ପଛପଟୁ ଏହି ଗଞ୍ଜେଇ ଜବତ କରିବା ସହ ଏକ ହିରୋ ଡିଲକ୍ସ ବାଇକ ଓ ଗୋଟିଏ ନୋକିଆ କି ପେଡ ମୋବାଇଲ ଜବତ କରାଯାଇଛି  ।ଏନେଇ ଅମ୍ବାଭୋନା ଥାନାରେ କେସ ନଂ 138 ଓ NDPS ଏକ୍ଟ ରେ ତଦନ୍ତ ଜାରିରହିଛି  । ଏହି ତଦନ୍ତ କରୁଛନ୍ତି ଅମ୍ବାଭୋନା ଥାନାଧିକାରୀ ବିପିନ ବାଗ   ।ଏନେଇ ଆଜି ଏକ ପ୍ରେସ ବିଜ୍ଞପ୍ତି ରେ ସୁଚନା ଦିଆଯାଇଛି।  ଅଭିଯୁକ୍ତ କୁ କୋର୍ଟଚାଲାଣ କରାଯାଇଥିବା ସୁଚନା ଦେଇଛନ୍ତି ଅମ୍ବାଭୋନା ଥାନାଧିକାରୀ ବିପିନ ବାଗ  ।

ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ୯୪ତମ ଜୟନ୍ତୀ

Image
 ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ୯୪ତମ ଜୟନ୍ତୀ।           ବରପାଲି ଆମ୍ବେଦକର ଭବନ ଠାରେ ଜୁଏହୂଲା ଏବଂ କୋଶଲ ନ୍ୟୁଜ ର ଆୟୋଜନ ରେ ଶବ୍ଦ ନୃତ୍ୟଗୁରୁ ତଥା ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ୯୪ତମ ଜୟନ୍ତୀ ସମାରୋହ ଜୁଏହୂଲା ସମ୍ପାଦକ  ଅରକ୍ଷିତ ଚନ୍ଦ୍ର ମହାନନ୍ଦ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଠ ଅତିଥି ଭାବରେ ସମାଜ ସେବୀ ନରେନ୍ଦ୍ର ହୋତା ଯୋଗଦାନ କରି ଉଦଘାଟନ କରିଥିବା ବେଳେ ମୁଖ୍ୟଅତିଥି ଭାବେ ସାମ୍ବାଦିକ ବଲକିଶୋର ଖଡଙ୍ଗା,ସମ୍ମାନିତ ଅତିଥି କବି ଭିକାରୀ ଚରଣ ପଧାନ,ସାମ୍ବାଦିକ ପଦ୍ମଲୋଚନ ସାହୁ,ଶିକ୍ଷୟତ୍ରୀ ନିବେଦିତା ସାହୁ,ନାଟ୍ୟ  ଫଗନୁ କୁମ୍ଭାର ଓ ମୁଖ୍ୟବକ୍ତା ଭାରେ ଅନ୍ତରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ଼. ମନୋରଞ୍ଜନ ବାଘ ଯୋଗଦାନ କରି ଗୁରୁପୂର୍ଣ୍ଣିମା ଅବସରରେ ସ୍ବର୍ଗତ ସାହୁଙ୍କ ଗୁରୁଶିଷ୍ୟ ପରମ୍ପରା ଓ ବିଭିନ୍ନ ନାଟ୍ୟକଳା ସହ ଜୀବନାଦର୍ଶନ ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ମରୋଣାତ୍ତର ଭାରତ ରତ୍ନ ସମ୍ମାନ ଦାବି ହୋଇଥିଲା । ଏହିଅବସରରେ ଫଗନୁ କୁମ୍ଭାର, ବାଲକିଶୋର ଖାଡଙ୍ଗା,ନବୀନ କୁମାର ଥନାପତି ଓ ସୁଦାମ ସୁନାଙ୍କୁ ମାନପତ୍ର ସହ ଉପଢ଼ୋକନ ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ସୁରେନ୍ଦ୍ର ବୀର ଭୁବନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ବରପାଲି ବ୍ଲକ ଅନ୍ତର୍ଗତ ଲୋକକଳା ଗ୍ରାମ କୂମ୍ଭାରୀ ଗୁରୁ ପିଠରେ ବରପା...

ଶିରିଡି ସାଇ ମନ୍ଦିର ରେ ଗୁରୁ ପୂର୍ଣ୍ଣିମା ପାଳିତ

Image
 ଶିରିଡି ସାଇ ମନ୍ଦିର ରେ ଗୁରୁ ପୂର୍ଣ୍ଣିମା ପାଳିତ । ବରପାଲି କେନାଲ ରୋଡ ସ୍ଥିତ ଶିରିଡ଼ି ସାଇ ମନ୍ଦିର ରେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଛି । ଏହି ଅବସର ରେ ପ୍ରାତଃ ପାଞ୍ଚ ଟା ରେ କାକଡ ଆରତୀ, ବାବା ଙ୍କ ମହା ଅଭିଷେକ ପରେ ଦିନ ଦଶ ଟା ରେ ହୋମ ଯଜ୍ଞ ଆଦି ଅନୁଷ୍ଠିତ ହୋଇ ଥିଲା । ହୋମ ରେ ବିଜୟ କୁମାର ଅଗ୍ରୱାଲ ଓ ତାଙ୍କ ଧର୍ମ ପତ୍ନୀ ରୀନା ଅଗ୍ରୱାଲ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ। ଗୁରୁ ଭାଗବତ, ଭଜନ , କୀର୍ତ୍ତନ ଆଦି କାର୍ଯକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ରେ ବାବା ଙ୍କ ପାଲିଙ୍କି ଯାତ୍ରା ମଧ୍ୟ କରାଯାଇଥିଲା । ଏହି ଉତ୍ସବରେ ଅନୁଷ୍ଠାନ ର ସଭାପତି ଦିନବନ୍ଧୁ ପ୍ରଧାନ, ସୁନୀତା ମୁଣ୍ଡ, ପୁଷ୍ପା ତ୍ରିପାଠୀ, ଦିପାଞ୍ଜଳି ସ୍ୱାଇଁ, ଜୁଲି ପାଢ଼ୀ, ମଧୁମିତା ଖାଡଙ୍ଗା, ଗୋକୁଳାନନ୍ଦ ସ୍ୱାଇଁ, ସରୋଜ ତ୍ରିପାଠୀ, ସହଦେବ ପାଢ଼ୀ, ରାଜ କିଶୋର ମହତ୍ତମ୍,ଧର୍ମେନ୍ଦ୍ର ଭୋଇ, ଅଥିନ୍ଦ୍ର ନାଥ ସେନ, ନିତ୍ୟାନନ୍ଦ ଭୋଇ , ବାଲ କିଶୋର ଖାଡଙ୍ଗା ପ୍ରମୁଖଙ୍କ ସମେତ ବହୁ ଭକ୍ତ ଯୋଗ ଦେଇଥିଲେ। ପଣ୍ଡିତ ରୁଦ୍ର ନାରାୟଣ ଦାଶ , ପଣ୍ଡିତ ଯୁଗଳ ମିଶ୍ର, ପଣ୍ଡିତ ସୌଭାଗ୍ୟ ଷଡ଼ଙ୍ଗୀ ପୂଜକ ଦାୟିତ୍ଵ ନିର୍ବାହ କରିଥିଲେ।

ଜିଲ୍ଲାସ୍ତରୀୟ ପ୍ରେରଣା ଉତ୍ସବ ଅନୁଷ୍ଠିତ

Image
 ଜିଲ୍ଲାସ୍ତରୀୟ ପ୍ରେରଣା ଉତ୍ସବ ଅନୁଷ୍ଠିତ  ପାଇକମାଲ ତା ୨୦/୭- ବିକଶିତ ଭାରତ ୨୦୪୭ କୁ ଆଖିଆଗରେ ରଖି ସ୍କୁଲ ଓ ସାକ୍ଷରତା ବିଭାଗ ଭାରତ ସରକାରଙ୍କ ଦ୍ବାରା ଗତ ଜାନୁୟାରୀ ୨୦୨୪ ରୁ ଆରମ୍ଭ ହୋଇଥିବା ପ୍ରେରଣା କାର୍ଯ୍ୟକ୍ରମ ଯାହାକି ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍କୁଲ ଛାତ୍ରଛାତ୍ରୀଙ୍କର ଅନ୍ତର୍ନିହିତ ଗୁଣାବଳୀକୁ ପ୍ରକାଶ କରିବାରେ ସାହାଯ୍ୟ କରିବ ଓ ଦେଶଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଯୋଗାଇବା ଲକ୍ଷ୍ୟ ନେଇ ଆଜି ଜବାହର ନବୋଦୟ ବିଦ୍ୟାଳୟ ପାଇକମାଲ ପରିସର ମଧ୍ୟରେ ଜିଲ୍ଲାସ୍ତରୀୟ ପ୍ରେରଣା ଉତ୍ସଵ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପଦମପୁର ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପଟେଲ ମୁଖ୍ୟଅତିଥି ଭାବରେ ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥି ଭାବରେ ପାଇକମାଲ ତହସିଲଦାର ଶ୍ରୀମତୀ ସିନ୍ଧୁସୂତା ପାତ୍ର ଓ ବରଗଡ଼ ବି ଇ ଓ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ଯୋଗଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ତଥା ଆୟୋଜକ ସମ୍ପାଦକ ଶ୍ରୀ ସରୋଜ କୁମାର ତ୍ରିପାଠୀ, ଉପାଧ୍ୟକ୍ଷ ଶ୍ରୀ ଅରବିନ୍ଦ ପାତ୍ର ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଧିରୋଜ୍ କୁମାର ପଟ୍ଟନାୟକ ମଧ୍ୟ ମଞ୍ଚାସୀନ ଥିଲେ ଏବଂ ବରଗଡ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ମାନେ ମଧ୍ୟ ଯୋଗଦାନ କରିଥିଲେ।ସ...

ବରପାଲି ଥାନା ଠାରେ ଅଭିଯୋଗ : ହତ୍ୟା ନା ଆତ୍ମହତ୍ୟା !

Image
 ବରପାଲି ଥାନା ଅନ୍ତର୍ଗତ ବର୍ଲ୍ଲାବାହାଲ ଗ୍ରାମର ଭୋଜରାଜ ବଗାର ତାଙ୍କ ଝିଅ କଲ୍ୟାଣି କୁ ହତ୍ୟା କରାଯାଇଥିବା ବରପାଲି ଥାନା ଠାରେ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଗତ ୬ବର୍ଷ ହେବ କଲ୍ୟାଣୀକୁ ବରପାଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର କେଶବ ଶାଣ୍ଢ ଙ୍କ ପୁତ୍ର ସୁଦାମ ଶାଣ୍ଢ ଙ୍କ ସହିତ ବୈଦିକ ରୀତିନୀତି ବିବାହ କରିଥିଲେ । ଗତ ୧୭ ଜୁଲାଇ ରେ ମୋର ବଡ଼ଝିଅ ସାଙ୍ଗରେ ଜ୍ବାଇଁ କଥା ବାର୍ତା ହୋଇଥିଲା ଜଣାଇଲାଯେ ତୁମ ଝିଅକୁ ଝାଡ଼ାବାନ୍ତି ହେଉଛି ଏବଂ ବରପାଲି ଡାକ୍ତରଖାନାକୁ ଆଣିଛୁ ବୋଲି ଜଣାଇଥିଲେ । ଏହାର ଖବର ପାଇ କଲ୍ୟାଣୀର ବାପା ଏବଂ ପରିବାର ଲୋକେ ବରପାଲି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆସି ଦେଖିବାକୁ ପାଇଲେଯେ କଲ୍ୟାଣୀ ମୃତ ଅବସ୍ଥାରେ ପଡିଛି ଏବଂ ତାଙ୍କ ତଣ୍ଟିରେ ଚିପା ଦାଗ ରହିଛି । ଏଣୁ ମୋର ଝିଅକୁ ହତ୍ୟା କରାଯାଇଛି ବୋଲି ବରପାଲି ଥାନାରେ ଏକ ଅଭିଯୋ କଲ୍ୟାଣୀର ବାପା ଭୋଜରାଜ ବଗାର ଅଭିଯୋଗ କରିଛନ୍ତି । ଏନେଇ ବରପାଲି ପୋଲିସ ଏହାକୁ ଭିତ୍ତିକରି ଏକ ମାମଲା ରୁଜୁକରି ଆହୁରି ସତ୍ୟତା ପାଇଁ ତଦନ୍ତ ଜାରୀ ରଖି ଶବକୁ ଭବିଚ୍ଛେଦ ବରଗଡ଼ ପଠାଇଥିଲେ । ଅଭିଯୋଗ କ୍ରମେ କଲ୍ୟାଣୀର ସ୍ବାମୀ ସୁଦାମ ଶାଣ୍ଢ ଙ୍କୁ ଅଟକ ରଖି ପଚରା ଉଚରା ଚାଲିଥିବା ଜଣାପଡିଛି । 

ଶିକ୍ଷୟତ୍ରୀ ଙ୍କ ପରଲୋକ

Image
  ଶିକ୍ଷୟତ୍ରୀ ଙ୍କ ପରଲୋକ । ବରପାଲି  ବରପାଲି ର ଲୋକପ୍ରିୟ ଶିକ୍ଷୟତ୍ରୀ ସୁଲୋଚନା ରାଉତ ଙ୍କ ଆଜି ବୁଧବାର ସକାଳ ପ୍ରାୟ ୧୦ ଘଣ୍ଟା ତିରିଶ ମିନିଟ ରେ ପରଲୋକ ଘଟିଛି। ଶ୍ରୀମତୀ ରାଉତ ଜଣେ ଛାତ୍ର ବତ୍ସଲା ଓ ଅମାୟିକ ବ୍ୟବହାର ପାଇଁ ବେଶ୍ ପରିଚିତ ଥିଲେ । ବରପାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରୁ ସେ ଚାକିରୀ ରୁ ଅବସର ନେବା ପରେ ବରପାଲି ସ୍ଥିତ ବାସ ଭବନ ରେ ରହୁ ଥିଲେ । ସେ ତାଙ୍କ ପଛ ରେ ତାଙ୍କ ସ୍ଵାମୀ ତିନି ପୁତ୍ର ଓ ଗୋଟିଏ ଝିଅ କୁ ଛାଡି ଯାଇଛନ୍ତି । ଏହି ଦୁଃଖଦ ସମ୍ବାଦ ଜାଣିବା ପରେ ତାଙ୍କ ବାସ ଭବନ ରେ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କ ଶେଷ ଦର୍ଶନ କରିଥିଲେ। ତାଙ୍କ ଜ୍ୟେଷ୍ଠ ପୁତ୍ର ବୃନ୍ଦାବନ ମୁଖାଗ୍ନି ଦେଇ ଥିଲେ ।

ଦିବ୍ୟାଙ୍ଗ ଙ୍କୁ ବ୳୲ଟେରୀ ଚାଳିତ ଗାଡି ବଣ୍ଟନ

Image
  ଦିବ୍ୟାଙ୍ଗ ଙ୍କୁ ବ୳୲ଟେରୀ ଚାଳିତ ଗାଡି ବଣ୍ଟନ ।       ବରପାଲି         ବରଗଡ଼ ଜିଲ୍ଲାର ଏଗାର ଜଣ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କୁ ବ୳୲ଟେରି ଚାଲିତ ଗାଡ଼ି ମାଗଣାରେ ବଣ୍ଟନ କରାଯାଇଛି ।ବରଗଡ଼ ଜିଲ୍ଲା ର ଦିବ୍ୟାଙ୍ଗ ଙ୍କ ପାଇଁ କାମ କରୁ ଥିବା ବରପାଲି ର ସୁଇଟ୍ ଏଣ୍ଡ ସ୍ମାଇଲ  ସଂଗଠନ ର ମୁଖ୍ୟ ଶ୍ରୀ ମତୀ ମଞ୍ଜୁ ଲତା ଦାଶ ଙ୍କ ପ୍ରଚେଷ୍ଟାରେ, ସେହି ସଂଗଠନ ର ସଭ୍ୟ  ଦିବାକର ମାଝି ଙ୍କ ତତ୍ତ୍ୱାବଧାନ ରେ ,ଜିଲ୍ଲାର ଏଗାର ଜଣ ଦିବ୍ୟାଙ୍ଗ ଭାଇ ଭଉଣୀ ମାନେ ବ୳୲ଟେରି ଚାଲିତ ଗାଡି ପାଇ ବହୁତ ଖୁସି ଅନୁଭବ କରିଛନ୍ତି ।ଆଜି ବଲାଙ୍ଗୀର ଠାରେ ଏହି ଗାଡି ପ୍ରଦାନ କରାଯାଇଛି । ନିର୍ତାର ବଲାଙ୍ଗିର ପାୱାର ଅଫ ଦିବ୍ୟାଙ୍ଗ ଗ୍ରୁପ୍ ରେ ଦିଆଯାଇଥିବା ଗାଇଡ ଲାଇନ ଅନୁସାରେ ଯେଉଁ  ଦିବ୍ୟାଙ୍ଗ ଭାଇ ଭଉଣୀ ମାନେ ଯୋଗ୍ୟ ବିବେଚିତ ହେବେ ,ସେମାନଙ୍କୁ ମଧ୍ୟ ଭବିଷ୍ୟତରେ ଏଭଳି ଅନେକ ଉପକରଣ ଦିଆଯିବ ବୋଲି କୁହାଯାଇଛି ।ଆଜିର ଏହି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଭାଇ କମଳ ସାହୁ, ସାନ ମେହେର ଙ୍କ ସମେତ ଅନେକ ଭାଇ ସହଯୋଗ କରିଥିଲେ ।ସେଥିପାଇଁ ଭୁବନେଶ୍ବର ଏବଂ ବଲାଙ୍ଗିର ନିର୍ତାର ର ମୁଖ୍ୟଙ୍କୁ ସୁଇଟ୍ ଏଣ୍ଡ ସ୍ମାଇଲ ବରପାଲି ଓ ପାୱାର ଅଫ ଦିବ୍ୟାଙ୍ଗ ସଂଗଠନ ବରଗଡ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

Image
  ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ  ପଦମପୁର ତା ୧୬/୭- ରାଜବୋଡ଼ାସମ୍ବର ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ଭୋଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଚଉଦଟି କ୍ଲଷ୍ଟରର ସି ଆର ସି ସି, ଏବିଇଓ  ଶ୍ରୀ ଶିବପ୍ରସାଦ ଯୋଶୀ, ଶ୍ରୀ ରାମ ସିଂ ଭୋଇ ଓ ଆଗଲପୁର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଶ୍ୟାମ ମେହେର ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଆଲୋଚ୍ୟ ବିଷୟ ଗୁଡ଼ିକ ଥିଲା ସ୍କୁଲର ମୌଳିକ ସୁବିଧାସୁଯୋଗ, ସିଆରସିସି ମାନଙ୍କର ଦୈନନ୍ଦିନ କାର୍ଯ୍ୟ, ସ୍କୁଲ ମାନଙ୍କରେ ଶିକ୍ଷକ ଓ ଛାତ୍ର ଅନୁପାତ,ଏଫ୍ ଏଲ୍ ଏନ୍ ୱର୍କସପ ଏବଂ ଟି ଏଲ ଏମ। ଶ୍ରୀ ମେହେର ବିଶଦ ଭାବରେ ମୌଳିକ ସୁବିଧା ବିଷୟରେ ବୁଝାଇଥିଲେ। ଏକ ସୁନ୍ଦର ବାତାବରଣ ମଧ୍ୟରେ ଏହି ସବୁ ବିଷୟ ଆଲୋଚିତ ହୋଇଥିଲା।

ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ

Image
 ସାଂସଦ ଓ ବିଧାୟକ ଙ୍କ ବରପାଲି ଗସ୍ତ । ବରପାଲି ତା:୧୭-୦୭() ନବ ନିର୍ବାଚିତ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ତଥା ବିଜେପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ସନତ ଗଡତିୟା ଙ୍କ ଆଜି ବରପାଲି ଗସ୍ତ କରି ବ୍ଲକ ଅଫିସ କୁ ଯାଇ ସରକାରୀ ଯୋଜନା ସବୁ କୁ ତୁରନ୍ତ କାର୍ଯକାରୀ କରିବା ସହ ଅଯଥା ନୀରିହ ଲୋକ ଯେମିତି ହଇରାଣ ନ ହେବେ ସେଥି ପ୍ରତି ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇ ଥିଲେ । ଏହି ଅବସରରେ ବରପାଲି ଜଗବନ୍ଧୁ ଦାଶ ମହିଳା ମହାବିଦ୍ୟାଳୟ ନିକଟ ରେ ବରପାଲି ସାମ୍ବାଦିକ ସଂଘ କୁ ମିଳି ଥିବା ଜାଗା ରେ ସାମ୍ବାଦିକ ଭବନ ନିର୍ମାଣ ପାଇଁ ଉଭୟେ ସାଂସଦ ଓ ବିଧାୟକ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସାଂସଦ ଡକ୍ଟର ପ୍ରଭାସ କୁମାର ସିଂହ, ବରପାଲି ତହସିଲଦାର ରୁକ୍ମଣ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ବରପାଲି ସାମ୍ବାଦିକ ସଂଘ ର ସଭାପତି ଚିତ୍ତ ରଞ୍ଜନ ସାହୁ ଙ୍କ ସମେତ ସଂଘ ର ସମସ୍ତ ସଭ୍ୟ କାର୍ଯକ୍ରମ ରେ ଯୋଗ ଦେଇଥିଲେ। ସାଂସଦ ପ୍ରଦୀପ ପୁରୋହିତ ପ୍ରଥମେ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ପହଞ୍ଚି କର୍ମୀ ତଥା ବିଭିନ୍ନ ସରକାରୀ ଅଫିସର ଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ଏଥିରେ ସରକାରୀ ଡାକ୍ତରଖାନା ମୁଖ୍ୟ ଡାକ୍ତର ରାଜେଶ ବେହେରା, ସି ଡି ପି ଓ, ବି ଇ ଓ ମୁକୁନ୍ଦ ମାହାର ଙ୍କ ସମେତ ବରପାଲି ବଣିକ ସଂଘ ସଭାପତି ଅଶୋକ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ବଣିକ ସଂଘ ର ସଭ୍ୟ ମାନଙ୍କ ସହ ଆଲୋ...

ଜମଲା ରେ କଲ୍ଯାଣ ମଣ୍ଡପ ଉଦ୍ଘାଟନ କଲେ ବିଧାୟିକା

Image
 ଜମଲା ରେ କଲ୍ଯାଣ ମଣ୍ଡପ ଉଦ୍ଘାଟନ କଲେ ବିଧାୟିକା । ପଦ୍ମପୁର :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜମଲା ଗୌନ୍ତିଆ ପଡା ରେ କଲ୍ଯାଣ ମଣ୍ଡପ ଉଦଘାଟିତ ହୋଇଯାଇଛି। ଏହି ମଣ୍ଡପ କୁ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ରାଜବୋଡାସମ୍ବର ବ୍ଳକ୍ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ଜିଲ୍ଲା ପରିଷଦ ସଭ୍ୟ ପୂର୍ଣିମା ରଣା, ସମିତି ସଭ୍ଯ ପୁଷ୍ପାଞ୍ଜଳି ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ମହାନ୍ତି, ଅନିରୁଦ୍ଧ ରଣା, ମନୋରଞ୍ଜନ ପୁରୋହିତ, ଠାକୁର ପଣ୍ଡା ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ l

ଏଲପିଜି ପଞ୍ଚାୟତ କାର୍ଯକ୍ରମ ଅନୁଷ୍ଠିତ

Image
 ଏଲପିଜି ପଞ୍ଚାୟତ କାର୍ଯକ୍ରମ ଅନୁଷ୍ଠିତ। ବରପାଲି :-ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ର ପଚାଶ ତମ ପ୍ରତିଷ୍ଠା ଦିବସ ଅବସର ରେ ସୋମବାର ଏକ ଏଲ୍ ପି ଜି ପଞ୍ଚାୟତ କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ବରପାଲି ବ୍ଲକ  ର ତିନିକାନି ପଞ୍ଚାୟତ ର ତିନିକାନି ଗ୍ରାମ ରେ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ରେ ଗ୍ୟାସ କୁ କିପରି ବ୍ୟବହାର କଲେ ଗ୍ୟାସ ଦୁର୍ଘଟଣା  କୁ ରୋକା ଯାଇ ପାରିବ ତଥା ନିରାପଦ ବ୍ୟବହାର ଉପରେ ଆଲୋଚନା କରାଯାଇଥିଲା । ଅଜ୍ଞତା ବଶତଃ ହିଁ ଏହି ଦୁର୍ଘଟଣା ହେଉ ଥିବାରୁ ଜନ ସଚେତନତା ପାଇଁ ଏହି କାର୍ଯକ୍ରମ କୁ ବରପାଲି ଗ୍ୟାସ ବିତରକ ଶ୍ରୀ ସାଇ ଗ୍ୟାସ ଏଜେନସି ଏହାର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଏଜେନ୍ସୀ ର ମ୍ୟାନେଜର ଲୋକେଶ ଖାଡଙ୍ଗା, ଦୋଳ ଗୋବିନ୍ଦ ମେହେର, ପ୍ରକାଶ ବେହେରା ପ୍ରମୁଖ ଥିଲେ । ଏହି କାର୍ଯକ୍ରମ ରେ ବହୁ ମହିଳା ଉପଭୋକ୍ତା ଉପସ୍ଥିତ ଥିଲେ ।

ବରପାଲି ରେ ବାହୁଡା଼ ଯାତ୍ରା

Image
 ବରପାଲି ରେ ବାହୁଡା଼ ଯାତ୍ରା। ବରପାଲି :- ବରପାଲି ଜଗନ୍ନାଥ ମନ୍ଦିରରେ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଛି। ମାଉସୀ ମା ମନ୍ଦିର ନ ଥିବାରୁ ଜଗନ୍ନାଥ ମନ୍ଦିର ପରିସରରେ ହିଁ ଦଶ ଅବତାର ଅନୁଷ୍ଠିତ ହୁଏ । ଆଜି ଅପରାହ୍ନ ରେ ଜମିଦାର ଲାଲ ବିକ୍ରମ ସିଂହ ଦେଓ, ପ୍ରଶାନ୍ତ ସିଂହ ଉପସ୍ଥିତ ରହି ଛେରା ପହରା କରିଥିଲେ । ଏହି ଅବସରରେ ରଥ ନିର୍ମାଣ କରିଥିବା  ବିଜେପୁର ତାଲପଦର୍ ର କାରିଗର ଚିତ୍ର ସେନ ସାହୁ ଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଏଠାରେ ପ୍ରକାଶ ଯୋଗ୍ୟ ଯେ ବରପାଲି ଗଙ୍ଗାଧର କ୍ଲବ କୁ  ମାଉସୀ ମା ମନ୍ଦିର  ଭାବରେ ବ୍ୟବହାର କରାଯାଉଥିଲା । କିନ୍ତୁ ଗଙ୍ଗାଧର କ୍ଲବ କୁ ଭଙ୍ଗା ଯାଇ ନୂତନ ଭାବରେ ନିର୍ମାଣ କରାଯାଉଥିବାରୁ ଏହା ସମ୍ଭବ ହୋଇ ପାରୁନାହିଁ।

ବ୍ଲକ ସ୍ତରୀୟ ପ୍ରେରଣା ଉତ୍ସଵ: ବରପାଲି

Image
 *ବ୍ଲକ ସ୍ତରୀୟ ପ୍ରେରଣା ଉତ୍ସଵ: ବରପାଲି*  ସରକାରୀ ବାଳକ ବିଦ୍ୟାଳୟ ବରପାଲି ଠାରେ ବ୍ଲକ ସ୍ତରୀୟ ପ୍ରେରଣା ଉତ୍ସଵର ବିଭିନ୍ନ ପ୍ରତିଯୋଗିତାମାନ ସମାପନ ହୋଇଯାଇଛି। ବରପାଲି ବ୍ଲକର ୩୦ଟି ସରକାରୀ ଓ ବେସରକାରୀ  ଉଚ୍ଚବିଦ୍ୟାଳୟ ଓ ୭ଟି ଉଚ୍ଚମାଧ୍ୟମିକ ବିଦ୍ୟାଳୟରୁ ମୋଟ ୫୦ ଜଣ ଛାତ୍ର ଛାତ୍ରୀ ଗଳ୍ପ ଲିଖନ, ପ୍ରବନ୍ଧ ଲିଖନ, କବିତା ରଚନା, ଚିତ୍ରାଙ୍କନ,,ଗୀତ ଆଦି ପାଞ୍ଚଟି ବିଭାଗରେ ଅଂଶଗ୍ରହଣ କରିଥିଲେ।  ଏହି ଉତ୍ସବରେ ବରପାଲି ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମୁକୁନ୍ଦ ମହରା ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ହିମାଂଶୁ ନାଏକ ଏବଂ ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ସୁଧୀର କୁମାର ସେଠ୍ ଯୋଗ ଦେଇଥିଲେ। ଉଭୟ ବାଳକ ଓ ବାଳିକା ବିଭାଗରୁ ପାଞ୍ଚ ଜଣ ଲେଖାଏଁ ଛାତ୍ର ଛାତ୍ରୀ ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି। ଏହି ଉତ୍ସବକୁ ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ଭୁଏ, ଆଗଲପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା,ସରକାରୀ ଗଙ୍ଗାଧର ଏନ୍ ଏ ସି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ବାରିକ, ତେଜଙ୍ଗ କ୍ଲଷ୍ଟରର ସି ଆର ସି ସି ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ ତଥା ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ବରପାଲିର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କ...

ସର୍ ସରା ହାଇସ୍କୁଲ ମ୍ୟାଟ୍ରିକ୍‌ ବ୍ୟାଚ୍‌ର ବନ୍ଧୁ ମିଳନ ଅବସରରେ ବୃକ୍ଷ ରୋପଣ ଯୋଗଦେଲେ ସାଂସଦ

Image
 ସର୍ ସରା ହାଇସ୍କୁଲ ମ୍ୟାଟ୍ରିକ୍‌ ବ୍ୟାଚ୍‌ର ବନ୍ଧୁ ମିଳନ ଅବସରରେ ବୃକ୍ଷ ରୋପଣ ଯୋଗଦେଲେ ସାଂସଦ।  ବରଗଡ:-ବରଗଡ଼ ଜିଲ୍ଲା ସରସରା ହାଇସ୍କୁଲର ୧୯୯୩ ମ୍ୟାଟ୍ରିକ୍‌ ବ୍ୟାଚ୍‌ର ସମସ୍ତ ବନ୍ଧୁ ମାନଙ୍କୁ ନେଇ ଐତିହାସିକ କିମ୍ବଦନ୍ତୀ ପୂର୍ଣ୍ଣ ଶୈବପୀଠ ଶ୍ରୀଶ୍ରୀ ଝାଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ  ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ। ଚିରକାଳ ସ୍ମରଣୀୟ ହୋଇ ରହିବା ପ୍ରୟାସରେ ସମସ୍ତ ସଦସ୍ୟ, ସଦସ୍ୟା ବୃନ୍ଦ ପ୍ରସିଦ୍ଧ ଶ୍ରୀଶ୍ରୀ ଝାଡେଶ୍ୱର ମନ୍ଦିର ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷଚାରା ଗୋଟିଏ ଗୋଟିଏ ରୋପଣ ମୁଖ୍ୟ ଅତିଥି ସାଂସଦ  ପୁରୋହିତ ଙ୍କ ସହ ସମସ୍ତ ସଦସ୍ୟ ମାନେ ଏହି ଅବସରରେ ବୃକ୍ଷରୋପଣ କରିଥିଲେ। ଏହି ବନ୍ଧୁ ମିଳନ ଅବସରରେ ପୂର୍ବତନ ଛାତ୍ର ଛାତ୍ରୀ ମାନେ ଠାକୁର ବାରିକ, ଦେବାର୍ଚ୍ଚନ ପୂଜାରୀ, ପ୍ରତାପ ଭୋଇ, ପଙ୍କଜ ଦାସ, ଶିଶିର ପଣ୍ଡା,ସୁବ୍ରତ ପଣ୍ଡା, ପ୍ରଶାନ୍ତ ପଧାନ, ପ୍ରତିଭା ପଧାନ, ବିଭୁଦତ୍ତ ଖମାରୀ, ଧନମାଳୀ ମେହେର, କଲ୍ୟାଣୀ ଭୋଇ, ଜୟଶ୍ରୀ ଭୋଇ, ପ୍ରମୋଦ ଭୋଇ, ହରିହର ବିଶି, ରତନ ଭୋଇ, ନନ୍ଦୀତା ତ୍ରିପାଠୀ, ଧିରା ପ୍ରଧାନ ପ୍ରମୁଖଙ୍କ ଉପସ୍ଥିତ ଥିଲେ।

ପୁରୀ ରଥଯାତ୍ରା ସାମାଜିକ ସେବା ଶିବିରରେ ବରଗଡ଼ ଜିଲ୍ଲା ଯୁବ ରେଡକ୍ରସର ସ୍ବେଚ୍ଛାସେବୀଙ୍କ ଯୋଗଦାନ

Image
 ପୁରୀ ରଥଯାତ୍ରା ସାମାଜିକ ସେବା ଶିବିରରେ ବରଗଡ଼ ଜିଲ୍ଲା ଯୁବ ରେଡକ୍ରସର ସ୍ବେଚ୍ଛାସେବୀଙ୍କ ଯୋଗଦାନ ବରପାଲି, ତା.୧୧.୦୭.୨୪ ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ସେବା ଶିବିରରେ ବରଗଡ଼ ଜିଲ୍ଲା ବରପାଲି ମହାବିଦ୍ୟାଳୟର ଯୁବ ରେଡକ୍ରସର ସ୍ବେଛାସେବୀ ରାଜଶେଖର ବଗାର, ସମୀର ବିଶି ଓ ଆଶିଷ କୁମାର ସା ତଥା ପରାମର୍ଶଦାତା ଅଧ୍ୟାପକ ଅଲେଖ କୁମାର ମହାନନ୍ଦ ଏବଂ ଜିଲ୍ଲା ସଂଯୋଜକ ଶ୍ରୀ ପରମାନନ୍ଦ ରଥ ଯୋଗଦାନ କରିଥିଲେ । ଉକ୍ତ ଶିବିରକୁ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ, ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ୍, ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଓ ସଚିବ ବିଭୂତି ଭୂଷଣ ପଟ୍ଟନାୟକ ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ ଓଡ଼ିଶା ରାଜ୍ୟଶାଖା ରେଡକ୍ରସ ସୋସାଇଟିର ସମ୍ପାଦକ ଡ. ରମେଶ ଚନ୍ଦ୍ର ବେହେରା । ସ୍ବେଚ୍ଛାସେବୀ ମାନେ ରଥଯାତ୍ରାର ଆସିଥିବା ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଜଳ ବାଣ୍ଟିବା, ପାଣି ଛିଞ୍ଚିବା ତଥା ଅସୁସ୍ଥ ଭକ୍ତଙ୍କୁ ଷ୍ଟ୍ରେଚରରେ ବୋହିନେଇ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ଆଦି କାର୍ଯ୍ୟ କରିଥିଲେ ଏବଂ ପୁରୀ ଜିଲ୍ଲା ପ୍ରଶାସନକୁ ସହଯୋଗ କରିଥିଲେ ।

ମା' ପାଇଁ ଗଛଟିଏ ଅଭିଯାନ:- ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ

Image
 *ମା' ପାଇଁ ଗଛଟିଏ ଅଭିଯାନ:-  ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ*— ମା' ଭଳି ବୃକ୍ଷ ମଧ୍ୟ ଆମ ଜୀବନର ଏକ ଅବିଛେଦ୍ୟ ଅଙ୍ଗ :-  ମାନ୍ୟବର ବିଧାୟକ ଶ୍ରୀ ଆଶ୍ଵିନୀ ଷଡଙ୍ଗୀ ବରଗଡ଼— ବିଶ୍ୱ ପରିବେଶ ଦିବସ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ  “ଏକ ପେଡ ମା କେ ନାମ”   (ମା ପାଇଁ ଗଛଟିଏ) କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ରାଜ୍ୟ ସରକାରଙ୍କର “ମା' ପାଇଁ ଗଛଟିଏ” ଅଭିଯାନ ଅନ୍ତର୍ଗତ, ବିଶ୍ୱ ପରିବେଶ ଦିବସ ସପ୍ତାହ ପାଳନ ଅବସରରେ ଆଜି  ଅପରାହ୍ନରେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପରିସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶ୍ରୀ ଆଶ୍ଵିନୀ ଷଡଙ୍ଗୀ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ଏବଂ ବିଜେପି ଜିଲ୍ଲା ସଭାପତି ଶ୍ରୀ ଅରୁପାନନ୍ଦ ସାହୁ ଯୋଗ ଦେଇ ଚାରା ରୋପଣ କରିଥିଲେ ।  କାର୍ଯ୍ୟକର୍ମରେ ଯୋଗଦେଇ ମାନ୍ୟବର ବିଧାୟକ ଶ୍ରୀ ଷଡଙ୍ଗୀ  କହିଥିଲେ , " ଯେପରି ମା' ଆମ ଜୀବନର ପ୍ରମୁଖ ଅଂଶବିଶେଷ ସେହିଭଳି ବୃକ୍ଷ ମଧ୍ୟ... ଏଣୁ  ବୃକ୍ଷ ବଞ୍ଚି ରହିଲେ ବିଶ୍ୱ ତିଷ୍ଠି ରହିବ ଏବଂ ପ୍ରକୃତିର ସୁରକ୍ଷା ଆମର ଦାୟିତ୍ୱ ।"ଏହି ଅଭିଯାନକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ବିଭିନ୍ନ ସଂଗଠ...

ଜିଲ୍ଲାସ୍ତରୀୟ ଶିଶୁଙ୍କ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ

Image
 ଜିଲ୍ଲାସ୍ତରୀୟ ଶିଶୁଙ୍କ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ବରଗଡ଼:-ସ୍ଥାନୀୟ ବୟନ ଶିଳ୍ପ ସମ୍ମିଳନୀ କକ୍ଷ ଠାରେ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଦ୍ଵାରା ଜିଲ୍ଲାସ୍ତରୀୟ ଶିଶୁ ଓଜନ ଓ ଉଚ୍ଚତା ନିରୀକ୍ଷଣ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ କର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଲେ ୟୁନିସେଫ୍ ରାଜ୍ୟସ୍ତରୀୟ ପରମର୍ଶଦାତା, ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ସାମନ୍ତରାୟ, ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସୁପରଭାଇଜର ତଥା ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।             ୟୁନିସେଫ୍ ରାଜ୍ୟସ୍ତରୀୟ ପରମର୍ଶଦାତା, ଶ୍ରୀ ସାମନ୍ତରାୟ ଶିଶୁର ଅଭିବୃଦ୍ଧି ନିରୀକ୍ଷଣ (ଆନ୍ଥ୍ରୋପୋମାଟ୍ରିକ- ଶରୀରର ମାପ) ସମ୍ପର୍କରେ  ଉପସ୍ତିତବ ଥିବା ସମସ୍ତ ସୁପରଭାଇଜରଙ୍କ ସହିତ ଆଲୋଚନା କରିବା ସହିତ ଶିଶୁ ମା’ ଗର୍ଭରେ ଥିବା ବେଳେ ମା’ କୁ ଉପଯୁକ୍ତ ଖାଦ୍ୟ ଓ ଶିଶୁ ଜନ୍ମ ହେବାର ଏକ ଘଣ୍ଟା ମଧ୍ୟରେ ମା’ କ୍ଷୀର ଦେବା ପାଇଁ ପରାମର୍ଶ ଦେଇଥିଲେ । ଅଙ୍ଗନ ୱାଡ଼ି କର୍ମୀମାନେ ପ୍ରତ୍ୟେକ ମାସର ୧ ତାରିଖରୁ ୭ ତାରିଖ ମଧ୍ୟରେ ଶିଶୁର ଓଜନ ମାପ କରି ଶିଶୁର ମାତା ପିତାଙ୍କୁ ଜଣାଇବେ ତଥା ବୟସ ଅନୁଯାୟୀ ଓଜନ କିପରି ବଢିବ, ସେଥିପାଇଁ ଉପଯୁକ୍ତ ଖାଦ୍ୟ ...

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

Image
  ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି -ବରଗଡ଼ ଜିଲ୍ଲା ବିଜେପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋଏଲ , ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ କୃଣାଲ ମୋତିରାମ ଚୌହାନ, ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁଶାନ୍ତ ସିଂ ଏବଂ ପଦ୍ମପୁର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ ।ଉକ୍ତ ଶିବିରରେ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ଶିକ୍ଷା, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ଧାନ ବିକ୍ରୀ, ଭତ୍ତା , ରାସ୍ତା ନିର୍ମାଣ ଆଦି ସମାସ୍ୟା ଅଧାରିତ ସମୁଦାୟ ୭୮ ଗୋଟି  ଅଭିଯୋଗ ମଧ୍ୟରୁ ୬୬ଗୋଟି ବ୍ୟକ୍ତିଗତ ଏବଂ ୧୨ ଗୋଟି ସାମୁହିକ ସମସ୍ୟାର ଅଭିଯୋଗ ଶୁଣାଣି କରି ଜିଲ୍ଲାପାଳ ଲୋକଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।

୧୪ରେ ଖୋଲିବାକୁ ଯାଉଛି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର। ରତ୍ନ ଭଣ୍ଡାର ଖୋଲିବା ବେଳେ ବନ୍ଦ ହେବନି ଭକ୍ତଙ୍କ ଦର୍ଶନ

Image
 ୧୪ରେ ଖୋଲିବାକୁ ଯାଉଛି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର। ରତ୍ନ ଭଣ୍ଡାର ଖୋଲିବା ବେଳେ ବନ୍ଦ ହେବନି ଭକ୍ତଙ୍କ ଦର୍ଶନ  ଆସନ୍ତା ୧୪ରେ ଖୋଲିବାକୁ ଯାଉଛି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର । ଏନେଇ ଜଷ୍ଟିସ୍ ବିଶ୍ବନାଥଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି ।  ସରକାରଙ୍କ ଅନୁମତି ପରେ ଖୋଲିବ ରତ୍ନଭଣ୍ଡାର ।ଏହା ସହିତ ଭିତରେ ଥିବା ସମସ୍ତ ଅଳଙ୍କାରର ଗଣତି ମଣତି ସହିତ ରତ୍ନଭଣ୍ଡାରର ମରାମତି ମଧ୍ୟ କରାଯିବା ପାଇଁ ନିଷ୍ପତି ନିଆ ଯାଇଥିବା ବେଳେ ଅସ୍ଥାୟୀ ଭଣ୍ଡାର କରାଯାଇ ସମସ୍ତ ଅଳଙ୍କାର ସେଠାକୁ ସ୍ଥାନାନ୍ତର କରାଯିବ । ସେ ସମୟରେ ମନ୍ଦିରରେ ଗହଳି ଚହଳି ରହିବ କି ନାହିଁ, ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇବେ କି ନାହିଁ ସେନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିବା ବେଳେ ଏନେଇ ଆଶ୍ବସ୍ତି ଦେଇଛନ୍ତି ଜଷ୍ଟିସ ବିଶ୍ବନାଥ । ବୈଠକ ପରେ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି ।ଆସନ୍ତା ୧୪ରେ ରତ୍ନ ଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଆଶା କରୁଛୁ ସରକାର ୧୪ରେ ଖୋଲିବାକୁ ଅନୁମତି ଦେଇଦେବେ । ସରକାରଙ୍କ ଅନୁମତି ପରେ ରତ୍ନଭଣ୍ଡାର ଖୋଲାଯିବ ।   ଏହାସହିତ ରତ୍ନଭଣ୍ଡାର ଖୋଲିବା ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନି ବୋଲି ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି । ରତ୍ନଭଣ୍ଡାର ଖୋଲାଯିବା ପ୍ରକ୍ରିୟା ଚାଲୁଥିବା ବେଳେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।

ସମ୍ବଲପୁରୀ ଦିନ ପାଇଁ ଇଷ୍ଟଦେବୀ ସମଳେଇଙ୍କୁ ନିୟୁତା _ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ସମ୍ବଲପୁରୀ ଦିନ

Image
 ସମ୍ବଲପୁରୀ ଦିନ ପାଇଁ ଇଷ୍ଟଦେବୀ ସମଳେଇଙ୍କୁ ନିୟୁତା _ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ସମ୍ବଲପୁରୀ ଦିନ ସମ୍ବଲପୁର,8।7  ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ ଏକ ତାରିଖକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରାଯାଇଥାଏ  ଏଥିପାଇଁ ସମ୍ବଲପୁରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ସୋମବାର ଇଷ୍ଟଦେବୀ ସମଲଇଙ୍କ ଠାରେ ପୁଜାର୍ଚ୍ଚନା କରାଯାଇ ପ୍ରଥମ ନିମନ୍ତ୍ରଣ ପତ୍ର ମାଁଙ୍କୁ ଅର୍ପଣ  କରାଯାଇଛି  ଏହାପରେ ପାଟଣେଶ୍ୱରୀ ମନ୍ଦିରରେ ପୁଜର୍ଚ୍ଚନା ପରେ ମାଁ ପାଟନେଶ୍ୱରୀଙ୍କ ମଧ୍ୟ ନିୟୁତା ଅର୍ପଣ କରାଯାଇଥିଲା  ପଶ୍ଚିମାଞ୍ଚଳ ଏକତା ମଞ୍ଚର ଉପଦେଷ୍ଟା ଡ. ଶ୍ୟାମସୁନ୍ଦର ଧରଙ୍କ ପୌରହିତ୍ୟରେ ମଞ୍ଚର ସଦସ୍ୟ ଏବଂ ସମ୍ବଲପୁରୀ ପ୍ରେମୀ ମାନେ ଏହି କାଯର୍ୟକ୍ରମରେ ଉପସ୍ଥିତ ରହିଥିଲେ   ସାରା ଜୀବନ ସମ୍ବଲପୁରୀ ସଂସ୍କୃତୀର ପ୍ରଚାର ପ୍ରସାର ପାଇଁ କାଯର୍ୟକରିଥିବା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଶତବାର୍ଷିକୀ ଦିନ ଠାରୁ ତାଙ୍କର ଜନ୍ମଦିନକୁ  ପଶ୍ଚିମାଞ୍ଚଳ ଏକତା ମଂଚ ସମ୍ବଲପୁରୀ ଦିନ ଭାବେ ପାଳନ ଆରମ୍ଭ କରିଥିଲା। ଏହାପରେ ବିଭିନ୍ନ ଅନୁଷ୍ଠାନ ସମ୍ବଲପୁରୀ ଦିନର ଆୟୋଜନ କରାଯାଇ ଆସୁଛି  ଏହିଦିନ ସମ୍ବଲପୁରୀ ଖାଦ୍ୟପେୟ, କପଡା ସହ ସମ୍ବଲପୁରୀ ନୃତ୍ୟଗୀତକୁ ଗୋଟିଏ ମଞ୍ଚରେ ପ୍ରଦର୍ଶନ କରାଯାଉଛି  ସମ୍ବଲପୁରୀ ଦିନ ଜରିଆରେ ସମ୍ବଲପୁରୀ ଭାଷା ସଂସ୍କୃତିର ପ୍...

ପଶ୍ଚିମ ଓଡିଶାର ଶ୍ରୀ କ୍ଷେତ୍ର ପ୍ରସିଦ୍ଧ ଭଟଲି ଶ୍ରୀଗୁଣ୍ଡିଚା ଯାତ୍ରା

Image
ପଶ୍ଚିମ ଓଡିଶାର  ଶ୍ରୀ କ୍ଷେତ୍ର ପ୍ରସିଦ୍ଧ ଭଟଲି ଶ୍ରୀଗୁଣ୍ଡିଚା ଯାତ୍ରା ପଶ୍ଚିମ ଓଡିଶାର ପ୍ରସିଦ୍ଧ  ଶ୍ରୀ କ୍ଷେତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରା ଭଟଲୀ ଠାରେ ପ୍ରଭୁ ଦଧିବାମନ ଙ୍କ ରଥଯାତ୍ରା ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି । ପ୍ରଥମେ ସକାଳ ସମୟରେ ପ୍ରଭୁଙ୍କ ପ୍ରତୈକ ନିତିକାନ୍ତି କରାଯାଇଥିଲା ଓ ଅପରାହ୍ନ ଘ ୩.୩୦ମିନିଟ ରେ ମହାପ୍ରଭୁ ଦଧିବାମନ ମନ୍ଦିର ରୁ ବାହାରି ଛେରା ପହରା କରି ପ୍ରଭୁଙ୍କୁ ରଥ ପର୍ଯ୍ୟନ୍ତ ନିଆଯାଇ  ରଥାରୂଢ କରାଯାଇଥିଲା ଏବଂ ପରେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଶ୍ଚିମ ଓଡିଶାର ପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ଯାତ୍ରା କୁ ଜିଲ୍ଲା ତଥା ଜିଲ୍ଲା ବାହାରୁ  ବରଗଡ, ଝାରସୁଗୁଡ଼ା, ବଲାଙ୍ଗୀର, ନିକଟସ୍ଥ ଛତିଶଗଡ ର ବିଭିନ୍ନ ଅଂଚଲରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା  । ପ୍ରଶାସନ ଓ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ନିଜେ ବରଗଡ SP ପ୍ରହଲ୍ଲାଦ ସାହାଇ ମୀନା ପହଞ୍ଚି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ  । ଉପ ଜିଲ୍ଲାପାଳ କୁମାର ନାଗଭୂଷଣ ଏବଂ ଭଟଲି ବିଧାୟକ ଈରାଶିଷ ଆଚାର୍ଯ୍ଯ ମଧ୍ଯ  ରଥଯାତ୍ରାରେ ସାମିଲ ହୋଇ ପ୍ରଭୁ ଦଧିବାମନ ଙ୍କ ଦର୍ଶନ କରିଥିଲେ।

ଅତାବିରା ପୋଲିସ ଦ୍ୱାରା ୪ ଲୁଟେରା ଗିରଫ : ନଗଦ ୩ ଲକ୍ଷ ୮୦ ହଜାର, ଦେଶୀ ପିସ୍ତଲ, ସୁନା ଓ ରୁପା ଗହଣା, ୫ ମୋଟର ସାଇକେଲ, ୮ ମୋବାଇଲ ଜବତ

Image
  ବରଗଡ଼ : ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ସୂଚନା ମୁତାବକ ଅତାବିରା ଥାନା ବାବେବିରା କେନାଲ ରୋଡ଼ରେ ଚାଷୀଙ୍କୁ ବନ୍ଧୁକ ଦେଖାଇ 4ଲକ୍ଷ 30 ହଜାର ଟଙ୍କା ଡକାୟତି ଘଟଣାର ପର୍ଦାଫାଶ, ଡକାୟତି ଘଟଣାର 4 ଅଭିଯୁକ୍ତ ଗିରଫ, ଦେଶୀ ପିସ୍ତଲ, 5 ଖୋକା, 3 ଭୁଜାଲି, ଦୁଇ ଆଇରନ ପଞ୍ଚ, 8 ମୋବାଇଲ, ସୁନା ରୁପା ଅଳଙ୍କାର, 3 ଲକ୍ଷ 80 ହଜାର ଟଙ୍କା, 5 ବାଇକ ଜବତ କଲା ଅତାବିରା ପୋଲିସ, ସମସ୍ତ ଅଭିଯୁକ୍ତ ବଲାଙ୍ଗୀର ଜିଲ୍ଲାର,ଅଭିଯୁକ୍ତ ମାନେ ହେଲେ ବଲାଙ୍ଗୀର ଜିଲ୍ଲା ଡ଼ଙ୍ଗରମୁଣ୍ଡା ଗାଁର ଇନ୍ଦ୍ର ଭୋଇ, ଚୈତନ୍ୟ ପୁଟା, ବନାରସ ଗାଁର ଲଳିତ ସାହୁ, ଡୋଳେଶ୍ୱର ସାହୁ, ପୂର୍ବରୁ ବରପାଲି, ଡୁଙ୍ଗୁରିପାଲି, ସିନ୍ଧେକେଲା, ଆଗଲପୁର ଥାନାରେ ଅପରାଧିକ ମାମଲା ରୁଜୁ ହୋଇଛି

ପାଇକମାଲ ଠାରେ ବ୍ଲକସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନର ଶୁଭାରମ୍ଭ

Image
 ପାଇକମାଲ ଠାରେ ବ୍ଲକସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନର ଶୁଭାରମ୍ଭ  ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ବରେ କୋଟି କୋଟି ଭାରତୀୟଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଗତ ୨୦୨୩ ମସିହାରୁ ଶୁଭ ଉଦଘାଟନ ହୋଇଥିଲା। ନୀତି ଆୟୋଗଙ୍କ ଦ୍ୱାରା ପରିଚାଳିତ ଏହି ଅଭିଯାନ ମାଧ୍ୟମରେ ଦେଶର ୧୧୨ ଗୋଟି ଜିଲ୍ଲା ଏବଂ ୫୦୦ ବ୍ଲକର ଦୁର୍ଗମ ଓ ଅନୁନ୍ନତ ବ୍ଲକ ମାନଙ୍କୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଯୋଜନାରେ ବରଗଡ ଜିଲ୍ଲାର ପାଇକମାଲ ବ୍ଲକ ଅନ୍ତର୍ଭୁକ୍ତ ହୋଇଛି । ଏହି ପରିପ୍ରେକ୍ଷୀରେ ପାଇକମାଲ ବ୍ଲକ ମୁଖ୍ୟାଳୟ ଠାରେ ସଂପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଧର୍ମଶାଳା ପର୍ଯନ୍ତ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଭାତଫେରି ଏବଂ ମିନି ମାରାଥନ ମଧ୍ୟମରେ ଲୋକଙ୍କୁ ସଚେତନ କରାଯିବା ସହ ଉଚ୍ଚ ବିଦ୍ୟାଳୟ ପରିସରରେ ସରକାରୀ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିବା ପାଇଁ ବିଭିନ୍ନ ବିଭାଗ ଦ୍ଵାରା ପ୍ରଦର୍ଶନୀ ଷ୍ଟଲ କରଯାଇଥିଲା ।  ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଯୋଗ ଦେଇ ଗରିବ, ଗୁବଗୋଷ୍ଠୀ, ଅନ୍ନଦାତା ଏବଂ ନାରୀଶକ୍ତିର ଯତ୍ନ ନେବା ସହ ସେମାନଙ୍କ ସମ୍ମାନ ରଖିକି ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିବା ଓ ଜିଲ୍ଲାପାଳଙ୍କ ...

ଲିଟିଲ ଏଞ୍ଜେଲସ୍ ପବ୍ଲିକ୍ ସ୍କୁଲରେ ସପ୍ତାହ ବ୍ୟାପୀ ବନ ମହୋତ୍ସବ ପାଳିତ

Image
 ଲିଟିଲ ଏଞ୍ଜେଲସ୍ ପବ୍ଲିକ୍ ସ୍କୁଲରେ ସପ୍ତାହ ବ୍ୟାପୀ ବନ ମହୋତ୍ସବ ପାଳିତ ବରପାଲି- ୦୭/୦୭       ବରଗଡ ଜିଲ୍ଲା ବରପାଲି ସ୍ଥାନୀୟ ଲିଟିଲ  ଏଞେଲ୍ସ ପବ୍ଲିକ୍ ସ୍କୁଲ  ପରିସରରେ ଗତ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ମିନତି ପ୍ରଧାନଙ୍କ ତତ୍ତ୍ଵାବଧାନରେ  ପ୍ରଥମ ଦିନ ସ୍ଵତନ୍ତ୍ର ପ୍ରାତଃ ଅଧିବେଶନ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମଧୁସ୍ମିତା ମୁଣ୍ଡ ।ସାମ ଦଳ ଦ୍ବାରା ଆୟୋଜିତ ଏହି ଅଧିବେଶନରେ ଛାତ୍ରଛାତ୍ରୀମାନେ ବୃକ୍ଷରୋପଣ ଓ ବନ ମହୋତ୍ସବ ପାଳନର ମହତ୍ତ୍ୱ ସଂପର୍କରେ ଆଲୋଚନା ସହ କବିତା ଆବୃତ୍ତି କରିଥିଲେ ।  ଦ୍ୱିତୀୟ ଦିବସରେ କଳା ବିଭାଗ ପକ୍ଷରୁ କନିଷ୍ଠ ବିଭାଗର ସବୁଜ ପରିବେଶ ବିଷୟକୁ ନେଇ ପୂର୍ବରୁ ଚିତ୍ରାଙ୍କନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ତୃତୀୟ ଦିବସରେ ଇକୋ କ୍ଳବ୍ ଦ୍ଵାରା ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା କାର୍ଯ୍ୟକ୍ରମ ହାତକୁ ନିଆଯାଇ ଥିଲା । ବନମହୋତ୍ସବର ଚତୁର୍ଥ ଦିବସରେ ଉପକନିଷ୍ଠ ବିଭାଗର ଛାତ୍ରଛାତ୍ରୀମାନେ ବନୀକରଣ ବିଷୟକୁ  ନେଇ ଚିତ୍ରାଙ୍କନ ଓ ଅଭିନୟ ପ୍ରଦର୍ଶନ ସହ ବୀଜ ଓ ଚାରାକୁ ନେଇ ଏ...

ରଞ୍ଜିତା ଭୁଏଙ୍କୁ ସମ୍ବର୍ଦ୍ଧନା

Image
 ବରଗଡ ଜିଲ୍ଲା ଅଏଁଲାବାହାଲ ଗ୍ରାମର ଜଗଲପାଟ ହାଇସ୍କୁଲ ଗାଇସିଲେଟରେ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ରଞ୍ଜିତା ଭୁଏ, ବାପା ଲଡୁ ଭୁଏ ଯୋଗ ଅଲମ୍ପିଆଡ କ୍ଷେତ୍ରରେ କୃତିତ୍ବ ହାସଲ କରି ଜିଲ୍ଲାର ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ା ସେ ପ୍ରଥମେ ୨୦୨୧ରେ ପଶ୍ଚିମବଙ୍ଗ, ୨୦୨୨ରେ ସ୍କୁଲ ଗେମରେ ଷ୍ଟେଟ ସ୍ତରରେ ତୃତୀୟ ସ୍ଥାନ, ୨୦୨୩ରେ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ (ପଞ୍ଜାବ,ମଧ୍ୟପ୍ରଦେଶ ଓ ଆସାମ), ୨୦୨୪ରେ ରାଜ୍ୟ ତରଫରୁ ପୁଣି ମହୀଶୁରକୁ ରିପ୍ରେଜେଣ୍ଟ କରିଛନ୍ତି ା ତାଙ୍କ କୋଚ୍ ହେଉଛନ୍ତି ଶ୍ରୀ ଗୋପାଲ ପୋଢ଼ ା ଆଜି ବରଗଡ ବାପୁଜୀ ସ୍ବତନ୍ତ୍ର ବିଦ୍ୟାଲୟଠାରେ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏଚିଭର୍ସ ହେଲ୍ପିଙ୍ଗ ଫାଉଣ୍ଡେସନ ତରଫରୁ ସଭାପତି ଦିବାକର ମାଝି, ଇଂ ରୋଶନ ପ୍ରଧାନ, ଅଶ୍ବିନୀ କୁମାର ବେହେରା,  ବିଦ୍ୟାଲୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିରେ ରଞ୍ଜିତା ଭୁଏଙ୍କୁ ସମ୍ବର୍ଦ୍ଧନା କରି ସମସ୍ତେ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କଲେ ା

ବରଗଡ ଜିଲ୍ଲା ବିଜେପୁର ବିକାଶ ର ରାସ୍ତା ,

Image
 ବରଗଡ ଜିଲ୍ଲା ବିଜେପୁର ବିକାଶ ର ରାସ୍ତା ,  ଆଦର୍ଶ ବିଦ୍ୟାଳୟ କୁ ଯିବାକୁ ହେଲେ କାଦୁଅ ପାଣି ଦେଇ ଯିବାକୁ ପଡ଼େ ଏହି ରାସ୍ତା ଦେଇ ସହସ୍ରାଧିକ ଛାତ୍ର ଛାତ୍ରି ୟାତ ୟତ କରନ୍ତି। ଧନ୍ୟ ଜିଲ୍ଲା ପ୍ରଶାସନ ଓ ବିଜେପୁର ଏନ୍ ଏ ସି,ବ୍ଲକ ର ନେତା ମାନେ।

ବରଗଡ଼ ପୋଲିସ ଦ୍ୱାରା ଵିପୁଲ ପରିମାଣର କଫ ସିରଫ, ନିଶା ଇକେଞ୍ଜସନ ଜବତ : ଜଣେ ଗିରଫ

Image
 ବରଗଡ଼ ପୋଲିସ ଦ୍ୱାରା ଵିପୁଲ ପରିମାଣର କଫ ସିରଫ, ନିଶା ଇକେଞ୍ଜସନ ଜବତ :  ଜଣେ ଗିରଫ ବରଗଡ଼ : ବରଗଡ଼ ସହରରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ହେବା ସହ ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି । ଏପରି ସ୍ଥିତିରେ ବରଗଡ଼ ପୁଲିସ ପ୍ରଶାସନ ଏହା ଉପରେ ଅଙ୍କୁଶ ଲଗାଇବା ସହ ଚଢ଼ାଉ ଜାରି ରଖିଛନ୍ତି । ଶନିବାର ଟାଉନ ଥାନା ପୁଲିସ ସହରର ୱାର୍ଡ ନମ୍ବର 1 ମାଲପଡ଼ାର ଏକ ଘରେ ଚଢ଼ାଉ କରି   560 କଫସିରଫ, ୧୪୦୦ନିଶା ଇଂଜେକସନ ,  ୨୨୦ ନିଶା ବଟିକା ସହ  ନଗଦ ୫୨୫୦୦ ଟଙ୍କା ଜବତ କରିଛନ୍ତି । ଏହି ଘଟଣାରେ ଘର ମାଲିକ ବୁଲୁ ସାହୁଙ୍କୁ ଗିରଫ କରି ପୁଲିସ ତଦନ୍ତ ଜାରି ରଖିଛନ୍ତି ।ଏହି ଚଡାଉ ରେ ଅତିରିକ୍ତ ତହସିଲଦାର ଶ୍ରୀ ଦିବାକର ପ୍ରଧାନ, ସହ ବରଗଡ ଟାଉନ ଥାନା ଅଧକାରୀ ଶ୍ରୀ ସତ୍ୟଜିତ କନ୍ଦେଲକର, ଏ ଆଇ, ସୁଶାନ୍ତ ସାହୁ, ଏ, ଆଇ ଶରତ ପ୍ରଧାନ, ଏ ଏସ ଆଇ ରଶ୍ମୀ ରଂଜନ ହୋତା,, ଏ ଏସ ଆଇ ରାଧେଶ୍ୟାମ ବିଶ୍ଵାଳ ସହ କନେଷ୍ଟବଳ ଚିତ୍ତ ରଂଜନ ପଣ୍ଡା ପ୍ରମୁଖ ଉପସ୍ତିତ ଥିଲେ।

ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ନିର୍ବାଚନ ପରେ ପ୍ରଥମ କରି ବିଜୁ ଜନତା ଦଳର ସାଙ୍ଗଠାନିକ ବୈଠକ

Image
  ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ନିର୍ବାଚନ ପରେ ପ୍ରଥମ କରି ବିଜୁ ଜନତା ଦଳର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ସାଂଗଠାନିକ ସ୍ତରରେ ଓ ତୃଣମୁଲ ସ୍ତରରେ କିପରି ମଜବୁତ ହେବ ତଥା ଜନ ସାଧାରଣଙ୍କ ସହ ସର୍ବଦା ଜଡ଼ିତ ରହିବ ସେ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି। ତେବେ ବୈଠକରେ ବିଜୁ ଜନତା ଦଳର ବରିଷ୍ଠ ନେତା, ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ପୁର୍ବତନ ମନ୍ତ୍ରୀ ରିତା ସାହୁ, ପୁର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପୁର୍ବତନ ବିଧାୟକ ସୁଶାନ୍ତ ସିଂ, ବିଜୁ ଜନତା ଦଳ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇ ବିଜୁ ଜନତା ଦଳର କର୍ମୀ ମାନଙ୍କୁ ମନୋବଳ ଦୃଢ଼ କରିବାକୁ ଆହ୍ଵାନ ଦେଇଥିଲେ। ବିଜୁ ଜନତା ଦଳର ବିପର୍ଯ୍ୟୟ ନୁହେଁ ଓଡ଼ିଶାର ଶକ୍ତିଶାଳୀ ବିରୋଧି ଦଳ ଭାବେ ତାର କାର୍ଯ୍ୟ ତୁଲାଉଥିବା ଥିବା ବିରୋଧି ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ

Image
 *ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟ କଦଳୀପାଲିରେ ବନମହୋତ୍ସବ ପାଳିତ*  ================== ବରପାଲି,୦୬/୦୭/୨୦୨୪ (ଶନିବାର) ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଉପସ୍ଥିତିରେ ବନମହୋତ୍ସବ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏ ଅବସରରେ ମୁଖ୍ୟ ଅତିଥି ଭାବେ ବିଜେପୁର ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତିଆ,ସମ୍ମାନିତ ଅତିଥି ଭାବେ ବରପାଲି ତହସିଲଦାର ରୁକ୍ମଣ ମେହେର,ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଦିନେଶ ଗହୀର,ମହାବିଦ୍ୟାଳୟର ପ୍ରତିଷ୍ଠାତା ଅନ୍ତର୍ଯ୍ୟାମୀ ପଣ୍ଡା,ବରପାଲି ବରିଷ୍ଠ ସାମ୍ବାଦିକ ସମ୍ବାଦ ପ୍ରତିନିଧି ପଦ୍ମଲୋଚନ ସାହୁ ଯୋଗଦାନ କରି ଛାତ୍ରୀ ମାନଙ୍କୁ ପରିବେଶ ସନ୍ତୁଳନ କିପରି ରହିବ, ତା ଉପରେ ଅନେକ ଉପାଦେୟ ତଥ୍ୟ ସମ୍ପର୍କରେ ଛାତ୍ରୀ ମାନଙ୍କ ସହ  ଦୀର୍ଘ ସମୟ ଧରି ଖୋଲା ଆଲୋଚନା  କରିଥିଲେ। ଯୁବ ରେଡକ୍ରସ୍‌ ସଂଯୋଜକ ଅଧ୍ୟାପକ ଯତୀନ୍ଦ୍ର କୁମାର ସାହୁ ରେଡକ୍ରସ୍ ସଂଯୋଜିକା ନିଳୀମା ନାୟକ ଏନ ଏସ୍ ଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ପିଙ୍କି ବାରିକ୍,ସହ ପ୍ରୋଗ୍ରାମ ଅଫିସର ନେପାଲ ବିଶ୍ଵାଳଙ୍କ ସମେତ  ଅଧ୍ୟାପିକା ଜ୍ୟୋତି ସାହୁ, ପୁନମ୍ ସାହୁ,ମନୀଷା ଭୋଇ,ଶୋଭାବତୀ ଥପା,ସସ୍ମିତା ମେହେର,ସହକର୍ମୀ ଶଶାଙ୍କ ଶେଖର ପଧାନ, ସାର୍ଥକ ପାଣିଗ୍ରାହୀ,ବିରେନ୍ଦ୍ର ଖଟୁଆ,...

ବନ ମହୋତ୍ସବ ପାଳିତ!!!ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ "

Image
 ବନ ମହୋତ୍ସବ ପାଳିତ!!!ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ " ଆଜିର ଏ ଦୁନିଆଁ ରେ ଅମ୍ଳଜାନ ଓ ଅକ୍ସିଜେନ ଧିରେ ଧିରେ କମି ଯାଉଥିବା ବେଳେ ତାର ଜଳନ୍ତା ଉଦାହରଣ ହେଉଛି ବନ ଜଙ୍ଗଲ ମଧ୍ୟରେ ଗଛ ମଧ୍ୟ କମି କମି ଯାଉଛି ଯାହାକି ପରିବେଶ ମଧ୍ୟ ଦୂଷିତ ହେବାର ଲାଗିଛି ।ବରଗଡ ଜିଲ୍ଲା  ଗାଇସିଲେଟ ବ୍ଲକ ରେ ବନ ମହୋତ୍ସବ ଆଜି ଠୁ ସାତ ଦିନ ଧରି ପାଳନ ହେବ ଏବଂ ଆଜିର ପ୍ରଥମ ଦିନ କାର୍ଯ୍ୟକ୍ରମ ରେ ଜିଲ୍ଲା ବନ ଖଣ୍ଡ ଅଧିକାରୀ ଓ ପଦ୍ମପୁର ବନଖଣ୍ଡ ଅଧିକାରୀ ଓ ପରିବେଶବିତ ମାନେ ଯୋଗ ଦେଇଛନ୍ତି!!ଗାଇସିଲେଟ ସ୍ଥିତ ନର୍ସରୀ ରେ ଜନ ସାଧାରଣ ଙ୍କୁ ଗଛ ଲଗାଇବା ପାଇଁ ବନ ବିଭାଗ ତରଫ ରୁ ଚାରା ମଧ୍ୟ ଯୋଗାଇଦିଆଯାଉଛି!!

ଶିକ୍ଷା ଅଧିକାର ଆଇନ ଓ ଜାତୀୟ ଶିକ୍ଷା ନୀତି ଉପରେ ଆଲୋଚନ ଚକ୍ର

Image
 ଆଜି ୪.୭.୨୦୨୪ ଗୁରୁବାର ଦିନ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବରଗଡ ଠାରେ ଶିକ୍ଷା ଅଧିକାର ଆଇନ ଓ ଜାତୀୟ ଶିକ୍ଷା ନୀତି ଉପରେ ଏକ ଆଲୋଚନ ଚକ୍ର ଅନୁଷ୍ଠିତ ହେଇଥିଲା, ଏହି ଅବସର ରେ ଓଡିଶା ଅଭିଭାବକ ମହାସଂଘ ବରଗଡ଼ ଜିଲ୍ଲାର ସଭାପତି ବିମଳ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷା ଅଧିକାର ଆଇନ ଓ ଜାତୀୟ ଶିକ୍ଷା ନୀତି ଉପରେ ବିଭିନ୍ନ ସଂସ୍କାର ଏବଂ ତାହାର ଉପକାରିତା, ଆବଶ୍ୟକତା ବିଷୟ ରେ ତାଙ୍କ ଅଭିଭାଷଣ ରେ ବକ୍ତବ୍ୟ ରଖିଥିଲେ, ଏହା କାର୍ଯକ୍ରମ ରେ ମହାସଂଘ ର ଉପ ସଭାପତି ବାଲ୍ମିକୀ ଷଡ଼ଙ୍ଗୀ, ଗୋପୀନାଥ ସହୁ, ସାରଥୀ ମେହେର, ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତି ସୁନା, ସ୍କୁଲ ପରିଚାଳନା କମିଟି ର ସଭାପତି ଭୀମ ରାଉତ ମଞ୍ଚାସିନ ହୋଇ ନିଜ ବକ୍ତବ୍ୟ ରଖିଥିଲେ,ପରିଶେଶ ରେ ସ୍କୁଲ ପରିଚାଳନା କମିଟି ର ସଭାପତି ଭୀମ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ନିମନ୍ତେ ଆନ୍ତ-ବିଭାଗୀୟ ସମ୍ମିଳନୀ ସଭା

Image
 *ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ* *ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ନିମନ୍ତେ ଆନ୍ତ-ବିଭାଗୀୟ ସମ୍ମିଳନୀ ସଭା* ବରଗଡ଼,ତା-୦୩.୦୭.୨୦୨୪ ବର୍ଷା ଋତୁରେ ମ୍ୟାଲେରିଆ, ଡାଇରିଆ, ଡେଙ୍ଗୁ, ଯକ୍ଷ୍ମା ଏବଂ କୁଷ୍ଠରୋଗ ଭଳି ମାରାତ୍ମକ ରୋଗୋର ପ୍ରତିରୋଧ ଏବଂ ନିୟନ୍ତ୍ରଣ ନିମନ୍ତେ ସମଗ୍ର ବରଗଡ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଆରମ୍ଭ ହୋଇଛି I ଏହି ଅବସରରେ ବରଗଡ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ନିମନ୍ତେ ଆନ୍ତ-ବିଭାଗୀୟ ସମ୍ମିଳନୀ ସଭା ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି I  ବୈଠକରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋଏଲ ଅଧକ୍ଷତା କରିବା ସହ ଜିଲ୍ଲାର ରୋଗ ପ୍ରବଣ ଅଞ୍ଚଳ ଗୁଡିକୁ ଚିହ୍ନଟ କରିବା ସହ ତୃଣମୂଳ ସ୍ତରରେ କାର୍ଯ୍ୟରତ ସମସ୍ତ ବିଭାଗୀୟ ଅଧିକାରୀ ତଥା କର୍ମଚାରୀ, ଗାଁ ଗହଳିର ଲୋକଙ୍କ ସମେତ ସମସ୍ତ ବିଦ୍ୟାଳୟ ତଥା ଆବାସିକ ବିଧ୍ୟଳୟର ଛାତ୍ରଛାତ୍ରୀଙ୍କୁ ହାତଧୁଆ, ମଶାରୀ ଟାଙ୍ଗୀ ଶୋଇବା, ଘର ଆଖ ପାଖ ଅଞ୍ଚଳରେପାଣି ଜମାଇ ନ ରଖିବା, ନିଜ ଦେହର ଯତ୍ନ ନେବା ପାଇଁ ସାପ୍ତାହିକ ଅଦ୍ଵିକା ବ କୋଶୋରୀ ବୈଠକ ମଧ୍ୟମରେ ବିଭିନ୍ନ ଆଇଇସି ସାମଗ୍ରୀର ବ୍ୟବହାର କରି ସଚେତନ କରିବା ପାଇଁ ନିର୍ଦେଶ ଦେଇଛନ୍ତି I  ସୂଚନାଯୋଗ୍ୟକି, ଏହି ଅଭିଯାନ ଜୁଲାଇ ମାସ ୧ ତାରିଖରୁ ସେପ...

ତ୍ରିଦିବସୀୟ କୌଶଳୀ ପ୍ରଶିକ୍ଷଣ ଉଦଯାପିତ

Image
 ତ୍ରିଦିବସୀୟ କୌଶଳୀ ପ୍ରଶିକ୍ଷଣ  ଉଦଯାପିତ  ପଦମପୁର ତା 3/7- ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସର ମଧ୍ୟରେ ରାଜବୋଡ଼ାସମ୍ବର୍ ଏବଂ ଗାଇସିଲେଟ ବ୍ଲକର ଗଣିତ ଓ ବିଜ୍ଞାନ ଶିକ୍ଷକ / ଶିକ୍ଷୟତ୍ରୀ ମାନଙ୍କର ତ୍ରିଦିବସୀୟ  କୌଶଳୀ ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛି। ଜୁଲାଇ 1 ରୁ ଆରମ୍ଭ ହୋଇଥିବା ଏହି ଶିବିରକୁ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଲୋକନାଥ ଭୋଇ ଉଦଘାଟିତ କରିଥିବା ବେଳେ ପାଇକମାଲ  ବ୍ଲକ ଶିକ୍ଷାଅଧିକାରୀ ଶ୍ରୀ ଚୁଡ଼ାମଣି ବାରିକ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ। ଏହି ସଭାରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ସାଧନକର୍ମୀ ଶ୍ରୀ କେଶବ ଚନ୍ଦ୍ର ମେହେର ଓ ଶ୍ରୀ ବିକାଶ ଚନ୍ଦ୍ର ରଣା ଉପସ୍ଥିତ ଥିଲେ। ସମଗ୍ର କାର୍ଯ୍ୟକ୍ରମଟିକୁ ଶିକ୍ଷକ ଶ୍ରୀ ମାନସରଞ୍ଜନ ଶତପଥୀ ସଂଯୋଜନା କରିଥିଲେ। ସାଧନକର୍ମୀଦ୍ୱୟ କ୍ରିୟାକଳାପ ମାଧ୍ୟମରେ ଏହି ଆକାଂକ୍ଷୀ ପାଠ୍ୟକ୍ରମ ଅର୍ନ୍ତଭୁକ୍ତ କୌଶଳୀ ପ୍ରଶିକ୍ଷଣକୁ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ କମ୍ପ୍ୟୁଟର ଓ ଇଣ୍ଟରନେଟ ଯୁଗରେ ଛାତ୍ରଛାତ୍ରୀ ମାନେ ଭବିଷ୍ୟତର ଆହ୍ବାନକୁ ସହଜରେ ସମ୍ମୁଖୀନ ହୋଇପାରିବେ।

ନୂତନ ଅପରାଧିକ ଆଇନ ସଚେତନତା

Image
ନୂତନ ଅପରାଧିକ ଆଇନ ସଚେତନତା ବରପାଲି : ଇଣ୍ଡିଆନ୍ ପେନାଲ୍ କୋଡ୍ (୧୮୬୦) ବଦଳରେ ଭାରତୀୟ ନ୍ୟାୟ ସଂହିତା, କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜିଓର (୧୯୭୩) ବଦଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଇଣ୍ଡିଆନ୍ ଏଭି ଏଭିଡେନ୍ସ ଆକ୍ଟ ଅଧିନିୟମ (୧୮୭୨) ବଦଳରେ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ କରାଯାଇଛି । ଏହି ନିୟମ ଆଜିଠାରୁ କାର୍ଯ୍ୟକାରୀ ହୋଇଥିବାରୁ ବରପାଲି ଥାନାରେ ଏନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୀଡ଼ିତଙ୍କ ସୁନିଶ୍ଚିତ ନ୍ୟାୟ ମହିଳା ଓ ଶିଶୁଙ୍କ ସୁରକ୍ଷା ପ୍ରାଧାନ୍ୟ, ତ୍ବରିତ ନ୍ୟାୟ ପାଇଁ ସଠିକ ସମୟରେ ମାମଲାର ବିଚାର, ଅନ୍‌ଲାଇନ୍‌ରେ ଏତଲା ଦାୟର୍ ସୁବିଧା, ଡିଜିଟାଲ ପ୍ରମାଣର ବ୍ୟବହାର, ସଙ୍ଗଠିତ ଅପରାଧ ଇତ୍ୟାଦି ଅପରାଧିକ ଆଇନ ସ୍ପଷ୍ଟ ଓ ସ୍ୱଚ୍ଛ ଅନୁସନ୍ଧାନ ପାଇଁ ସାକ୍ଷୀର ବିବୃତି ଓ ଯାଞ୍ଚର ଅଡିଓ-ଭିଡିଓ ରେକର୍ଡିଂ ଇତ୍ୟାଦି ଆଇନର ପରିସରଭୁକ୍ତ ବିଷୟରେ ବରପାଲି ଥାନା ଅଧିକାରୀ ଜୟାରଶ୍ମୀ ସେଠୀଙ୍କ ଅଧ୍ୟକ୍ଷତା ଥାନାରେ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ବାଚିତ ପ୍ରତିନିଧି, ସରକାରୀ ଅଧୂକାରୀ, କର୍ମଚାରୀ, ସମାଜସେବୀ, ବୁଦ୍ଧିଜୀବୀ ତଥା ବିଭିନ୍ନ ବର୍ଗର ଲୋକେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।